“ଜଗତଗୁରୁ ଶ୍ରୀ ସନ୍ଥ ତୁକାରାମ ମହାରାଜଙ୍କ ଠାରୁ ବାବାସାହେବ ଆମ୍ବେଦକରଙ୍କ ପର୍ଯ୍ୟନ୍ତ ମହାରାଷ୍ଟ୍ର ସମାଜ ସଂସ୍କାରକମାନଙ୍କର ଏକ ସମୃଦ୍ଧ ଉତ୍ତରାଧିକାରୀ ହୋଇ ରହିଛି”
“ସ୍ୱାଧୀନତା ସଂଗ୍ରାମକୁ କିଛି ଘଟଣାରେ ସୀମିତ ରଖିବାର ପ୍ରବୃତ୍ତି ଥିବାବେଳେ ଭାରତର ସ୍ୱାଧୀନତା ଅଗଣିତ ଲୋକଙ୍କ ‘ତପସ୍ୟା’ ସହ ଜଡିତ ଅଛି ବୋଲି ସେ କହିଛନ୍ତି”
“ସ୍ୱାଧୀନତା ଆନ୍ଦୋଳନର ଆବେଗ ‘ଲୋକାଲ ଟୁ ଗ୍ଲୋବାଲ' ହେଉଛି ଆମର ଆତ୍ମନିର୍ଭର ଭାରତ ଅଭିଯାନର ଶକ୍ତି”
“ଏକବିଂଶ ଶତାବ୍ଦୀରେ ମହାରାଷ୍ଟ୍ରର ଅନେକ ସହର ଦେଶର ଅଭିବୃଦ୍ଧି କେନ୍ଦ୍ର ହେବାକୁ ଯାଉଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇ ରାଜ ଭବନରେ ଜଲ ଭୂଷଣ ସୌଧ ଏବଂ ବିପ୍ଲବୀମାନଙ୍କ ଗ୍ୟାଲେରୀର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ଭଗତ ସିଂହ କୋଶିୟାରୀ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀ ଉଦ୍ଧବ ଠାକରେ ଉପସ୍ଥିତ ଥିଲେ ।

ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ଆଜି ଭାଟ ପୂର୍ଣ୍ଣିମା ଏବଂ କବୀର ଜୟନ୍ତୀର ଶୁଭେଚ୍ଛା ଜଣାଇଥିଲେ । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହାରାଷ୍ଟ୍ର ଦେଶକୁ ଅନେକ କ୍ଷେତ୍ରରେ ପ୍ରେରଣା ଦେଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜଗତଗୁରୁ ଶ୍ରୀ ସନ୍ଥ ତୁକାରାମ ମହାରାଜଙ୍କ ଠାରୁ ବାବାସାହେବ ଆମ୍ବେଦକରଙ୍କ ପର୍ଯ୍ୟନ୍ତ ସମାଜ ସଂସ୍କାରକମାନଙ୍କର ଏକ ସମୃଦ୍ଧ ଉତ୍ତରାଧିକାରୀ ଅଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହାରାଷ୍ଟ୍ରରୁ ସନ୍ଥ ଦୀନେଶ୍ୱର ମହାରାଜ, ସନ୍ଥ ନାମଦେବ, ସନ୍ଥ ରାମଦାସ ଏବଂ ସନ୍ଥ ଚୋଖାମେଲା ଦେଶକୁ ଶକ୍ତି ଯୋଗାଇ ଦେଇଛନ୍ତି । ଯଦି ଆମେ ସ୍ୱରାଜର କଥା କହିବା ତେବେ ପ୍ରଧାନମନ୍ତ୍ରୀ କହିଛନ୍ତି, ଛତ୍ରପତି ଶିବାଜୀ ମହାରାଜ ଏବଂ ଛତ୍ରପତି ସାମ୍ଭଜୀ ମହାରାଜଙ୍କ ଜୀବନୀ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଦେଶପ୍ରେମର ଭାବନାକୁ ଉଜ୍ଜୀବିତ କରିଥାଏ । ପ୍ରଧାନମନ୍ତ୍ରୀ ମଧ୍ୟ ରାଜ ଭବନର ସ୍ଥାପତ୍ୟରେ ପ୍ରାଚୀନ ମୂଲ୍ୟବୋଧ ଏବଂ ସ୍ୱାଧୀନତା ସଂଗ୍ରାମର ସ୍ମୃତିର ଅର୍ନ୍ତଭୁକ୍ତିକୁ ଉଲ୍ଲେଖ କରିଥିଲେ ଏବଂ ରାଜ ଭବନକୁ ଲୋକ ଭବନରେ ପରିଣତ କରିବାର ଆବେଗକୁ ପ୍ରଶଂସା କରିଥିଲେ ।

ଜାଣିଶୁଣି କିମ୍ବା ଅଜାଣତରେ ହେଉ, ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଭାରତର ସ୍ୱାଧୀନତାକୁ କିଛି ଘଟଣାରେ ସୀମିତ ରଖିଛୁ । ଯେତେବେଳେ କି, ଭାରତର ସ୍ୱାଧୀନତା ଅଗଣିତ ଲୋକଙ୍କ ‘ତପସ୍ୟା’ ସହିତ ଜଡିତ ଥିଲା ଏବଂ ସ୍ଥାନୀୟ ସ୍ତରରେ ଅନେକ ଘଟଣାର ସାମୂହିକ ପ୍ରଭାବ ଜାତୀୟ ସ୍ତରର ଥିଲା । ଉପାୟ ଭିନ୍ନ ଥିଲା କିନ୍ତୁ ସଂକଳ୍ପ ସମାନ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ସାମାଜିକ, ପାରିବାରିକ କିମ୍ବା ଆଦର୍ଶଗତ ଭୂମିକା ର୍ନିବିଶେଷରେ, ଆନ୍ଦୋଳନର ସ୍ଥାନ, ଦେଶ ଭିତରେ କିମ୍ବା ବିଦେଶରେ ହେଉ, ଲକ୍ଷ୍ୟ ହେଉଛି ଭାରତର ସମ୍ପୂର୍ଣ୍ଣ ସ୍ୱାଧୀନତା । ବାଲ ଗଙ୍ଗାଧର ତିଲକ, ଚାପେକର ଭାତୃବୃନ୍ଦ, ବାସୁଦେବ ବଲୱନ୍ତ ଫାଡକ ଏବଂ ମ୍ୟାଡାମ ଭିକାଇଜୀ କାମାଙ୍କ ବହୁମୁଖୀ ଅବଦାନକୁ ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି । ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ ସ୍ୱାଧୀନତା ସଂଗ୍ରାମ ଉଭୟ ସ୍ଥାନୀୟ ତଥା ବିଶ୍ୱବ୍ୟାପୀ ବିସ୍ତାର କରିଛି । ସେ ସ୍ୱାଧୀନତା ସଂଗ୍ରାମର ବିଶ୍ୱ ସ୍ତରର ଉଦାହରଣ ସ୍ୱରୂପ ଗଦର ପାର୍ଟି, ନେଟାଜୀଙ୍କ ନେତୃତ୍ୱାଧୀନ ଆଜାଦ ହିନ୍ଦ୍‍ ଫୌଜ ଏବଂ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ଇଣ୍ଡିଆ ହାଉସର ଉଦାହରଣ ଦେଇଛନ୍ତି । ସେ କହିଛନ୍ତି ଯେ, ଲୋକାଲ ଟୁ ଗ୍ଲୋବାଲ ର ଆବେଗ ଆମର ଆତ୍ମନିର୍ଭର ଭାରତ ଅଭିଯାନର ଆଧାର ଅଟେ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଲୁକ୍କାୟିତ ହିରୋମାନଙ୍କ ପ୍ରତି ଉଦାସୀନତା ଦୀର୍ଘ ସମୟ ଧରି ଚାଲିଥିଲା । ମହାନ ସ୍ୱାଧୀନତା ସଂଗ୍ରାମୀ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ମୃତଦେହ ଭାରତରେ ପହଞ୍ଚିବାକୁ ଏତେ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିଥିଲା ଯେତେ ଦିନ ପର୍ଯ୍ୟନ୍ତ ଶ୍ରୀ ମୋଦୀ ନିଜେ ତାଙ୍କୁ ଭାରତକୁ ଫେରାଇ ନଆଣିଛନ୍ତି ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ମୁମ୍ବାଇ ହେଉଛି ସ୍ୱପ୍ନର ସହର, ତଥାପି ମହାରାଷ୍ଟ୍ରରେ ଏପରି ଅନେକ ସହର ଅଛି, ଯାହା ଏକବିଂଶ ଶତାବ୍ଦୀରେ ଦେଶର ଅଭିବୃଦ୍ଧିର କେନ୍ଦ୍ର ହେବାକୁ ଯାଉଛି । ଏହି ଚିନ୍ତାଧାରା ସହିତ ଗୋଟିଏ ପଟେ ମୁମ୍ବାଇର ଭିତ୍ତିଭୂମିର ଆଧୁନିକୀକରଣ କରାଯାଉଛି ଏବଂ ସେହି ସମୟରେ ଅନ୍ୟ ସହରରେ ମଧ୍ୟ ଆଧୁନିକ ସୁବିଧା ସୁଯୋଗ ବୃଦ୍ଧି କରାଯାଉଛି ବୋଲି ସେ ଦର୍ଶାଇଛନ୍ତି ।

ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିଶ୍ଚିତ କରିବାକୁ କହିଛନ୍ତି ଯେ ସେମାନଙ୍କର ଯେକୌଣସି ଭୂମିକା ଥାଇପାରେ, ସେମାନେ ଜାତୀୟ ପ୍ରତିଶ୍ରୁତିକୁ ଦୃଢ କରିବା ପାଇଁ ଲକ୍ଷ୍ୟ ରଖିବା ଉଚିତ ଏବଂ ଜାତୀୟ ବିକାଶରେ ସବକା ପୟାସକୁ ପୁନରାବୃତ୍ତି କରିବା ଉଚିତ୍‍ ।

ଜଲ୍‍ ଭୂଷଣ ୧୮୮୫ ମସିହାରୁ ମହାରାଷ୍ଟ୍ରର ରାଜ୍ୟପାଳଙ୍କ ସରକାରୀ ବାସଭବନ ଅଟେ । ଏହାର ଜୀବନକାଳ ସମାପ୍ତ ହେବା ପରେ ଏହାକୁ ଭାଙ୍ଗି ଦିଆଯାଇଥିଲା ଏବଂ ସେହି ସ୍ଥାନରେ ଏକ ନୂତନ କୋଠା ନିର୍ମାଣକୁ ଅନୁମତି ଦିଆଯାଇଥିଲା । ନୂତନ କୋଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଅଗଷ୍ଟ ୨୦୧୯ ରେ ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ହୋଇଥିଲା । ପୁରୁଣା କୋଠାର ସମସ୍ତ ବିଶେଷ ଗୁଣ ନୂତନ ଭାବରେ ର୍ନିମିତ ସୌଧରେ ସଂରକ୍ଷିତ କରାଯାଇଛି । ୨୦୧୬ ରେ, ମହାରାଷ୍ଟ୍ରର ତତ୍କାଳୀନ ରାଜ୍ୟପାଳ ଶ୍ରୀ ବିଦ୍ୟାସାଗର ରାଓ ରାଜଭବନରେ ଏକ ବଙ୍କର ଦେଖିବାକୁ ପାଇଥିଲେ । ଏହା ପୂର୍ବରୁ ବ୍ରିଟିଶମାନେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ପାଇଁ ଗୁପ୍ତ ଭଣ୍ଡାର ଭାବରେ ଏହାକୁ ବ୍ୟବହାର କରୁଥିଲେ । ୨୦୧୯ ରେ ବଙ୍କରକୁ ନବୀକରଣ କରାଯାଇଥିଲା । ମହାରାଷ୍ଟ୍ରର ସ୍ୱାଧୀନତା ସଂଗ୍ରାମୀ ତଥା ବିପ୍ଳବୀଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ଗ୍ୟାଲେରୀକୁ ଏହାର ଏକ ସଂଗ୍ରହାଳୟ ଭାବରେ ବଙ୍କରରେ ବିକଶିତ କରାଯାଇଛି । ଏହା ଅନ୍ୟମାନଙ୍କ ମଧ୍ୟରେ ବାସୁଦେବ ବଲୱନ୍ତ ଫାଡକେ, ଚାଫେକର ଭାତୃବୃନ୍ଦ, ସାଭରକର ଭାତୃବୃନ୍ଦ, ମ୍ୟାଡାମ୍ ଭିକାଜୀ କାମା, ଭି ବି ଗୋଗେଟ୍‌, ୧୯୪୬ର ନୌସେନା ବିରୁଦ୍ଧରେ ବିଦ୍ରୋହର ଅବଦାନ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
I planned to set up semiconductor factory in India 2 decades ago, but government was shackled then: PM Modi

Media Coverage

I planned to set up semiconductor factory in India 2 decades ago, but government was shackled then: PM Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets President of the United States on the 250th anniversary of the United States' independence
July 04, 2026

The Prime Minister, Shri Narendra Modi, extended greetings to the President of the United States, Mr. Donald J. Trump, and the people of the United States on the historic occasion of the 250th anniversary of the country's independence. Shri Modi underscored the enduring strength of the India–United States partnership. He noted that the relationship between the two democracies extends beyond a strategic partnership and is anchored in shared values of democracy, the rule of law and faith in the limitless potential of their people.

The Prime Minister posted on X:

On behalf of 1.4 billion Indians, I extend my warmest congratulations to President Trump and the people of the United States on the historic 250th anniversary of your Independence.

India and the United States share more than a strategic partnership. Our shared belief in democracy, rule of law and the limitless potential of our people make our friendship a force for global good.

May the next 250 years bring even greater prosperity, peace and progress for America and take the India-US partnership to new heights.

@POTUS
@realDonaldTrump