ଆଗଲେଗା ଦ୍ୱୀପରେ ୬ଟି ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପର ଉଦଘାଟନ ହେବ
ପ୍ରକଳ୍ପଗୁଡ଼ିକ ମରିସସ୍ ର ମୁଖ୍ୟ ଭୂମି ସହିତ ଆଗାଲେଗାର ଯୋଗାଯୋଗକୁ ସୁଦୃଢ଼ କରିବ ଏବଂ ସାମୁଦ୍ରିକ ନିରାପତ୍ତାକୁ ମଜବୁତ୍ କରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ପ୍ରବୀନ୍ଦ ଜୁଗନାଥ ୨୯ ଫେବୃଆରୀ ୨୦୨୪ ଅପରାହ୍ନ ୧ଟାରେ ମରିସସର ଆଗାଲେଗା ଦ୍ୱୀପରେ ନୂତନ ଏୟାରଷ୍ଟ୍ରିପ୍ ଏବଂ ସେଣ୍ଟ ଜେମ୍ସ ଜେଟି ସହିତ ଛଅଟି ଗୋଷ୍ଠୀ ବିକାଶ ପ୍ରକଳ୍ପକୁ ମିଳିତ ଭାବେ ଉଦଘାଟନ କରିବେ ।

ଏହି ପ୍ରକଳ୍ପଗୁଡ଼ିକର ଉଦଘାଟନ ଭାରତ ଏବଂ ମରିସସ୍ ମଧ୍ୟରେ ସୁଦୃଢ଼ ଏବଂ ଦଶନ୍ଧି ପୁରୁଣା ବିକାଶ ଭାଗିଦାରୀର ପ୍ରମାଣ। ଏହି ପ୍ରକଳ୍ପଗୁଡ଼ିକ ମେନଲାଣ୍ଡ ମରିସସ୍ ଏବଂ ଆଗାଲେଗା ମଧ୍ୟରେ ଉତ୍ତମ ଯୋଗାଯୋଗ, ସାମୁଦ୍ରିକ ନିରାପତ୍ତାକୁ ସୁଦୃଢ଼ କରିବା ଏବଂ ସାମାଜିକ-ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବାର ଚାହିଦା ପୂରଣ କରିବ।

ନିକଟରେ ୧୨ ଫେବୃଆରୀ ୨୦୨୪ ରେ ଦୁଇ ନେତାଙ୍କ ଦ୍ୱାରା ମରିସସରେ ୟୁପିଆଇ ଏବଂ ରୂପେ କାର୍ଡ ସେବାର ଶୁଭାରମ୍ଭ ପରେ ଏହି ପ୍ରକଳ୍ପଗୁଡିକର ଉଦଘାଟନ ଗୁରୁତ୍ୱପୂର୍ଣ୍ଣ ଅଟେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
National Technology Day Special: India’s patent boom is rewiring the auto industry

Media Coverage

National Technology Day Special: India’s patent boom is rewiring the auto industry
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 12, 2026
May 12, 2026

Building a Trusted India: Modi's Leadership in Finance, Manufacturing, and Global Partnerships