ଆମ ପ୍ରବାସୀ ଭାରତୀୟମାନେ ବିଶ୍ୱସ୍ତରରେ ସଫଳ ହୋଇଛନ୍ତି ଏବଂ ଏହା ଆମକୁ ଗର୍ବିତ କରିଛି: ପ୍ରଧାନମନ୍ତ୍ରୀ
ଆମ ପାଇଁ ସମଗ୍ର ବିଶ୍ୱ ଗୋଟିଏ ପରିବାର: ପ୍ରଧାନମନ୍ତ୍ରୀ
ଭାରତ ଏବଂ ନାଇଜେରିଆ ଗଣତାନ୍ତ୍ରିକ ମୂଲ୍ୟବୋଧ, ବିବିଧତାର ଉତ୍ସବ ଏବଂ ଜନସାଂଖ୍ୟିକ ପ୍ରତିବଦ୍ଧତାରେ ସଂଯୋଗିତ: ପ୍ରଧାନମନ୍ତ୍ରୀ
ଭାରତର ଅଭିବୃଦ୍ଧି ବିଶ୍ୱସ୍ତରରେ ପ୍ରଶଂସିତ, ଭାରତର ଲୋକମାନେ ରାଷ୍ଟ୍ରକୁ ନୂତନ ଶୀର୍ଷତାରେ ପହଞ୍ଚାଇଛନ୍ତି: ପ୍ରଧାନମନ୍ତ୍ରୀ
ଭାରତୀୟ ମାନେ ସୁବିଧା କ୍ଷେତ୍ରରୁ ବାହାରି ବିସ୍ମୟ ସୃଷ୍ଟି କରିଛନ୍ତି, ଷ୍ଟାର୍ଟଅପ୍ କ୍ଷେତ ଏହାର ଉଦାହରଣ: ପ୍ରଧାନମନ୍ତ୍ରୀ
ଯେତେବେଳେ ବିକାଶ, ସମୃଦ୍ଧି ଓ ଗଣତନ୍ତ୍ରର କଥା ଉଠେ, ଭାରତ ସମଗ୍ର ବିଶ୍ୱ ପାଇଁ ଆଶାର କିରଣ, ଆମେ ସର୍ବଦା ମାନବତାବାଦୀ ଭାବନାରେ କାମ କରିଥାଉ: ପ୍ରଧାନମନ୍ତ୍ରୀ
ସମସ୍ତ ବିଶ୍ୱସ୍ତରୀୟ ମଞ୍ଚରେ ଆଫ୍ରିକାର ସ୍ୱରକୁ ଦୃଢ଼ କରିବା ପାଇଁ ଭାରତ ସର୍ବଦା ସମର୍ଥନ କରିଥାଏ: ପ୍ରଧାନମନ୍ତ୍ରୀ

ନାଇଜେରିଆର ଅବୁଜାରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମାନାର୍ଥେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସେ ଉଦବୋଧନ ଦେଇଛନ୍ତି । ଭାରତୀୟ ସମୁଦାୟଙ୍କ ପକ୍ଷରୁ ତାଙ୍କୁ ଦିଆଯାଇଥିବା ଉତ୍ସାହଭରା ସମ୍ବର୍ଦ୍ଧନାରେ ପ୍ରଧାନମନ୍ତ୍ରୀ ଖୁସି ଜାହିର କରିଛନ୍ତି । ସେ କହିଛନ୍ତି ପ୍ରବାସୀଙ୍କ ପକ୍ଷରୁ ଦିଆଯାଇଥିବା ଭଲପାଇବା ଓ ବନ୍ଧୁତ୍ୱ ତାଙ୍କ ପାଇଁ ବଡ଼ ପୁଞ୍ଜି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ରାଷ୍ଟ୍ରପତି ତିନୁବୁଙ୍କ ସହ ଆଲୋଚନା ଅବସରରେ ରାଷ୍ଟ୍ରପତି ନାଇଜେରିଆରେ ଥିବା ଭାରତୀୟଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ ଯାହାକି ତାଙ୍କୁ ଗର୍ବିତ କରିଛି । ଏକ ଉଦାହରଣ ଦେଇ ସେ କହିଥିଲେ, ପିଲାମାନେ ତାଙ୍କ କ୍ୟାରିଅରରେ ଭଲ ଫଳ କଲେ ପିତାମାତା ଯେପରି ଖୁସି ହୁଅନ୍ତି, ସେ ସେହିପରି ଖୁସି ଓ ଗର୍ବ ଅନୁଭବ କରିଛନ୍ତି ।  ପ୍ରଧାନମନ୍ତ୍ରୀ କହିଥିଲେ,ଏଠାରେ ପ୍ରବାସୀ ଭାରତୀୟ ମାନେ ନାଇଜେରିଆ ସହ ସର୍ବଦା ସୁଖ ଓ ଦୁଃଖ ସମୟରେ ଛିଡ଼ା ହୋଇଛନ୍ତି । ସେ କହିଥିଲେ ନାଇଜେରିଆରେ ୪୦ରୁ ୬୦ ବର୍ଷ ବୟସ ଅନେକ ଭାରତୀୟ ଅଛନ୍ତି ଯେଉଁମାନେ କି ଏକଦା ଭାରତୀୟ ଶିକ୍ଷକଙ୍କ ନିକଟରେ ପଢ଼ୁଥିଲେ । ନାଇଜେରିଆରେ ଅନେକ ଭାରତୀୟ ଡାକ୍ତର ନିଃସ୍ୱାର୍ଥପର ଭାବେ ସେବା କରୁଥିବା ସେ କହିଥିଲେ । ସେ ଉଲ୍ଲେଖ କରିଥିଲେ, ଅନେକ ଭାରତୀୟ ବ୍ୟବସାୟୀ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ଏଠାରେ ଅଛନ୍ତି ଏବଂ ନାଇଜେରିଆର ବିକାଶ ଯାତ୍ରାରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ଏପରିକି ସ୍ୱାଧୀନତା ପୂର୍ବରୁ ଶ୍ରୀ କିଶନଚନ୍ଦ ଝେଲାରାମ ଜୀ ନାଇଜେରିଆ ଆସି ବ୍ୟବସାୟ ଆରମ୍ଭ କରିଥିଲେ, ଯାହାକି ଏବେ ନାଇଜେରିଆର ବୃହତ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟରୁ ଅନ୍ୟତମ । ସେ କହିଥିଲେ, ଆଜି ଅନେକ ଭାରତୀୟ କମ୍ପାନୀ ପାଇଜେରିଆର ଅର୍ଥ ବ୍ୟବସ୍ଥାକୁ ମଜବୁତ୍ କରୁଛନ୍ତି । ଶ୍ରୀ ମୋଦୀ କହିଥିଲେ, ତୁଳସୀଚନ୍ଦ୍ର  ଫାଉଣ୍ଡେସନ ଅନେକ ନାଇଜେରୀୟଙ୍କ ଜୀବନକୁ ଆଲୋକିତ କରୁଛି । ନାଇଜେରିଆରେ ପ୍ରବାସୀ ଭାରତୀୟମାନେ କାନ୍ଧକୁ କାନ୍ଧ ମିଳାଇ ଚାଲୁଥିବାର ପ୍ରଶଂସା କରି ଶ୍ରୀ ମୋଦୀ କହିଥିଲେ, ଏହା ଭାରତୀୟଙ୍କ ସବୁଠାରୁ ବଡ଼ ଶକ୍ତି ଏବଂ ଏହା ଭାରତୀୟ ସଂସ୍କୃତିକୁ ଦର୍ଶାଉଛି । ସେ କହିଥିଲେ ଭାରତୀୟ ମାନେ କେବେହେଲେ ସମସ୍ତଙ୍କ କଲ୍ୟାଣ ଆଦର୍ଶ ଭୁଲନ୍ତି ନାହିଁ ଏବଂ ସର୍ବଦା ସମଗ୍ର ବିଶ୍ୱ ଗୋଟିଏ ପରିବାର ନୀତିକୁ ବିଶ୍ୱାସ କରନ୍ତି ।

 

ଶ୍ରୀ ମୋଦୀ କହିଥିଲେ, ସଂସ୍କୃତିକୁ ନେଇ ଭାରତୀୟ ମାନେ ଯେଉଁ ସମ୍ମାନ ଅର୍ଜନ କରିଛନ୍ତି ତାହା ସର୍ବତ୍ର ସ୍ପଷ୍ଟ ପ୍ରତୀୟମାନ । ଯୋଗ ନାଇଜେରିଆରେ ଲୋକପ୍ରିୟ ହେବାରେ ଲାଗିଛି ବୋଲି ଉଲ୍ଲେଖ କରି ପ୍ରବାସୀ ଭାରତୀୟଙ୍କ ପ୍ରତ୍ୟେକ ଦିନ ଯୋଗାଭ୍ୟାସ କରିବାକୁ ସେ ପରାମର୍ଶ ଦେଇଥିଲେ । ନାଇଜେରିଆର ଜାତୀୟ ଟିଭି ଚାନେଲରେ ପ୍ରତି ସପ୍ତାହରେ ଯୋଗ କାର୍ଯ୍ୟକ୍ରମ ପ୍ରସାରିତ ହେଉଥିବା ସେ କହିଥିଲେ । ହିନ୍ଦୀ ଭାଷା ଏବଂ ଭାରତୀୟ ଚଳଚ୍ଚିତ୍ର ନାଇଜେରିଆର କ୍ରମେ ଲୋକପ୍ରିୟ ହେଉଥିବା ସେ କହିଥିଲେ ।

ଗାନ୍ଧିଜୀ ଆଫ୍ରିକାରେ ଯଥେଷ୍ଟ ଦିନ ଅତିବାହିତ କରିଥିବା ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ଭାରତ ଓ ନାଇଜେରିଆର ଲୋକମାନେ ସ୍ୱାଧୀନତା ସଂଗ୍ରାମରେ କୌଣସି ପ୍ରଚେଷ୍ଟା ଛାଡ଼ି ନଥିଲେ । ବରଂ ଭାରତୀୟଙ୍କ ସ୍ୱାଧୀନତା ନାଇଜେରିଆର ସ୍ୱାଧୀନତା ସଂଗ୍ରାମକୁ ପ୍ରେରଣା ଦେଇଥିଲା । ଶ୍ରୀ ମୋଦୀ କହିଥିଲେ, ସ୍ୱାଧୀନତା ସଂଗ୍ରାମ ସମୟର ସେ ଦିନ ଥିଲା ଏବଂ ଆଜି, ଉଭୟ ଭାରତ ଓ ନାଇଜେରିଆ ଦ୍ରୁତ ଗତିରେ ବିକାଶ କରୁଛନ୍ତି । “ଭାରତର ଗଣତନ୍ତ୍ରର ସ୍ରଷ୍ଟା ହୋଇଥିବା ବେଳେ ନାଇଜେରିଆ ଆଫ୍ରିକାରେ ବୃହତ୍ତମ ଗଣତନ୍ତ୍ର” ଶ୍ରୀ ମୋଦୀ କହିଥିଲେ ।  ସେ କହିଥିଲେ ଉଭୟ ରାଷ୍ଟ୍ରର ସମାନତା ମଧ୍ୟରେ ଗଣତନ୍ତ୍ର, ବିବିଧତା ଏବଂ ଜନସାଂଖ୍ୟିକ ପ୍ରସଙ୍ଗ ରହିଛି । ନାଇଜେରିଆର ବିବିଧତାରେ ଖୁସି ପ୍ରକାଶ କରି ଶ୍ରୀ ମୋଦୀ କହିଥିଲେ, ମନ୍ଦିର ନିର୍ମାଣରେ ନାଇଜେରିଆ ସରକାରଙ୍କ ସହାୟତା ପାଇଁ ଭାରତୀୟଙ୍କ ପକ୍ଷରୁ କୃତଜ୍ଞତା ଜଣାଇଥିଲେ ।

ସମଗ୍ର ବିଶ୍ୱରେ ଭାରତ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିବା ସୂଚାଇ ଶ୍ରୀ ମୋଦୀ କହିଥିଲେ, ସ୍ୱାଧୀନତା ପରବର୍ତ୍ତୀ ସମୟରେ ଭାରତ ଅନେକ ଗୁଡ଼ିଏ ସଂଘର୍ଷ କରିଛି । ଚନ୍ଦ୍ରାୟନ, ମଙ୍ଗଳାୟନ ଏବଂ  ସ୍ୱଦେଶୀ ଯୁଦ୍ଧ ବିମାନର କୃତିତ୍ୱ ପାଇଁ ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରୁଛନ୍ତି । ‘ମହାକାଶରୁ ନିର୍ମାଣ କ୍ଷେତ୍ର, ଡିଜିଟାଲ ଟେକ୍ନୋଲୋଜି ଏବଂ ସ୍ୱାସ୍ଥ୍ୟସେବା ଆଦିରେ ଭାରତ ଏବେ ବିଶ୍ୱଶକ୍ତି ମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି” ଶ୍ରୀ ମୋଦୀ କହିଥିଲେ । ସେ କହିଥିଲେ, ସ୍ୱାଧୀନତାର ୬୦ ବର୍ଷ ମଧ୍ୟରେ ଭାରତର ଅର୍ଥନୀତି ମାତ୍ର ଏକ ଟ୍ରିଲିଅନ ଡଲାର ଅତିକ୍ରମ କରିଥିବା ବେଳେ କେବଳ ଗତ ଏକ ଦଶନ୍ଧିରେ ୨ ଟ୍ରିଲିଅନକୁ ଅତିକ୍ରମ କରିଛି, ଯାହାକି ଭାରତକୁ ବିଶ୍ୱରେ ଆଜି ପଞ୍ଚମ ବୃହତ ଅର୍ଥନୀତିରେ ପରିଣତ କରିଛି । ଭାରତର ଅର୍ଥନୀତି ଅତି ଶୀଘ୍ର ୫ ଟ୍ରିଲିଅନ ଡଲାରକୁ ଅତିକ୍ରମ କରିବ ଏବଂ ଦେଶ ବିଶ୍ୱରେ ତୃତୀୟ ବୃହତ୍ତମ ଅର୍ଥନୀତି ହେବ ବୋଲି ଶ୍ରୀ ମୋଦୀ ଆଶା ପ୍ରକାଶ କରିଥିଲେ ।

 

ଭାରତୀୟ ମାନେ ବିପଦକୁ ମୁକାବିଲା କରନ୍ତି ବୋଲି ଉଲ୍ଲେଖ କରି ସେ କହିଥିଲେ, ଭାରତ ବିଭିନ୍ନ କ୍ଷେତ୍ରରେ ଦ୍ରୁତ ଗତିରେ ଅଗ୍ରସର ହେଉଛି । ଭାରତରେ ୧.୫ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ପଂଜିକୃତ ହୋଇଥିବା ଦର୍ଶାଇ ସେ କହିଥିଲେ, ଏହା ସୁବିଧା ଜୀବନରୁ ବାହାରକୁ ବାହାରି ଭାରତୀୟ ଯୁବପିଢ଼ି କରିଥିବା କଷ୍ଟର ପ୍ରତ୍ୟକ୍ଷ ଫଳ । “ବିଗତ ଦଶ ବର୍ଷରେ ଭାରତରେ ୧୦୦ରୁ ଅଧିକ ୟୁନିକର୍ନ ଅଛି” ଶ୍ରୀ ମୋଦୀ କହିଥିଲେ ।

ସେବା କ୍ଷେତ୍ରରେ ଭାରତ ବେଶ୍ ପରିଚିତ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ସରକାର ମଧ୍ୟ ସୁବିଧା କ୍ଷେତ୍ରରୁ ବାହାରକୁ ବାହାରି ଭାରତକୁ ବିଶ୍ୱସ୍ତରୀୟ ନିର୍ମାଣ ହବ୍ ରେ ପରିଣତ କରିବାକୁ ନିର୍ମାଣ କ୍ଷେତ୍ରକୁ ବେଶ୍ ଗୁରୁତ୍ୱ ଦେଇଛନ୍ତି । ସେ କହିଲେ, ଏହାର ପ୍ରମାଣ ଏହାଯେ ଭାରତ ଆଜି ବିଶ୍ୱରେ ଅନ୍ୟତମ ବୃହତ୍ତମ ମୋବାଇଲ ଫୋନ୍ ନିର୍ମାତା ରାଷ୍ଟ୍ର ହୋଇପାରିଛି ଏବଂ ଭାରତରେ ୩୦ କୋଟିରୁ ଅଧିକ ମୋବାଇଲ ଫୋନ୍ ନିର୍ମାଣ ହୋଇଛି । ସେ ପୁଣି କହିଥିଲେ, ବିଗତ ଏକ ଦଶନ୍ଧିରେ ଭାରତର ମୋବାଇଲ ଫୋନ୍ ରପ୍ତାନି ୭୫ ଗୁଣା ହୋଇପାରିଛି । ଭାରତର ପ୍ରତିରକ୍ଷା ରପ୍ତାନିରେ ଖୁସି ପ୍ରକାଶ କରି ଶ୍ରୀ ମୋଦୀ କହିଥିଲେ, ଏହା ୩୦ ଗୁଣା ବୃଦ୍ଧି ପାଇଛି ଏବଂ ଆଜି ଭାରତ ୧୦୦ରୁ ଅଧିକ ରାଷ୍ଟ୍ରକୁ ପ୍ରତିରକ୍ଷା ଯନ୍ତ୍ରାଂଶ ରପ୍ତାନି କରୁଛି । ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ମହାକାଶ କ୍ଷେତ୍ର ବିଶ୍ୱବ୍ୟାପୀ ପ୍ରଶଂସା ପାଇଛି । ଭାରତ ନିଜସ୍ୱ ଗଗନଯାନରେ ଭାରତୀୟ ମହାକାଶଚାରୀଙ୍କୁ ପଠାଇବାକୁ ନିଷ୍ପତ୍ତି ନେଇଥିବା ସେ କହିଥିଲେ । ଭାରତ ମଧ୍ୟ ମହାକାଶରେ ଏକ ମହାକାଶ କେନ୍ଦ୍ରର ବିକାଶ କରିବାକୁ ଯାଉଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ଏବେ ସୁବିଧା କ୍ଷେତ୍ରରୁ ବାହାରି ନବପ୍ରବର୍ତ୍ତନ ଓ ନୂତନ ରାସ୍ତା ଠାବ ଦିଗରେ ଅଛି । ପ୍ରଧାନମନ୍ତ୍ରୀ କହିଥିଲେ, ବିଗତ ୨୦ ବର୍ଷରେ ଭାରତ ୨୫ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର‌୍ୟମୁକ୍ତ କରିଛି । ଅନେକ ଲୋକ ଦାରିଦ୍ର‌୍ୟରୁ ମୁକ୍ତ ହୋଇପାରିବା ସମଗ୍ର ବିଶ୍ୱ ପାଇଁ ଏକ ପ୍ରେରଣା ଏବଂ ପ୍ରତ୍ୟେକ ଦେଶକୁ ଏହି ଆଶା ଦେଉଛି ଯେ, ଯଦି ଭାରତ ଏହା କରିପାରୁଛି, ଆମେ ମଧ୍ୟ ଏହା କରିପାରିବା । ଶ୍ରୀ ମୋଦୀ କହିଥିଲେ, ଭାରତ ଏକ ବିକଶିତ ଭାରତ ଗଠନର ଏକ ନୂଆ ଯାତ୍ରା ଆରମ୍ଭ କରିଛି । ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ଦିଗରେ ପ୍ରତ୍ୟେକ ଭାରତୀୟ କାମ କରୁଛନ୍ତି ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ, ଅଭିବୃଦ୍ଧି, ଶାନ୍ତି, ସମୃଦ୍ଧି କିମ୍ବା ଗଣତନ୍ତ୍ର ଯାହାବି ହେଲେ ଭାରତ ବିଶ୍ୱ ପାଇଁ ନୂତନ ଆଶାର କିରଣ ହୋଇଛି । ସେ ଉଲ୍ଲେଖ କରିଥିଲେ, ଏପରିକି ନାଇଜେରିଆରେ ପ୍ରବାସୀ ଭାରତୀୟମାନେ ଏହା ଅଭିଜ୍ଞତା କରିଥିବେ ଯେ ଯେତେବେଳେ ସେମାନେ ଭାରତରୁ ଆସିଛନ୍ତି ବୋଲି କହୁଛନ୍ତି, କିଭଳି ସମ୍ମାନ ପାଉଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ, ଯେତେବେଳେ ବିଶ୍ୱରେ କୌଣସି ସମସ୍ୟା ସୃଷ୍ଟି ହେଉଛି, ଭାରତ ବିଶ୍ୱଭ୍ରାତା ଭାବେ ପ୍ରଥମେ ପ୍ରତିକ୍ରିୟା ଦେଉଛି କିମ୍ବା ପହଞ୍ଚୁଛି । ସେ କହିଥିଲେ, କରୋନା ସମୟରେ ବିଶ୍ୱବ୍ୟାପୀ ବେଶ୍ ହଟ୍ଟଚମଟ ଦେଖା ଦେଇଥିଲେ, ଟିକା ପାଇଁ ସମସ୍ତେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ ଏବଂ ଭାରତ ସେହି ଘଡ଼ି ସନ୍ଧି ମୁହୂର୍ତ୍ତରେ ନିଷ୍ପତ୍ତି ନେଇଥିଲା, ଯେତେ ଅଧିକ ସମ୍ଭବ ରାଷ୍ଟ୍ରଙ୍କୁ ଟିକା ଦିଆଯିବ । ଶ୍ରୀ ମୋଦୀ କହିଥିଲେ, ଏହା ଆମ ସଂସ୍କାର ଏବଂ ସହସ୍ରାଧିକ ବର୍ଷର ସଂସ୍କୃତି ଆମକୁ ଏହି ଶିକ୍ଷା ଦେଇଛି । ସେ କହିଥିଲେ, ତେଣୁ ଭାରତ ଟିକାର ଉତ୍ପାଦନ ବଢ଼ାଇଥିଲା ଏବଂ ୧୫୦ରୁ ଅଧିକ ରାଷ୍ଟ୍ରଙ୍କୁ ଔଷଧ ଏବଂ ଟିକା ପଠାଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ଏହି ପଦକ୍ଷେପ ଯୋଗୁ ନାଇଜେରିଆ ସମେତ ଅନେକ ଆଫ୍ରିକୀୟ ରାଷ୍ଟ୍ରରେ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚି ଯାଇଥିଲା । ସେ ଗୁରୁତ୍ୱ ଦେଇଥିଲେ କହିଥିଲେ, ବର୍ତ୍ତମାନର ଭାରତ ‘ସବକା ସାଥ, ସବକା ବିକାଶ’ ମନ୍ତ୍ରରେ ବିଶ୍ୱାସ କରେ ।

ଆଫ୍ରିକାର ଭବିଷ୍ୟତ ଅଭିବୃଦ୍ଧି ନିମନ୍ତେ ନାଇଜେରିଆକୁ ଏକ ବୃହତ କେନ୍ଦ୍ର ଭାବେ ଦର୍ଶାଇ ଶ୍ରୀ ମୋଦୀ କହିଥିଲେ, ଆଫ୍ରିକାରେ ବିଗତ ୫ ବର୍ଷରେ ୧୮ଟି ନୂତନ ଦୂତାବାସ ଖୋଲିଛି । ସେ କହିଥିଲେ, ଗତ ବର୍ଷମାନଙ୍କରେ ପ୍ରତ୍ୟେକ ବିଶ୍ୱ ମଞ୍ଚରେ ଆଫ୍ରିକାର ସ୍ୱରକୁ ମଜବୁତ୍ କରିବାକୁ ଭାରତ ଯଥାସମ୍ଭବ ଚେଷ୍ଟା କରିଛି । ପ୍ରଥମ ଥର ପାଇଁ ଭାରତର ଜି-୨୦ ଅଧ୍ୟକ୍ଷତା କଥା ଦର୍ଶାଇ ସେ କହିଥିଲେ, ଆଫ୍ରିକାକୁ ସ୍ଥାୟୀ ସଦସ୍ୟ କରିବାକୁ ଦୃଢ଼ ପଦକ୍ଷେପ ନିଆଯାଇଥିଲା । ସେ ଖୁସିର ସହ ଏହା କହିଥିଲେ, ଜି-୨୦ର ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ଭାରତର ଏହି ପଦକ୍ଷେପକୁ ଦୃଢ଼ ସମର୍ଥନ ଜଣାଇଥିଲେ ଏବଂ ଭାରତର ଆମନ୍ତ୍ରଣ କ୍ରମେ ନାଇଜେରିଆ ସମ୍ମାନର ସହ ଅତିଥି ରାଷ୍ଟ୍ର ହୋଇ ନୂଆ ଇତିହାସକୁ ଦେଖିଥିଲା ।

 

ଆସାନ୍ତା ବର୍ଷ ଜାନୁଆରୀରେ ଭାରତ ଆସିବାକୁ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରିଥିଲେ । ସେ କହିଥିଲେ ଜାନୁଆରୀ ମାସରେ ଅନେକ ଗୁଡ଼ିଏ ଉତ୍ସବ ଏକକାଳୀନ ପଡ଼ିବ । ଜାନୁଆରୀ ୨୬ ତାରିଖରେ ଗଣରାଜ୍ୟ ଦିବସ ପାଳନ ହେବ ଏବଂ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ଓଡ଼ିଶା ମାଟିରେ ପ୍ରଭୁ ଜଗନ୍ନାଥଙ୍କ ପାଦ ଦେଶରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯିବ । ଜାନୁଆରୀ ୧୩ ତାରିଖରୁ ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ୪୫ ଦିନ ଧରି ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ କଥା ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ । ଶ୍ରୀ ମୋଦୀ କହିଥିଲେ, ଏକାଠି ଭାରତ ଆସିବାର ଅନେକ ଗୁଡ଼ିଏ କାରଣ ଅଛି ଏବଂ ଏହି ସମୟରେ ନାଇଜେରୀୟ ବନ୍ଧୁମାନଙ୍କ ସହ ଭାରତ ଆସିବାକୁ ସେ ପ୍ରବାସୀ ଭାରତୀୟମାନଙ୍କୁ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ୫୦୦ ବର୍ଷ ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି ଏବଂ ସମସ୍ତେ ସନ୍ତାନସନ୍ତତିଙ୍କ ସହ ଏହାକୁ ଦର୍ଶନ କରିବା ଉଚିତ । ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ପ୍ରଥମେ ପ୍ରବାସୀ ଭାରତୀୟ ଦିବସ, ଏହାପରେ ମହାକୁମ୍ଭ ଏବଂ ପରେ ଜନରାଜ୍ୟ ଦିବସ, ଏହା ଏକ ପ୍ରକାର ତ୍ରିବେଣୀ ଏବଂ ଭାରତର ବିକାଶ ଓ ଐତିହ୍ୟ ସହ ଯୋଡ଼ିହେବା ପାଇଁ ଏକ ଅପୂର୍ବ ସୁଯୋଗ ।

 

ଉଦବୋଧନକୁ ସମାପ୍ତ କରି ଶ୍ରୀ ମୋଦୀ କହିଥିଲେ, ପୂର୍ବରୁ ଅନେକ ଥର ସେମାନେ ଭାରତ ଗସ୍ତରେ ଆସିଥାଇପାରନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ଆସିପାରନ୍ତି, କିନ୍ତୁ ଏହି ଗସ୍ତ ସେମାନଙ୍କ ଜୀବନରେ ଏକ ଅମୂଲ୍ୟ ସ୍ମୃତି ହୋଇ ରହିବ । ପ୍ରତ୍ୟେକଙ୍କୁ ଉତ୍ସାହ ଓ ଭବ୍ୟ ସମ୍ବର୍ଦ୍ଧନା ପାଇଁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । 

 

ଉଦବୋଧନକୁ ସମାପ୍ତ କରି ଶ୍ରୀ ମୋଦୀ କହିଥିଲେ, ପୂର୍ବରୁ ଅନେକ ଥର ସେମାନେ ଭାରତ ଗସ୍ତରେ ଆସିଥାଇପାରନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ଆସିପାରନ୍ତି, କିନ୍ତୁ ଏହି ଗସ୍ତ ସେମାନଙ୍କ ଜୀବନରେ ଏକ ଅମୂଲ୍ୟ ସ୍ମୃତି ହୋଇ ରହିବ । ପ୍ରତ୍ୟେକଙ୍କୁ ଉତ୍ସାହ ଓ ଭବ୍ୟ ସମ୍ବର୍ଦ୍ଧନା ପାଇଁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
PM Modi calls upon people to celebrate National Handloom Day by showcasing India's rich handloom heritage
August 06, 2026

The Prime Minister, Shri Narendra Modi, has called upon citizens to celebrate National Handloom Day on 7th August by promoting India's rich and diverse handloom traditions.

“Share your videos with your favourite handloom products, including GRWM videos on social media”, Shri Modi said.

Shri Modi posted on X;

Tomorrow, 7th August is National Handloom Day. Let’s make India’s handloom diversity popular.

Share your videos with your favourite handloom products, including GRWM videos on social media.

Don’t forget to use #NationalHandloomDay.