ଶୁଭାରମ୍ଭ ହେଲା ପ୍ରଧାନମନ୍ତ୍ରୀ ସାମାଜିକ ଉତ୍ଥାନ ଓ ରୋଜଗାର ଆଧାରିତ ଜନକଲ୍ୟାଣ (ପିଏମ୍-ସୁରଜ) ପୋର୍ଟାଲ
ଅବହେଳିତ ବର୍ଗର ୧ ଲକ୍ଷ ଉଦ୍ୟୋଗୀଙ୍କୁ ଋଣ ସହାୟତା ମଞ୍ଜୁର କଲେ
ନମସ୍ତେ ଯୋଜନାରେ ସଫେଇ ମିତ୍ରମାନଙ୍କୁ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ଏବଂ ପିପିଇ କିଟ୍ ବଣ୍ଟନ
‘‘ଆଜିର ଏହି କାର୍ଯ୍ୟକ୍ରମରେ ଗରିବ ଲୋକଙ୍କୁ ପ୍ରାଥମିକତା ଦେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାର ଝଲକ ଦେଖିବାକୁ ମିଳୁଛି’’
‘‘ବଞ୍ଚିତଙ୍କ ପାଖରେ ଏହାର ଲାଭ ପହଞ୍ଚୁଥିବା ଦେଖି ମୁଁ ଭାବପ୍ରବଣ ହୋଇପଡ଼େ କାରଣ ମୁଁ ସେମାନଙ୍କଠାରୁ ଅଲଗା ନୁହେଁ ଏବଂ ତୁମେ ମୋର ପରିବାର’’
‘‘ବଞ୍ଚିତ ବର୍ଗର ବିକାଶ ବିନା ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ’’
‘‘ଆଗାମୀ ୫ ବର୍ଷ ମଧ୍ୟରେ ବିକାଶ ଓ ବଞ୍ଚିତ ବର୍ଗଙ୍କ ସମ୍ମାନର ଏହି ଅଭିଯାନ ତ୍ୱରାନ୍ୱିତ ହେବ ବୋଲି ମୋଦୀ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି; ଆପଣମାନଙ୍କ ବିକାଶ ଦ୍ୱାରା ଆମେ ବିକଶିତ ଭାରତର ସ୍ୱପ୍ନ ପୂରଣ କରିବୁ’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅବହେଳିତ ବର୍ଗଙ୍କୁ ଋଣ ସହାୟତା ପାଇଁ ଦେଶବ୍ୟାପୀ ଜନସମ୍ପର୍କ ସ୍ଥାପନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏଥିସହିତ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ସାମାଜିକ ଉତ୍ଥାନ ଏବଂ ରୋଜଗାର ଆଧାର ଜନକଲ୍ୟାଣ (ପିଏମ-ସୁରଜ) ଜାତୀୟ ପୋର୍ଟାଲ ଉନ୍ମୋଚନ କରିବା ସହ ଦେଶର ଅବହେଳିତ ବର୍ଗର ଏକ ଲକ୍ଷ ଉଦ୍ୟୋଗୀଙ୍କୁ ଋଣ ସହାୟତା ମଞ୍ଜୁର କରିଛନ୍ତି । ଏହି ଅବସରରେ ସେ ଅନୁସୂଚିତ ଜାତି, ଅବହେଳିତ ବର୍ଗ ଓ ସଫେଇ କର୍ମଚାରୀଙ୍କ ସମେତ ପଛୁଆ ବର୍ଗର ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ କରିଥିଲେ।

ମଧ୍ୟପ୍ରଦେଶ ଇନ୍ଦୋରର ଶ୍ରୀ ନରେନ୍ଦ୍ର ସେନ କ୍ଲାଉଡ କମ୍ପ୍ୟୁଟିଂ ସହିତ କାରବାର କରୁଥିବା ଏକ ଇଣ୍ଟରନେଟ୍ କମ୍ପାନୀର ପ୍ରତିଷ୍ଠାତା ଅଟନ୍ତି । ସାଇବର କ୍ୟାଫେର ମାଲିକ ହେବାଠାରୁ ଆରମ୍ଭ କରି କୋଡିଂ ଶିଖିବା ଏବଂ ଏକ କମ୍ପାନୀର ପ୍ରତିଷ୍ଠାତା ହେବା ପର୍ଯ୍ୟନ୍ତ ସେ ତାଙ୍କର ଯାତ୍ରା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ଏମ୍ଏସ୍ଏମ୍ଇଗୁଡ଼ିକୁ ଡିଜିଟାଲ ସକ୍ଷମ କରି ସେଗୁଡ଼ିକୁ ସଶକ୍ତ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ଅନ୍ୟ ଜଣେ ନରେନ୍ଦ୍ରଙ୍କ କାହାଣୀ ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଖୋଲା ମନରେ ଅନୁରୋଧ କରିବା ପରେ ଶ୍ରୀ ସେନ୍ ଜଣାଇଥିଲେ ଯେ ସେ ଗୋଟିଏ ଗାଁରେ ଜନ୍ମ ନେଇଥିଲେ। କିନ୍ତୁ ତାଙ୍କ ପରିବାର ଇନ୍ଦୋର ଚାଲିଆସିଥିଲେ ଏବଂ ବାଣିଜ୍ୟରେ ତାଙ୍କର ପୃଷ୍ଠଭୂମି ଥିଲେ ମଧ୍ୟ ପ୍ରଯୁକ୍ତି ପ୍ରତି ତାଙ୍କର ଗଭୀର ଆଗ୍ରହ ଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ନାସ୍‌କମ୍‌ର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଏବଂ ଭାରତରେ କ୍ଲାଉଡ୍ ଗୋଡାଉନ୍‌ ପାଇଁ ଦାବି ତାଙ୍କୁ କ୍ଲାଉଡ୍ କମ୍ପ୍ୟୁଟିଂ ଉପରେ କାମ ଆରମ୍ଭ କରିବାକୁ ପ୍ରେରଣା ଦେଇଥିଲା। ଶ୍ରୀ ସେନ୍ କହିଥିଲେ, ‘‘ଗୋଟିଏ ଗାଁରେ ବସିଥିବା ଜଣେ ନରେନ୍ଦ୍ର ଅନ୍ୟ ଜଣେ ନରେନ୍ଦ୍ରଙ୍କ ଠାରୁ ପ୍ରେରଣା ପାଇଥିଲେ।’’ କାର୍ଯ୍ୟ କ୍ଷେତ୍ରରେ ରହିଥିବା ଆହ୍ୱାନ ଏବଂ ସରକାରଙ୍କ ସମର୍ଥନ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଅନୁସନ୍ଧାନ ଉପରେ ଶ୍ରୀ ସେନ୍ କହିଥିଲେ ଯେ, ସହାୟତା ପାଇଁ ତାଙ୍କ ଅନୁରୋଧକୁ ତତ୍କାଳୀନ ସୂଚନା ପ୍ରଯୁକ୍ତି ସଚିବ ଅନୁମୋଦନ କରିଥିଲେ ଯାହା ଭାରତର ପ୍ରଥମ ଡାଟା ସେଣ୍ଟର ପାର୍କର ବିକାଶ ପାଇଁ ବାଟ କଡ଼େଇ ନେଇଥିଲା । ଷ୍ଟାର୍ଟଅପ୍ ପ୍ରତି ଆଗ୍ରହ ପ୍ରକାଶ କରିଥିବାରୁ ଶ୍ରୀ ସେନ୍ ଏବଂ ଅନ୍ୟ ଯୁବଗୋଷ୍ଠୀଙ୍କୁ ନେଇ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ ଏବଂ ସେମାନଙ୍କ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ । ଏହି ସଫଳତା ପାଇଁ ସେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

 

ଜମ୍ମୁରୁ ବୁଟିକ୍ ଚଳାଉଥିବା ନୀଲମ କୁମାରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ମହାମାରୀ ଲକଡାଉନ୍ ସମୟରେ ହୋଇଥିବା ସମସ୍ୟାକୁ ସେ ମନେ ପକାଇଥିଲେ। ସେ ଉଜ୍ଜ୍ୱଳା, ପ୍ରଧାନମନ୍ତ୍ରୀ ଆବାସ, ଆୟୁଷ୍ମାନ ଏବଂ ସ୍ୱଚ୍ଛ ଭାରତ ଭଳି ଅନେକ କଲ୍ୟାଣକାରୀ ଯୋଜନାର ହିତାଧିକାରୀ ଅଟନ୍ତି । ସେ ବ୍ୟବସାୟ ଆରମ୍ଭ କରିବା ପାଇଁ ସରକାରୀ ଋଣ ନେଇଥିଲେ। ଚାକିରି ପ୍ରଦାତା ହୋଇଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କୁ କହିଥିଲେ ଯେ ଦେଶର କୋଣ ଅନୁକୋଣରୁ ଯେଉଁମାନେ ପୂର୍ବରୁ ଅଣଦେଖାର ଶିକାର ହୋଇଥିଲେ ସେମାନେ ଏବେ ସରକାରୀ ଯୋଜନାର ଲାଭ ଉଠାଉଛନ୍ତି । ତାଙ୍କ ପ୍ରେରଣାଦାୟକ କାହାଣୀ ପ୍ରକାଶ କରିଥିବାରୁ ପ୍ରଧାନମନ୍ତ୍ରୀ ନୀଲମଙ୍କୁ ଧନ୍ୟବାଦ ଦେଇଥିଲେ। ଜନଧନ, ମୁଦ୍ରା, ପିଏମ୍ ଆବାସ ଏବଂ ଉଦ୍ୟୋଗ ବିକାଶ ଯୋଜନା ଭଳି ଯୋଜନା ପଛୁଆ ରହିଥିବା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ବୋଲି ସେ କହିଛନ୍ତି। 

ଜଳ ଜୀବନ ଆଗ୍ରୋଟେକ୍ ର ସହ ପ୍ରତିଷ୍ଠାତା ମହାରାଷ୍ଟ୍ର ଅହମ୍ମଦନଗରର ଶ୍ରୀ ନରେଶ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ଯେ ତାଙ୍କ ଷ୍ଟାର୍ଟଅପ୍ କୃଷି ବର୍ଜ୍ୟଜଳ ସଂରକ୍ଷଣ ସହ ଜଡ଼ିତ । ଆମ୍ବେଦକର ସାମାଜିକ ଅଭିନବତା ମିଶନ ଅଧୀନରେ ୩୦ ଲକ୍ଷ ଟଙ୍କାର ଋଣ ରାଶି ମିଳିବା ତାଙ୍କୁ ତାଙ୍କର କମ୍ପାନୀ ପ୍ରତିଷ୍ଠା ପାଇଁ ଯନ୍ତ୍ରପାତି କିଣିବାରେ ସାହାଯ୍ୟ କରିଥିଲା ବୋଲି ସେ ଉଲ୍ଲେଖ କରିଥିଲେ। ସେ ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। କୃଷି କ୍ଷେତ୍ରରୁ ଏକ କମ୍ପାନୀର ପ୍ରତିଷ୍ଠାତା ହେବା ପର୍ଯ୍ୟନ୍ତ ତାଙ୍କ ଯାତ୍ରା ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଅନୁସନ୍ଧାନ ପରେ ଶ୍ରୀ ନରେଶ କହିଥିଲେ ଯେ ସେ ତାଙ୍କ ପିତାମାତାଙ୍କ ସହ ଚାଷ ଜମିରେ କାମ କରୁଥିଲେ ଯାହା ତାଙ୍କୁ ଆବଶ୍ୟକ ଅଭିଜ୍ଞତା ଦେଇଥିଲା । ଆୟୁଷ୍ମାନ ଭାରତ କାର୍ଡ ଏବଂ ରାଷ୍ଟ୍ରୀୟ ରାସନ ଯୋଜନାର ଲାଭ ପାଇବା ବିଷୟରେ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ନିଜ କମ୍ପାନୀ ମାଧ୍ୟମରେ କୃଷକମାନଙ୍କୁ ସହାୟତା କରିବା ସମ୍ପର୍କରେ ଶ୍ରୀ ନରେଶ କହିଥିଲେ ଯେ ତାଙ୍କ କମ୍ପାନୀ ଦ୍ୱାରା ଉତ୍ପାଦିତ ଏବଂ ଡିଜାଇନ୍ କରାଯାଇଥିବା ଉତ୍ପାଦକୁ ଭାରତ ସରକାରଙ୍କ ଠାରୁ ପେଟେଣ୍ଟ ମିଳିଛି । ଏହା କୃଷି ସମୟରେ ଜଳର ଅପଚୟକୁ ରୋକିବାରେ ସାହାଯ୍ୟ କରେ । କୃଷି କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ନୂତନ ଉଦ୍ୟୋଗଗୁଡ଼ିକୁ ସରକାରୀ ଯୋଜନାର ଲାଭ ଉଠାଇବାକୁ ସେ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଉତ୍ସାହକୁ ପ୍ରଶଂସା କରିବା ସହ କୃଷି କ୍ଷେତ୍ରରେ ପ୍ରବେଶ କରିବାକୁ ଚାହୁଁଥିବା ଯୁବବର୍ଗଙ୍କ ପାଇଁ ସେ ପ୍ରେରଣା ବୋଲି କହିଥିଲେ।

ସଫେଇ କର୍ମଚାରୀ ଗୁଣ୍ଟୁରର ଶ୍ରୀମତୀ ମୁତାମ୍ମା ତାଙ୍କ ନାମରେ ଏକ ସେପ୍ଟିକ୍ ଟ୍ୟାଙ୍କ ଡିସଲୁଜିଂ ଗାଡି ଆବଣ୍ଟନ ପାଇ ଗର୍ବିତ ହୋଇଥିବା ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ । ଏହା ତାଙ୍କ ଜୀବନକୁ ବଦଳାଇ ଦେଇଥିଲା ବୋଲି ସେ ସୂଚନା ଦେଇଥିଲେ। ନିଜ ଯାତ୍ରା ବିଷୟରେ ବର୍ଣ୍ଣନା କରି ସେ ଭାବପ୍ରବଣ ହୋଇପଡ଼ିଥିଲେ। ‘‘ଏହି ଗାଡ଼ି ମୋତେ ଶକ୍ତି ଦେଇଛି ଏବଂ ସମାଜ ମୋତେ ନୂଆକରି ସମ୍ମାନ ଦେବା ଆରମ୍ଭ କରିଛି । ଏସବୁ ଆପଣଙ୍କ ପଦକ୍ଷେପ ଯୋଗୁଁ ହୋଇଛି ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ । ପ୍ରଧାନମନ୍ତ୍ରୀ ପଚାରିବାରୁ ସେ ତାଙ୍କ ପିଲାଙ୍କ ପାଠପଢ଼ା ବିଷୟରେ ଅବଗତ କରାଇଥିଲେ ଏବଂ ଡ୍ରାଇଭିଂ ଶିଖି ସେମାନଙ୍କ ଜୀବନକୁ ବଦଳାଉଛନ୍ତି ବୋଲି କହିଥିଲେ। ସେ ଏବଂ ତାଙ୍କ ପରିବାର ଲାଭ କରୁଥିବା ସମସ୍ତ କଲ୍ୟାଣକାରୀ ଯୋଜନା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ପ୍ରିୟ କ୍ଷେତ୍ର ଅର୍ଥାତ୍ ସ୍ୱଚ୍ଛତାକୁ ଆଗକୁ ନେବା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ କହିଥିଲେ ଯେ ନାଗରିକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସରକାର ଗତ ୧୦ ବର୍ଷ ଧରି କାର୍ଯ୍ୟ କରୁଛନ୍ତି । ‘‘ମହିଳାଙ୍କ ସମ୍ମାନ ଏବଂ ସମୃଦ୍ଧି ଆମ ସଂକଳ୍ପର ମୁଖ୍ୟ ଅଂଶ’’, ପ୍ରଧାନମନ୍ତ୍ରୀ କହିଥିଲେ । 

 

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ୪୭୦ଟି ଜିଲ୍ଲାର ପ୍ରାୟ ୩ ଲକ୍ଷ ଲୋକଙ୍କ ଆଭାସୀ ଉପସ୍ଥିତିକୁ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। ଦଳିତ, ପଛୁଆ ଓ ବଞ୍ଚିତ ବର୍ଗଙ୍କ କଲ୍ୟାଣ ଦିଗରେ ଦେଶ ଆଉ ଏକ ବଡ଼ ସମ୍ଭାବନା ଦେଖୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ସେ କହିଥିଲେ ଯେ, ଆଜିର ଏହି ଅବସର ଗରିବ ଲୋକଙ୍କୁ ପ୍ରାଥମିକତା ଦେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାର ଝଲକ ପ୍ରଦାନ କରୁଛି। ଭାରତର ୫୦୦ଟି ଜିଲ୍ଲାର ଅବହେଳିତ ବର୍ଗର ୧ ଲକ୍ଷ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୭୨୦ କୋଟି ଟଙ୍କାର  ଆର୍ଥିକ ସହାୟତା ଟ୍ରାନ୍ସଫର କରିବା ବିଷୟରେ ଉଲ୍ଲେଖ କରି ସେ କହିଥିଲେ, ‘‘ପୂର୍ବ ସରକାରମାନଙ୍କ ସମୟରେ ଡିବିଟିର ଏଭଳି ବ୍ୟବସ୍ଥା ଅକଳ୍ପନୀୟ ଥିଲା। ସୁରଜ ପୋର୍ଟାଲର ଶୁଭାରମ୍ଭ କରିବା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ, ଏହା ସମାଜର ଅବହେଳିତ ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ। ଏହା ଅନ୍ୟ ସରକାରୀ ଯୋଜନା ଭଳି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର, ଦଲାଲ, କମିଶନ ଏବଂ ସୁପାରିସରୁ ମୁକ୍ତ ସୁବିଧା ଯୋଗାଇ ଦେବ । ନର୍ଦ୍ଦମା ଏବଂ ସେପ୍ଟିକ୍ ଟାଙ୍କିରେ ନିୟୋଜିତ ସଫେଇ ମିତ୍ରମାନଙ୍କୁ ଆୟୁଷ୍ମାନ ଭାରତ କାର୍ଡ ଏବଂ ପିପିଇ କିଟ୍ ବଣ୍ଟନ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଅନୁସୂଚିତ ଜାତି, ଜନଜାତି ଓ ଓବିସିଙ୍କ ସମେତ ବଞ୍ଚିତ ବର୍ଗଙ୍କ କଲ୍ୟାଣ ଅଭିଯାନର ଏକ ଅଂଶ ବିଶେଷ ଭାବେ ବିଭିନ୍ନ ସେବାର ବିସ୍ତାର କରାଯାଇଛି ବୋଲି ସେ କହିଥିଲେ ଏବଂ ଆଜିର ଯୋଜନା ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।  

ହିତାଧିକାରୀମାନଙ୍କ ସହ ତାଙ୍କର ବାର୍ତ୍ତାଳାପ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦଳିତ, ବଞ୍ଚିତ ଏବଂ ପଛୁଆ ସଂପ୍ରଦାୟର ଲୋକଙ୍କ ପାଖରେ ଯେପରି କଲ୍ୟାଣକାରୀ ଯୋଜନା ପହଞ୍ଚୁଛି ସେଥିରେ ସନ୍ତୋଷ ବ୍ୟକ୍ତ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ଏହା ତାଙ୍କୁ ଭାବପ୍ରବଣ କରିଥାଏ କାରଣ ସେ ଏମାନଙ୍କ ଠାରୁ ଅଲଗା ନୁହଁନ୍ତି ଏବଂ ଏମାନଙ୍କ ମଧ୍ୟରେ ତାଙ୍କ ପରିବାରକୁ ଦେଖନ୍ତି । 

୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ବିଷୟରେ ଆଲୋକପାତ କରି ବଞ୍ଚିତ ବର୍ଗଙ୍କ ବିକାଶ ବିନା ଏହି ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ସେ ଅତୀତର ମାନସିକତାକୁ ଭୁଲ୍‌ ପ୍ରମାଣିତ କରିଛନ୍ତି ଏବଂ ଦଳିତ, ପଛୁଆ, ବଞ୍ଚିତ ଓ ଆଦିବାସୀଙ୍କ ପାଇଁ ଗ୍ୟାସ ସଂଯୋଗ, ବ୍ୟାଙ୍କ ଆକାଉଣ୍ଟ, ଶୌଚାଳୟ ଆଦି ସୁବିଧା ଉପଲବ୍ଧ ହେଉଛି। 

ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ କେବଳ ମୌଳିକ ସୁବିଧାର ବ୍ୟବସ୍ଥା କରିବାରେ ବଞ୍ଚିତ ବର୍ଗର ଅନେକ ପିଢ଼ି ନଷ୍ଟ ହୋଇଯାଇଥିଲା। ଶ୍ରୀ ମୋଦୀ କହିଥିଲେ, ‘‘୨୦୧୪ ପରେ ସରକାର ସେହି ବର୍ଗ ନିକଟରେ ପହଞ୍ଚିଥିଲେ ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ଆଶା ହରାଇଥିଲେ । ସେମାନଙ୍କୁ ଦେଶର ବିକାଶରେ ଅଂଶୀଦାର କରିଥିଲେ।’’ ପ୍ରଧାନମନ୍ତ୍ରୀ  କହିଥିଲେ ଯେ ମାଗଣା ରାସନ, ମାଗଣା ଚିକିତ୍ସା, ପକ୍କା ଘର, ଶୌଚାଳୟ ଏବଂ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ଭଳି ଯୋଜନାର ସବୁଠାରୁ ବଡ଼ ହିତାଧିକାରୀ ହେଉଛନ୍ତି ପଛୁଆ, ବଞ୍ଚିତ ବର୍ଗର ଲୋକ । ସେ ଆହୁରି କହିଥିଲେ, ‘‘ବର୍ତ୍ତମାନ ଆମେ ଏହି ଯୋଜନାଗୁଡ଼ିକରେ ଶତପ୍ରତିଶତ ସମ୍ପୂର୍ଣ୍ଣତା ଲକ୍ଷ୍ୟ ନେଇ କାମ କରୁଛୁ । 

 

ପ୍ରଧାନମନ୍ତ୍ରୀ ଯାଯାବର ଏବଂ ଅର୍ଦ୍ଧ-ଯାଯାବର ସମ୍ପ୍ରଦାୟ ପାଇଁ ଯୋଜନା ଏବଂ ସଫେଇ କର୍ମଚାରୀଙ୍କ ପାଇଁ ‘ନମସ୍ତେ’ ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ହାତରେ ମଇଳା କାଢ଼ିବା ଭଳି ଅମାନବୀୟ ପ୍ରଥାର ଉଚ୍ଛେଦ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ୬୦,୦୦୦ ପୀଡ଼ିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ଯାହାଦ୍ୱାରା ସେମାନେ ସମ୍ମାନଜନକ ଜୀବନ ଯାପନ କରିପାରିବେ । 

‘‘ଏସସି, ଏସଟି ଏବଂ ଓବିସି ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ସରକାର ଯଥାସମ୍ଭବ ପ୍ରୟାସ କରୁଛନ୍ତି’’, ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସେମାନଙ୍କୁ ପ୍ରଦାନ କରାଯାଉଥିବା ସହାୟତା ଦ୍ୱିଗୁଣିତ ହୋଇଛି । କେବଳ ଚଳିତ ବର୍ଷ ଅନୁସୂଚିତ ଜାତି ସମ୍ପ୍ରଦାୟର କଲ୍ୟାଣ ପାଇଁ ସରକାର ପ୍ରାୟ ୧ ଲକ୍ଷ ୬୦ ହଜାର କୋଟି ଟଙ୍କା ପ୍ରଦାନ କରିଥିବା ସେ ସୂଚନା ଦେଇଥିଲେ। ପୂର୍ବ ସରକାର ସମୟରେ ଲକ୍ଷ ଲକ୍ଷ ଟଙ୍କା କେବଳ ଦୁର୍ନୀତି ସହ ଜଡ଼ିତ ଥିଲା ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଏହି ଅର୍ଥକୁ ଦଳିତ ଓ  ବଞ୍ଚିତଙ୍କ କଲ୍ୟାଣ ଏବଂ ଦେଶର ବିକାଶ ପାଇଁ ଖର୍ଚ୍ଚ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅନୁସୂଚିତ ଜାତି, ଜନଜାତି ଓ ଓବିସି ଯୁବକମାନଙ୍କ ପାଇଁ ବୃତ୍ତି ବୃଦ୍ଧି, ସର୍ବଭାରତୀୟ ମେଡିକାଲ ସିଟ୍ କୋଟାରେ ଓବିସି ପାଇଁ ୨୭ ପ୍ରତିଶତ ସିଟ୍ ସଂରକ୍ଷଣ, ନିଟ୍ ପରୀକ୍ଷାରେ ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରବେଶ ସୁବିଧା, ଗରିବ ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ବିଦେଶରେ ସ୍ନାତକୋତ୍ତର ଓ ପିଏଚ୍‌ଡି ଡିଗ୍ରୀ ହାସଲ ପାଇଁ ଜାତୀୟ ବିଦେଶ ବୃତ୍ତି ସହାୟତା ପ୍ରଦାନ କରିବାକୁ ସେ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ବିଜ୍ଞାନ ସମ୍ବନ୍ଧୀୟ ବିଷୟରେ ପିଏଚଡି କରିବାରେ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ଜାତୀୟ ଫେଲୋସିପ୍ ରାଶି ମଧ୍ୟ ବୃଦ୍ଧି କରାଯାଇଛି। ଜାତୀୟ ପଛୁଆ ବର୍ଗ ଆୟୋଗକୁ ସାମ୍ବିଧାନିକ ମାନ୍ୟତା ମିଳିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ବାବାସାହେବ ଆମ୍ବେଦକରଙ୍କ ଜୀବନ ସହ ଜଡ଼ିତ ପଞ୍ଚ ତୀର୍ଥର ବିକାଶ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ।

 

ଅନୁସୂଚିତ ଜାତି, ଜନଜାତି ଓ ଓବିସି ସମ୍ପ୍ରଦାୟର ଗରିବଙ୍କୁ ପ୍ରାୟ ୩୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିବା ମୁଦ୍ରା ଯୋଜନା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘‘ସରକାର ବଞ୍ଚିତ ବର୍ଗର ଯୁବକମାନଙ୍କ ନିଯୁକ୍ତି ଏବଂ ଆତ୍ମନିଯୁକ୍ତିକୁ ମଧ୍ୟ ପ୍ରାଥମିକତା ଦେଉଛନ୍ତି।’’ ସେ ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନା ଏବଂ ଭେଞ୍ଚର କ୍ୟାପିଟାଲ ଫଣ୍ଡ ସ୍କିମ୍ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ ଯାହା ଏସସି ଓ ଏସଟି ବର୍ଗରେ ଉଦ୍ୟୋଗକୁ ପ୍ରୋତ୍ସାହିତ କରିଥାଏ । ଦଳିତମାନଙ୍କ ମଧ୍ୟରେ ଉଦ୍ୟୋଗକୁ ଦୃଷ୍ଟିରେ ରଖି ତାଙ୍କ ସରକାର ଆମ୍ବେଦକର ସାମାଜିକ ଅଭିନବତା ଏବଂ ଇନକ୍ୟୁବେସନ୍ ମିଶନ ମଧ୍ୟ ଆରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । 

ଦଳିତ ଏବଂ ବଞ୍ଚିତ ସମୁଦାୟର କଲ୍ୟାଣ ପାଇଁ ନୀତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଏହା ଗରିବ ଲୋକଙ୍କୁ ସମ୍ମାନ ଏବଂ ନ୍ୟାୟ ପ୍ରଦାନ କରିବା ପାଇଁ ଆମର ପ୍ରତିବଦ୍ଧତାର ପ୍ରମାଣ। ମୋଦୀ ଆପଣଙ୍କୁ ଏହି ଗ୍ୟାରେଣ୍ଟି ଦିଅନ୍ତି, ଆଗାମୀ ୫ ବର୍ଷରେ ବିକାଶ ଓ ବଞ୍ଚିତ ବର୍ଗଙ୍କ ପ୍ରତି ସମ୍ମାନର ଏହି ଅଭିଯାନ ତ୍ୱରାନ୍ୱିତ ହେବ । ଆପଣଙ୍କ ବିକାଶ ଦ୍ୱାରା ଆମେ ବିକଶିତ ଭାରତର ସ୍ୱପ୍ନ ପୂରଣ କରିବୁ।

ପୃଷ୍ଠଭୂମି

ଅବହେଳିତ ବର୍ଗଙ୍କୁ ଋଣ ସହାୟତା ପାଇଁ ପିଏମ-ସୁରଜ ଜାତୀୟ ପୋର୍ଟାଲ ଗରିବ ଲୋକଙ୍କୁ ପ୍ରାଥମିକତା ଦେବା (ବଞ୍ଚିତୋଁ କୋ ବରିୟତା) ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଏହା ଏକ ରୂପାନ୍ତରକାରୀ ପଦକ୍ଷେପ, ଯାହାର ଉଦ୍ଦେଶ୍ୟ ହେଉଛି ସମାଜର ସବୁଠାରୁ ଅବହେଳିତ ବର୍ଗର ଉନ୍ନତି । ସମଗ୍ର ଦେଶରେ ଯୋଗ୍ୟ ବ୍ୟକ୍ତିମାନଙ୍କୁ ଏହି ଋଣ ସହାୟତା ପ୍ରଦାନ କରାଯିବ ଏବଂ ବ୍ୟାଙ୍କ, ଏନବିଏଫସି-ଏମଏଫଆଇ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ମାଧ୍ୟମରେ ସୁବିଧା ଯୋଗାଇ ଦିଆଯିବ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନେସନାଲ ଆକ୍ସନ ଫର ମେକାନିକାଲ୍ ସେନ୍ସିମେଣ୍ଟ ଇକୋସିଷ୍ଟମ (ନମସ୍ତେ) ଅଧୀନରେ ସଫେଇ ମିତ୍ର (ନର୍ଦ୍ଦମା ଓ ସେପ୍ଟିକ୍ ଟାଙ୍କି କର୍ମଚାରୀ)ଙ୍କୁ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ଏବଂ ପିପିଇ କିଟ୍ ବଣ୍ଟନ କରିଥିଲେ। ଆହ୍ୱାନପୂର୍ଣ୍ଣ ପରିସ୍ଥିତିରେ ସେବା କରୁଥିବା ଛାମୁଆଁ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ ସୁରକ୍ଷିତ ରଖିବା ଦିଗରେ ଏହି ପଦକ୍ଷେପ ଆଉ ଏକ ପଦକ୍ଷେପ ।

ଏହି କାର୍ଯ୍ୟକ୍ରମରେ ଦେଶର ୫୦୦ରୁ ଅଧିକ ଜିଲ୍ଲାରୁ ବିଭିନ୍ନ ସରକାରୀ ଯୋଜନାର ପ୍ରାୟ ୩ ଲକ୍ଷ ପଛୁଆ ବର୍ଗର ହିତାଧିକାରୀ ଅଂଶଗ୍ରହଣ କରିଥିଲେ

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's services exports rise by 12.7 pc in April despite West Asia crisis: RBI

Media Coverage

India's services exports rise by 12.7 pc in April despite West Asia crisis: RBI
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets people of Goa on Goa Statehood Day
May 30, 2026

The Prime Minister, Shri Narendra Modi, today extended his greetings to the people of Goa on the occasion of Goa Statehood Day.

The Prime Minister said that Goa is widely known for its vibrant culture, rich heritage, natural beauty and warm-hearted people.

The Prime Minister noted that the occasion is an opportunity to remember with gratitude all those who worked tirelessly for the progress and identity of Goa.

The Prime Minister expressed hope that Goa will continue to prosper and play an important role in building a Viksit Bharat.

Shri Modi also prayed for the good health and prosperity of every Goan.

The Prime Minister wrote on X;

“Greetings to the people of Goa on the special occasion of Goa Statehood Day. Goa’s vibrant culture, rich heritage, natural beauty and warm-hearted people are widely known. This day is also an opportunity to remember with gratitude all those who worked tirelessly for its progress and identity. May Goa continue to prosper and play an important role in building a Viksit Bharat. Praying for the good health and prosperity of every Goan.”