ପ୍ରଧାନମନ୍ତ୍ରୀ ୭ଟି ରାଜ୍ୟରେ ପ୍ରାୟ ୩୧,୦୦୦ କୋଟି ଟଙ୍କାର ୮ଟି ପ୍ରମୁଖ ପ୍ରକଳ୍ପର ସମୀକ୍ଷା କରିଛନ୍ତି
'ୟୁଏସଓଏଫ୍ ପ୍ରକଳ୍ପ ଅଧୀନରେ ମୋବାଇଲ୍ ଟାୱାର ଏବଂ ୪ଜି କଭରେଜ୍'ର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ
ଚଳିତ ଆର୍ଥିକ ବର୍ଷ ମଧ୍ୟରେ ସମସ୍ତ ଗ୍ରାମରେ ମୋବାଇଲ ଟାୱାର ସ୍ଥାପନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନେଇ ସକ୍ରିୟ ଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟକାରିତା ପାଇଁ ଆଇସିଟି ଆଧାରିତ ମଲ୍ଟି-ମୋଡାଲ୍ ପ୍ଲାଟଫର୍ମ ପ୍ରଗତିର ୪୩ତମ ସଂସ୍କରଣର ବୈଠକରେ ଅଧ୍ୟକ୍ଷତା କରିଥିଲେ ।

ଏହି ବୈଠକରେ ମୋଟ ୮ଟି ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ଜଳ ଯୋଗାଣ ଓ ଜଳସେଚନ, ଜାତୀୟ ରାଜପଥ ଓ ଯୋଗାଯୋଗ ସମ୍ପ୍ରସାରଣ ପାଇଁ ୨ଟି ପ୍ରକଳ୍ପ ଏବଂ ରେଳ ଓ ମେଟ୍ରୋ ରେଳ ସଂଯୋଗ ପାଇଁ ୨ଟି ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପଗୁଡ଼ିକର ସମୁଦାୟ ମୂଲ୍ୟ ପ୍ରାୟ ୩୧,୦୦୦ କୋଟି ଟଙ୍କା ଏବଂ ଏହା ୭ଟି ରାଜ୍ୟ ଯଥା ବିହାର, ଝାଡ଼ଖଣ୍ଡ, ହରିୟାଣା, ଓଡ଼ିଶା, ପଶ୍ଚିମବଙ୍ଗ, ଗୁଜରାଟ ଏବଂ ମହାରାଷ୍ଟ୍ର ସହିତ ଜଡ଼ିତ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ପୋର୍ଟାଲ ଉପଗ୍ରହ ଚିତ୍ର ଭଳି ଜ୍ଞାନକୌଶଳ ସହ ମିଶି ପ୍ରକଳ୍ପଗୁଡ଼ିକର ଅବସ୍ଥାନ ଏବଂ ଜମି ଆବଶ୍ୟକତା ସମ୍ବନ୍ଧୀୟ କାର୍ଯ୍ୟକାରିତା ଏବଂ ଯୋଜନାର ବିଭିନ୍ନ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିପାରିବ ।

ଅଧିକ ଜନସଂଖ୍ୟା ସାନ୍ଦ୍ରତା ବିଶିଷ୍ଟ ସହରାଞ୍ଚଳରେ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସମସ୍ତ ଅଂଶୀଦାରମାନେ ନୋଡାଲ ଅଫିସର ନିଯୁକ୍ତ କରିବା ସହ ଉତ୍ତମ ସମନ୍ୱୟ ପାଇଁ ଟିମ୍ ଗଠନ କରିପାରିବେ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି।

ଜଳସେଚନ ପ୍ରକଳ୍ପ ଗୁଡ଼ିକ ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ଯେ ଯେଉଁଠାରେ ସଫଳ ଥଇଥାନ ଏବଂ ପୁନଃନିର୍ମାଣ କାର୍ଯ୍ୟ ହୋଇଛି ସେଠାରେ ଅଂଶୀଦାରମାନଙ୍କ ଗସ୍ତ ଆୟୋଜନ କରାଯାଉ । ଏଭଳି ପ୍ରକଳ୍ପଗୁଡ଼ିକର ପରିବର୍ତନମୂଳକ ପ୍ରଭାବ ମଧ୍ୟ ଦେଖାଯାଇପାରେ । ଏହା ପ୍ରକଳ୍ପଗୁଡ଼ିକର ଶୀଘ୍ର କାର୍ଯ୍ୟକାରିତା ପାଇଁ ଅଂଶୀଦାରମାନଙ୍କୁ ପ୍ରେରଣା ଦେଇପାରେ ।

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ 'ୟୁଏସ୍ ଓଏଫ୍ ପ୍ରକଳ୍ପ ଅଧୀନରେ ମୋବାଇଲ୍ ଟାୱାର ଏବଂ ୪ଜି କଭରେଜ୍'ର ସମୀକ୍ଷା କରିଥିଲେ। ୟୁନିଭର୍ସାଲ ସର୍ଭିସ୍ ଅବ୍ଲିଗେସନ୍ ଫଣ୍ଡ୍ (ୟୁଏସଓଏଫ୍ ) ଅଧୀନରେ ୨୪,୧୪୯ଟି ମୋବାଇଲ୍ ଟାୱାର ଥିବା ୩୩,୫୭୩ଟି ଗାଁକୁ ମୋବାଇଲ୍ ସଂଯୋଗ ପାଇଁ ଅନ୍ତର୍ଭୁକ୍ତ କରାଯିବ। ପ୍ରଧାନମନ୍ତ୍ରୀ ସମସ୍ତ ଅଂଶୀଦାରଙ୍କ ସହ ନିୟମିତ ବୈଠକ ସହିତ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ସମସ୍ତ ଗାଁରେ ମୋବାଇଲ ଟାୱାର ସ୍ଥାପନ ସୁନିଶ୍ଚିତ କରିବାକୁ କହିଥିଲେ । ଏହା ଦ୍ୱାରା ଦୁର୍ଗମ ଅଂଚଳରେ ମୋବାଇଲ କଭରେଜ ସୁନିଶ୍ଚିତ ହେବ ।

ପ୍ରଗତି ବୈଠକର ୪୩ତମ ସଂସ୍କରଣ ସୁଦ୍ଧା ସମୁଦାୟ ୧୭.୩୬ ଲକ୍ଷ କୋଟି ଟଙ୍କା ବ୍ୟୟରେ ୩୪୮ଟି ପ୍ରକଳ୍ପର ସମୀକ୍ଷା କରାଯାଇଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India develops first indigenous expendable turbo jet engine in 350 kg thrust class

Media Coverage

India develops first indigenous expendable turbo jet engine in 350 kg thrust class
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 27, 2026
July 27, 2026

Viksit Bharat in Motion: Indigenous Warships, Deepwater Energy, Transparent Exams & Cultural Revival