‘ଏନ୍ସିସି ଏକ ଭାରତ, ଶ୍ରେଷ୍ଠ ଭାରତ ବିଚାର ଉପରେ ଆଲୋକପାତ କରେ’
‘କର୍ତ୍ତବ୍ୟ ପଥରେ ୭୫ତମ ଗଣତନ୍ତ୍ର ଦିବସ ପରେଡକୁ ‘ନାରୀ ଶକ୍ତି’କୁ ଉତ୍ସର୍ଗ କଲେ’
‘ବିଶ୍ୱ ଦେଖୁଛି କିପରି ଭାରତର ନାରୀଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ନିଜ ଦକ୍ଷତା ଦେଖାଉଛନ୍ତି’
‘ଆମେ ସବୁ କ୍ଷେତ୍ରରେ ଝିଅମାନଙ୍କ ପାଇଁ ସୁଯୋଗ ଉନ୍ମୁକ୍ତ କରିଛୁ ଯେଉଁଠାରେ ପୂର୍ବରୁ ସେମାନଙ୍କ ଭାଗିଦାରୀ ନିଷେଧ କିମ୍ବା ସୀମିତ ଥିଲା’
‘ଆଜି ଷ୍ଟାର୍ଟଅପ୍ ହେଉ କିମ୍ବା ସ୍ୱଂୟ ସହାୟକ ଗୋଷ୍ଠୀ ହେଉ ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜ ଛାପ ଛାଡ଼ିଛନ୍ତି’
‘ଯେତେବେଳେ ଦେଶ ପୁଅ ଓ ଝିଅଙ୍କ ପ୍ରତିଭାକୁ ସମାନ ସୁଯୋଗ ଦିଏ ସେତେବେଳେ ଦେଶର ପ୍ରତିଭା ବ୍ୟାପକ ହୋଇଯାଏ’
‘ଗତ ୧୦ ବର୍ଷରେ ଭାରତ ଡିଜିଟାଲ ଅର୍ଥବ୍ୟବସ୍ଥା ଆମ ଯୁବବର୍ଗଙ୍କ ପାଇଁ ଶକ୍ତିର ନୂଆ ଉତ୍ସ ହୋଇପାରିଛି’
‘ବିକଶିତ ଭାରତ ଆମ ଯୁବବର୍ଗଙ୍କ ସ୍ୱପ୍ନକୁ ପୂରଣ କରିବ’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର କରିୟପ୍ପା ପରେଡ ଗ୍ରାଉଣ୍ଡରେ ବାର୍ଷିକ ଏନ୍‌ସିସି ପିଏମ୍ ରାଲିକୁ ସମ୍ବୋଧିତ କରିଛନ୍ତି । ଶ୍ରୀ ମୋଦୀ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ଶ୍ରେଷ୍ଠ କ୍ୟାଡେଟ ପୁରସ୍କାର ପ୍ରଦାନ କରିଥିଲେ । ସେ ଏନ୍‌ସିସି ଗର୍ଲ୍ସ ଏବଂ ନାରୀଶକ୍ତି ବନ୍ଦନ ରନ୍ (ଏନ୍‌ଏସ୍‌ଆର୍‌ଭି) ଦ୍ୱାରା ଝାନ୍ସିରୁ ଦିଲ୍ଲୀ ପର୍ଯ୍ୟନ୍ତ ମେଗା ସାଇକ୍ଲୋଥନ୍‌କୁ ମଧ୍ୟ ପତାକା ଦେଖାଇଥିଲେ ।

 

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ସେ ନିଜେ ଜଣେ ପୂର୍ବତନ ଏନ୍‌ସିସି କ୍ୟାଡେଟ ଭାବେ ଏନ୍‌ସିସି କ୍ୟାଡେଟଙ୍କ ମଧ୍ୟରେ ଉପସ୍ଥିତ ରହିବାବେଳେ ପୁରୁଣା ସ୍ମୃତି ମନେପଡ଼ିବା ସ୍ୱାଭାବିକ । ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା କ୍ୟାଡେଟ୍‌ଙ୍କୁ ଦେଖି କହିଥିଲେ, ‘ଏନ୍‌ସିସି କ୍ୟାଡେଟ୍‌ଙ୍କ ମଧ୍ୟରେ ଉପସ୍ଥିତ ରହିବା ଏକ ଭାରତ, ଶ୍ରେଷ୍ଠ ଭାରତର ବିଚାରକୁ ଉଜାଗର କରିଥାଏ’ । ଏନ୍‌ସିସିର କ୍ଷେତ୍ର କ୍ରମାଗତ ବଢ଼ୁଥିବାକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ ଏବଂ କହିଥିଲେ ଯେ ଆଜିର ଅବସର ଏକ ନୂଆ ଆରମ୍ଭର ପ୍ରତୀକ । ସେ ସୀମାବର୍ତ୍ତୀ ଅଞ୍ଚଳର ଗ୍ରାମଗୁଡ଼ିକର ୪ଶହରୁ ଊର୍ଦ୍ଧ୍ୱ ସରପଞ୍ଚ ଏବଂ ଦେଶବ୍ୟାପୀ ସ୍ୱଂୟ ସହାୟତା ଗୋଷ୍ଠୀର ଶହେରୁ ଅଧିକ ମହିଳାଙ୍କ ଉପସ୍ଥିତିକୁ ମଧ୍ୟ ଗୁରୁତ୍ୱ ଦେଇଥିଲେ, ଯେଉଁମାନଙ୍କୁ ସରକାର ଭାଇବ୍ରାଣ୍ଟ ଭିଲେଜ ଯୋଜନା ଅଧୀନରେ ବିକଶିତ କରୁଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଲି ‘ଗୋଟିଏ ବିଶ୍ୱ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ଭାବନାକୁ ମଜଭୁତ କରୁଛି । ସେ କହିଲେ ଯେ ୨୦୧୪ରେ ଏହି ରାଲିରେ ୧୦ ଦେଶର କ୍ୟାଡେଟ ଥିଲେ । ଆଜି ଏହି ସଂଖ୍ୟା ୨୪ ରେ ପହଞ୍ଚିଛି ।

 

ଐତିହାସିକ ୭୫ତମ ଗଣତନ୍ତ୍ର ଦିବସ ନାରୀଶକ୍ତିକୁ ସମର୍ପିତ ଥିଲା ବୋଲି ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ସବୁକ୍ଷେତ୍ରରେ ଭାରତର ଝିଅମାନଙ୍କ ଦ୍ୱାରା ହୋଇଥିବା ପ୍ରଗତିକୁ ଦେଶ ପ୍ରଦର୍ଶିତ କରିଛି । ସେ ଏହି ଅବସରରେ ସମ୍ମାନିତ ହୋଇଥିବା କ୍ୟାଟେଡଙ୍କୁ ପ୍ରଶଂସା କରିଥିଲେ । ସେ ଭଦୋଦରା ଏବଂ କାଶୀରେ ସାଇକେଲ୍ ଗ୍ରୁପ୍‌ର ପ୍ରଶଂସା କରିଥିଲେ ଏବଂ ଦୁଇ ସ୍ଥାନରେ ତାଙ୍କ ସାଂସଦ ରହିଥିବା ଦର୍ଶାଇଥିଲେ ।

 

ମହିଳାଙ୍କ ଭୂମିକା କେବଳ ସାଂସ୍କୃତିକ ବ୍ୟବସ୍ଥା ଏବଂ ସଙ୍ଗଠନ ପର୍ଯ୍ୟନ୍ତ ସୀମିତ ଥିବା ସମୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଦୁନିଆ ଆଜି ଭାରତର ଝିଅଙ୍କୁ ସବୁକ୍ଷେତ୍ରରେ ନିଜ ଯୋଗ୍ୟତା ପ୍ରମାଣିତ କରୁଥିବା ଦେଖୁଛି, ତାହା ଭୂମି, ସମୁଦ୍ର, ଆକାଶ ହେଉ କିମ୍ବା ମହାକାଶ । ସେ ଗଣତନ୍ତ୍ର ଦିବସ ପରେଡରେ ଭାଗ ନେଇଥିବା ମହିଳା ପ୍ରତିଯୋଗୀଙ୍କ ଦୃଢ଼ ସଂକଳ୍ପ ଉପରେ ଆଲୋକପାତ କରି କହିଥିଲେ, ଏହି ସଫଳତା ରାତାରାତି ହୋଇନାହିଁ ବରଂ ଗତ ୧୦ ବର୍ଷ ଧରି ଲଗାତର ଉଦ୍ୟମର ପରିଣାମ । ପ୍ରଧାନମନ୍ତ୍ରୀ ମୋଦୀ ରାଣୀ ଲକ୍ଷ୍ମୀ ବାଈ, ରାନୀ ଚେନ୍ନମ୍ମା ଏବଂ ରାଣୀ ଭେଲୁ ନଚିଆରଙ୍କ ଭଳି ବାହାଦୂର ଯୋଦ୍ଧାଙ୍କ ଉଦାହରଣ ଦେଇ କହିଥିଲେ, ‘ଭାରତୀୟ ପରମ୍ପରାରେ ନାରୀଙ୍କୁ ସବୁବେଳେ ଶକ୍ତି ବିବେଚନା କରାଯାଏ ଯେଉଁମାନେ ଇଂରେଜମାନଙ୍କୁ ତଡ଼ିଦେଇଥିଲେ ।’ ପ୍ରଧାନମନ୍ତ୍ରୀ କହିଥିଲେ, ଗତ ୧୦ ବର୍ଷରେ ସରକାର ଦେଶରେ ନାରୀ ଶକ୍ତିର ଏହି ଉର୍ଜାକୁ ଲଗାତର ମଜଭୁତ କରିଛନ୍ତି । ଯେଉଁ କ୍ଷେତ୍ର ଦିନେ ନାରୀଙ୍କ ପାଇଁ ବର୍ଜିତ କିମ୍ବା ସୀମିତ ଥିଲା ସେହି କ୍ଷେତ୍ରରେ ମହିଳାଙ୍କ ପ୍ରବେଶ ଲାଗି ସବୁ ବାଧା ଦୂର କରିଛନ୍ତି ଏବଂ ତିନି ସୁରକ୍ଷା ବଳରେ ଫ୍ରଣ୍ଟ ଲାଇନ ଖୋଲିବା, ପ୍ରତିରକ୍ଷାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ ଏବଂ କମାଣ୍ଡ ଭୂମିକା, କମ୍ବାଟ ପଦ ରଖାଯିବାର ସେ ଉଦାହରଣ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ‘ ସେ ଅଗ୍ନିବୀର ହୁଅନ୍ତୁ ଅବା ଲଢ଼ୁଆ ପାଇଲଟ, ମହିଳାଙ୍କ ଭାଗିଦାରୀ ବଢ଼ୁଛି ।’ ସେ ସୈନିକ ସ୍କୁଲରେ ଛାତ୍ରୀଙ୍କୁ ପ୍ରବେଶ ଅନୁମତି କଥା ମଧ୍ୟ ଉଠାଇଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, ଗତ ୧୦ ବର୍ଷରେ କେନ୍ଦ୍ରୀୟ ସଶସ୍ତ୍ର ବଳରେ ମହିଳାଙ୍କ ସଂଖ୍ୟା ଦୁଇଗୁଣରୁ ଅଧିକ ହୋଇଛି । ରାଜ୍ୟଗୁଡ଼ିକୁ ମଧ୍ୟ ରାଜ୍ୟ ପୁଲିସ ବଳରେ ଅଧିକ ମହିଳାଙ୍କ ଭର୍ତ୍ତି ପାଇଁ ପ୍ରୋତ୍ସାହିତ କରାଯାଉଛି ।

 

ଏହି ପଦକ୍ଷେପ ଦ୍ୱାରା ସମାଜର ମାନସିକତା ଉପରେ ପଡ଼ିବାକୁ ଥିବା ପ୍ରଭାବ କଥା ଉଠାଇ ପ୍ରଧାନମନ୍ତ୍ରୀ କହିଥିଲେ, ଅନ୍ୟ କ୍ଷେତ୍ରରେ ମଧ୍ୟ ମହିଳାଙ୍କ ଭାଗିଦାରୀ ବୃଦ୍ଧି ପାଉଛି । ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ଏବଂ ବୀମା ସୁନିଶ୍ଚିତ କରିବାରେ ସେ ବହୁସଂଖ୍ୟାରେ ମହିଳାଙ୍କ ଆଡ଼କୁ ଧ୍ୟାନ ଦେଇଥିଲେ । ସେ କହିଥିଲେ, ‘ଷ୍ଟାର୍ଟଅପ୍ କିମ୍ବା ସ୍ୱଂୟ ସହାୟକ ଗୋଷ୍ଠୀ ଭଳି ସେକ୍ଟରରେ ମଧ୍ୟ ଏହା ସମାନ କାହାଣୀ ।’

 

ସେ କହିଛନ୍ତି ଯେ ମହିଳାଙ୍କ ଅଂଶଗ୍ରହଣ ଯୋଗୁ ପ୍ରତିଭା ବୃଦ୍ଧି ଏକ ବିକଶିତ ଭାରତ ଗଠନର ପ୍ରତୀକ । ଭାରତର ପାସପୋର୍ଟର ଶକ୍ତି ବୃଦ୍ଧିକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସମଗ୍ର ବିଶ୍ୱ ଭାରତକୁ ‘ବିଶ୍ୱ ବନ୍ଧୁ’ ଭାବେ ଦେଖୁଛି । ସେ କହିଛନ୍ତି ଯେ, ଅନେକ ଦେଶ ଭାରତର ଯୁବକମାନଙ୍କ ପ୍ରତିଭା ଏବଂ ଦକ୍ଷତା କୌଶଳରେ ସୁଯୋଗ ଦେଖୁଛନ୍ତି ।’

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଯୁବପିଢ଼ିଙ୍କ ପ୍ରତି ତାଙ୍କ ଦୃଷ୍ଟିକୋଣ ରେଖାଙ୍କିତ କରିଥିଲେ ଏବଂ ଆସନ୍ତା ୨୫ ବର୍ଷରେ ଦେଶର ଭବିଷ୍ୟତ ଗଠନରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ନିଜ ମନ କଥା ରଖି କହିଥିଲେ ଯେ, ‘ଆସନ୍ତା ୨୫ ବର୍ଷ ମଧ୍ୟରେ ଏହି ପରିବର୍ତ୍ତନକାରୀ ଯୁଗ କେବଳ ଏକ ବିକଶିତ ଭାରତ ନିର୍ମାଣର ସାକ୍ଷୀ ରହିବନି  ବରଂ ମୁଖ୍ୟ ରୂପରେ ଯୁବପିଢ଼ିଙ୍କୁ ଉପକୃତ କରିବ ନା କି ମୋଦୀକୁ’ । ଭାରତର ବିକାଶ ଯାତ୍ରାର ପ୍ରାଥମିକ ହିତାଧିକାରୀଭାବେ ଯୁବବର୍ଗଙ୍କୁ ଉତ୍ସାହିତ କରି ପ୍ରଧାନମନ୍ତ୍ରୀ ମୋଦୀ ଟିପ୍ପଣୀ ଦେଇଥିଲେ, ‘ଏହି ଯୁଗର ସବୁଠୁ ବଡ଼ ହିତାଧିକାରୀ ଆପଣଙ୍କ ଭଳି ଯୁବ ବ୍ୟକ୍ତି’ । ସେ ନିରନ୍ତର କଠିନ ପରିଶ୍ରମର ମହତ୍ତ୍ୱକୁ ରେଖାଙ୍କିତ କରି କହିଥିଲେ, ‘ଉତ୍କର୍ଷତା ପାଇଁ ଲଗାତର ପ୍ରୟାସ କରିବା ତୁମ ସମସ୍ତଙ୍କ ପାଇଁ ଅନିବାର୍ଯ୍ୟ ହେବ’ ।

 

ଗତ ଦଶନ୍ଧିରେ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ବଡ଼ ଧରଣର ଦକ୍ଷତା ବିକାଶ, ନିଯୁକ୍ତି ଏବଂ ଉଦ୍ୟୋଗ ପ୍ରତି ପ୍ରତ୍ୟେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରାଯାଇଛି । ଭାରତର ବିକାଶକୁ ଆଗକୁ ନେବାରେ ସର୍ବାଧିକ ପ୍ରଭାବ ଲାଗି ଯୁବପିଢ଼ିଙ୍କ ପ୍ରତିଭା ଏବଂ ଦକ୍ଷତା କୌଶଳକୁ ବ୍ୟବହାର କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

 

ପ୍ରଧାନମନ୍ତ୍ରୀ ମୋଦୀ ନୂତନ ଜାତୀୟ ଶିକ୍ଷା ନୀତି ଏବଂ ପିଏମ୍ ଶ୍ରୀ ଯୋଜନାରେ ସ୍ମାର୍ଟ ସ୍କୁଲ ଅଭିଯାନ ଭଳି ପଦକ୍ଷେପ ମାଧ୍ୟମରେ ଯୁବକମାନଙ୍କୁ ସଶକ୍ତୀକରଣ କରିବାକୁ ସରକାରଙ୍କ ପ୍ରତିବଦ୍ଧତା ଊପରେ ଆଲୋକପାତ କରିଥିଲେ । ଏହାର ଉଦ୍ଦେଶ୍ୟ ଦେଶର ହଜାର ହଜାର ବିଦ୍ୟାଳୟକୁ ଆଧୁନିକୀକରଣ କରିବା । ଗତ ଦଶନ୍ଧିରେ ବୃତ୍ତିଗତ ଶିକ୍ଷା ସହ ଜଡ଼ିତ ଅନେକ କଲେଜ, ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନଗୁଡ଼ିକରେ ଅଭୂତପୂର୍ବ ବୃଦ୍ଧି କଥା ମଧ୍ୟ ସେ ଦର୍ଶାଇଥିଲେ ।

 

ଭାରତର ଶୈକ୍ଷିକ ପରିଦୃଶ୍ୟରେ ପ୍ରଗତିକୁ ରେଖାଙ୍କିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଗତ ୧୦ ବର୍ଷ ମଧ୍ୟରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ବିଶ୍ୱ ମାନ୍ୟତାରେ ଉଲ୍ଲେଖନୀୟ ଉନ୍ନତି ଘଟିଛି । ଅନେକ ରାଜ୍ୟରେ ନୂତନ ଆଇଆଇଟି ଏବଂ ଏମ୍ସ ସ୍ଥାପନ ହେବା ସହ ମେଡିକାଲ କଲେଜ ଏବଂ ସିଟ୍ ସଂଖ୍ୟାରେ ରେକର୍ଡ ବୃଦ୍ଧି ଘଟିଥିବା ନେଇ ସେ ଖୁସି ବ୍ୟକ୍ତ କରିଥିଲେ ।

 

ଅନୁସନ୍ଧାନ ଉଦ୍ୟମକୁ ପ୍ରୋତ୍ସାହିତ କରିବା ଲାଗି ନୂଆ ଆଇନ ପ୍ରଣୟନ କରି ପ୍ରତିରକ୍ଷା ଏବଂ ମହାକାଶ ଭଳି କ୍ଷେତ୍ରକୁ ବ୍ୟାପକ କରିବା ଏବଂ ଯୁବ ପ୍ରତିଭାଙ୍କ ସନ୍ଧାନ ପଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ମୋଦୀ ସୁନିଶ୍ଚିତ କରିଛନ୍ତି । ସେ କହିଛନ୍ତି, ‘ଏହି ସବୁ ପଦକ୍ଷେପ ଆପଣଙ୍କ ଲାଭ ପାଇଁ, ଭାରତର ଯୁବବର୍ଗଙ୍କ ପାଇଁ ନିଆଯାଇଛି ।’

 

ଅର୍ଥନୈତିକ ସଶକ୍ତୀକରଣ ଦିଗରେ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ମୋଦୀ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ’ ଅଭିଯାନ ବାବଦରେ ଉଲ୍ଲେଖ କରିଥିଲେ ଏବଂ ଭାରତର ଯୁବକଙ୍କ ଆକାଂକ୍ଷା ସହ ସେମାନଙ୍କ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ, ‘ଏହି ଅଭିଯାନଗୁଡ଼ିକ ତୁମ ପରି ଯୁବବର୍ଗଙ୍କ ପାଇଁ, ଯେଉଁମାନେ ନୂତନ ନିଯୁକ୍ତି ସୁଯୋଗ ପ୍ରଦାନ କରୁଛନ୍ତି ।’

 

ଭାରତର ଡିଜିଟାଲ କ୍ରାନ୍ତର ପ୍ରମାଣରେ ପ୍ରଧାନମନ୍ତ୍ରୀ ମୋଦୀ ଡିଜିଟାଲ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ଏବଂ ଯୁବପିଢ଼ି ଉପରେ ଏହାର ଗଭୀର ପ୍ରଭାବ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ‘ଗତ ୧୦ ବର୍ଷ ମଧ୍ୟରେ ଭାରତର ଡିଜିଟାଲ ଅର୍ଥନୀତି ଆମ ଯୁବବର୍ଗଙ୍କ ପାଇଁ ଏକ ନୂତନ ଶକ୍ତି ଉତ୍ସ ପାଲଟିଛି ।’

 

ବୈଶ୍ୱିକ ସ୍ତରରେ ତୃତୀୟ ସବୁଠୁ ବଡ଼ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଭାବେ ଭାରତର ଅଭୂଦୟକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ମୋଦୀ ଯୁବବର୍ଗଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବକୁ ପ୍ରଶଂସା କରି କହିଛନ୍ତି, ‘ଆଜି ଭାରତରେ ୧.୨୫ ଲକ୍ଷରୁ ଅଧିକ ପଞ୍ଜିକୃତ ଷ୍ଟାଟଅପ୍ ଏବଂ ଶହେରୁ ଊର୍ଦ୍ଧ୍ୱ ୟୁନିକର୍ଣ୍ଣ ରହିଛି ।’ ପ୍ରଧାନମନ୍ତ୍ରୀ ଭାରତରେ ମୋବାଇଲ ନିର୍ମାଣରେ ବୃଦ୍ଧି, ସୁଲଭ ଡାଟା ଏବଂ ପ୍ରତି ଗ୍ରାମକୁ ଅପ୍ଟିକାଲ ଫାଇବର କନେକ୍ଟିଭିଟି ବୃଦ୍ଧି କଥା ମଧ୍ୟ ଉଠାଇଥିଲେ ।

 

ଇ-କମର୍ସ, ଇ-ଶପିଂ, ହୋମ ଡେଲିଭରି, ଅନ୍‌ଲାଇନ ଶିକ୍ଷା ଏବଂ ନିକଟରେ ସ୍ୱାସ୍ଥ୍ୟସେବାର ବିସ୍ତାର କଥା ଉଠାଇ ପ୍ରଧାନମନ୍ତ୍ରୀ ମୋଦୀ ଡିଜିଟାଲ ସାମଗ୍ରୀ ନିର୍ମାଣର ପ୍ରସାର ଏବଂ ୫ ଲକ୍ଷରୁ ଅଧିକ କମନ୍ ସର୍ଭିସ ସେଣ୍ଟର ପ୍ରତିଷ୍ଠା ବାବଦରେ ଯୁବବର୍ଗଙ୍କୁ ଡିଜିଟାଲ ଇଣ୍ଡିଆ ଦ୍ୱାରା ସୃଷ୍ଟି ହୋଇଥିବା ସୁଯୋଗର ଲାଭ ଉଠାଇବାକୁ କହିଥିଲେ । ଗ୍ରାମୀଣ ଅଞ୍ଚଳରେ ଲକ୍ଷାଧିକ କମନ ସର୍ଭିସ୍ ସେଣ୍ଟର ବହୁ ସଂଖ୍ୟାରେ ଯୁବକଙ୍କୁ ନିଯୁକ୍ତି ଯୋଗାଉଛି ।

 

ପ୍ରଧାନମନ୍ତ୍ରୀ ଭବିଷ୍ୟତ-ଆଧାରିତ ନୀତି ନିର୍ଣ୍ଣୟ ଏବଂ ସ୍ପଷ୍ଟ ପ୍ରାଥମିକତାକୁ ରେଖାଙ୍କିତ କରିଥିଲେ । ସେ ସୀମାନ୍ତ ଗ୍ରାମକୁ ଶେଷ ଗାଁ ବୋଲି କହିବାର ମାନସିକାର ପରିବର୍ତ୍ତନ ବିଷୟରେ କହିଥିଲେ । ଏବେ ଏହି ଗ୍ରାମ ‘ପ୍ରଥମ ଗାଁ’ ବା ‘ଭାଇବ୍ରାଣ୍ଟ ଗ୍ରାମ’ । ସେ କହିଥିଲେ ଯେ, ଏହି ଗାଁ ଆଗାମୀ ଦିନରେ ବଡ଼ ପର୍ଯ୍ୟଟନ କେନ୍ଦ୍ର ହେବାକୁ ଯାଉଛି ।

 

ଯୁବବର୍ଗଙ୍କୁ ସିଧାସଳଖ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ର ନିର୍ମାଣ ପ୍ରୟାସରେ ସକ୍ରିୟ ଭାଗିଦାରୀର ଆହ୍ୱାନ ଦେଇ, ଭାରତର ଭବିଷ୍ୟତକୁ ଆକାର ଦେବାରେ ସେମାନଙ୍କ ଦକ୍ଷତା ଉପରେ ବିଶ୍ୱାସ ରହିଥିବା କହିଥିଲେ । ସେ ‘ମାଇ ଭାରତ ଅର୍ଗାନାଇଜେସନ’ ରେ ପଞ୍ଜୀକରଣ କରିବା ଏବଂ ସମୃଦ୍ଧ ଭାରତର ବିକାଶରେ ଯୋଗଦାନ ଦେବାକୁ ନିବେଦନ କରିଥିଲେ ।

 

ଶେଷରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇ ଭବିଷ୍ୟତରେ ସଫଳତା କାମନା କରିଥିଲେ । ସେ ଯୁବବର୍ଗଙ୍କ ଉପରେ ତାଙ୍କ ବିଶ୍ୱାସକୁ ପୁନଃ ଉପସ୍ଥାପିତ କରି ଘୋଷଣା କରିଥିଲେ, ‘ଆପଣମାନେ ଏକ ବିକଶିତ ଭାରତର ନିର୍ମାତା’ ।

 

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ, ଏନ୍‌ସିସି ମହାନିର୍ଦ୍ଦେଶକ ଲ୍ୟୁଟନାଣ୍ଟଜେନେରାଲ ଗୁରବୀରପାଲ ସିଂ, କେନ୍ଦ୍ର ରାଷ୍ଟ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ଅଜୟ ଭଟ୍ଟ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଲ୍ୟୁଟନାଣ୍ଟ ଜେନେରାଲ ଅନିଲ ଚୌହାନ, ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଭି. ଆର୍ ଚୌଧୁରୀ, ନୌସେନା ପ୍ରମୁଖ ଆଡମିରାଲ ଆର୍ ହରି କୁମାର ଏବଂ ପ୍ରତିରକ୍ଷା ସଚିବ ଶ୍ରୀ ଗିରିଧର ଅରମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

 

ପୃଷ୍ଠଭୂମି

ଏହି କାର୍ଯ୍ୟକ୍ରମରେ ଅମୃତପିଢ଼ିର ଯୋଗଦାନ ଏବଂ ସଶକ୍ତୀକରଣକୁ ପ୍ରଦର୍ଶିତ କରୁଥିବା ‘ଅମୃତକାଳର ଏନ୍‌ସିସି’ ବିଷୟବସ୍ତୁ ଉପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ବସୁଧୈବ କୁଟୁମ୍ବକମ୍‌ର ପ୍ରକୃତ ଭାରତୀୟ ଭାବନାରେ ୨୪ ଦେଶରୁ ୨,୨୦୦ରୁ ଅଧିକ ଏନ୍‌ସିସି କ୍ୟାଡେଟ ଏବଂ ଯୁବ କ୍ୟାଡେଟ ଏହି ବର୍ଷର ରାଲିରେ ଅଂଶଗ୍ରହଣ କରିଥିଲେ ।

 

ସ୍ୱତନ୍ତ୍ର ଅତିଥି ଭାବେ ଭାଇବ୍ରାଣ୍ଟ ଗ୍ରାମର ୪ଶହରୁ ଅଧିକ ସରପଞ୍ଚ ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ସ୍ୱଂୟ ସହାୟକ ଗୋଷ୍ଠୀ ସହ ଜଡ଼ିତ ଶହେରୁ ଅଧିକ ମହିଳା ମଧ୍ୟ ଏନ୍‌ସିସି ପିଏମ୍ ରାଲିରେ ସାମିଲ ହୋଇଥିଲେ ।

 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Boost for India! IMF raises GDP growth forecast to 6.5% for FY27 despite Middle East conflict; lower US tariffs to benefit economy

Media Coverage

Boost for India! IMF raises GDP growth forecast to 6.5% for FY27 despite Middle East conflict; lower US tariffs to benefit economy
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets people of Himachal Pradesh on Himachal Diwas
April 15, 2026

The Prime Minister, Shri Narendra Modi, has extended greetings to the people of Himachal Pradesh on the occasion of Himachal Diwas.

The Prime Minister said that this sacred Devbhoomi has a special identity due to its rich traditions, unique cultural heritage and the diligence, sense of duty and humility of its people.

On this auspicious occasion, the Prime Minister wished for a bright future for all families of the state.

The Prime Minister wrote on X;

“समस्त हिमाचलवासियों को हिमाचल दिवस की हार्दिक शुभकामनाएं। यह पावन देवभूमि अपनी समृद्ध परंपराओं, अनुपम सांस्कृतिक धरोहर और यहां के लोगों की कर्मठता, कर्तव्यनिष्ठा और विनम्रता के कारण विशेष पहचान रखती है। इस पुनीत अवसर पर मैं प्रदेश के सभी परिवारजनों के उज्ज्वल भविष्य की कामना करता हूं।”