ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ମିକ୍ସଡ ୫୦ ମିଟର ରାଇଫଲ ଏସଏଚ୧ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ରୁଦ୍ରାଂଶ ଖଣ୍ଡେଲୱାଲଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ମିକ୍ସଡ ୫୦ ମିଟର ରାଇଫଲ ଏସଏଚ୧ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ରୁଦ୍ରାଂଶ ଖଣ୍ଡେଲୱାଲଙ୍କୁ ଅଭିନନ୍ଦନ । ତାଙ୍କ ନିଷ୍ଠା ଏବଂ କୌଶଳ ବାସ୍ତବରେ ପ୍ରଶଂସନୀୟ ଯାହା କି ମହାତ୍ତ୍ୱାକାଂକ୍ଷୀ ଆଥଲେଟମାନଙ୍କ ପାଇଁ ମାନଦଣ୍ଡ ସ୍ଥିର କରେ । ଭାରତ ତାଙ୍କ ସଫଳତାରେ ଗର୍ବର ସହ ଖୁସି ମନାଉଛି ।’ତାଙ୍କୁ ଏପରି ନିରନ୍ତର ସଫଳତା ମିଳୁ ଏବଂ ଭବିଷ୍ୟତର ପ୍ରୟାସ ପାଇଁ ତାଙ୍କୁ ଶୁଭକାମନା ।’
Heartiest congratulations to @1903rudransh on the incredible Silver Medal in the Mixed 50m Rifle SH1 event. His dedication and prowess are truly commendable, setting a benchmark for aspiring athletes. India beams with pride at his achievement. pic.twitter.com/XH50A5mISL
— Narendra Modi (@narendramodi) October 23, 2023


