ଆମ ଗଣତନ୍ତ୍ରର ପ୍ରତ୍ୟେକ ଆଲୋଚନାରେ ଡ.ମନମୋହନ ସିଂହ ଙ୍କ ନାମ ରହିବ
"ଏହି ଗୃହ ଛଅ ବର୍ଷର ଏକ ବିବିଧ ବିଶ୍ୱବିଦ୍ୟାଳୟ, ଯାହା ସମସ୍ତଙ୍କ ଅନୁଭୂତି ଦ୍ୱାରା ଆକାର ପାଇଛି"

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାର ଅବସରପ୍ରାପ୍ତ ସଦସ୍ୟମାନଙ୍କୁ ବିଦାୟ ଦେଇଛନ୍ତି।

ଏହି ଅବସରରେ ରାଜ୍ୟସଭାରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତି ପାଞ୍ଚ ବର୍ଷ ପରେ ଲୋକସଭା ବଦଳିଥାଏ ଏବଂ ରାଜ୍ୟସଭାକୁ ପ୍ରତି ଦୁଇ ବର୍ଷରେ ଏକ ନୂତନ ଜୀବନ ଶକ୍ତି ମିଳିଥାଏ । ସେହିଭଳି ଏହି ଦ୍ୱିବାର୍ଷିକ ବିଦାୟ ମଧ୍ୟ ନୂତନ ସଦସ୍ୟମାନଙ୍କ ପାଇଁ ଅବିସ୍ମରଣୀୟ ସ୍ମୃତି ଏବଂ ଅମୂଲ୍ୟ ଐତିହ୍ୟ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଡଃ ମନମୋହନ ସିଂହଙ୍କ ଅବଦାନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ, "ତାଙ୍କ ଦୀର୍ଘ କାର୍ଯ୍ୟକାଳ ଗୃହ ଏବଂ ରାଷ୍ଟ୍ରକୁ ମାର୍ଗଦର୍ଶନ କରୁଥିବାରୁ ସେ ଆମ ଦେଶର ଗଣତନ୍ତ୍ରର ପ୍ରତ୍ୟେକ ଆଲୋଚନାରେ ସ୍ଥାନ ପାଇବେ" । ସମସ୍ତ ସାଂସଦ ଏଭଳି ବିଶିଷ୍ଟ ସଦସ୍ୟଙ୍କ ଆଚରଣରୁ ଶିଖିବାକୁ ଚେଷ୍ଟା କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ କାରଣ ସେମାନେ ମାର୍ଗଦର୍ଶକ ଅଟନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ହ୍ୱିଲ୍ ଚେୟାରରେ ଆସି ଗୃହରେ ଭୋଟ୍ ଦେବା ଜଣେ ସଦସ୍ୟଙ୍କ କର୍ତ୍ତବ୍ୟ ପ୍ରତି ସମର୍ପଣର ପ୍ରେରଣାଦାୟକ ଉଦାହରଣ ବୋଲି ସେ ମନେ ପକାଇଥିଲେ। "ମୁଁ ବିଶ୍ୱାସ କରେ ଯେ ସେ ଗଣତନ୍ତ୍ରକୁ ଶକ୍ତି ପ୍ରଦାନ କରିବାକୁ ଆସିଛନ୍ତି", ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ତାଙ୍କ ଦୀର୍ଘ  ଏବଂ ସୁସ୍ଥ ଜୀବନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେଉଁ ସଦସ୍ୟମାନେ ଅଧିକ ସାର୍ବଜନୀନ ମଞ୍ଚକୁ ଯାଉଛନ୍ତି ସେମାନେ ରାଜ୍ୟସଭାର ଅଭିଜ୍ଞତାରୁ ବହୁତ ଉପକୃତ ହେବେ । "ଏହା ୬ ବର୍ଷର ଏକ ବିବିଧ ବିଶ୍ୱବିଦ୍ୟାଳୟ, ଯାହା ସମସ୍ତଙ୍କ ଅନୁଭୂତି ଦ୍ୱାରା ନିର୍ମିତ । ଯିଏ ଏଠାରୁ ବାହାରକୁ ଯାଆନ୍ତି, ସେ ସମୃଦ୍ଧ ହୋଇ ଦେଶ ନିର୍ମାଣ କାର୍ଯ୍ୟକୁ ସୁଦୃଢ଼ କରିଥାନ୍ତି।

ବର୍ତ୍ତମାନ ମୁହୂର୍ତ୍ତର ମହତ୍ତ୍ୱ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଯେଉଁ ସଦସ୍ୟମାନେ ଯାଉଛନ୍ତି ସେମାନଙ୍କୁ ଉଭୟ ପୁରୁଣା ଏବଂ ନୂତନ କୋଠାରେ ରହିବାର ସୁଯୋଗ ମିଳିଛି ଏବଂ ସେମାନେ ଅମୃତ କାଳ ଏବଂ ସମ୍ବିଧାନର ୭୫ ବର୍ଷର ସାକ୍ଷୀ ହୋଇଛନ୍ତି।

କୋଭିଡ୍ ମହାମାରୀ କୁ ମନେ ପକାଇ ପ୍ରଧାନମନ୍ତ୍ରୀ ଗୃହକାର୍ଯ୍ୟରେ କୌଣସି ବାଧା ସୃଷ୍ଟି ନ କରିବା ପାଇଁ ସଦସ୍ୟମାନଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ନିଜ ଦାୟିତ୍ବ ତୁଲାଇବା ପାଇଁ ସଂସଦ ସଦସ୍ୟମାନେ ନେଇଥିବା ସେହି ବିପଦକୁ ସାମନା କରିଥିବାର ସେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କରୋନାରେ ପ୍ରାଣ ହରାଇଥିବା ସଦସ୍ୟମାନଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଗୃହ ଏହାକୁ ସମ୍ମାନର ସହ ଗ୍ରହଣ କରିଛି ଏବଂ ଆଗକୁ ବଢୁଛି ।

ବିରୋଧୀମାନେ କଳା ପୋଷାକ ପିନ୍ଧିବା ଘଟଣାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ସମୃଦ୍ଧିର ନୂତନ ଶୀର୍ଷରେ ପହଞ୍ଚୁଛି ଏବଂ ସେହି ଘଟଣାକୁ ଦେଶର ପ୍ରଗତିଯାତ୍ରା ପାଇଁ 'କଳା ଟିକା' ଦ୍ୱାରା ଖରାପ ଦୃଷ୍ଟିରୁ ଦୂରେଇ ରଖିବାର ପ୍ରୟାସ ଭାବରେ ଦେଖାଯାଇପାରେ ।

ପ୍ରାଚୀନ ଶାସ୍ତ୍ରକୁ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ବୁଝାଇଥିଲେ ଯେ ଯେଉଁମାନେ ଭଲ ସାଥୀ ରଖନ୍ତି ସେମାନେ ସମାନ ଗୁଣ ବିକାଶ କରନ୍ତି ଏବଂ ଖରାପ ସାଙ୍ଗରେ ଘେରି ରହିଥିବା ଲୋକମାନେ ତ୍ରୁଟିପୂର୍ଣ୍ଣ ହୋଇଯାଆନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ନଦୀର ପାଣି କେବଳ ସେତେବେଳେ ପିଇବା ଯୋଗ୍ୟ ହୋଇଥାଏ ଯେତେବେଳେ ନଦୀ ପ୍ରବାହିତ ହୁଏ ଏବଂ ସମୁଦ୍ର ସହ ମିଶିବା ମାତ୍ରେ ତାହା ଲୁଣିଆ ହୋଇଯାଏ । ଏହି ବିଶ୍ୱାସ ସହିତ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷ କରି କହିଥିଲେ ଯେ ଅବସର ନେଉଥିବା ସଦସ୍ୟମାନଙ୍କ ଅଭିଜ୍ଞତା ସମସ୍ତଙ୍କୁ ପ୍ରେରଣା ଯୋଗାଇବ । ସେ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜଣାଇଛନ୍ତି।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How PLI schemes, design in India and manufacturing excellence are transforming the architectural lighting industry

Media Coverage

How PLI schemes, design in India and manufacturing excellence are transforming the architectural lighting industry
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 28, 2026
July 28, 2026

From Factories to Space & High-Speed Rail: How PM Modi’s Vision is Rewiring India’s Future