ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ 34ତମ ପ୍ରଗତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ, ବିଭିନ୍ନ ପ୍ରକଳ୍ପ, କାର୍ଯ୍ୟକ୍ରମ ଏବଂ ଅଭିଯୋଗ ସମୀକ୍ଷା କରାଯାଇଥିଲା। ରେଳ ମନ୍ତ୍ରଣାଳୟ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଂକ୍ରାନ୍ତ ପ୍ରକଳ୍ପଗୁଡ଼ିକ ସମୀକ୍ଷା କରାଯାଇଥିଲା। ମୋଟ 1 ଲକ୍ଷ କୋଟି ଟଙ୍କାରୁ ଅଧିକ ଏହିସବୁ ପ୍ରକଳ୍ପ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଜମ୍ମୁ ଓ କଶ୍ମୀର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା, ଗୁଜରାଟ ଓ ଦାଦ୍ରା ନଗର ଓ ହାଭେଳି ସମେତ 10ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ରହିଛି।

ଏହି ସମୀକ୍ଷା ଅବସରରେ, ଆୟୁଷ୍ମାନ ଭାରତ ଏବଂ ଜଳ ଜୀବନ ମିଶନ ଭଳି କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା। ଏହାଛଡ଼ା ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ସଂକ୍ରାନ୍ତ ଅଭିଯୋଗ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା।

ଅଭିଯୋଗଗୁଡ଼ିକର ବିସ୍ତୃତ ସମାଧାନ ସୁନିଶ୍ଚିତ ଓ ତ୍ୱରାନ୍ୱିତ କରିବା ଲାଗି ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଯେଉଁସବୁ ପ୍ରକଳ୍ପ ସମୀକ୍ଷା କରାଯାଇଥିଲା, ସେଗୁଡ଼ିକୁ ଧାର୍ଯ୍ୟ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବା ଲାଗି ବିଳମ୍ବିତ ପ୍ରସଙ୍ଗଗୁଡ଼ିକର ଶୀଘ୍ର ସମାଧାନ ସୁନିଶ୍ଚିତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୁଖ୍ୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ ଯଥାଶୀଘ୍ର ସମସ୍ତ ରାଜ୍ୟ ଆୟୁଷ୍ମାନ ଭାରତର ଶତପ୍ରତିଶତ ପଞ୍ଜୀକରଣ ସମ୍ପୂର୍ଣ୍ଣ କରିବା ଦିଗରେ ଧ୍ୟାନ ଦେବା ଉଚିତ। ସେହିପରି ଜଳ ଜୀବନ ମିଶନ ଅନ୍ତର୍ଗତ ଲକ୍ଷ୍ୟ ହାସଲ କରିବା ନିମନ୍ତେ ମିଶନ ମୋଡରେ କାର୍ଯ୍ୟ କରିବା ଲାଗି ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାକୁ ସେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦେଇଥିଲେ।

ପୂର୍ବରୁ ଅନୁଷ୍ଠିତ 33ଟି ପ୍ରଗତି ସମୀକ୍ଷା ବୈଠକରେ 18ଟି କ୍ଷେତ୍ରରେ 280ଟି ପ୍ରକଳ୍ପ ସହିତ 50ଟି କାର୍ଯ୍ୟକ୍ରମ/ଯୋଜନା ଏବଂ ଅଭିଯୋଗର ସମୀକ୍ଷା କରାଯାଇସାରିଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre launches Bhavya scheme to set up 100 industrial parks across country

Media Coverage

Centre launches Bhavya scheme to set up 100 industrial parks across country
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 24, 2026
May 24, 2026

Strength, Growth & Global Trust: How PM Modi is Transforming India Across Frontiers