ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ୧ ବିଲିୟନ ଟନ୍ କୋଇଲା ଉତ୍ପାଦନର ଐତିହାସିକ ସଫଳତାକୁ ପ୍ରଶଂସା କରିଛନ୍ତି, ଯାହା ଶକ୍ତି ସୁରକ୍ଷା, ଆର୍ଥିକ ଅଭିବୃଦ୍ଧି ଏବଂ ଆତ୍ମନିର୍ଭରଶୀଳତା ପ୍ରତି ଦେଶର ଗୁରୁତ୍ୱପୂର୍ଣ୍ଣ ପ୍ରତିବଦ୍ଧତାକୁ ଦର୍ଶାଉଛି ।

ଶ୍ରୀ ମୋଦୀ ଏହି ସଫଳତାକୁ ପ୍ରଶଂସା କରି “ ଏହାକୁ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ”ବୋଲି ଅଭିହିତ କରିଛନ୍ତି ଏବଂ ଏହି କ୍ଷେତ୍ର ସହିତ ଜଡିତ ଲୋକମାନଙ୍କର ନିରନ୍ତର ସମର୍ପଣ ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଶ୍ରୀ ଜି କିଶନ ରେଡ୍ଡୀ ଏକ ଏକ୍ସ ପୋଷ୍ଟରେ ସୂଚନା ଦେଇଛନ୍ତି ଯେ, ଭାରତ ୧ ବିଲିୟନ ଟନ୍ କୋଇଲା ଉତ୍ପାଦନର ଐତିହାସିକ ଆକଳନ ଅତିକ୍ରମ କରିଛି ।

କେନ୍ଦ୍ର ମନ୍ତ୍ରୀଙ୍କ ଏକ୍ସ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ ଲେଖିଛନ୍ତି;

“ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ!

୧ ବିଲିୟନ ଟନ୍ କୋଇଲା ଉତ୍ପାଦନର ମାଇଲଖୁଣ୍ଟ ଅତିକ୍ରମ କରିବା ଏକ ଉଲ୍ଲେଖନୀୟ ସଫଳତା, ଯାହା ଶକ୍ତି ସୁରକ୍ଷା, ଆର୍ଥିକ ଅଭିବୃଦ୍ଧି ଏବଂ ଆତ୍ମନିର୍ଭରଶୀଳତା ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ଉପଲବ୍ଧି ଏହି କ୍ଷେତ୍ର ସହିତ ଜଡିତ ସମସ୍ତ ଲୋକଙ୍କ ସମର୍ପଣ ଏବଂ କଠିନ ପରିଶ୍ରମକୁ ମଧ୍ୟ ପ୍ରତିଫଳିତ କରୁଛି ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Over 52,000 Indians return safely from Gulf amid Iran war: MEA

Media Coverage

Over 52,000 Indians return safely from Gulf amid Iran war: MEA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 10, 2026
March 10, 2026

Citizens Appreciate India’s Digital Leap and Green Triumphs Under the Leadership of PM Modi