“ଲତା ଦିଦିଙ୍କ ଠାରୁ ଭଉଣୀର ପ୍ରେମ ପାଇବା ଅପେକ୍ଷା ଆଉ କ'ଣ ଅଧିକ ସୌଭାଗ୍ୟ ହୋଇପାରେ, ଯିଏ ପ୍ରେମ ଏବଂ ଭାବନାର ଉପହାର ସବୁ ପୀଢିକୁ ଦେଇଛନ୍ତି”
“ମୁଁ ଏହି ପୁରସ୍କାରକୁ ସମସ୍ତ ଦେଶବାସୀଙ୍କୁ ଉତ୍ସର୍ଗ କରୁଛି । ଯେହେତୁ ଲତା ଦିଦି ଲୋକଙ୍କର ଥିଲେ, ତାଙ୍କ ନାମରେ ମୋତେ ଦିଆଯାଇଥିବା ଏହି ପୁରସ୍କାର ମଧ୍ୟ ଲୋକଙ୍କର ଅଟେ”
“ସେ ସ୍ୱାଧୀନତା ପୂର୍ବରୁ ଭାରତକୁ ସ୍ୱର ଦେଇଥିଲେ ଏବଂ ଏହି ୭୫ ବର୍ଷର ଦେଶର ଯାତ୍ରା ମଧ୍ୟ ତାଙ୍କ ସ୍ୱର ସହିତ ଜଡିତ ଅଛି”
“ଲତା ଜୀ ସଙ୍ଗୀତକୁ ପୂଜା କରିଥିଲେ କିନ୍ତୁ ଦେଶଭକ୍ତି ଏବଂ ଜାତୀୟ ସେବା ମଧ୍ୟ ତାଙ୍କ ସଙ୍ଗୀତ ମାଧ୍ୟମରେ ପ୍ରେରଣା ପାଇଥିଲା”
“ଲତା ଜୀ" ଏକ ଭାରତ ଶ୍ରେଷ୍ଠ ଭାରତ' ର ଏକ ସୁସଜ୍ଜିତ ନିଦର୍ଶନ ପରି ଥିଲେ'
“ଲତା ଜୀଙ୍କର ଉଲ୍ଲେଖନୀୟ କାର୍ଯ୍ୟ ସମଗ୍ର ଦେଶକୁ ଏକତ୍ର କରିବା ପାଇଁ କାମ କରୁଥିଲା । ବିଶ୍ୱସ୍ତରରେ ମଧ୍ୟ ସେ ଭାରତର ସାଂସ୍କୃତିକ ରାଷ୍ଟ୍ରଦୂତ ଥିଲେ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇରେ ମାଷ୍ଟର ଦୀନନାଥ ମଙ୍ଗେଶକର ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ଲତା ଦୀନନାଥ ମଙ୍ଗେଶକର ପୁରସ୍କାର ପ୍ରଦାନ କରାଯାଇଥିଲା । ଭାରତ ରତ୍ନ ଲତା ମଙ୍ଗେଶକରଙ୍କ ସ୍ମୃତିରେ ପ୍ରତିଷ୍ଠିତ ଏହି ପୁରସ୍କାର ପ୍ରତିବର୍ଷ ରାଷ୍ଟ୍ର ର୍ନିମାଣରେ ଆଦର୍ଶ ଅବଦାନ ପାଇଁ କେବଳ ଜଣେ ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂ କୋଶିଆରୀ, ମଙ୍ଗେଶକର ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ଏହା କହିଥିଲେ ଯେ ଯଦିଓ ତାଙ୍କର ସଂଗୀତ ବିଷୟରେ ଅଧିକ ଜ୍ଞାନ ନାହିଁ କିନ୍ତୁ ସାଂସ୍କୃତିକ ପ୍ରଶଂସା ଦ୍ୱାରା ସଂଗୀତ ଉଭୟ ଏକ "ସାଧନା’ ଏବଂ ଏକ ଭାବନା ଅଟେ । ସେ ତାଙ୍କର ବକ୍ତବ୍ୟ ଜାରି ରଖି କହିଛନ୍ତି ଯେ ଯିଏ ଅକୁହା କଥାକୁ ଭାବରେ ପ୍ରକାଶ କରେ ସେ ହେଉଛି ଶବ୍ଦ । ଏକ ଯାହା ଶକ୍ତି ଏବଂ ଚେତନାରେ ପରିପୂର୍ଣ୍ଣ କରେ ତାହା ହେଉଛି "ନାଦ ଏବଂ ଯିଏ ଭାବନା ଏବଂ ଆବେଗ ସହିତ ଚେତନାକୁ ପୂର୍ଣ୍ଣ କରେ ଏବଂ ଏହାକୁ ସୃଷ୍ଟି ଏବଂ ସମ୍ବେଦନଶୀଳତାର ଚରମ ସୀମାକୁ ନେଇଯାଏ, ତାହା ହେଉଛି "ସଙ୍ଗୀତ । ସଙ୍ଗୀତ ଆପଣଙ୍କୁ ବୀରତ୍ୱ, ମାତୃ ସ୍ନେହରେ ପରିପୂର୍ଣ୍ଣ କରିପାରେ ଏହା ଦେଶପ୍ରେମ ଏବଂ କର୍ତ୍ତବ୍ୟ ଭାବର ଶିଖରକୁ ନେଇପାରେ । ସେ କହିଛନ୍ତି, ଲତା ଦିଦିଙ୍କ ରୂପରେ ସଙ୍ଗୀତର ଏହି ଦକ୍ଷତା ଏବଂ ଶକ୍ତି ଦେଖି ଆମେ ଭାଗ୍ୟବାନ । ବ୍ୟକ୍ତିଗତ ଭାବେ ଶ୍ରୀ ମୋଦୀ କହିଛନ୍ତି ମୋ ପାଇଁ ଲତା ଦିଦି ମୋର ‘ସ୍ୱର ସମ୍ରାଜ୍ଞୀ ସହିତ ବଡ ଭଉଣୀ ମଧ୍ୟ ଥିଲେ । ଲତା ଦିଦିଙ୍କ ଠାରୁ ଭଉଣୀର ପ୍ରେମ ପାଇବା ଅପେକ୍ଷା ଆଉ କ'ଣ ଅଧିକ ସୌଭାଗ୍ୟ ହୋଇପାରେ, ଯିଏ ପ୍ରେମ ଏବଂ ଭାବନାର ଉପହାର ସବୁ ପୀଢିକୁ ଦେଇଛନ୍ତି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୁରସ୍କାର ଗ୍ରହଣ କରିବାକୁ ସେ ସାଧାରଣତଃ ସହଜ ଅନୁଭବ କରୁନଥିଲେ, କିନ୍ତୁ ଯେତେବେଳେ ମଙ୍ଗେଶକର ପରିବାର ପକ୍ଷରୁ ଏହି ପୁରସ୍କାରଟି ବଡ ଭଉଣୀ ଲଦା ଦିଦିଙ୍କ ନାମରେ ବୋଲି ଡକାଗଲା ସେତେବେଳେ ଏହା ତାଙ୍କ ସ୍ନେହ ଏବଂ ପ୍ରେମର ପ୍ରତୀକ ହୋଇଗଲା । ଏଥିପାଇଁ ନା କହିବା ମୋ ପକ୍ଷେ ସମ୍ଭବ ନୁହେଁ । ମୁଁ ଏହି ପୁରସ୍କାରକୁ ସମସ୍ତ ଦେଶବାସୀଙ୍କୁ ଉତ୍ସର୍ଗ କରୁଛି । ଯେହେତୁ ଲତା ଦିଦି ଲୋକଙ୍କର ଥିଲେ, ତାଙ୍କ ନାମରେ ମୋତେ ଦିଆଯାଇଥିବା ଏହି ପୁରସ୍କାର ମଧ୍ୟ ଲୋକଙ୍କର ଅଟେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଅନେକ ବ୍ୟକ୍ତିଗତ ଉପାଖ୍ୟାନ ବର୍ଣ୍ଣନା କରିଥିଲେ ଏବଂ ସାଂସ୍କୃତିକ ଦୁନିଆରେ ଲତା ଦିଦିଙ୍କ ଅପାର ଅବଦାନ ଉପରେ ଉଲ୍ଲେଖ କରିଥିଲେ । ଲତା ଜୀଙ୍କର ଜୀବନ ଯାତ୍ରା ଏକ ସମୟରେ ସମାପ୍ତ ହୋଇଥିଲା ଯେତେବେଳେ ଆମ ଦେଶ ଏହାର ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ସ୍ୱାଧୀନତା ପୂର୍ବରୁ ସେ ଭାରତକୁ ସ୍ୱର ଦେଇଥିଲେ ଏବଂ ଏହି ୭୫ ବର୍ଷର ଦେଶର ଯାତ୍ରା ମଧ୍ୟ ତାଙ୍କ ସ୍ୱର ସହିତ ଜଡିତ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମଙ୍ଗେଶକର ପରିବାରରେ ଦେଶପ୍ରେମ ବିଷୟରେ କହିଥିଲେ । ସେ କହିଛନ୍ତି ସଙ୍ଗୀତ ସହିତ ଲତା ଦିଦିଙ୍କ ମଧ୍ୟରେ ଦେଶପ୍ରେମର ଯେଉଁ ଚେତନା ଥିଲା, ତାଙ୍କ ପିତା ଏହାର ଉତ୍ସ ଥିଲେ । ସ୍ୱାଧୀନତା ସଂଗ୍ରାମ ସମୟରେ ଶିମଲାରେ ବ୍ରିଟିଶ ଭାଇସରୟଙ୍କ କାର୍ଯ୍ୟକ୍ରମରେ ଦିନନାଥ ଜୀ ବୀର ସାବରକରଙ୍କ ଦ୍ୱାରା ଲିଖିତ ଏକ ଗୀତ ଗାଇଥିବାବେଳେ ଶ୍ରୀ ମୋଦୀ ଏହି ଘଟଣାର ବର୍ଣ୍ଣନା କରିଥିଲେ । ଏହି ଗୀତଟି ବ୍ରିଟିଶ ଶାସନକୁ ଚ୍ୟାଲେଞ୍ଜ କରି ବୀର ସାବରକର ଲେଖିଥିଲେ । ଦେଶଭକ୍ତିର ଏହି ଅନୁଭବ ତାଙ୍କ ପରିବାରକୁ ଦିନନାଥ ଜୀଙ୍କ ଦ୍ୱାରା ଦିଆଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଲତା ଜୀ ସଂଗୀତକୁ ତାଙ୍କର ଉପାସନା କରିଥିଲେ କିନ୍ତୁ ଦେଶପ୍ରେମ ଏବଂ ଜାତୀୟ ସେବା ମଧ୍ୟ ତାଙ୍କ ଗୀତ ମାଧ୍ୟମରେ ପ୍ରେରଣା ପାଇଥିଲା । 

ପ୍ରଧାନମନ୍ତ୍ରୀ ଲତା ଦିଦିଙ୍କ ଚମତ୍କାର କ୍ୟାରିୟର ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ଲତା ଜୀ ‘ଏକ ଭାରତ ଶ୍ରେଷ୍ଠ ଭରତ'ର ଏକ ସୁସଜ୍ଜିତ ନିଦର୍ଶନ ପରି ଥିଲେ । ସେ ୩୦ ରୁ ଅଧିକ ଭାଷାରେ ହଜାର ହଜାର ଗୀତ ଗାଇଥିଲେ । ସେ ହିନ୍ଦୀ, ମରାଠୀ, ସଂସ୍କୃତ କିମ୍ବା ଅନ୍ୟାନ୍ୟ ଭାରତୀୟ ଭାଷା ହେଉ, ତାଙ୍କ ସ୍ୱର ସବୁ ସ୍ଥାନରେ ସମାନ ଥିଲା । ଶ୍ରୀ ମୋଦୀ ବକ୍ତବ୍ୟ ଜାରି ରଖି କହିଥିଲେ ଯେ ‘ସଂସ୍କୃତିଠାରୁ ବିଶ୍ୱାସ ପର୍ଯ୍ୟନ୍ତ, ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ, ଲତା ଜୀଙ୍କର ଉଲ୍ଲେଖନୀୟ କାର୍ଯ୍ୟ ସମଗ୍ର ଦେଶକୁ ଏକତ୍ର କରିବା ପାଇଁ କାମ କଲା । ବିଶ୍ୱସ୍ତରରେ ମଧ୍ୟ ସେ ଭାରତର ସାଂସ୍କୃତିକ ରାଷ୍ଟ୍ରଦୂତ ଥିଲେ ।“ ସେ ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ ଅଞ୍ଚଳର ଲୋକଙ୍କ ମନରେ ରହିଛନ୍ତି । ଭାରତୀୟତା ସହିତ ସଙ୍ଗୀତ କିପରି ଅମର ହୋଇପାରିବ ବୋଲି ସେ ଦର୍ଶାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ପରିବାରର ମାନବ ପ୍ରେମ କାର୍ଯ୍ୟ ସଂକ୍ରାନ୍ତରେ ମଧ୍ୟ ଉଲ୍ଲେଖ କରିଥିଲେ ।

ଭାରତ ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି ବିକାଶର ଅର୍ଥ ହେଉଛି ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପୟାସ । ଏହି କାର୍ଯ୍ୟ ସମସ୍ତଙ୍କୁ " ବସୁଧୈବ କୁଟୁମ୍ବକମ୍‌” ରେ ସମସ୍ତଙ୍କ କଲ୍ୟାଣର ଦର୍ଶନକୁ ମଧ୍ୟ ଅନ୍ତର୍ଭୁକ୍ତ କରେ । ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ବିକାଶର ଏପରି ଧାରଣା ବସ୍ତୁବାଦୀ ସାମର୍ଥ୍ୟ ଦ୍ୱାରା ହାସଲ ହୋଇପାରିବ ନାହିଁ । ଏଥିପାଇଁ ଆଧ୍ୟାତ୍ମିକ ଚେତନା ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଯୋଗ, ଆୟୁର୍ବେଦ ଏବଂ ପରିବେଶ ଭଳି କ୍ଷେତ୍ରରେ ଭାରତ ନେତୃତ୍ୱ ପ୍ରଦାନ କରୁଛି । ମୋର ବିଶ୍ୱାସ, ଆମର ଭାରତୀୟ ସଙ୍ଗୀତ ମଧ୍ୟ ଭାରତର ଏହି ଅବଦାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଆସନ୍ତୁ ଏହି ଐତିହ୍ୟକୁ ସମାନ ମୂଲ୍ୟବୋଧ ସହିତ ଜୀବନ୍ତ ରଖିବା ଏବଂ ଏହାକୁ ଆଗକୁ ବଢାଇବା ଏବଂ ଏହାକୁ ବିଶ୍ୱ ଶାନ୍ତିର ମାଧ୍ୟମ କରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI goes live at Eiffel Tower and French airports as India-France digital ties strengthen

Media Coverage

UPI goes live at Eiffel Tower and French airports as India-France digital ties strengthen
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 15, 2026
June 15, 2026

Citizens Celebrate 12 Years of Modi: Building a Saksham Middle Class at Home While Earning Global Respect Abroad