ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚାଇନାର ହାଙ୍ଗଜୋଠାରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ମହିଳା ପାରା ପାୱାରଲିଫ୍ଟିଂରେ ୬୧ କିଲୋଗ୍ରାମ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ଜୈନବ ଖାତୁନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି:
ଏହି ଅବିଶ୍ୱସନୀୟ ସଫଳତା ପାଇଁ ଜୈନବ ଖାତୁନଙ୍କୁ ଅଭିନନ୍ଦନ । ମହିଳା ପାରା ପାୱାରଲିଫ୍ଟିଂରେ ୬୧ କେଜି ଓଜନ ବର୍ଗରେ ରୌପ ପଦକ ହାସଲ କରିବା ସମଗ୍ର ଭାରତ ପାଇଁ ଗୌରବର ବିଷୟ। ଜୈନବଙ୍କ ଅତୁଳନୀୟ ସଂକଳ୍ପ ଓ ପ୍ରତିବଦ୍ଧତା ଉଲ୍ଲେଖନୀୟ। ତାଙ୍କର ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା।
Congratulations to Zainab Khatoon on the incredible achievement. It is a splendid Silver for her in Women's Powerlifting 61 kgs.
— Narendra Modi (@narendramodi) October 25, 2023
Zainab's unparalleled determination and commitment are noteworthy. Best wishes for her upcoming endeavours. pic.twitter.com/f9nde3eKQ4


