ମହାମହିମରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକ,

ଉଭୟ ଦେଶର ପ୍ରତିନିଧି,

ଗଣମାଧ୍ୟମର ବନ୍ଧୁମାନେ,

ଶୁଭେଚ୍ଛା!


ମୁଁ ରାଷ୍ଟ୍ରପତି ଦିଶାନାୟକଙ୍କୁ ଭାରତକୁ ସ୍ୱାଗତ କରୁଛି । ମୁଁ ଆନନ୍ଦିତ ଯେ ଆପଣ ରାଷ୍ଟ୍ରପତି ଭାବରେ ନିଜର ପ୍ରଥମ ବିଦେଶ ଗସ୍ତ ପାଇଁ ଭାରତକୁ ବାଛିଛନ୍ତି । ରାଷ୍ଟ୍ରପତି ଦିଶାନାୟକଙ୍କ ଗସ୍ତ ଆମ ସମ୍ପର୍କରେ ନୂତନ ଗତିଶୀଳତା ଏବଂ ଶକ୍ତି ସୃଷ୍ଟି କରିଛି । ଆମର ଭାଗିଦାରୀ ପାଇଁ ଆମେ ଏକ ଭବିଷ୍ୟତ ଦୃଷ୍ଟିକୋଣ ଗ୍ରହଣ କରିଛୁ । ଆମେ ଆମର ଅର୍ଥନୈତିକ ଭାଗିଦାରୀରେ ନିବେଶ ଭିତ୍ତିକ ଅଭିବୃଦ୍ଧି ଏବଂ ଯୋଗାଯୋଗ ଉପରେ ଗୁରୁତ୍ୱ ଦେଇଛୁ ଏବଂ ସ୍ଥିର କରିଛୁ ଯେ ଭୌତିକଡିଜିଟାଲ ଏବଂ ଶକ୍ତି ସଂଯୋଗ ଆମର ଭାଗିଦାରୀର ମୁଖ୍ୟ ସ୍ତମ୍ଭ ହେବ । ଆମେ ଉଭୟ ଦେଶ ମଧ୍ୟରେ ବିଦ୍ୟୁତ-ଗ୍ରିଡ୍ ସଂଯୋଗ ଏବଂ ମଲ୍ଟି-ପ୍ରଡକ୍ଟ ପେଟ୍ରୋଲିୟମ ପାଇପଲାଇନ ସ୍ଥାପନ ଦିଗରେ କାର୍ଯ୍ୟ କରିବୁ । ସାମପୁର ସୌର ଶକ୍ତି ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯିବ । ଏହାବ୍ୟତୀତ ଶ୍ରୀଲଙ୍କାର ପାୱାର ପ୍ଲାଣ୍ଟ ପାଇଁ ଏଲଏନଜି ଯୋଗାଇ ଦିଆଯିବ । ଦ୍ୱିପାକ୍ଷିକ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ ପକ୍ଷ ଖୁବଶୀଘ୍ର ଇଟିସିଏ ସମ୍ପୂର୍ଣ୍ଣ କରିବାକୁ ପ୍ରୟାସ କରିବେ ।

 

ବନ୍ଧୁଗଣ,

ବର୍ତ୍ତମାନ ସୁଦ୍ଧା ଭାରତ ଶ୍ରୀଲଙ୍କାକୁ ୫ ବିଲିୟନ ଡଲାରର ଅନୁଦାନ ଓ ଋଣ ପ୍ରଦାନ କରିଛି । ଆମେ ଶ୍ରୀଲଙ୍କାର ସମସ୍ତ ୨୫ଟି ଜିଲ୍ଲାକୁ ସହାୟତା ପ୍ରଦାନ କରୁଛୁ । ଆମର ପ୍ରକଳ୍ପଗୁଡ଼ିକ ସର୍ବଦା ଆମର ଅଂଶୀଦାର ଦେଶଗୁଡ଼ିକର ବିକାଶମୂଳକ ପ୍ରାଥମିକତା ଆଧାରରେ ଚୟନ କରାଯାଇଛି । ଏହି ଉନ୍ନୟନମୂଳକ ସହାୟତାକୁ ଆଗେଇ ନେଇ ଆମେ ମାହୋ ଅନୁରାଧାପୁରା ରେଳ ସେକ୍ସନ ଏବଂ କାଙ୍କେସାନ୍ଥୁରାଇ ବନ୍ଦରକୁ ସିଗନାଲିଂ ବ୍ୟବସ୍ଥାର ପୁନରୁଦ୍ଧାର ଦିଗରେ ଅନୁଦାନ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛୁ । ଆମର ଶିକ୍ଷାଗତ ସହଯୋଗର ଏକ ଅଂଶ ଭାବରେଆମେ ଜାଫନା ଏବଂ ଶ୍ରୀଲଙ୍କାର ପୂର୍ବାଞ୍ଚଳର ବିଶ୍ୱବିଦ୍ୟାଳୟଗୁଡ଼ିକର ୨୦୦ ଛାତ୍ରଛାତ୍ରୀଙ୍କୁ ମାସିକ ବୃତ୍ତି ପ୍ରଦାନ କରିବୁ । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୧୫୦୦ ଶ୍ରୀଲଙ୍କା ପ୍ରଶାସନିକ ଅଧିକାରୀଙ୍କୁ ଭାରତରେ ତାଲିମ ଦିଆଯିବ। ଗୃହ ନିର୍ମାଣଅକ୍ଷୟ ଶକ୍ତି ଏବଂ ଭିତ୍ତିଭୂମି ସହିତ ଭାରତ କୃଷିଦୁଗ୍ଧ ଓ ମତ୍ସ୍ୟ ଚାଷ କ୍ଷେତ୍ରରେ ମଧ୍ୟ ଶ୍ରୀଲଙ୍କାକୁ ସହଯୋଗ କରିବ। ଭାରତ ଶ୍ରୀଲଙ୍କାରେ ୟୁନିକ୍ ଡିଜିଟାଲ ଆଇଡେଣ୍ଟିଟି ପ୍ରକଳ୍ପ ପାଇଁ ଅଂଶୀଦାର ହେବ ।


 

ବନ୍ଧୁଗଣ,

ରାଷ୍ଟ୍ରପତି ଦିଶାନାୟକ ଏବଂ ମୁଁ ସମ୍ପୂର୍ଣ୍ଣ ସହମତ ଯେ ଆମର ସୁରକ୍ଷା ସ୍ୱାର୍ଥ ପରସ୍ପର ସହ ଜଡ଼ିତ । ଆମେ ସୁରକ୍ଷା ସହଯୋଗ ଚୁକ୍ତିକୁ ଶୀଘ୍ର ଚୂଡ଼ାନ୍ତ କରିବାକୁ ନିଷ୍ପତ୍ତି ନେଇଛୁ। ହାଇଡ୍ରୋଗ୍ରାଫି ଉପରେ ସହଯୋଗ କରିବାକୁ ମଧ୍ୟ ଆମେ ରାଜି ହୋଇଛୁ । ଆଞ୍ଚଳିକ ଶାନ୍ତିନିରାପତ୍ତା ଏବଂ ବିକାଶ ପାଇଁ କଲମ୍ବୋ ସୁରକ୍ଷା ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ବୋଲି ଆମେ ବିଶ୍ୱାସ କରୁଛୁ । ସାମୁଦ୍ରିକ ନିରାପତ୍ତାଆତଙ୍କବାଦ ମୁକାବିଲାସାଇବର ନିରାପତ୍ତାଚୋରା ଚାଲାଣ ଓ ସଂଗଠିତ ଅପରାଧର ମୁକାବିଲାମାନବିକ ସହାୟତା ଓ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସହଯୋଗ ଯୋଗାଇ ଦିଆଯିବ।

 

ବନ୍ଧୁଗଣ,
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଆମ ସଭ୍ୟତାର ମୂଳମନ୍ତ୍ର । ଯେତେବେଳେ ଭାରତ ପାଲି ଭାଷାକୁ ଶାସ୍ତ୍ରୀୟ ଭାଷା ଭାବରେ ଘୋଷଣା କଲାଶ୍ରୀଲଙ୍କା ଏହି ଉତ୍ସବରେ ଆମ ସହିତ ଯୋଗ ଦେଇଥିଲା । ଫେରି ସେବା ଏବଂ ଚେନ୍ନାଇ-ଜାଫନା ବିମାନ ଯୋଗାଯୋଗ କେବଳ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିନାହିଁ ବରଂ ସାଂସ୍କୃତିକ ସମ୍ପର୍କକୁ ମଧ୍ୟ ସୁଦୃଢ଼ କରିଛି । ଆମେ ମିଳିତ ଭାବରେ ନିଷ୍ପତ୍ତି ନେଇଛୁ ଯେନାଗାପଟ୍ଟିନମ୍ - କାଙ୍କେସାନ୍ଥୁରାଇ ଫେରି ସେବାର ସଫଳ ଶୁଭାରମ୍ଭ ପରେଆମେ ରାମେଶ୍ୱରମ୍ ଏବଂ ତାଲାଇମନ୍ନାର ମଧ୍ୟରେ ଏକ ଫେରି ସେବା ମଧ୍ୟ ଆରମ୍ଭ କରିବୁ । ବୌଦ୍ଧ ସର୍କିଟ ଏବଂ ଶ୍ରୀଲଙ୍କାର ରାମାୟଣ ମାଧ୍ୟମରେ ପର୍ଯ୍ୟଟନର ପ୍ରଚୁର ସମ୍ଭାବନାକୁ ଉପଲବ୍ଧ କରିବା ପାଇଁ ମଧ୍ୟ କାର୍ଯ୍ୟ ଆରମ୍ଭ କରାଯିବ ।

 

ବନ୍ଧୁଗଣ,

ମତ୍ସ୍ୟଜୀବୀଙ୍କ ଜୀବିକା ସହ ଜଡ଼ିତ ସମସ୍ୟା ବିଷୟରେ ମଧ୍ୟ ଆମେ ବିସ୍ତୃତ ଭାବେ ଆଲୋଚନା କରିଥିଲୁ। ଆମେ ଦୁହେଁ ସହମତ ହୋଇଥିଲୁ ଯେ ଆମେ ଏହି ପ୍ରସଙ୍ଗରେ ଏକ ମାନବୀୟ ଆଭିମୁଖ୍ୟ ଗ୍ରହଣ କରିବା ଉଚିତ୍ । ଆମେ ଶ୍ରୀଲଙ୍କାରେ ପୁନଃନିର୍ମାଣ ଏବଂ ସମନ୍ୱୟ ବିଷୟରେ ମଧ୍ୟ ଆଲୋଚନା କରିଥିଲୁ । ରାଷ୍ଟ୍ରପତି ଦିଶାନାୟକ ମୋତେ ତାଙ୍କ ସାମଗ୍ରିକ ଦୃଷ୍ଟିକୋଣ ବିଷୟରେ ଅବଗତ କରାଇଥିଲେ । ଆମେ ଆଶା କରୁଛୁ ଯେ ଶ୍ରୀଲଙ୍କା ସରକାର ତାମିଲ ଲୋକଙ୍କ ଆକାଂକ୍ଷା ପୂରଣ କରିବେ । ଏବଂ ସେମାନେ ଶ୍ରୀଲଙ୍କାର ସମ୍ବିଧାନକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ଏବଂ ପ୍ରାଦେଶିକ ପରିଷଦ ନିର୍ବାଚନ ପରିଚାଳନା ଦିଗରେ ସେମାନଙ୍କର ପ୍ରତିଶ୍ରୁତି ପୂରଣ କରିବେ ।


ବନ୍ଧୁଗଣ,

ମୁଁ ରାଷ୍ଟ୍ରପତି ଦିଶାନାୟକଙ୍କୁ ଆଶ୍ୱାସନା ଦେଇଛି ଯେ ଦେଶ ନିର୍ମାଣ ଦିଗରେ ତାଙ୍କ ପ୍ରୟାସରେ ଭାରତ ଏକ ବିଶ୍ୱସ୍ତ ଏବଂ ବିଶ୍ୱସନୀୟ ଅଂଶୀଦାର ଭାବରେ ଠିଆ ହେବ । ପୁଣି ଥରେ ମୁଁ ରାଷ୍ଟ୍ରପତି ଦିଶାନାୟକ ଏବଂ ତାଙ୍କ ପ୍ରତିନିଧି ଦଳକୁ ଭାରତ ଗସ୍ତରେ ସ୍ୱାଗତ ଜଣାଉଛି । ମୁଁ ତାଙ୍କୁ ବୋଧଗୟା ଗସ୍ତ ପାଇଁ ଶୁଭେଚ୍ଛା ଜଣାଉଛି ଏବଂ ଆଶା କରୁଛି ଯେ ଏହା ଆଧ୍ୟାତ୍ମିକ ଶକ୍ତି ଏବଂ ପ୍ରେରଣାରେ ପରିପୂର୍ଣ୍ଣ ହେବ ।

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
With HPV vaccine rollout, AIIMS oncologist says it’s the beginning of the end for cervical cancer in India

Media Coverage

With HPV vaccine rollout, AIIMS oncologist says it’s the beginning of the end for cervical cancer in India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Jammu and Kashmir team on their first-ever Ranji Trophy victory
February 28, 2026

The Prime Minister has congratulated the Jammu and Kashmir team for their first-ever Ranji Trophy win.

The Prime Minister stated that this historic triumph reflects the remarkable grit, discipline, and passion of the team. Highlighting that it is a proud moment for the people of Jammu and Kashmir, he noted that the victory underscores the growing sporting passion and talent in the region.

The Prime Minister expressed hope that this feat will inspire many young athletes to dream big and play more.

The Prime Minister shared on X post;

"Congratulations to the Jammu and Kashmir team for their first ever Ranji Trophy win! This historic triumph reflects remarkable grit, discipline and passion of the team. It is a proud moment for the people of Jammu and Kashmir and it highlights the growing sporting passion and talent there. May this feat inspire many young athletes to dream big and play more."