ଯକ୍ଷ୍ମା ବିରୋଧରେ ଭାରତର ଲଢ଼େଇ ଆହୁରି ଶକ୍ତିଶାଳୀ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅତ୍ୟଧିକ ଯକ୍ଷ୍ମା ପ୍ରବଣ ଜିଲ୍ଲାଗୁଡିକ ଉପରେ ଧ୍ୟାନ ଦେବା ସହ ପ୍ରଧାନମନ୍ତ୍ରୀ ଆଜି ଏକ ସ୍ୱତନ୍ତ୍ର ୧୦୦ ଦିନିଆ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏଥିସହ ସେ ନାଗରିକମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜେ ପି ନଡ୍ଡାଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧ ପଢ଼ିବାକୁ ଅନୁରୋଧ କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି :
“ଯକ୍ଷ୍ମା ବିରୋଧରେ ଆମର ଲଢ଼େଇ ଅଧିକ ଶକ୍ତିଶାଳୀ ହୋଇଛି !
ଯକ୍ଷ୍ମାକୁ ପରାସ୍ତ କରିବା ପାଇଁ ଏକ ସାମୂହିକ ଭାବନା ଦ୍ୱାରା ପ୍ରେରିତ ଅତ୍ୟଧିକ ଯକ୍ଷ୍ମା ପ୍ରବଣ ଜିଲ୍ଲାଗୁଡିକ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହ ଆଜିଠାରୁ ଏକ ସ୍ୱତନ୍ତ୍ର ୧୦୦ ଦିନିଆ ଅଭିଯାନ ଆରମ୍ଭ ହୋଇଛି । ଭାରତ ବହୁମୁଖୀ ଢ଼ଙ୍ଗରେ ଯକ୍ଷ୍ମା ସହ ଲଢ଼େଇ କରୁଛି :
(୧) ରୋଗୀଙ୍କୁ ଦୁଇ ଗୁଣ ସମର୍ଥନ
(୨) ଜନ ଭାଗିଦାରୀ
(୩) ନୂତନ ଔଷଧ
(୪) ଟେକ୍ନୋଲୋଜି ଓ ଉତ୍ତମ ନିଦାନ ଉପକରଣର ବ୍ୟବହାର
ଆସନ୍ତୁ ସମସ୍ତେ ଏକାଠି ହେବା ଏବଂ ଯକ୍ଷ୍ମା ଦୂର କରିବା ପାଇଁ ଆମର ଯୋଗଦାନ ଦେବା ।”
ଏକ୍ସରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜେ. ପି. ନଡ୍ଡାଙ୍କ ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ ଲେଖିଛନ୍ତି :
“ଭାରତକୁ ଯକ୍ଷ୍ମାମୁକ୍ତ କରିବା ପାଇଁ ଆମେ ନିରନ୍ତର ନେଉଥିବା ପଦକ୍ଷେପ ଉପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜେ.ପି. ନଡ୍ଡା ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି । ନିଶ୍ଚୟ ପଢ଼ନ୍ତୁ ।”
Health Minister Shri JP Nadda Ji gives an insightful picture of the steps we are continuously taking to make India TB-free. Do read. @JPNadda https://t.co/xvYNvzxfCV
— Narendra Modi (@narendramodi) December 7, 2024


