ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସହୀଦ ଭଗତ ସିଂହଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ପ୍ରଣାମ କରିଛନ୍ତି । ସହିଦ ଭଗତ ସିଂହଙ୍କ ଉପରେ ଶ୍ରୀ ମୋଦୀ ତାଙ୍କ ଚିନ୍ତାଧାରାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସହୀଦ ଭଗତ ସିଂହ ଜୀଙ୍କୁ ତାଙ୍କ ଜୟନ୍ତୀରେ ମୁଁ ପ୍ରଣାମ କରୁଛି । ତାଙ୍କର ସାହସ ଆମକୁ ବହୁତ ଉତ୍ସାହିତ କରିଥାଏ । ଆମ ଦେଶ ପାଇଁ ତାଙ୍କର ଦୂରଦୃଷ୍ଟି ହାସଲ କରିବାକୁ ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ”
I bow to Shaheed Bhagat Singh Ji on his Jayanti. His courage motivates us greatly. We reiterate our commitment to realise his vision for our nation. pic.twitter.com/0mxyWEcqEo
— Narendra Modi (@narendramodi) September 28, 2022


