ପ୍ରଧାନମନ୍ତ୍ରୀ ୧୩ ଟି ରାଜ୍ୟରେ ଥିବା ନଅଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଛନ୍ତି ଯାହାର ମୂଲ୍ୟ ୪୧,୫୦୦ କୋଟି ଟଙ୍କାରୁ ଅଧିକ
ଭିତ୍ତିଭୂମି ପ୍ରକଳ୍ପର ଯୋଜନା ପ୍ରସ୍ତୁତରେ ପିଏମ ଗତିଶକ୍ତି ପୋର୍ଟାଲ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ମିଶନ ଅମୃତ ସରୋବରର ସମୀକ୍ଷା କରିଛନ୍ତି; ମୌସୁମୀ ଆରମ୍ଭ ପୂର୍ବରୁ ଅମୃତ ସରୋବର କାର୍ଯ୍ୟକୁ ମିଶନ ମୋଡରେ ସମ୍ପୂର୍ଣ୍ଣ କରିବାକୁ ସମସ୍ତ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହ ଜଡିତ ସକ୍ରିୟ ପ୍ରଶାସନ ଏବଂ ସଠିକ୍ ସମୟରେ କାର୍ଯ୍ୟକାରିତା ପାଇଁ ଆଇସିଟି ଆଧାରିତ ମଲ୍ଟି ମୋଡାଲ୍ ପ୍ଲାଟଫର୍ମ ପ୍ରଗତି ର ୪୧ ତମ ବୈଠକରେ ଅଧ୍ୟକ୍ଷତା କରିଥିଲେ ।

ଏହି ବୈଠକରେ ନଅଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରାଯାଇଥିଲା । ଏହି ନଅଟି ପ୍ରକଳ୍ପ ମଧ୍ୟରେ ତିନୋଟି ପ୍ରକଳ୍ପ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର, ଦୁଇଟି ପ୍ରକଳ୍ପ ରେଳ ମନ୍ତ୍ରଣାଳୟର ଏବଂ ଗୋଟିଏ କରି ପ୍ରକଳ୍ପ ଶକ୍ତି ମନ୍ତ୍ରଣାଳୟ, କୋଇଲା ମନ୍ତ୍ରଣାଳୟ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର । ଏହି ନଅଟି ପ୍ରକଳ୍ପର ମୂଲ୍ୟ ୪୧,୫୦୦ କୋଟି ଟଙ୍କାରୁ ଅଧିକ ଏବଂ ୧୩ ଟି ରାଜ୍ୟ ଛତିଶଗଡ, ପଞ୍ଜାବ, ବିହାର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଝାଡଖଣ୍ଡ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଅ।ସାମ, ଗୁଜୁରାଟ, ମହାରାଷ୍ଟ୍ର ଏବଂ ଅରୁଣାଚଳ ପ୍ରଦେଶ ସହିତ ଜଡିତ । ଏହି ବୈଠକରେ ମିଶନ ଅମୃତ ସରୋବର ମଧ୍ୟ ସମୀକ୍ଷା କରାଯାଇଥିଲା ।

ଭିତ୍ତିଭୂମି ପ୍ରକଳ୍ପର ଯୋଜନା ପ୍ରସ୍ତୁତିରେ ପିଏମ ଗତିଶକ୍ତି ପୋର୍ଟାଲ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରକଳ୍ପର ଠିକ ସମୟରେ ସମାପ୍ତି ପାଇଁ ଜମି ଅଧିଗ୍ରହଣ, ସାମଗ୍ରୀ ସ୍ଥାନାନ୍ତର ଏବଂ ଅନ୍ୟାନ୍ୟ ପ୍ରସଙ୍ଗର ଶୀଘ୍ର ସମାଧାନ ପାଇଁ ସେ ଜୋର ଦେଇଥିଲେ । କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସଠିକ୍ ସମନ୍ୱୟ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ "ଅମୃତ ସରୋବର” ର ସମୀକ୍ଷା କରିଥିଲେ । ସେ ଗୁଜୁରାଟର କିଶନଗଞ୍ଜ, ବିହାର ଏବଂ ବୋଟାଡରେ ଡ୍ରୋନ୍ ମାଧ୍ୟମରେ ଅମୃତ ସରୋବର ସାଇଟଗୁଡିକର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ । ପ୍ରଧାନମନ୍ତ୍ରୀ ମୌସୁମୀ ଆରମ୍ଭ ପୂର୍ବରୁ ମିଶନ ମୋଡରେ ଅମୃତ ସରୋବର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସମସ୍ତ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଯୋଜନା ଅନ୍ତର୍ଗତ ୫୦,୦୦୦ ଅମୃତ ସରୋବର ଲକ୍ଷ୍ୟ ଧାର୍ଯ୍ୟ ସମୟରେ ପୂରଣ ପାଇଁ ବ୍ଲକ ସ୍ତରର ମନିଟରିଂ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

"ଅମୃତ ସରୋବର” ର ଅନନ୍ୟ ଧାରଣା ସମଗ୍ର ଦେଶରେ ଜଳଜଳଗୁଡିକୁ ସଜୀବ କରିବା ପାଇଁ କାର୍ଯ୍ୟ କରୁଛି, ଯାହା ଭବିଷ୍ୟତ ପାଇଁ ଜଳ ସଂରକ୍ଷଣ କରିବାରେ ସାହାଯ୍ୟ କରିବ । ମିଶନ ସମାପ୍ତ ହେବା ପରେ, ଜଳ ଧାରଣ କ୍ଷମତା ବୃଦ୍ଧି ପ୍ରାୟ ୫୦ କୋଟି ମିଟର ହେବାର ଆଶା କରାଯାଉଛି, ଆନୁମାନିକ କାର୍ବନ ହ୍ରାସ ବର୍ଷକୁ ପ୍ରାୟ ୩୨,୦୦୦ ଟନ୍ ହେବ ଏବଂ ଭୂତଳ ଜଳ ରିଚାର୍ଜରେ ବୃଦ୍ଧି ୨୨ ମିଲିୟନ୍ ଘନ ମିଟରରୁ ଅଧିକ ହେବ ବୋଲି ଆଶା କରାଯାଉଛି । ଅଧିକନ୍ତୁ, ସଂପୂର୍ଣ୍ଣ ଅମୃତ ସରୋବରଗୁଡିକ ଗୋଷ୍ଠି କାର୍ଯ୍ୟକଳାପ ଏବଂ ଅଂଶଗ୍ରହଣର କେନ୍ଦ୍ର ଭାବରେ ବିକଶିତ ହେଉଛି, ଯାହାଦ୍ୱାରା ଜନ ଭାଗିଦାରୀଙ୍କ ଆବେଗ ବୃଦ୍ଧି ପାଇବ । ସ୍ୱଚ୍ଛତା ରାଲି, ଜଳ ସଂରକ୍ଷଣ ଉପରେ ଜଳ ଶପଥ, ରଙ୍ଗୋଲି ପ୍ରତିଯୋଗିତା ପରି ସ୍କୁଲ ପିଲାମାନଙ୍କର କାର୍ଯ୍ୟକଳାପ, ଛଟ ପୂଜା ପରି ଧାର୍ମିକ ପର୍ବ ପାଳନ କରିବା ଭଳି ଅନେକ ସାମାଜିକ କାର୍ଯ୍ୟକଳାପ ଅମୃତ ସରୋବର ସାଇଟରେ ଆୟୋଜିତ ହେଉଛି ।

ପ୍ରଗତି ବୈଠକରେ ବର୍ତ୍ତମାନ ସୁଦ୍ଧା ମୋଟ୍‍ ୧୫.୮୨ ଲକ୍ଷ କୋଟି ମୂଲ୍ୟର ୩୨୮ ଟି ପ୍ରକଳ୍ପର ସମୀକ୍ଷା କରାଯାଇଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches UPI at department store in France

Media Coverage

India launches UPI at department store in France
NM on the go

Nm on the go

Always be the first to hear from the PM. Get the App Now!
...
PM Modi highlights India's defence transformation over the last decade
June 17, 2026

The Prime Minister, Shri Narendra Modi has highlighted the significant transformation witnessed in India’s defence capabilities over the last decade.

Shri Modi said that India’s defence capabilities have undergone a major transformation, guided by the vision of self-reliance and powered by innovation, technology and indigenous manufacturing.

The Prime Minister noted that the progress made in the defence sector over the last 12 years reflects India’s growing focus on strengthening national security through self-reliance.

The Prime Minister further stated that India has strengthened its defence capabilities across air, land and sea, advanced indigenous technologies and built a stronger foundation for self-reliance and national security.

The Prime Minister wrote on X;

“India’s defence capabilities have witnessed significant transformation over the last decade, guided by the vision of self-reliance and powered by innovation, technology and indigenous manufacturing.

This thread gives a glimpse of the strides India has made in the defence sector over the last 12 years.

#12YearsOfSurakshitBharat”

“This thread explains how India has strengthened its defence capabilities across air, land and sea, advanced indigenous technologies and built a stronger foundation for self-reliance and national security.

#12YearsOfSurakshitBharat”