ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ କେପି ଶର୍ମା ଓଲି ଆଜି ମିଳିତ ଭାବେ ଯୋଗବାଣୀ-ବିରାଟ ନଗରଠାରେ ଦ୍ଵିତୀୟ ସମନ୍ୱିତ ତନଖି ଫାଟକ (ଆଇସିପି)ର ଉଦଘାଟନ କରିଛନ୍ତି ।

ଯୋଗବାଣୀ-ବିରାଟନଗର ଦୁଇ ଦେଶ ମଧ୍ୟରେ ଏକ ମହତ୍ୱପୂର୍ଣ୍ଣ ବ୍ୟାବସାୟିକ କେନ୍ଦ୍ର । ଏହି ତନଖି ଫାଟକ ଆଧୁନିକ ସୁବିଧାରେ ପରିପୂର୍ଣ୍ଣ ।

ଯୋଗବାଣୀ-ବିରାଟନଗରରେ ଦ୍ୱିତୀୟ ସମନ୍ୱିତ ତନଖି ଫାଟକ ଭାରତ ସହାୟତାରେ ନିର୍ମାଣ କରାଯାଇଥିଲା, ଯାହା ଜରିଆରେ ଭାରତ-ନେପାଳ ସୀମାରେ ଜନସାଧାରଣଙ୍କ ଗମନାଗମନ ଓ କାରବାର କ୍ଷେତ୍ରରେ ସୁବିଧା ମିଳୁଛି ।

ଉଭୟ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏଥିରେ ଭାଗ ନେଇଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, “ନେପାଳର ସାମଗ୍ରିକ ବିକାଶରେ ଭାରତ ଏକ ଭରସାଯୋଗ୍ୟ ସାଥୀ ଭାବେ ଏହାର ଭୂମିକା ନିର୍ବାହ କରୁଛି ।”

ସେ କହିଥିଲେ, “ପଡୋଶୀ ପ୍ରଥମ ହେଉଛି ତାଙ୍କ ସରକାରଙ୍କ ପ୍ରମୁଖ ନୀତି ଏବଂ ସୀମାପାର ଯୋଗାଯୋଗରେ ସୁଧାର ଆଣିବା ଏହାର ଏକ ପ୍ରମୁଖ ଦିଗ ।”

ଶ୍ରୀ ମୋଦୀ କହିଲେ, “ଭାରତ ଓ ନେପାଳ ମଧ୍ୟରେ ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ ଆମ ସମ୍ପର୍କ କେବଳ ପଡୋଶୀର ନୁହେଁ ବରଂ ଇତିହାସ ଓ ଭୂଗୋଳ ଆମକୁ ସଂସ୍କୃତି, ପ୍ରକୃତି, ପରିବାର, ଭାଷା, ବିକାଶ ଏବଂ ଆହୁରି ଅନେକ ସୂତ୍ରରେ ପରସ୍ପର ସହିତ ଜଡିତ କରିଛି ।”

ପ୍ରଧାନମନ୍ତ୍ରୀ କହିଲେ, “ମୋ ସରକାର ସମସ୍ତ ମିତ୍ର ରାଷ୍ଟ୍ର ମାନଙ୍କ ସହିତ ଉନ୍ନତ ଯାତାୟାତ ସୁବିଧାର ବିକାଶ ଏବଂ ବ୍ୟବସାୟ, ସଂସ୍କୃତି, ଶିକ୍ଷା ଆଦି କ୍ଷେତ୍ରରେ ସମ୍ପର୍କକୁ ନିବିଡ଼ କରିବା ଦିଗରେ ସଂକଳ୍ପବଦ୍ଧ ।”

ପ୍ରଧାନମନ୍ତ୍ରୀ କହିଲେ ଯେ ନେପାଳରେ ରାସ୍ତା, ରେଳପଥ ଓ ସଂଚାର ଆଦି ସୀମାପାର ସମ୍ପର୍କ ପ୍ରକଳ୍ପଗୁଡ଼ିକ ପାଇଁ ଭାରତ କାର୍ଯ୍ୟ କରୁଛି ।

ଦୁଇ ପ୍ରଧାନମନ୍ତ୍ରୀ ନେପାଳରେ ହୋଇଥିବା ଭୂମିକମ୍ପ ପରେ ଆବାସ ପୁନଃନିର୍ମାଣ ପ୍ରକଳ୍ପରେ ହୋଇଥିବା ଉଲ୍ଲେଖନୀୟ ପ୍ରଗତିର ଅନୁଧ୍ୟାନ କରିଥିଲେ । ଏହି ଯୋଜନାରେ ଭାରତ ସହାୟତା ପ୍ରଦାନ କରୁଛି ।

2015ରେ ନେପାଳରେ ହୋଇଥିବା ଭୂମିକମ୍ପ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଲେ, “ଭାରତ ସର୍ବପ୍ରଥମେ ସହାୟତା ଓ ଉଦ୍ଧାର କାର୍ଯ୍ୟ ଲାଗି ସହାୟକ ରାଷ୍ଟ୍ର ଭୂମିକା ନିର୍ବାହ କରିଥିଲା । ଏବେ ଭାରତ ନେପାଳର ପୁନଃନିର୍ମାଣରେ ଲାଗିଥିବା ଏହାର ବନ୍ଧୁମାନଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ କାର୍ଯ୍ୟ କରୁଛି ।”

ଗୋର୍ଖା ଓ ନୂଆକୋଟ ଜିଲ୍ଲାରେ 50,000 ଗୃହ ନିର୍ମାଣ କରିବା ପାଇଁ ଭାରତ ପ୍ରତିବଦ୍ଧତା ପ୍ରକାଶ କରିଥିଲା ବେଳେ ଏପର୍ଯ୍ୟନ୍ତ ଏଥିରୁ 45,000 ଗୃହର ନିର୍ମାଣ ଶେଷ ହୋଇଛି ।

ଭାରତର ପ୍ରୟାସ ଲାଗି ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ କେପି ଶର୍ମା ଓଲି ଧନ୍ୟବାଦ ଜଣାଇଥିଲେ ।

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From welfare to opportunity: How DPI 2.0 and AI will unlock India’s productivity

Media Coverage

From welfare to opportunity: How DPI 2.0 and AI will unlock India’s productivity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 28, 2026
June 28, 2026

From Digital India to Defence, PM Modi’s Vision for a Viksit Bharat Powering India’s Progress