ନିର୍ବାଚିତ ପ୍ରବନ୍ଧ “ମେରେ ସପନୋ କା ଭାରତ” ଏବଂ ଲୋକଲୋଚନ ଅନ୍ତରାଳରେ ରହିଥିବା ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ବୀର ସମୂହ ଉଦଘାଟିତ
ଏମଏସଏମଇ ପ୍ରଯୁକ୍ତି କେନ୍ଦ୍ର ଓ ପେରୁନଥଲାଇଭାର କାମରାଜର ମଣିମଣ୍ଡପମ- ମୁକ୍ତାକାଶ ରଙ୍ଗମଞ୍ଚ ସହ ପ୍ରେକ୍ଷାଳୟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଭାରତୀୟ ଜନସଂଖ୍ୟା ପରିସଂଖ୍ୟାନ ତରୁଣ ଓ ଭାରତର ମନ ମଧ୍ୟ ତରୁଣ । ଭାରତୀୟ ସମ୍ଭାବନାରେ ରହିଛି ତରୁଣତ୍ୱ ଓ ଏହାର ସ୍ୱପ୍ନ । ଭାରତ ଏହାର ଭାବନା ଓ ସଂଜ୍ଞାନ ଉଭୟରେ ତରୁଣ
ଭାରତ ଏହାର ତରୁଣ ଗୋଷ୍ଠୀଙ୍କୁ ଜନସଂଖ୍ୟାର ଲାଭାଂଶ ଓ ବିକାଶର ସଂଚାଳକ ବବେଚନା କରେ
ଭାରତୀୟ ଯୁବ ସମାଜର କଠିନ ପରିଶ୍ରମର ସାମର୍ଥ୍ୟ ଓ ଭବିଷ୍ୟତ ନେଇ ସ୍ପଷ୍ଟ ଦିଶା ରହିଛି । ସେଥିପାଇଁ ଆଜି ଭାରତ ଯାହା କହେ ସମଗ୍ର ବିଶ୍ୱ ତାକୁ ଆସନ୍ତାକାଲିର ସ୍ୱର ଭାବେ ବିବେଚନା କରେ ।
ଯୁବଗୋଷ୍ଠୀର ସାମର୍ଥ୍ୟ ପରମ୍ପରାଗତ ବୋଝ ବହନ କରି ଚାଲେ ନାହିଁ । ତରୁଣ ଗୋଷ୍ଠୀ ନିଜ ଓ ସମାଜକୁ ନୂତନ ଆହ୍ୱାନ ସହ ଖାପଖୁଆଇ ଚାଲିଥାଏ
ଆଜିର ତରୁଣ ମନରେ ‘କିଛି ବି କରିପାରିବାର’ ଉତ୍ସାହ ରହିଛି ଯାହାକି ପ୍ରତ୍ୟେକ ପିଢ଼ି ନିମନ୍ତେ ଉତ୍ସାହର ଉତ୍ସ
ଭାରତୀୟ ତରୁଣ ଗୋଷ୍ଠୀ ବୈଶ୍ୱିକ ସମୃଦ୍ଧିର ସଂହିତା ଲେଖୁଛନ୍ତି
ନବ ଭାରତର ମନ୍ତ୍ର ହେଉଛି - ପ୍ରତିଯୋଗିତା କରି ବିଜୟୀ ହୁଅ । ନିଜକୁ ସାମିଲ କରି ବିଜୟୀ ହୁଅ । ଏକାଠି ହୋଇ ଯୁଦ୍ଧରେ ଜିତ
ଏହି ଅବସରରେ ପ୍ରଧାନମନ୍ତ୍ରୀ “ମେରେ ସପନୋ କା ଭାରତ” ଏବଂ “ଲୋକଲୋଚନ ଅନ୍ତରାଳରେ ରହିଯାଇଥିବା ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ବୀର” ମାନଙ୍କ ଉପରେ ଏକ ବଛା ବଛା ପ୍ରବନ୍ଧକୁ ମଧ୍ୟ ଉଦଘାଟନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ପୁଡୁଚେରୀଠାରେ ୨୫ତମ ଜାତୀୟ ଯୁବ ଦିବସ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଯନ କରିଛନ୍ତି । ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ “ମେରେ ସପନୋ କା ଭାରତ” ଏବଂ “ଲୋକଲୋଚନ ଅନ୍ତରାଳରେ ରହିଯାଇଥିବା ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ବୀର” ମାନଙ୍କ ଉପରେ ଏକ ବଛା ବଛା ପ୍ରବନ୍ଧକୁ ମଧ୍ୟ ଉଦଘାଟନ କରିଛନ୍ତି ।

ଦୁଇଟି ବିଷୟବସ୍ତୁ ଉପରେ ଆଧାରିତ ପ୍ରାୟ ଏକ ଲକ୍ଷରୁ ଅଧିକ ତରୁଣଙ୍କ ଦ୍ୱାରା ପଠାଯାଇଥିବା ପ୍ରବନ୍ଧ ମଧ୍ୟରୁ ଏହି ପ୍ରବନ୍ଧ ଗୁଡିକୁ ବଛାଯାଇଛି । ଏମଏସଏମଇ ମନ୍ତ୍ରଣାଳୟ ପକ୍ଷରୁ ୧୨୨ କୋଟି ଟଙ୍କାରେ ନିର୍ମିତ ଏକ ପ୍ରଯୁକ୍ତି କେନ୍ଦ୍ରକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ । ସେ ମଧ୍ୟ ପେରୁନଥଲାଇଭାର କାମରାଜର ମଣିମଣ୍ଡପମକୁ ଉଦଘାଟନ କରିଥିଲେ । ମୁକ୍ତାକାଶ ରଙ୍ଗମଞ୍ଚ ଥିବା ଏହି ପ୍ରେକ୍ଷାୟଳ ୨୩ କୋଟି ଟଙ୍କା ବ୍ୟୟରେ ପୁଡୁଚେରୀ ସରକାର ନିର୍ମାଣ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର, ଶ୍ରୀ ନାରାୟଣ ରାଣେ, ଶ୍ରୀ ଭାନୁ ପ୍ରତାପ ସିଂ ବର୍ମା, ଶ୍ରୀ ନିଶୀଥ ପରମାଣିକ, ଡକ୍ଟର ତାମିଲସାଇ ସୌନ୍ଦରାଜନ ଏବଂ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଶ୍ରୀ ଏନ ରଙ୍ଗସ୍ୱାମୀ, ରାଜ୍ୟ ମନ୍ତ୍ରୀଗଣ ଓ ସଂସଦ ସଦସ୍ୟଗଣ ଏହି ଅବସରରେ ଉପସ୍ଥିତ ଥିଲେ ।

 

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଜାତୀୟ ଯୁବ ଦିବସ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ସ୍ୱାମୀ ବିବେକାନନ୍ଦଙ୍କୁ ପ୍ରଣିପାତ କରି ଆଜାଦୀ କା ଅମ୍ରିତ ମହୋତ୍ସବ କାଳରେ ତାଙ୍କ ଜନ୍ମ ଦିବସ ଆହୁରି ପ୍ରେରଣାଦାୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅମ୍ରିତ ମହୋତ୍ସବ କାଳରେ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମବାର୍ଷିକୀ ଓ ମହାକବି ସୁବ୍ରମନ୍ୟମ ଭାରତୀଙ୍କ ମୃତ୍ୟୁ  ଶତବାର୍ଷିକୀ ଯୋଗୁ ଆହୁରି ମହତ୍ୱପୂର୍ଣ୍ଣ ହୋଇଛି ବୋଲି ସେ କହିଥିଲେ । ଉଭୟ ମହର୍ଷିଙ୍କ ପୁଡୁଚେରୀ ସହ ସ୍ୱତନ୍ତ୍ର  ସମ୍ପର୍କ ଥିଲା । ଉଭୟେ ନିଜ ନିଜ ସାହିତ୍ୟ ଓ ଆଧ୍ୟାତ୍ମିକ ଯାତ୍ରାରେ ସହଚର ଥିଲେ ବୋଲି ଶ୍ରୀ ମୋଦୀ କହିଥିଲେ ।

 

ପ୍ରାଚୀନ ଦେଶର ତରୁଣ ପାଶ୍ୱର୍ର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସମଗ୍ର ବିଶ୍ୱ ଭାରତକୁ ଆଶା ଓ ବିଶ୍ୱାସର ସହ ଦେଖୁଛି । କାରଣ ଭାରତର ଜନସଂଖ୍ୟା ପରିସଂଖ୍ୟାନ ତରୁଣ ଓ ଭାରତର ମନ ମଧ୍ୟ ତରୁଣ । ଭାରତୀୟ ସ୍ୱପ୍ନର ସମ୍ଭାବନାରେ ରହିଛି ତରୁଣତ୍ୱ । ଭାରତ ଏହାର ଭାବନା ଓ ଚେତନାରେ ମଧ୍ୟ ତରୁଣ । ଭାରତୀୟ ଭାବନା ଓ ଦର୍ଶନ ସବୁବେଳେ ପରିବର୍ତ୍ତନକୁ ଗ୍ରହଣ କରିଆସିଛି ଓ ଏହାର ପ୍ରାଚୀନତାରେ ମଧ୍ୟ ଆଧୁନିକତାର ଛାପ ରହିଥିଲା ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଯୁବଗୋଷ୍ଠୀ ଆବଶ୍ୟକତା ଅନୁସାରେ ସର୍ବଦା ଆଗେଇ ଆସିଛନ୍ତି । ଯେତେବେଳେ ଦେଶର ଚେତନା ଖଣ୍ଡବିଖଣ୍ଡିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି ଶଙ୍କରଙ୍କ ଭଳି ତରୁଣ ଆଗେଇ ଦେଶକୁ ପୁଣି ଏକତା ସୂତ୍ରରେ ଗୁନ୍ଥିଛନ୍ତି ଆଦି ଶଙ୍କରଚାର୍ଯ୍ୟ ହୋଇ । ସ୍ୱେଚ୍ଛାଚାର ବେଳେ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ଭଳି ଯୁଗପୁରୁଷ ତ୍ୟାଗ ଆଦି ମଧ୍ୟ ଆମକୁ ପଥ ପ୍ରଦର୍ଶନ କରୁଛି । ଯେତେବେଳେ ଭାରତ ଏହାର ମୁକ୍ତି ପାଇଁ ତ୍ୟାଗ ଆବଶ୍ୟକ କରିଛି ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ ଏବଂ ନେତାଜୀ ସୁବାଷଙ୍କ ଭଳି ବିପ୍ଳବୀ ଆଗେଇ ଆସି ଦେଶପାଇଁ ଜୀବନ ଉତ୍ସର୍ଗ କରିଛନ୍ତି । ଯେତେବେଳେ ଦେଶ ଆଧ୍ୟାତ୍ମିକ ଜାଗରଣ ଦରକାର କରିଛି ଅରବିନ୍ଦ ଓ ସୁବ୍ରମନ୍ୟମ ଭାରତୀଙ୍କ ଭଳି ମହର୍ଷି ଆଗକୁ ଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ଯୁବ ସମାଜର ଗଣତାନ୍ତ୍ରିକ ମୂଲ୍ୟବୋଧ ରହିଛି ଓ ଜନସଂଖ୍ୟା ପରିସଂଖ୍ୟାନ ଜନିତ ଲାଭାଂଶ ମଧ୍ୟ । ସେମାନଙ୍କ ଗଣତାନ୍ତ୍ରିକ ଲାଭାଂଶ ମଧ୍ୟ ଅତୁଳନୀୟ । ଭାରତ ଏହାର ତରୁଣ ଗୋଷ୍ଠୀକୁ ଜନସଂଖ୍ୟା ପରିସଂଖ୍ୟାନ ଲାଭାଂଶ ଓ ବିକାଶର ସଂଚାଳକ ଭାବେ ବିବେଚନା କରେ ବୋଲି ଶ୍ରୀ ମୋଦୀ ଗୁରୁତ୍ୱ ଆରୋପ କରି କହିଥିଲେ । ସେ କହିଥିଲେ ଯେ ଆଜି ଯଦି ଭାରତୀୟ ଯୁବଗୋଷ୍ଠୀ ନିକଟରେ ପ୍ରଯୁକ୍ତିର ମାଦକତା ଅଛି, ସେହିପରି ଗଣତାନ୍ତ୍ରିକ ଚେତନା ମଧ୍ୟ ରହିଛି  । ଆଜି ଯଦି ଭାରତୀୟ ଯୁବଗୋଷ୍ଠୀଙ୍କ କଠିନ ପରିଶ୍ରମର ସାମର୍ଥ୍ୟ ରହିଛି । ସେହିପରି ଭବିଷ୍ୟତ ନେଇ ସ୍ପଷ୍ଟ ଦିଶା ମଧ୍ୟ ରହିଛି । ସେଥିପାଇଁ ଆଦି ଭାରତ ଯାହା କହୁଛି, ବିଶ୍ୱ ତାହାକୁ କାଲିର ସ୍ୱର ବୋଲି ବିବେଚନା କରୁଛି ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା କାଳରେ ଦେଶର ତରୁଣ ବଂଶଧର ଦେଶ ପାଇଁ ତ୍ୟାଗ କରିବାକୁ ଗୋଟିଏ କ୍ଷଣ ମଧ୍ୟ ପଛଘୁଞ୍ଚା ଦେଇନଥିଲେ । ମାତ୍ର ଆଜିର ଯୁବଗୋଷ୍ଠୀ ଦେଶପାଇଁ ବଞ୍ଚିବା ସହ ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନକୁ ସାକାର କରିବେ । ସେ କହିଥିଲେ ଯେ ଯୁବଗୋଷ୍ଠୀର ସାମର୍ଥ୍ୟ ପରମ୍ପରାଗତ ବୋଝ ବହନ କରି ଚାଲେ ନାହିଁ । ସେମାନେ ନିଜକୁ ଓ ସମାଜକୁ ନୂତନ ଆହ୍ୱାନ ସହ ଖାପଖୁଆଇ ଚାଲିଥାନ୍ତି । ଆଜି ଯୁବଗୋଷ୍ଠୀ ମନରେ ‘କିଛି ବି କରିପାରିବାର’ ଉତ୍ସାହ ରହିଛି, ଯାହାକି କୌଣସି ବି ପିଢ଼ି ନିମନ୍ତେ ପ୍ରେରଣାର ଉତ୍ସ ବୋଲି ସେ କହିଥିଲେ ।

 

ପ୍ରଧାନମନ୍ତ୍ରୀ ପ୍ରଶଂସା କରି କହିଥିଲେ ଯେ ଆଜିର ତରୁଣଗୋଷ୍ଠୀ ବୈଶ୍ୱିକ ସମୃଦ୍ଧିର ସଂହିତା ରଚନା କରୁଛନ୍ତି । ଭାରତୀୟ ଯୁବଗୋଷ୍ଠୀକୁ ଆଜି ବିଶ୍ୱରେ ଅଗ୍ରଗଣ୍ୟ ଭାବେ ବିବେଚନା କରାଯିବା ଯଥାର୍ଥ । ଆଜି ଭାରତର ୫୦,୦୦୦ରୁ ଅଧିକ ଶକ୍ତିଶାଳୀ ଷ୍ଟାର୍ଟଅପ ରହିଛି । ସେଥିରୁ ୧୦ ହଜାରରୁ ଅଧିକ ଷ୍ଟାର୍ଟଅପ ବୈଶ୍ୱିକ ମହାମାରୀ କାଳରେ ହିଁ ମୁଣ୍ଡ ଟେକି ଛିଡା ହୋଇଛି । ପ୍ରଧାନମନ୍ତ୍ରୀ ଦେଶକୁ ନୂଆ ମନ୍ତ୍ର ଦେଇଥିଲେ - ପ୍ରତିଯୋଗୀତା କରି ବିଜୟୀ ହୁଅ । ତାହା ହେଲା ନିଜକୁ ସାମିଲ କରି ଜିତାପଟ ହାସଲ କର । ପ୍ରଧାନମନ୍ତ୍ରୀ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ସହ ଦେଶର ଟିକାକରଣ  ଅଭିଯାନ ଯୁବଗୋଷ୍ଠୀର ଭାଗୀଦାରିତା ଏକ ଇଚ୍ଛା ଶକ୍ତି ଓ ଦାୟିତ୍ୱର ଉଦାହରଣ ବୋଲି କହିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଝିଅ-ପୁଅଙ୍କ ମଧ୍ୟରେ ବାଛବିଚାର ଦେଖନ୍ତି ନାହିଁ । ଏହାକୁ ଆଖି ଆଗରେ ରଖି ସରକାର ଝିଅମାନଙ୍କ ଉନ୍ନତି ନିମନ୍ତେ ବିବାହ ବୟସ ୨୧କୁ ବୃଦ୍ଧି କରିଛନ୍ତି । ଝିଅମାନେ ମଧ୍ୟ ସେମାନଙ୍କ ବୃତ୍ତିଗତ ସଫଳତା ଦେଇ ଅଧିକ ସମୟ ପାଇପାରିବେ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଆମର ଅନେକ ସ୍ୱାଧୀନତା ସଂଗ୍ରାମୀ ଅଛନ୍ତି ଯେଉଁମାନଙ୍କ ଅବଦାନ ସ୍ୱୀକୃତି ପାଇପାରିନାହିଁ । ଆମର ଯୁବଗୋଷ୍ଠୀ ସମୋନଙ୍କ ବିଷୟରେ ଯେତେ ଅଧିକ ଲେଖିବେ ବା ଗବେଷଣା କରିବେ, ଭାବୀ ବଂଶଧର ମାନଙ୍କ କ୍ଷେତ୍ରରେ ଅଧିକ ସଚେତନତା ସୃଷ୍ଟି ହେବ । ସେମାନେ ମଧ୍ୟ ଯୁବଗୋଷ୍ଠୀକୁ ଅଧିକ ସକ୍ରିୟ ହୋଇ ସ୍ୱଚ୍ଛତା ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ ।

ଜାତୀୟ ଯୁବ ଉତ୍ସବ ଭାରତୀୟ ତରୁଣଗୋଷ୍ଠୀର ମନକୁ ସତେଜ ରଖିବା ସହ ସେମାନଙ୍କୁ ଦେଶ ଗଠନରେ ଏକ ମିଳିତ ଶକ୍ତି ଭାବେ ଗଢ଼ି ତୋଳିବ । ଏହା ସାମାଜିକ ସମନ୍ୱୟ ଓ ବୌଦ୍ଧିକ ଏବଂ ସାଂସ୍କୃତିକ ସଂହତିର ଏକ ବୃହତମ ଅଭ୍ୟାସ । ଏହା ଭାରତର ବିବିଧ ସଂସ୍କୃତିକୁ ଏକାଠି କରି ସେମାନଙ୍କ ଏକତାର ‘ଏକ ଭାରତ ଶ୍ରେଷ୍ଠ ଭାରତ’ ରଜ୍ଜୁରେ ବାନ୍ଧି ରଖିବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi