ଚୀନର ହାଙ୍ଗଝୌରେ ଚାଲିଥିôବା ଏସୀୟ ପାରା ଗେମ୍ସ ୨୦୨୨ରେ ପୁରୁଷ ୨୦୦ ମିଟର ଟି୩୭ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବା ଶ୍ରେୟାଂଶ ତ୍ରିବେଦୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଏସୀୟ ପାରା ଗେମ୍ସରେ ଟି-୩୭ ୨୦୦ ମିଟର ପ୍ରତିଯୋଗିତାରେ ଶ୍ରେୟାଂଶ ତ୍ରିବେଦୀଙ୍କ ଦ୍ୱାରା ଚମତ୍କାର ବ୍ରୋଞ୍ଜ ପଦକ ହାସଲ ।
ଶ୍ରେୟାଂଶଙ୍କ ଗତି ଏବଂ ଅଦମ୍ୟ ନିଷ୍ଠା ଦେଶକୁ ଖୁସି କରିଛି । ବାସ୍ତବରେ ଏହା ଉଲ୍ଲେଖନୀୟ ସଫଳତା ।’
What a Brilliant Bronze for Shreyansh Trivedi in the T-37 200-meter Asian Para Games event.
— Narendra Modi (@narendramodi) October 25, 2023
Shreyansh’s speed and unwavering determination have delighted the nation. Truly remarkable accomplishment. pic.twitter.com/iS1Sld0v15


