ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ ସୁବିଧାରୁ କୋଟି କୋଟି ଲୋକ ସ୍ୱାସ୍ଥ୍ୟ ସେବା ପାଉଥିବା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭ୍ୟ ଏକ ଟୁଇଟ୍ କରି କହିଥିଲେ ଯେ, ଅଣ-ସଂକ୍ରାମକ ରୋଗ ପାଇଁ ଜାତୀୟ ପ୍ରୋଗ୍ରାମ ଅଧୀନରେ ଏନସିଡି ପୋର୍ଟାଲ ମାଧ୍ୟମରେ ୫ କୋଟିରୁ ଅଧିକ ଆୟୁଷ୍ମାନ ଭାରତ ହେଲ୍ଥ ଆକାଉଣ୍ଟ (ଏବିଏଚଏ) ଖୋଲାଯାଇଛି ।
କେନ୍ଦ୍ରମନ୍ତ୍ରୀଙ୍କ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ବହୁତ ଭଲ ସୂଚନା! ସମଗ୍ର ଦେଶରେ ଆମ ଗରିବ ଭାଇ ଓ ଭଉଣୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ଯୋଗାଇବା ଆମର ପ୍ରାଥମିକତା । ଏହା ଅତ୍ୟନ୍ତ୍ ସନ୍ତୋଷଜନକ ବିଷୟ ଯେ, ଏହି ଡିଜିଟାଲ ସୁବିଧାଗୁଡ଼ିକରୁ କୋଟି କୋଟି ଲୋକ ସମ୍ପୂର୍ଣ୍ଣ ଲାଭ ପାଇପାରୁଛନ୍ତି ।’
बहुत अच्छी जानकारी! देशभर के हमारे गरीब भाई-बहनों को बेहतर स्वास्थ्य सुविधाएं मिलें, ये हमारी प्राथमिकता है। यह अत्यंत संतोष की बात है कि डिजिटल हो रही इन सुविधाओं से करोड़ों लोगों तक इनका भरपूर लाभ पहुंच रहा है। https://t.co/s4h1iSS1XU
— Narendra Modi (@narendramodi) August 5, 2023


