‘‘ଯୁଗାନ୍ତକାରୀ ପ୍ରଗତି ଶିଳ୍ପ କ୍ଷେତ୍ରରେ ରୂପାନ୍ତରଣ ଲାଗି ପ୍ରସ୍ତୁତ ରହିଥିବାବେଳେ ଭାରତର ସେମିକଣ୍ଡକ୍ଟର କ୍ଷେତ୍ର ଏକ ବିପ୍ଳବର ଦ୍ୱାରଦେଶରେ ଅଛି’’
‘‘ଆଜିର ଭାରତ ବିଶ୍ୱରେ ଆତ୍ମବିଶ୍ୱାସ ସୃଷ୍ଟି କରୁଛି...ଯେତେବେଳେ ଚିପ୍ସ ହ୍ରାସ ପାଇବ, ଆପଣ ଭାରତ ଉପରେ ଭରସା କରିପାରିବେ’’
‘‘ଭାରତର ସେମିକଣ୍ଡକ୍ଟର ଶିଳ୍ପ ସ୍ୱତନ୍ତ୍ର ଡାୟୋଡ୍‌ ଦ୍ୱାରା ସକ୍ଷମ ଯେଉଁଥିରେ ଉଭୟ ଦିଗକୁ ଶକ୍ତି ପ୍ରବାହିତ ହେଉଛି’’
‘‘ବର୍ତ୍ତମାନର ସଂସ୍କାରବାଦୀ ସରକାର, ଦେଶର ବୃଦ୍ଧି ପାଉଥିବା ଉତ୍ପାଦନ ଭିତ୍ତିଭୂମି ଏବଂ ଦେଶର ଆକାଂକ୍ଷୀ ବଜାରକୁ ନେଇ ଏକ ତ୍ରିମୁଖୀ ଶକ୍ତି ଭାରତ ପାଖରେ ରହିଛି, ଯାହାକି ବୈଷୟିକ ପ୍ରଗତି ବିଷୟରେ ଅବଗତ’’
‘‘ଏହି ଛୋଟ ଚିପ୍ ଭାରତରେ ଶେଷ ମାଇଲ ସେବା ଯୋଗାଣ ସୁନିଶ୍ଚିତ କରିବା ପାଇଁ ବଡ କାମ କରୁଛି’’
‘‘ବିଶ୍ୱର ପ୍ରତ୍ୟେକ ଡିଭାଇସରେ ଭାରତୀୟ ନିର୍ମିତ ଚିପ୍ ରହିବା ଆମର ସ୍ୱପ୍ନ’’
‘‘ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପକୁ ଚଳାଇବାରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି’’ ‘‘୧୦୦% ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉତ୍ପାଦନ ଭାରତରେ ହେବା ଆମର ଲକ୍ଷ୍ୟ ହେବା ଉଚିତ’’
‘‘ମୋବାଇଲ ଉତ୍ପାଦନ ହେଉ, ଇଲେକ୍ଟ୍ରୋନିକ୍ସ ହେଉ କିମ୍ବା ସେମିକଣ୍ଡକ୍ଟର, ଆମର ଲକ୍ଷ୍ୟ ସ୍ପଷ୍ଟ- ଆମେ ଏପରି ଏକ ଦୁନିଆ ଗଢ଼ିବାକୁ ଚାହୁଁଛୁ ଯାହା ସଙ୍କଟ ସମୟରେ ଅଟକିବ ନାହିଁ କିମ୍ବା ସ୍ଥିର ହେବ ନାହିଁ ବରଂ ଆଗକ
ସେପ୍ଟେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀରେ ଭାରତର ସେମିକଣ୍ଡକ୍ଟର ରଣନୀତି ଏବଂ ନୀତି ପ୍ରଦର୍ଶିତ ହୋଇଛି, ଯେଉଁଥିରେ ଭାରତକୁ ସେମିକଣ୍ଡକ୍ଟର ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଗ୍ରେଟର ନୋଏଡାସ୍ଥିତ ଇଣ୍ଡିଆ ଏକ୍ସପୋ ମାର୍ଟରେ ସେମିକନ୍ ଇଣ୍ଡିଆ ୨୦୨୪କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ଶ୍ରୀ ମୋଦୀ ବୁଲି ଦେଖିଥିଲେ। ସେପ୍ଟେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀରେ ଭାରତର ସେମିକଣ୍ଡକ୍ଟର ରଣନୀତି ଏବଂ ନୀତି ପ୍ରଦର୍ଶିତ ହୋଇଛି, ଯେଉଁଥିରେ ଭାରତକୁ ସେମିକଣ୍ଡକ୍ଟର ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି।

 

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ‘ସେମି’ର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜ୍ଞାପନ କରି କହିଥିଲେ ଯେ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ସହ ଜଡିତ ଏକ କାର୍ଯ୍ୟକ୍ରମ ଆୟୋଜନ କରିବାରେ ଭାରତ ବିଶ୍ୱର ଅଷ୍ଟମ ଦେଶ । ‘‘ଭାରତରେ ଉପସ୍ଥିତ ରହିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ଆପଣ ଠିକ୍ ସମୟରେ ସଠିକ୍ ସ୍ଥାନରେ ଅଛନ୍ତି’’, ପ୍ରଧାନମନ୍ତ୍ରୀ ମୋଦୀ ଜୋର ଦେଇ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ଏକବିଂଶ ଶତାବ୍ଦୀର ଭାରତରେ ଚିପ୍ସ କେବେ ବି ହ୍ରାସ ପାଏ ନାହିଁ। ଆଜିର ଭାରତ ବିଶ୍ୱକୁ ଆଶ୍ୱାସନା ଦେଉଛି, ଯେତେବେଳେ ଚିପ୍ସ ହ୍ରାସ ପାଇବ, ଆପଣ ଭାରତ ଉପରେ ଭରସା କରିପାରିବେ।’’

ସେମିକଣ୍ଡକ୍ଟର ଶିଳ୍ପ ଏବଂ ଗୋଟିଏ ପଟକୁ ବିଦ୍ୟୁତ ପ୍ରବାହ କରୁଥିବା ଏକ ଡାୟୋଡ (ବିଦ୍ୟୁତ ପ୍ରବାହୀ ଉପକରଣ) ମଧ୍ୟରେ ରହିଥିବା ସମ୍ପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ସେମିକଣ୍ଡକ୍ଟର ଶିଳ୍ପରେ ସ୍ୱତନ୍ତ୍ର ଡାୟୋଡ ରହିଛି ଯେଉଁଠାରେ ଶକ୍ତି ଉଭୟ ଦିଗରେ ପ୍ରବାହିତ ହୁଏ । ସେ ଏ ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ ଯେ ଶିଳ୍ପଗୁଡ଼ିକ ନିବେଶ ମାଧ୍ୟମରେ ମୂଲ୍ୟ ସୃଷ୍ଟି କରୁଥିବା ବେଳେ ଅନ୍ୟପଟେ ସରକାର ସ୍ଥିର ନୀତି ଏବଂ ବ୍ୟବସାୟିକ ସୁଗମତା ପ୍ରଦାନ କରନ୍ତି। ସେମିକଣ୍ଡକ୍ଟର ଶିଳ୍ପରେ ବ୍ୟବହୃତ ଏକ ସମନ୍ୱିତ ସର୍କିଟ ସହିତ ସମାନତା ହାସଲ କରି ଭାରତ ଏକ ସମନ୍ୱିତ ଇକୋସିଷ୍ଟମ ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଭାରତର ଡିଜାଇନରଙ୍କ ବହୁଚର୍ଚ୍ଚିତ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ଡିଜାଇନିଂ ଦୁନିଆରେ ଭାରତର ଅବଦାନ ୨୦ ପ୍ରତିଶତ ରହିଛି ଏବଂ ଏହା କ୍ରମାଗତ ଭାବେ ବୃଦ୍ଧି ପାଉଛି ବୋଲି ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତ ୮୫,୦୦୦ ଟେକ୍ନିସିଆନ୍, ଇଞ୍ଜିନିୟର ଏବଂ ଗବେଷଣା ଓ ବିକାଶ ବିଶେଷଜ୍ଞଙ୍କୁ ନେଇ ଏକ ସେମିକଣ୍ଡକ୍ଟର କାର୍ଯ୍ୟବଳ ସୃଷ୍ଟି କରୁଛି। ଭାରତର ଗବେଷଣା ଇକୋସିଷ୍ଟମକୁ ନୂତନ ଦିଗ ଏବଂ ଶକ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଅନୁସନ୍ଧାନ ଜାତୀୟ ଗବେଷଣା ଫାଉଣ୍ଡେସନର ପ୍ରଥମ ବୈଠକ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଭାରତ ଏହାର ଛାତ୍ରଛାତ୍ରୀ ଏବଂ ବୃତ୍ତିଗତ ଶିଳ୍ପକୁ ପ୍ରସ୍ତୁତ କରିବା ଉପରେ ଧ୍ୟାନ ଦେଉଛି।’’ ଏଥିସହିତ ୧ ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ଗବେଷଣା ପାଣ୍ଠି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ।

 

ଏଭଳି ପଦକ୍ଷେପ ବିଜ୍ଞାନ କ୍ଷେତ୍ରରେ ସେମିକଣ୍ଡକ୍ଟର ଏବଂ ଉଦ୍ଭାବନର ପରିସରକୁ ନିଶ୍ଚିତ ଭାବେ ବୃଦ୍ଧି କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଜୋର୍‌ ଦେଇ କହିଥିଲେ। ସେମିକଣ୍ଡକ୍ଟର ଭିତ୍ତିଭୂମି ଉପରେ ସରକାରଙ୍କ ଗୁରୁତ୍ୱ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । ବର୍ତ୍ତମାନର ସଂସ୍କାରବାଦୀ ସରକାର, ଦେଶର ବୃଦ୍ଧି ପାଉଥିବା ଉତ୍ପାଦନ ଭିତ୍ତିଭୂମି ଏବଂ ଦେଶର ଆକାଂକ୍ଷୀ ବଜାରକୁ ନେଇ ଏକ ତ୍ରିମୁଖୀ ଶକ୍ତି ଭାରତ ପାଖରେ ରହିଛି, ଯାହାକି ବୈଷୟିକ ପ୍ରଗତି ବିଷୟରେ ଅବଗତ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଥ୍ରୀ-ଡି ଶକ୍ତିର ଏହି ଆଧାର ଅନ୍ୟତ୍ର ମିଳିବା କଷ୍ଟକର ।’’

ଭାରତର ଆକାଂକ୍ଷୀ ଏବଂ ପ୍ରଯୁକ୍ତି ଆଧାରିତ ସମାଜର ସ୍ୱାତନ୍ତ୍ର୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ଚିପ୍ସର ଅର୍ଥ କେବଳ ଟେକ୍ନୋଲୋଜିରେ ସୀମିତ ନୁହେଁ ବରଂ କୋଟି କୋଟି ନାଗରିକଙ୍କ ଆକାଂକ୍ଷା ପୂରଣ କରିବାର ଏକ ମାଧ୍ୟମ । ଭାରତ ଏଭଳି ଚିପ୍ ର ଏକ ବିଶାଳ ଉପଭୋକ୍ତା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଏହା ଉପରେ ବିଶ୍ୱର ସର୍ବୋତ୍ତମ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ‘‘ଏହି କ୍ଷୁଦ୍ର ଚିପ୍ ଭାରତରେ ଶେଷ ମାଇଲ ସେବା ବିତରଣ ସୁନିଶ୍ଚିତ କରିବା ପାଇଁ ବଡ଼ ବଡ଼ କାର୍ଯ୍ୟ କରୁଛି।’’ କରୋନା ମହାମାରୀ ସଙ୍କଟକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ଭାରତରେ ବ୍ୟାଙ୍କଗୁଡ଼ିକ କ୍ରମାଗତ ଭାବେ ପ୍ରଗତି ହାସଲ କରୁଥିଲେ। ଭାରତର ୟୁପିଆଇ ହେଉ, ରୂପେ କାର୍ଡ ହେଉ, ଡିଜି ଲକର ହେଉ କିମ୍ବା ଡିଜି ଯାତ୍ରା, ଏକାଧିକ ଡିଜିଟାଲ ପ୍ଲାଟଫର୍ମ ଭାରତବାସୀଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଛି। ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତ ପ୍ରତ୍ୟେକ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରୁଛି, ବଡ଼ ଆକାରରେ ସବୁଜ ପରିବର୍ତ୍ତନ କରୁଛି ଏବଂ ଡାଟା ସେଣ୍ଟରର ଚାହିଦା ମଧ୍ୟ ବୃଦ୍ଧି ପାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି, ଯେ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପକୁ ଚଳାଇବାରେ ଭାରତ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ଯାଉଛି।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୋଟିଏ ପୁରୁଣା କଥା ଅଛି- ‘‘ଚିପ୍ସଗୁଡ଼ିକୁ ଯେଉଁଠାରେ ପଡ଼ିବାର ଅଛି ସେଠାରେ ପଡ଼ିବାକୁ ଦିଅନ୍ତୁ’’, ଅର୍ଥାତ୍ ଯାହା ବି ଚାଲିଛି... ସେହିପରି ଚାଲିବାକୁ ଦିଅନ୍ତୁ କିନ୍ତୁ ଆଜିର ଯୁବ ଓ ଆକାଂକ୍ଷୀ ଭାରତ ଏହି ଭାବନାକୁ ଅନୁସରଣ କରୁନାହିଁ ବୋଲି ସେ କହିଛନ୍ତି । ସେ ଆହୁରି କହିଥିଲେ  ଯେ ଦେଶର ନୂତନ ମନ୍ତ୍ର ହେଉଛି ଭାରତରେ ଉତ୍ପାଦିତ ଚିପ୍ ସଂଖ୍ୟା ବୃଦ୍ଧି କରିବା। ସେମିକଣ୍ଡକ୍ଟର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ଅନେକ ପଦକ୍ଷେପ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ସେମିକଣ୍ଡକ୍ଟର ଉତ୍ପାଦନ କାରଖାନା ସ୍ଥାପନ ପାଇଁ ସରକାର ୫୦% ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ଏବଂ ଏହି ପ୍ରୟାସରେ ରାଜ୍ୟ ସରକାରମାନେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଏହି ନୀତି ଯୋଗୁଁ ଭାରତ ଖୁବ୍ କମ୍ ସମୟ ମଧ୍ୟରେ ୧.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ଆକୃଷ୍ଟ କରିଛି ଏବଂ ଆହୁରି ଅନେକ ପ୍ରକଳ୍ପ ଯୋଜନା ସ୍ତରରେ ରହିଛି ବୋଲି ସେ କହିଥିଲେ । ଶ୍ରୀ ମୋଦୀ ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମର ବ୍ୟାପକ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ଯାହା ଯୋଗାଣ ଶୃଙ୍ଖଳାର ଫ୍ରଣ୍ଟ-ଏଣ୍ଡ ଫ୍ୟାବ୍, ଡିସ୍ପ୍ଲେ ଫ୍ୟାବ୍, ସେମିକଣ୍ଡକ୍ଟର ପ୍ୟାକେଜିଂ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଉପାଦାନଗୁଡ଼ିକ ପାଇଁ ଆର୍ଥିକ ସହାୟତା ପ୍ରଦାନ କରେ । ଚଳିତ ବର୍ଷ ଲାଲକିଲ୍ଲାରୁ ସେ ଘୋଷଣା କରିଥିଲେ, ଆମର ସ୍ୱପ୍ନ ହେଉଛି ବିଶ୍ୱର ପ୍ରତ୍ୟେକ ଡିଭାଇସରେ ଏକ ଭାରତୀୟ ନିର୍ମିତ ଚିପ୍ ରହିବ। ସେମିକଣ୍ଡକ୍ଟର ଶକ୍ତିକେନ୍ଦ୍ର ହେବା ପାଇଁ ଯାହା ବି କରିବାକୁ ପଡିବ ତାହା କରିବାକୁ ଭାରତର ଆକାଂକ୍ଷାକୁ ସେ ଦୋହରାଇଥିଲେ ।

ସେମିକଣ୍ଡକ୍ଟର ଉଦ୍ୟୋଗ ପାଇଁ ଆବଶ୍ୟକ ଗୁରୁତ୍ବପୂର୍ଣ୍ଣ ଖଣିଜ ଉପରେ ସରକାର ଧ୍ୟାନ କେନ୍ଦ୍ରିତ କରୁଥିବା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଲାଗି ନିକଟରେ ଘୋଷଣା କରାଯାଇଥିବା ଗୁରୁତ୍ବପୂର୍ଣ୍ଣ ଖଣିଜ ମିଶନ ଏବଂ ବିଦେଶରେ ହୋଇଥିବା ଅଧିଗ୍ରହଣ ବିଷୟରେ ସେ ସୂଚନା ଦେଇଥିଲେ । ସେ ରେଖାଙ୍କିତ କରିଥିଲେ ଯେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ପାଇଁ ସୀମା ଶୁଳ୍କ ଛାଡ଼ ଏବଂ ଖଣି ନିଲାମ ଉପରେ ଭାରତ ଦ୍ରୁତ ଗତିରେ କାର୍ଯ୍ୟ କରୁଛି। ଶ୍ରୀ ମୋଦୀ ଆହୁରି ମଧ୍ୟ ଆଇଆଇଟି ସହଯୋଗରେ ଭାରତୀୟ ମହାକାଶ ବିଜ୍ଞାନ ପ୍ରତିଷ୍ଠାନରେ ଏକ ସେମିକଣ୍ଡକ୍ଟର ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାର ଯୋଜନା ବିଷୟରେ ପ୍ରକାଶ କରିଥିଲେ, ଯାହା କେବଳ ଆଜିର ନୁହେଁ, ବରଂ ପରବର୍ତ୍ତୀ ପିଢ଼ିର ଉଚ୍ଚ ପ୍ରଯୁକ୍ତି ସମ୍ପନ୍ନ ବା ହାଇଟେକ୍‌ ଚିପ୍ ଉତ୍ପାଦନ କରିବ। ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ‘ତୈଳ କୂଟନୀତି’ ବିଷୟରେ ମନେ ପକାଇ କହିଥିଲେ ଯେ ବିଶ୍ୱ ଆଜି ‘ସିଲିକନ୍ ଡିପ୍ଲୋମେସି’ର ଏକ ଯୁଗରେ ଆଗେଇ ଚାଲିଛି। ଭାରତ-ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ଢାଞ୍ଚାର ଯୋଗାଣ ଶୃଙ୍ଖଳା ପରିଷଦ ଉପାଧ୍ୟକ୍ଷ ଭାବରେ ଭାରତ ମନୋନୀତ ହୋଇଛି ଏବଂ କ୍ୱାଡ୍ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳା କାର୍ଯ୍ୟକ୍ରମରେ ଭାରତ ଏକ ପ୍ରମୁଖ ଅଂଶୀଦାର ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏହାବ୍ୟତୀତ ଜାପାନ ଓ ସିଙ୍ଗାପୁର ଭଳି ଦେଶ ସହ ଚୁକ୍ତି ସ୍ୱାକ୍ଷରିତ ହୋଇଛି ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତ ଆମେରିକା ସହ ସହଯୋଗକୁ ଆହୁରି ସୁଦୃଢ଼ କରୁଛି ବୋଲି ସେ କହିଥିଲେ।

 

ଯେଉଁମାନେ ସେମିକଣ୍ଡକ୍ଟର ଉପରେ ଭାରତର ଗୁରୁତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି ସେମାନେ ଡିଜିଟାଲ ଇଣ୍ଡିଆ ମିଶନର ସଫଳତା ଅଧ୍ୟୟନ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ଦେଶକୁ ଏକ ସ୍ୱଚ୍ଛ, ପ୍ରଭାବଶାଳୀ ଏବଂ ବାଟମାରଣା ମୁକ୍ତ ଶାସନ ପ୍ରଦାନ କରିବା ଉଦ୍ଦେଶ୍ୟରେ ଡିଜିଟାଲ ଇଣ୍ଡିଆ ମିଶନ ଏବଂ ଏହାର ଗୁଣାତ୍ମକ ପ୍ରଭାବ ଆଜି ଅନୁଭବ କରାଯାଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ । ଡିଜିଟାଲ ଇଣ୍ଡିଆର ସଫଳତା ଲାଗି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ମୋବାଇଲ ହ୍ୟାଣ୍ଡସେଟ୍ ଏବଂ ଡାଟାକୁ ସୁଲଭ କରିବା ପାଇଁ ଆବଶ୍ୟକ ସଂସ୍କାର ଏବଂ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି । ଏକ ଦଶନ୍ଧି ପୂର୍ବେ ଭାରତ ମୋବାଇଲ୍ ଫୋନ୍ ର ସବୁଠାରୁ ବଡ଼ ଆମଦାନୀକାରୀ ଦେଶ ହୋଇଥିବା ବେଳେ ଆଜି ଏହା ବିଶ୍ୱର ଦ୍ବିତୀୟ ବୃହତ୍ତମ ମୋବାଇଲ୍ ଫୋନ୍ ଉତ୍ପାଦନକାରୀ ଏବଂ ରପ୍ତାନିକାରୀ ଦେଶ ପାଲଟିଛି। ବିଶେଷ କରି 5-ଜି ହ୍ୟାଣ୍ଡସେଟ୍ ବଜାରରେ ଭାରତର ଦ୍ରୁତ ଅଗ୍ରଗତି କୁ ଉଦାହରଣ ଦେଇ ସେ କହିଥିଲେ ଯେ 5-ଜି ହ୍ୟାଣ୍ଡସେଟ୍ ଆରମ୍ଭ ହେବାର ମାତ୍ର ଦୁଇ ବର୍ଷ ପରେ ଭାରତ ଏବେ ବିଶ୍ୱସ୍ତରରେ 5-ଜି ହ୍ୟାଣ୍ଡସେଟ୍ ପାଇଁ ଦ୍ୱିତୀୟ ବୃହତ୍ତମ ବଜାର ପାଲଟିଛି।

 

ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରର ମୂଲ୍ୟ ଏବେ ୧୫୦ ବିଲିୟନ ଡଲାରରୁ ଅଧିକ ହୋଇଥିବାବେଳେ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଦେଶର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ୫୦୦ ବିଲିୟନ ଡଲାରକୁ ବୃଦ୍ଧି କରିବା ଏବଂ ୬ ନିୟୁତ ନିଯୁକ୍ତି ସୃଷ୍ଟି କରିବାକୁ ଏକ ବୃହତ ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ଧାର୍ଯ୍ୟ କରିଥିଲେ । ଏହି ଅଭିବୃଦ୍ଧି ଭାରତର ସେମିକଣ୍ଡକ୍ଟର କ୍ଷେତ୍ରକୁ ସିଧାସଳଖ ଫାଇଦା ଦେବ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଆମର ଲକ୍ଷ୍ୟ ହେଉଛି ୧୦୦% ଇଲେକ୍ଟ୍ରୋନିକ୍ ଉତ୍ପାଦନ ଭାରତରେ ହେବା ଉଚିତ। ଭାରତ ସେମିକଣ୍ଡକ୍ଟର ଚିପ୍ ଏବଂ ପ୍ରସ୍ତୁତ ଉତ୍ପାଦ ମଧ୍ୟ ତିଆରି କରିବ ।

 

ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମ କେବଳ ଭାରତର ଆହ୍ୱାନ ଲାଗି ନୁହେଁ ବରଂ ବୈଶ୍ୱିକ ଆହ୍ୱାନ ପାଇଁ ମଧ୍ୟ ଏକ ସମାଧାନ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ଡିଜାଇନ୍ କ୍ଷେତ୍ର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ‘ସିଙ୍ଗଲ୍‌ ପଏଣ୍ଟ ଅଫ୍‌ ଫେଲିୟୋର୍‌’ ବା ‘ବିଫଳତାର ଏକକ ବିନ୍ଦୁ’ ରୂପକ ବିଷୟରେ ଉଲ୍ଲେଖ କରିଥିଲେ । ସେ ବିସ୍ତୃତ ଭାବେ ବୁଝାଇଥିଲେ ଯେ ଡିଜାଇନ୍ ଛାତ୍ରମାନଙ୍କୁ ଏହି ତ୍ରୁଟିକୁ ଏଡ଼ାଇବା ପାଇଁ ଶିଖାଯାଇଥାଏ କାରଣ ମୁଖ୍ୟ ସିଷ୍ଟମ୍ ର କେବଳ ଗୋଟିଏ ଉପାଦାନ ଉପରେ ନିର୍ଭରଶୀଳତା ରହିଥାଏ । ସେ ଆହୁରି ମଧ୍ୟ କହିଥିଲେ ଯେ ଯୋଗାଣ ଶୃଙ୍ଖଳା ପାଇଁ ଏହି ନୀତି ସମାନ ଭାବରେ ପ୍ରଯୁଜ୍ୟ । କୋଭିଡ୍ ହେଉ କି ଯୁଦ୍ଧ, ଏମିତି କୌଣସି ଗୋଟିଏ ଶିଳ୍ପ ନାହିଁ ଯାହା ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେବା ଦ୍ୱାରା ପ୍ରଭାବିତ ହୋଇନଥିବ । ଏକ ସ୍ଥିର ଯୋଗାଣ ଶୃଙ୍ଖଳାର ଗୁରୁତ୍ୱ ଉପରେ ଜୋର୍‌ ଦେଇ ପ୍ରଧାନମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ସ୍ଥିରତା ସୃଷ୍ଟି କରିବାରେ ଭାରତର କେନ୍ଦ୍ରୀୟ ଭୂମିକାକୁ ଗର୍ବର ସହ ପ୍ରକଟ କରିଥିଲେ । ଯୋଗାଣ ଶୃଙ୍ଖଳାକୁ ସୁରକ୍ଷିତ ରଖିବା ପାଇଁ ବିଶ୍ୱସ୍ତରୀୟ ଅଭିଯାନରେ ଦେଶକୁ ଏକ ପ୍ରମୁଖ ଅଂଶୀଦାର ଭାବରେ ସେ ଅଭିହିତ କରିଥିଲେ ।

 

ବୈଷୟିକ ଜ୍ଞାନକୌଶଳ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ମଧ୍ୟରେ ରହିଥିବା ସମ୍ପର୍କ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗଣତାନ୍ତ୍ରିକ ମୂଲ୍ୟବୋଧ ସହ ମିଶିଲେ ପ୍ରଯୁକ୍ତିବିଦ୍ୟାର ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ବୈଷୟିକ ଜ୍ଞାନକୌଶଳରୁ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତ୍ୟାହାର କରି ନେଲେ ଶୀଘ୍ର କ୍ଷତି ହେବ ବୋଲି ସେ ସତର୍କ କରାଇ ଦେଇଥିଲେ। ସଙ୍କଟ ସମୟରେ ମଧ୍ୟ କାର୍ଯ୍ୟକ୍ଷମ ଥିବା ବିଶ୍ୱ ଗଠନ ଉପରେ ଭାରତର ଗୁରୁତ୍ୱକୁ ଦୋହରାଇ ଶ୍ରୀ ମୋଦୀ କହିଥିଲେ, ‘‘ମୋବାଇଲ୍ ଉତ୍ପାଦନ ହେଉ, ଇଲେକ୍ଟ୍ରୋନିକ୍ସ କିମ୍ବା ସେମିକଣ୍ଡକ୍ଟର ହେଉ, ଆମର ଧ୍ୟାନ ସ୍ପଷ୍ଟ- ଆମେ ଏପରି ଏକ ବିଶ୍ୱ ଗଠନ କରିବାକୁ ଚାହୁଁଛୁ ଯାହା ସଙ୍କଟ ସମୟରେ ଅଟକିବ ନାହିଁ କିମ୍ବା ସ୍ଥାଣୁ ହୋଇ ରହିବ ନାହିଁ ବରଂ ଆଗକୁ ବଢ଼ିବ। ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରୀୟ ପ୍ରୟାସକୁ ସୁଦୃଢ଼ କରିବାରେ ଭାରତର ଦକ୍ଷତା ଉପରେ ଆସ୍ଥା ପ୍ରକଟ କରିବା ସହ ଏହି ଅଭିଯାନରେ ସମ୍ପୃକ୍ତ ସମସ୍ତ ଅଂଶୀଦାରଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

 

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜିତିନ ପ୍ରସାଦ, ସେମି ର ସଭାପତି ତଥା ସିଇଓ ଶ୍ରୀ ଅଜିତ ମନୋଚା, ଏନଏକ୍ସପି ସେମିକଣ୍ଡକ୍ଟରର ସିଇଓ ଡକ୍ଟର ରଣଧୀର ଠାକୁର, ରେନେସାସର ସିଇଓ କୁର୍ଟ ସିଭର୍ସ, ଶ୍ରୀ ହିଦେତୋଶୀ ଶିବାତା ଏବଂ ଆଇଏମ୍ଇସିର ସିଇଓ ଲକ୍ ଭାନ୍ ଡେନ୍ ହୋଭ୍ ଉପସ୍ଥିତ ଥିଲେ।

 

ପୃଷ୍ଠଭୂମି

ସେମିକଣ୍ଡକ୍ଟର ଡିଜାଇନ, ଉତ୍ପାଦନ ଏବଂ ପ୍ରଯୁକ୍ତି ବିଦ୍ୟା ବିକାଶ କ୍ଷେତ୍ରରେ ଭାରତକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ଅବସ୍ଥାପିତ କରିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ । ଏହି ପରିପ୍ରେକ୍ଷୀରେ ସେମିକନ୍ ଇଣ୍ଡିଆ ୨୦୨୪ ସେପ୍ଟେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ‘ସେମିକଣ୍ଡକ୍ଟର ଭବିଷ୍ୟତକୁ ଆକାର ଦେବା’ ଶୀର୍ଷକ ବିଷୟବସ୍ତୁକୁ ନେଇ ଆୟୋଜନ କରାଯାଉଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଭାରତର ସେମିକଣ୍ଡକ୍ଟର ରଣନୀତି ଏବଂ ନୀତି ପ୍ରଦର୍ଶିତ ହେବ, ଯେଉଁଥିରେ ଭାରତକୁ ସେମିକଣ୍ଡକ୍ଟର ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ରେ ପରିଣତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ଏଥିରେ ବିଶ୍ୱ ସେମିକଣ୍ଡକ୍ଟର କ୍ଷେତ୍ରରେ ବୃହତ ଉଦ୍ୟୋଗର ଶୀର୍ଷ ନେତୃତ୍ୱ ଅଂଶଗ୍ରହଣ କରିଛନ୍ତି ଏବଂ ସେମିକଣ୍ଡକ୍ଟର ଶିଳ୍ପର ବିଶ୍ୱସ୍ତରୀୟ ନେତୃବର୍ଗ, କମ୍ପାନୀ ଏବଂ ବିଶେଷଜ୍ଞମାନେ ଏକତ୍ରିତ ହୋଇଛନ୍ତି । ଏହି ସମ୍ମିଳନୀରେ ୨୫୦ରୁ ଅଧିକ ପ୍ରଦର୍ଶକ ଓ ୧୫୦ ବକ୍ତା ଅଂଶଗ୍ରହଣ କରୁଛନ୍ତି।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Number of Indian women with digital access doubled since 2021: Survey

Media Coverage

Number of Indian women with digital access doubled since 2021: Survey
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets people of Goa on Goa Statehood Day
May 30, 2026

The Prime Minister, Shri Narendra Modi, today extended his greetings to the people of Goa on the occasion of Goa Statehood Day.

The Prime Minister said that Goa is widely known for its vibrant culture, rich heritage, natural beauty and warm-hearted people.

The Prime Minister noted that the occasion is an opportunity to remember with gratitude all those who worked tirelessly for the progress and identity of Goa.

The Prime Minister expressed hope that Goa will continue to prosper and play an important role in building a Viksit Bharat.

Shri Modi also prayed for the good health and prosperity of every Goan.

The Prime Minister wrote on X;

“Greetings to the people of Goa on the special occasion of Goa Statehood Day. Goa’s vibrant culture, rich heritage, natural beauty and warm-hearted people are widely known. This day is also an opportunity to remember with gratitude all those who worked tirelessly for its progress and identity. May Goa continue to prosper and play an important role in building a Viksit Bharat. Praying for the good health and prosperity of every Goan.”