• ବିଦ୍ୟାଳୟରେ ବହୁମୁଖୀ କ୍ରୀଡ଼ା କପ୍ଳେକ୍ସର ଶିଳାନ୍ୟାସ କରିଛନ୍ତି
• ସିନ୍ଧିଆ ସ୍କୁଲର ୧୨୫ତମ ବାର୍ଷିକୀ ଅବସରରେ ସ୍ମାରକୀ ଟିକଟ ଉନ୍ମୋଚନ
• ବିଶିଷ୍ଟ ପୂର୍ବତନ ଛାତ୍ରଛାତ୍ରୀ ଓ ଶ୍ରେଷ୍ଠ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ବାର୍ଷିକ ପୁରସ୍କାର ପ୍ରଦାନ • “ ମହାରାଜା ମାଧୋ ରାଓ ସିନ୍ଧିଆ ପ୍ରଥମ ଜଣେ ଦୂରଦ୍ରଷ୍ଟା ଥିଲେ, ଯିଏ କି ଆଗାମୀ ପିଢ଼ି ପାଇଁ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ଦେଖିଥିଲେ”
• “ ବିଗତ ଏକ ଦଶନ୍ଧି ମଧ୍ୟରେ , ଦେଶର ଅଭୂତପୂର୍ବ ଦୀର୍ଘମିଆଦୀ ଯୋଜନା ଫଳରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି” • “ ଆଜିର ଯୁବପିଢ଼ି ମାନଙ୍କ ସମୃଦ୍ଧି ପାଇଁ ଦେଶରେ ଏକ ସକାରାତ୍ମକ ବାତାବରଣ ସୃଷ୍ଟି କରିବା ନିମନ୍ତେ ଆମର ପ୍ରୟାସ”
• “ ସିନ୍ଧିଆ ସ୍କୁଲର ପ୍ରତ୍ୟେକ ଛାତ୍ରଥାତ୍ରୀ ବୃତ୍ତିଗତ ଦୁନିଆରେ ହେଉ କିମ୍ବା ଅନ୍ୟ କୌଣସି ସ୍ଥାନରେ ହେଉ, ଭାରତକୁ ଏକ ବିକଶିତ ଭାରତରେ ପରିଣତ କରିବା ପାଇଁ ପ୍ରୟାସ କରିବା ଉଚିତ୍‌”
• “ ଆଜି ଭାରତ ଯାହା କରୁଛି, ତାହା ବୃହତ୍ ସ୍ତରରେ କରୁଛି ”
• "ତୁମ ମାନଙ୍କ ସ୍ୱପ୍ନ ହିଁ ମୋର ସଂକଳ୍ପ"
ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଥିଲେ ।
ସିନ୍ଧିଆ ସ୍କୁଲ ଏବଂ ଗ୍ୱାଲିୟର ସହରର ସମ୍ମାନଜନକ ଐତିିହାସିକ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିବାରୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଗ୍ୱାଲିୟର ଠାରେ 'ଦି ସିନ୍ଧିଆ ସ୍କୁଲ୍‌' ର ୧୨୫ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିଦ୍ୟାଳୟରେ 'ବହୁମୁଖୀ କ୍ରୀଡ଼ା କପ୍ଳେକ୍ସ' ର ଶିଳାନ୍ୟାସ କରିବା ସହ ବିଶିଷ୍ଟ ପୂର୍ବତନ ଛାତ୍ରଛାତ୍ରୀ ଏବଂ ଶ୍ରେଷ୍ଠ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର ବାର୍ଷିକ ପୁରସ୍କାର ପ୍ରଦାନ କରିଥିଲେ । ସିନ୍ଧିଆ ସ୍କୁଲ ୧୮୯୭ ମସିହାରେ ସ୍ଥାପିତ ହୋଇଥିଲା ଏବଂ ଏହା ଐତିହାସିକ ଗ୍ୱାଲିୟର ଦୁର୍ଗ ଉପରେ ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଥିଲେ ।

ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିରେ ପ୍ରଧାନମନ୍ତ୍ରୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ସେ ମଧ୍ୟ ବୁଲି ପରିଦର୍ଶନ କରିଥିଲେ ।

 

ଉପସ୍ଥିତ ସମସ୍ତଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସିନ୍ଧିଆ ସ୍କୁଲର ୧୨୫ତମ ବାର୍ଷିକୀ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଜାଦ ହିନ୍ଦ ସରକାରଙ୍କ ପ୍ରତିଷ୍ଠା ଦିବସ ଅବସରରେ ସେ ନାଗରିକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସିନ୍ଧିଆ ସ୍କୁଲ ଏବଂ ଗ୍ୱାଲିୟର ସହରର ସମ୍ମାନଜନକ ଐତିିହାସିକ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିବାରୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ପ୍ରକାଶ କରିଥିଲେ ।

ସେ ରିଷି ଗ୍ୱାଲିପା, ଶ୍ରେଷ୍ଠ ସଙ୍ଗୀତଜ୍ଞ ତାନସେନ, ମହାଦ ଜୀ ସିନ୍ଧିଆ, ରାଜମାତା ବିଜୟା ରାଜେ, ଅଟଳ ବିହାରୀ ବାଜପେୟୀ ଏବଂ ଉସ୍ତାଦ ଅମଜାଦ ଅଲ୍ଲୀ ଖାନଙ୍କ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ଗ୍ୱାଲିୟରର ଭୂମି ସର୍ବଦା ସେହି ମାନଙ୍କୁ ସୃଷ୍ଟି କରିଛି ଯେଉଁମାନେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।  "ଏହା ନାରୀ ଶକ୍ତି ଏବଂ ବୀରତାର ଭୂମି" ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ , ଏହି ଭୂମିରେ ହିଁ ମହାରାଣୀ ଗଙ୍ଗାବାଈ ସ୍ୱରାଜ ହିନ୍ଦ ଫୌଜ ପାଇଁ ତାଙ୍କ ଅଳଙ୍କାର ବିକ୍ରି କରିଥିଲେ ।

 

"ଗ୍ୱାଲିୟର ଆସିବା ସବୁବେଳେ ଏକ ଆନନ୍ଦଦାୟକ ଅନୁଭୂତି", ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଭାରତ ଏବଂ ବାରଣାସୀର ସଂସ୍କୃତିର ସଂରକ୍ଷଣରେ ସିନ୍ଧିଆ ପରିବାରର ଅବଦାନ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କାଶୀରେ ସିନ୍ଧିଆ ପରିବାର ଦ୍ୱାରା ନିର୍ମିତ ଅନେକ ଘାଟ ସମ୍ପର୍କରେ ଏବଂ ବିଏଚ୍‌ୟୁ ପ୍ରତି ଅବଦାନକୁ ମନେ ପକାଇଥିଲେ । ସେ କହିଛନ୍ତି ଯେ କାଶୀରେ ଆଜିର ଉନ୍ନୟନ ମୂଳକ ପ୍ରକଳ୍ପ ସେହି ପରିବାରର ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ସନ୍ତୋଷର ବିଷୟ ହେବା ଉଚିତ୍ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ହେଉଛିନ୍ତି ଗୁଜରାଟର ଜ୍ୱାଇଁ ଏବଂ ଗୁଜରାଟରେ ଗାଏକୱାଡ ପରିବାରର ନିଜ ଜନ୍ମସ୍ଥାନ ପ୍ରତି ରହିଥିବା ଅବଦାନ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜଣେ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି ସାମୟିକ ଲାଭ ପାଇଁ କାର୍ଯ୍ୟ କରିବା ପରିବର୍ତ୍ତେ ଆଗାମୀ ପିଢ଼ିର କଲ୍ୟାଣ ପାଇଁ କାର୍ଯ୍ୟ କରିଥାଏ । ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାର ଦୀର୍ଘକାଳୀନ ଲାଭ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମହାରାଜା ମାଧୋ ରାଓ ପ୍ରଥମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।  ଶ୍ରୀ ମୋଦୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ମହାରାଜା ଏକ ସାର୍ବଜନୀନ ପରିବହନ ବ୍ୟବସ୍ଥା ସ୍ଥାପନ କରିଥିଲେ,  ଯାହା ଦିଲ୍ଲୀରେ ଡିଟିସି ଭାବରେ କାର୍ଯ୍ୟ କରୁଛି । ଜଳ ସଂରକ୍ଷଣ ଏବଂ ଜଳସେଚନ ପାଇଁ ତାଙ୍କର ପଦକ୍ଷେପ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଏବଂ ସୂଚନା ଦେଇଥିଲେ ଯେ ହର୍ସି ଡ୍ୟାମ୍ ୧୫୦ ବର୍ଷ ପରେ ମଧ୍ୟ ଏସିଆର ସର୍ବବୃହତ ମାଟି ବନ୍ଧ ଭାବେ ଜଣାଶୁଣା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ଦୂରଦୃଷ୍ଟି ଆମକୁ ଦୀର୍ଘକାଳୀନ ଭିତ୍ତିରେ କାର୍ଯ୍ୟ କରିବା ନିମନ୍ତେ ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଗଳାବାଟକୁ ଏଡାଇବାକୁ ଶିକ୍ଷା ଦେଇଥାଏ ।

 

ପ୍ରଧାନମନ୍ତ୍ରୀ ୨୦୧୪ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ସମୟରେ ତୁରନ୍ତ ଫଳାଫଳ ପାଇଁ କାର୍ଯ୍ୟ କରିବା କିମ୍ବା ଏକ ଦୀର୍ଘମିଆଦୀ ଆଭିମୁଖ୍ୟ ଗ୍ରହଣ କରିବାର ଦୁଇଟି ବିକଳ୍ପ ଉପରେ ଆଲୋକପାତ କରିଥିଲେ । ସରକାର ୨, ୫, ୮, ୧୦, ୧୫ ଓ ୨୦ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ସମୟ ଅବଧି ସହିତ କାମ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏବେ ସରକାର ୧୦ ବର୍ଷ ପୂରଣ କରିବାକୁ ଯାଉଛନ୍ତି ଏବଂ  ଦୀର୍ଘମିଆଦୀ ଆଭିମୁଖ୍ୟ ନେଇ ଏକାଧିକ ବିଚାରାଧୀନ ନିଷ୍ପତ୍ତି ନିଆଯାଇଛି । ଜାମ୍ମୁ - କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପାଇଁ ୬ ଦଶନ୍ଧି ପୁରୁଣା ଦାବି, ସେନାର ପୂର୍ବତନ ସୈନିକ ମାନଙ୍କୁ ୱାନ୍ ରାଙ୍କ୍ ୱାନ୍ ଅବସରକାଳୀନ ଭତ୍ତା ପ୍ରଦାନ ପାଇଁ ୪ ଦଶନ୍ଧି ପୁରୁଣା ଦାବି, ଜିଏସ୍‌ଟି ଓ ତିନି ତଲାକ୍ ଆଇନ ପାଇଁ ୪ ଦଶନ୍ଧି ପୁରୁଣା ଦାବି ଉପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ନିକଟରେ ସଂସଦରେ ପାରିତ ହୋଇଥିବା ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ସୁଯୋଗର ଅଭାବ ନଥିବା ଯୁବପିଢ଼ି ମାନଙ୍କ ପାଇଁ ଏକ ସକାରାତ୍ମକ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ବର୍ତ୍ତମାନର ସରକାର ଯଦି ନଥାନ୍ତେ, ତେବେ ଏହି ବିଚାରାଧୀନ ନିଷ୍ପତ୍ତିକୁ ପରବର୍ତ୍ତୀ ପିଢ଼ିକୁ ଆଗେଇ ନିଆଯାଇଥାନ୍ତା ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିିଥିଲେ । ଭାରତ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ପରେ ସିନ୍ଧିଆ ସ୍କୁଲକୁ ୧୫୦ ବର୍ଷ ପୂରଣ ହେବ ବୋଲି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ କହିବା ସହିତ ‘ବଡ ସ୍ୱପ୍ନ ଦେଖିବାକୁ ଏବଂ ତାହାକୁ ପୂରଣ କରିବା ‘ ପାଇଁ କହିଥିଲେ । ଆଗାମୀ ୨୫ ବର୍ଷ ମଧ୍ୟରେ ଯୁବପିଢ଼ି ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବେ ବୋଲି ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସର ସହ କହିଛନ୍ତି । "ମୁଁ ଯୁବ ବର୍ଗ ଏବଂ ସେମାନଙ୍କ ସାମର୍ଥ୍ୟ ଉପରେ ବିଶ୍ୱାସ କରେ", ବୋଲି ପ୍ରଧାନମନ୍ତ୍ରୀ  ମତ ଦେଇଥିଲେ ଏବଂ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଯୁବଗୋଷ୍ଠୀ ଦେଶ ଦ୍ୱାରା ନିଆଯାଇଥିବା ସଂକଳ୍ପକୁ ପୂରଣ କରିବେ । ଆଗାମୀ ୨୫ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ସେତିକି ଭାରତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଦୋହରାଇ ଥିଲେ । "ସିନ୍ଧିଆ ସ୍କୁଲର ପ୍ରତ୍ୟେକ ଛାତ୍ର ବୃତ୍ତିଗତ ଦୁନିଆରେ ହେଉ କିମ୍ବା ଅନ୍ୟ କୌଣସି ସ୍ଥାନରେ’ ଭାରତକୁ ଏକ ବିକଶିତ ଭାରତରେ ପରିଣତ କରିବା ପାଇଁ ପ୍ରୟାସ କରିବା ଉଚିତ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସିନ୍ଧିଆ ସ୍କୁଲର ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ସହ ତାଙ୍କର ବାର୍ତ୍ତାଳାପ ବିକଶିତ ଭାରତର ଭାଗ୍ୟ ପୂରଣ କରିବାର କ୍ଷମତା ଉପରେ ତାଙ୍କର ବିଶ୍ୱାସକୁ ଦୃଢ଼ କରିଛି । ସେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ, ରେଡିଓ କିମ୍ବଦନ୍ତୀ ଅମିନ ସୟାନୀ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ଗରବାକୁ ଉପସ୍ଥାପିତ କରିଥିବା ମିତ୍ ବ୍ରଦର୍ସ, ସଲମାନ ଖାନ ଏବଂ ଗାୟକ ନୀତିନ ମୁକେଶଙ୍କ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ ।

ଭାରତର ବୃଦ୍ଧି ପାଉଥିବା ବୈଶ୍ୱିକ ପ୍ରୋଫାଇଲ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ ଏବଂ ଜି - ୨୦ର ସଫଳ ଆୟୋଜନ ବିଷୟରେ ସେ ଉଲ୍ଲେଖ କରିଥିଲେ । ସେ ଭାରତକୁ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ବୋଲି କହିଥିଲେ । ଫିନଟେକ୍‌, ବାସ୍ତବ ସମୟ ଡିଜିଟାଲ ଦେଣନେଣ ଏବଂ ସ୍ମାର୍ଟଫୋନ୍ ଡାଟା ବ୍ୟବହାର କରିବା ହାରରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି । ଇଣ୍ଟରନେଟ୍ ବ୍ୟବହାରକାରୀ ମାନଙ୍କ ସଂଖ୍ୟା କ୍ଷେତ୍ରରେ ଏବଂ ମୋବାଇଲ୍ ଉତ୍ପାଦନ କ୍ଷେତ୍ରରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ବୋଲି ସେ ସୂଚନା ଦେଇଛନ୍ତି । ଭାରତରେ ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ପାରିବେଶିକ ବ୍ୟବସ୍ଥା ରହିଛି ଏବଂ ଏହା ବିଶ୍ୱର ତୃତୀୟ ବୃହତ୍ତମ ଶକ୍ତି ଉପଭୋକ୍ତା ଅଟେ । ସେ ମହାକାଶ ଷ୍ଟେସନ ପାଇଁ ଭାରତର ପ୍ରସ୍ତୁତି ଏବଂ ଆଜି ହିଁ ସଫଳତାର ସହିତ ଗଗନାୟନ ସମ୍ବନ୍ଧୀୟ ପରୀକ୍ଷଣ ବିଷୟରେ ଉଲ୍ଲେଖ କରିଥିଲେ । ସେ ତେଜସ୍ ଓ ଆଇଏନ୍‌ଏସ୍ ବିକ୍ରାନ୍ତକୁ ତାଲିକାଭୁକ୍ତ କରି କହିଛନ୍ତି ଯେ ଭାରତ ପାଇଁ କିଛି ବି ଅସମ୍ଭବ ନୁହେଁ ।

 

ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ ଯେ ବିଶ୍ୱ ହେଉଛି ସେମାନଙ୍କର ଶାମୁକା, ମହାକାଶ ଏବଂ ପ୍ରତିରକ୍ଷା କ୍ଷେତ୍ର ସମେତ ସେମାନଙ୍କ ପାଇଁ ଉନ୍ମୁକ୍ତ କରାଯାଇଥିବା ନୂତନ ମାର୍ଗ ବିଷୟରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ନିଜର ଆବରଣ / ପରିସୀମା ବାହାରକୁ ଯାଇ ଚିନ୍ତା କରିବାକୁ କହିଥିଲେ ଏବଂ ସେମାନଙ୍କୁ ପୂର୍ବତନ ରେଳମନ୍ତ୍ରୀ ଶ୍ରୀ ମାଧବ ରାଓଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମନେ ପକାଇ ଦେଇଥିଲେ ଯେ,  କିପରି ଶତାବ୍ଦୀ ଟ୍ରେନ୍ ଆରମ୍ଭ କରିବାର ପୁନରାବୃତ୍ତି ହୋଇ ନଥିଲା ଏବଂ ବର୍ତ୍ତମାନ ଦେଶ ବନ୍ଦେ ଭାରତ ଏବଂ ନମୋ ଭାରତ ଟ୍ରେନ୍ ଦେଖୁଛି ।

ପ୍ରଧାନମନ୍ତ୍ରୀ ସ୍ୱରାଜର ସଂକଳ୍ପ ଆଧାରରେ ସିନ୍ଧିଆ ସ୍କୁଲର ଗୃହ ଗୁଡ଼ିକର ନାମ ଉପରେ ଆଲୋକପାତ କରି କହିଥିଲେ ଯେ ଏହା ପ୍ରେରଣାର ଏକ ବଡ଼ ଉତ୍ସ । ଶିବାଜୀ ହାଉସ୍‌, ମହାଦ ଜୀ ହାଉସ୍‌, ରାନୋ ଜୀ ହାଉସ୍‌, ଦତ୍ତା ଜୀ ହାଉସ୍‌, କାନରଖେଡ ହାଉସ୍‌, ନିମା ଜୀ ହାଉସ୍ ଏବଂ ମାଧବ ହାଉସ୍ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଏହା ସପ୍ତ ଋଷିମାନଙ୍କ ଶକ୍ତି ପରି । ଜଳ ନିରାପତ୍ତା ପାଇଁ ସଚେତନତା ଅଭିଯାନ ଚଳାଇବା, ଡିଜିଟାଲ ଦେୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଗ୍ୱାଲିୟରକୁ ଭାରତର ସବୁଠାରୁ ସ୍ୱଚ୍ଛ ସହରରେ ପରିଣତ କରିବାକୁ ପ୍ରୟାସ କରିବା, ଭାରତରେ ପ୍ରସ୍ତୁତ ଉତ୍ପାଦକୁ ପ୍ରୋତ୍ସାହିତ କରିବା ଏବଂ ଭୋକାଲ୍ ଫର୍ ଲୋକାଲ୍‌ର ଆଭିମୁଖ୍ୟ ଗ୍ରହଣ କରିବା, ଭାରତ ଉପରେ ଅନୁସନ୍ଧାନ କରିବା ଏବଂ ବିଦେଶ ଯିବା ପୂର୍ବରୁ ଦେଶ ଭିତରେ ଭ୍ରମଣ କରିବା, ଆଞ୍ଚଳିକ କୃଷକ ମାନଙ୍କ ମଧ୍ୟରେ ପ୍ରାକୃତିକ ଚାଷ ବିଷୟରେ ସଚେତନତା ସୃଷ୍ଟି କରିବା, ଦୈନନ୍ଦିନ ଖାଦ୍ୟରେ ବାଜରାକୁ ବ୍ୟବହାର କରିବା, କ୍ରୀଡ଼ା, ଯୋଗ କିମ୍ବା କୌଣସି ପ୍ରକାର ଫିଟନେସ୍‌କୁ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ଏବଂ ଶେଷରେ ଅତି କମରେ ଗୋଟିଏ ଗରିବ ପରିବାରକୁ ସାହାଯ୍ୟ କରିବା ଆଦି ୯ଟି କାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଥିଲେ । ଏହି ମାର୍ଗକୁ ଅନୁସରଣ କରି ଗତ ପାଞ୍ଚ ବର୍ଷ ମଧ୍ୟରେ ୧୩ କୋଟି ଲୋକ ଦାରିଦ୍ର‌୍ୟରୁ ମୁକୁଳିଛନ୍ତି ବୋଲି ସେ କହିଛନ୍ତି ।

"ଭାରତ ଆଜି ଯାହା କରୁଛି, ତାହା ବୃହତ୍ ସ୍ତରରେ କରୁଛି", ବୋଲି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ କହିବା ସହିତ ସେମାନଙ୍କ ସ୍ୱପ୍ନ ଏବଂ ସଂକଳ୍ପ ବିଷୟରେ ବଡ଼ ଚିନ୍ତା କରିବାକୁ ଆହ୍ୱାନ ଦେଇଥିଲେ । "ତୁମ ମାନଙ୍କର ସ୍ୱପ୍ନ ହେଉଛି ମୋର ସଂକଳ୍ପ", ବୋଲି ସେ କହିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ନମୋ ଆପ୍ ମାଧ୍ୟମରେ ସେମାନଙ୍କର ଚିନ୍ତାଧାରା ଏବଂ ବିଚାର ତାଙ୍କ ସହ ବାଣ୍ଟିବାକୁ କିମ୍ବା ହ୍ୱାଟ୍ସଆପ୍‌ରେ ତାଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ ।

ବକ୍ତବ୍ୟ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ, ସିନ୍ଧିଆ ସ୍କୁଲ କେବଳ ଏକ ଅନୁଷ୍ଠାନ ନୁହେଁ ବରଂ ଏକ ଐତିହ୍ୟ । ସ୍ୱାଧୀନତା ପୂର୍ବରୁ ଓ ପରେ ମହାରାଜ ମାଧୋ ରାଓ ଜୀ’ଙ୍କ ସଂକଳ୍ପକୁ ବିଦ୍ୟାଳୟ କ୍ରମାଗତ ଭାବେ ଆଗେଇ ନେଇଛି ବୋଲି ସେ କହିଛନ୍ତି । ଅଳ୍ପ ସମୟ ପୂର୍ବରୁ ପୁରସ୍କୃତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଶ୍ରୀ ମୋଦୀ ପୁଣି ଥରେ ଅଭିନନ୍ଦନ ଜଣାଇବା ସହ ସିନ୍ଧିଆ ସ୍କୁଲକୁ ଉନ୍ନତ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଅବସରରେ ମଧ୍ୟପ୍ରଦେଶ ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ନରେନ୍ଦ୍ର ସିଂହ ତୋମାର ଏବଂ ଜିତେନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India steps up semiconductor push, seeks to turn ‘Make In India’ into ‘Engineer in India’

Media Coverage

India steps up semiconductor push, seeks to turn ‘Make In India’ into ‘Engineer in India’
NM on the go

Nm on the go

Always be the first to hear from the PM. Get the App Now!
...
The inauguration of Swaminarayan Temple is a new milestone in the cultural relations between India and France: PM Modi
September 06, 2026
It is a matter of great joy that BAPS Swaminarayan Hindu Mandir is being inaugurated in Paris: PM
This temple will surely enrich the diversity of France and energize our cultural relations: PM
India-France Strategic Partnership is special as it rests on the strong foundation of old cultural and political bonds: PM

पूज्य महंत स्वामी, फ्रांस सरकार के सम्मानित प्रतिनिधिगण, उपस्थित अतिथिगण, इंडियन कम्युनिटी के मेरे साथी, देश दुनिया से जुड़े सभी हरि भक्त, देवियों और सज्जनों, जय स्वामीनारायण!

आज फ्रांस की राजधानी पेरिस में भव्य स्वामीनारायण मंदिर का लोकार्पण हो रहा है। यह लोकार्पण भारत और फ्रांस के सांस्कृतिक संबंधों का नया युग स्तंभ है। पूज्य संत जनों और सनातन परंपरा के श्रेष्ठ जनों के आशीर्वाद के साथ आज इस लोकार्पण का मंच ‘वसुधैव कुटुम्बकम’ के भाव का मंच बन गया है। भगवान स्वामीनारायण की कृपा और हमारे संतों का स्नेह, संतों का आशीर्वाद, मेरा सौभाग्य है कि मुझे ऐसे पुण्य अवसरों से जुड़ने का अवसर हमेशा मिलता रहता है। आज भी मैं भले ही पेरिस में आप सबके बीच उपस्थित नहीं हूं, लेकिन मन से और हृदय से, मैं स्वयं को आपके बीच ही अनुभव कर रहा हूं।

साथियों,

आज इस अवसर पर मैं परम पूज्य प्रमुख स्वामी जी महाराज का भी श्रद्धापूर्वक स्मरण करता हूं। प्राचीन काल में भारत का जो सांस्कृतिक आध्यात्मिक वैभव था, उन्होंने उसके पुनर्जागरण का एक अभियान शुरू किया था। आज उसका प्रकाश यूरोप समेत पूरी दुनिया में फैल रहा है। 2024 में अबू धाबी में भव्य मंदिर का लोकार्पण हुआ था। आज वहां हजारों लोग दर्शन करने जाते हैं और अब यहां पेरिस में स्वामीनारायण मंदिर का निर्माण सृजन की यह निरंतरता, यह संतों की संकल्प शक्ति का ही प्रमाण है। मैं पुनीत कार्य के लिए पूज्य महंत स्वामी का आभार प्रकट करता हूं, मैं उनके चरणों में प्रणाम करता हूं। मैं BAPS स्वामीनारायण संस्था को और करोड़ों हरि भक्तों को इस अवसर पर हृदय की गहराई से बधाई देता हूं।

साथियों,

BAPS के माध्यम से जब अलग-अलग देश में मंदिरों की प्राण प्रतिष्ठा होती है, तो वहां भारत के प्राचीन विचार और मानवीय मूल्य भी साथ-साथ ही जाते हैं और भारत का विचार कहता है ‘समानं मनः सह चित्तमेषाम्’ अर्थात हमारे मन समान हो, हमारे हृदय साथ जुड़े। इसलिए आज जब फ्रांस में इतना भव्य मंदिर बनकर तैयार हुआ है, यह फ्रांस की विविधता को तो समृद्ध करेगा ही, इससे भारत और फ्रांस के सांस्कृतिक संबंधों को भी ऊर्जा मिलेगी।

साथियों,

बीते वर्षों में भारत और फ्रांस के संबंध नई ऊंचाइयों तक पहुंचे हैं। मेरे मित्र, प्रेसिडेंट मैक्रों के साथ मिलकर दोनों देश एक Special Global Strategic Partnership बना रहे हैं। Technology, AI और Defence से लेकर Space और Climate Action तक हम एक नई गति और नई ऊर्जा के साथ मिलकर के आगे बढ़ रहे हैं। हम 2026 को India-France Year of Innovation के रूप में भी सेलिब्रेट कर रहे हैं। भारत-फ्रांस की ये Strategic Partnership इसलिए भी खास है, क्योंकि ये हमारे पुराने सांस्कृतिक-राजनैतिक सम्बन्धों की मजबूत बुनियाद पर टिकी है। इतिहास गवाह है, फ्रांस में भारतीय सैनिकों के बलिदान का इतिहास आज भी मन-मंदिर में जीवित है। भाषा से जुड़े विषयों में रुचि रखने वाले लोग यह भी जानते हैं कि फ्रेंच स्कॉलर्स ने संस्कृत को लोकप्रिय बनाने में कितनी अहम भूमिका निभाई है। रामकृष्ण परमहंस और स्वामी विवेकानंद पर रोमाँ रोलाँ की की लेखनी हमारी सोसाइटीज़ को और करीब लाई है। पेरिस से पुडुचेरी के अरबिंदो आश्रम तक 'The mother' की spiritual journey, उसने कितने ही भारतीय और फ्रेंच साधकों को inspire किया है।

साथियों,

दशकों पहले श्रील प्रभुपाद स्वामी भी फ्रांस आए थे। इस्कॉन के जरिए भारत फ्रांस के बीच आध्यात्मिक सम्बन्धों का नया अध्याय उन्होंने शुरू किया था। आज योग भी भारत-फ्रांस के people to people कनेक्ट का एक माध्यम बन चुका है। 'इंटरनेशनल योगा डे' पर एफिल टॉवर के सामने से आने वाली तस्वीरें फ्रांस में योग की लोकप्रियता का उदाहरण बनती हैं और अब BAPS के इस भव्य मंदिर के जरिए, हमारे उन सांस्कृतिक सम्बन्धों में एक नया अध्याय जुड़ रहा है।

साथियों,

इन दिनों, भारत फ्रांस Joint Ventures की संभावनाओं पर बातें होती हैं। स्वामीनारायण मंदिर ने इस संभावना में भी एक नया आयाम जोड़ा है। यह मंदिर 'मेड इन इंडिया' है और 'बिल्ट इन फ्रांस' है। इसके काफी पत्थरों को भारत में तराशा गया है। भारत की प्राचीन प्रतिभा यहाँ फ्रांस में आधुनिक इंजीनियरिंग से आकर जुड़ चुकी है। पेरिस में इस भव्य मंदिर ने आकार लिया है। इसलिए, मैं आशा करता हूँ, यह मंदिर सदियों तक भारत और फ्रांस के बीच सहयोग और संभावनाओं का भी प्रतीक बनकर उभरेगा।

साथियों,

स्वामीनारायण मंदिर हमेशा से भक्ति के साथ-साथ सेवा का माध्यम भी रहे हैं। मुझे बताया गया है, यह मंदिर भी सेवा प्रकल्पों का वैसा ही केंद्र बनेगा। मुझे विश्वास है कि यहाँ से भारतीय संस्कृति के जो स्वर निकलेंगे, उनका लाभ पूरे यूरोप में लोगों को मिलेगा। भविष्य में मुझे जब भी समय मिलेगा, मैं इस मंदिर में दर्शन करने का प्रयास अवश्य करूंगा। इन्हीं शब्दों के साथ, एक बार फिर आज के इस लोकार्पण समारोह में सम्मिलित सभी अतिथिगणों को, सभी परिवारों को, सभी हरि भक्तों को और पूरी Indian Diaspora को मेरी ओर से इस शुभारंभ पर्व की ढेरों शुभकामनाएं!

बहुत-बहुत धन्यवाद!

मर्सी बोकू!

जय स्वामीनारायण!