ବିଶ୍ୱବିଦ୍ୟାଳୟର ପ୍ରଯୁକ୍ତି ବିଭାଗ, କମ୍ପ୍ୟୁଟର କେନ୍ଦ୍ର ଓ ଶିକ୍ଷା ବ୍ଲକ୍‌ ପାଇଁ କଲେ ଶିଳାନ୍ୟାସ
ସ୍ମାରକୀ ଶତବାର୍ଷିକୀ ଅଧ୍ୟାୟ - ଶତବାର୍ଷିକୀ ସମାରୋହର ସଂକଳନ; ଲୋଗୋ ପୁସ୍ତିକା - ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଏହାର ମହାବିଦ୍ୟାଳୟମାନଙ୍କର ଲୋଗୋ; ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୧୦୦ ବର୍ଷ ପୂର୍ତ୍ତି ପୁସ୍ତିକାକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
ମେଟ୍ରୋରେ ଯାତ୍ରା କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପହଞ୍ଚିଲେ ଶ୍ରୀ ମୋଦୀ
‘‘ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ, ବରଂ ଏକ ଆନ୍ଦୋଳନ’’
‘‘ଏହି ୧୦୦ ବର୍ଷ ମଧ୍ୟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନିଜ ଭାବନାକୁ ଜୀବିତ ରଖିପାରିଛି, ଏହା ମଧ୍ୟ ନିଜର ମୂଲ୍ୟବୋଧକୁ ଜୀବନ୍ତ ରଖିପାରିଛି’’
‘‘ଭାରତର ସମୃଦ୍ଧ ଶିକ୍ଷା ପ୍ରଣାଳୀ ଭାରତର ସମୃଦ୍ଧିର ବାହକ ଅଟେ’’
‘‘ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରତିଭାଶାଳୀ ଯୁବକଯୁବତୀଙ୍କ ଏକ ମଜବୁତ ପିଢ଼ି ପ୍ରସ୍ତୁତ କରିବା ଲାଗି ପ୍ରମୁଖ ଭୂମିକା ନିର୍ବାହ କରିଛି’’
‘‘ଯେତେବେଳେ ବ୍ୟକ୍ତି କିମ୍ବା ସଂସ୍ଥାର ସଂକଳ୍ପ ଦେଶ ପାଇଁ ହୋଇଥାଏ, ସେତେବେଳେ ଏହାର ଉପଲବ୍ଧିକୁ ଦେଶର ଉପଲବ୍ଧି ସହ ସମାନ ବୋଲି ବିବେଚନା କରାଯାଏ’’
‘‘ବିଗତ ଶତାବ୍ଦୀର ତୃତୀୟ ଦଶନ୍ଧି ଭାରତର ସ୍ୱାଧୀନତା ସଂଗ୍ରାମକୁ ଏକ ନୂଆ ଗତି ଦେଇଥିଲା, ଏବେ ନୂଆ ଶତାବ୍ଦୀର ତୃତୀୟ ଦଶକ ଭାରତର ବିକାଶ ଯାତ୍ରାକୁ ଗତିଶୀଳ କରିବ’’
ପ୍ରଧାନମନ୍ତ୍ରୀ ସ୍ମାରକୀ ଶତବାର୍ଷିକୀ ଅଧ୍ୟାୟ - ଶତବାର୍ଷିକୀ ସମାରୋହର ସଂକଳନ; ଲୋଗୋ ପୁସ୍ତିକା - ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଏହାର ମହାବିଦ୍ୟାଳମାନଙ୍କର ଲୋଗୋ; ଏବଂ ଔରା - ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୧୦୦ ବର୍ଷ ପୂର୍ତ୍ତି ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ।
ସାଙ୍ଗମାନଙ୍କ ସହିତ ବିଶ୍ୱବିଦ୍ୟାଳୟକୁ ଯେକୌଣସି ଯାତ୍ରାରେ ଯିବାର ମହତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ପହଞ୍ଚିବା ଲାଗି ମେଟ୍ରୋରେ ଯାତ୍ରା କରିବାର ସୁଯୋଗ ମିଳିବାକୁ ନେଇ ମଧ୍ୟ ସନ୍ତୋଷ ପ୍ରକାଶ କରିଥିଲେ ।
ଶତବାର୍ଷିକୀ ଅବସରରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ପ୍ରତ୍ୟେକ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଓ ସବୁ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର କ୍ରୀଡ଼ା ପରିସରରେ ଥିବା ବହୁମୁଖୀ କକ୍ଷରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହର ଉଦଯାପନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସରେ ତିଆରି ହେବାକୁ ଥିବା ପ୍ରଯୁକ୍ତି ବିଭାଗ, କମ୍ପ୍ୟୁଟର କେନ୍ଦ୍ର ଓ ଶିକ୍ଷା ବ୍ଲକ୍ ପାଇଁ ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ସ୍ମାରକୀ ଶତବାର୍ଷିକୀ ଅଧ୍ୟାୟ - ଶତବାର୍ଷିକୀ ସମାରୋହର ସଂକଳନ; ଲୋଗୋ ପୁସ୍ତିକା - ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଏହାର ମହାବିଦ୍ୟାଳମାନଙ୍କର ଲୋଗୋ; ଏବଂ ଔରା - ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୧୦୦ ବର୍ଷ ପୂର୍ତ୍ତି ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମେଟ୍ରୋ ରେଳରେ ଯାତ୍ରା କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପହଞ୍ଚିଥିଲେ । ସେ ଯାତ୍ରା ସମୟରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ ଏଠାରେ ପହଞ୍ଚିବା ପରେ ଶିକ୍ଷାନୁଷ୍ଠାନର ‘‘୧୦୦ ବର୍ଷର ଯାତ୍ରା’’ର ପ୍ରଦର୍ଶନୀକୁ ଅବଲୋକନ କରିଥିଲେ । ସେ ସଙ୍ଗୀତ ଓ ଲଳିତ କଳା ବିଭାଗ ଦ୍ୱାରା ପ୍ରସ୍ତୁତ ସରସ୍ୱତୀ ବନ୍ଦନା ଏବଂ ବିଶ୍ୱବିଦ୍ୟାଳୟ କୁଳ ସଙ୍ଗୀତ ମଧ୍ୟ ଶୁଣିଥିଲେ। 

ପ୍ରଧାନମନ୍ତ୍ରୀ ସଭାରେ ଉଦବୋଧନ ଦେଇ କହିଥିଲେ ଯେ, ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବା ଲାଗି ସେ ଦୃଢ଼ସଂକଳ୍ପ ନେଇଥିଲେ ଏବଂ କହିଥିଲେ ଯେ ଏହା ତାଙ୍କ ପାଇଁ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ ଭଳି । ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ରଖିବା ପୂର୍ବରୁ ପ୍ରସ୍ତୁତ ହୋଇଥିବା କ୍ଷୁଦ୍ର ଚଳଚ୍ଚିତ୍ର ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ବିଶ୍ୱବିଦ୍ୟାଳୟରୁ ବାହାରୁଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ଯୋଗଦାନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଜୀବନର ଝଲକ ମିଳିଥାଏ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଉତ୍ସବ ଅବସରରେ ଏବଂ ଉତ୍ସବ ଭାବନାକୁ ନେଇ ଉପସ୍ଥିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ସାଙ୍ଗମାନଙ୍କ ସହିତ ବିଶ୍ୱବିଦ୍ୟାଳୟକୁ ଯେକୌଣସି ଯାତ୍ରାରେ ଯିବାର ମହତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ପହଞ୍ଚିବା ଲାଗି ମେଟ୍ରୋରେ ଯାତ୍ରା କରିବାର ସୁଯୋଗ ମିଳିବାକୁ ନେଇ ମଧ୍ୟ ସନ୍ତୋଷ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହ ଏପରି ସମୟରେ ଆୟୋଜନ କରାଯାଉଛି ଯେତେବେଳେ ଭାରତ ନିଜ ସ୍ୱାଧୀନତାର ୭୫ ବର୍ଷ ପୂରଣ ହେବା ପରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ପ୍ରଧାନମନ୍ତ୍ରୀ କହିଥିଲେ, ଯେକୌଣସି ଦେଶର ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ସବୁବେଳେ ନିଜ ଉପଲବ୍ଧିର ପ୍ରତିବିମ୍ବ ପ୍ରସ୍ତୁତ କରିଥାନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୧୦୦ ବର୍ଷର ଯାତ୍ରାରେ ଅନେକ ଐତିହାସିକ ଅବସର ଆସିଛି ଯାହା ଅନେକ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନ୍ୟ ଲୋକମାନଙ୍କ ଜୀବନକୁ ଯୋଡ଼ିଛି । ଶ୍ରୀ ମୋଦୀ ମତବ୍ୟକ୍ତ କରି କହିଥିଲେ ଯେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ, ବରଂ ଏକ ଆନ୍ଦୋଳନ ଅଟେ ଏବଂ ଏହା ପ୍ରତ୍ୟେକ ମୁହୂର୍ତ୍ତକୁ ଜୀବନ୍ତ କରି ଦେଇଛି । ଶତବାର୍ଷିକୀ ଅବସରରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ପ୍ରତ୍ୟେକ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଓ ସବୁ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। 

ପୁରୁଣା ଓ ନୂଆ ପୂର୍ବତନ ଛାତ୍ରଛାତ୍ରୀଙ୍କ ଏକତ୍ରିତ ହେବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଆଗକୁ ବଢ଼ିବା ଲାଗି ଏକ ଅବସର। ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଏହି ୧୦୦ ବର୍ଷ ମଧ୍ୟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଯଦି ନିଜ ଭାବନାକୁ ଜୀବିତ ରଖିପାରିଛି, ଏହା ମଧ୍ୟ ନିଜର ମୂଲ୍ୟବୋଧକୁ ଜୀବନ୍ତ ରଖିପାରିଛି ।’’ ଜ୍ଞାନର ମହତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତରେ ଯେତେବେଳେ ନାଳନ୍ଦା ଓ ତକ୍ଷଶିଳା ଭଳି ଜୀବନ୍ତ ବିଶ୍ୱବିଦ୍ୟାଳୟ ଥିଲେ ସେତେବେଳେ ଏହା ଶୀର୍ଷରେ ରହିଥିଲା। ତତ୍କାଳୀନ ସମୟରେ ବିଶ୍ୱର ସକଳ ଘରୋଇ ଉତ୍ପାଦରେ ଭାରତର ଉଚ୍ଚ ସହଭାଗିତା ଉପରେ ରେଖାଙ୍କିତ କରି ସେ କହିଥିଲେ, ‘‘ଭାରତର ସମୃଦ୍ଧ ଶିକ୍ଷା ପ୍ରଣାଳୀ ଭାରତର ସମୃଦ୍ଧିର ବାହକ ଅଟେ।’’ ସେ କହିଥିଲେ ଯେ ଗୋଲାମୀ ସମୟରେ ଲଗାତର ଆକ୍ରମଣ ଏହି ଶିକ୍ଷାନୁଷ୍ଠାନଗୁଡ଼ିକୁ ନଷ୍ଟ କରି ଦେଇଥିଲା, ଯାହାଫଳରେ ଭାରତର ବୌଦ୍ଧିକ ପ୍ରବାହରେ ବାଧା ସୃଷ୍ଟି ହୋଇଥିଲା ଏବଂ ବିକାଶ ବାଧାପ୍ରାପ୍ତ ହୋଇଥିଲା।

ସେ କହିଥିଲେ ଯେ ସ୍ୱାଧୀନତା ପରେ ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରତିଭାଶାଳୀ ଯୁବକଯୁବତୀମାନଙ୍କର ଏକ ମଜବୁତ ପିଢ଼ି ଗଠନ କରି ସ୍ୱାଧୀନତା ପରେ ଭାରତର ଭାବନାତ୍ମକ ତରଙ୍ଗକୁ ଏକ ଦୃଢ଼ ଆକାର ଦେବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି । ଶ୍ରୀ ମୋଦୀ କହିଥିଲେ ଯେ, ଅତୀତର ଏହି ବୁଝାମଣା ଆମ ଅସ୍ଥିତ୍ୱକୁ ଆକାର ଦେଇଥାଏ, ଆମ ଆଦର୍ଶକୁ ଗଢ଼ିଥାଏ ଏବଂ ଆମ ଭବିଷ୍ୟତର ଦୃଷ୍ଟିକୁ ବିସ୍ତାରିତ କରିଥାଏ।

‘‘ଯେତେବେଳେ ବ୍ୟକ୍ତି କିମ୍ବା ସଂସ୍ଥାର ସଂକଳ୍ପ ଦେଶ ପାଇଁ ହୋଇଥାଏ, ସେତେବେଳେ ଏହାର ଉପଲବ୍ଧିକୁ ଦେଶର ଉପଲବ୍ଧି ସହ ସମାନ ବୋଲି ବିବେଚନା କରାଯାଏ’’, ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, ଆରମ୍ଭ ହେବା ସମୟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନରେ ମାତ୍ର ୩ଟି ମହାବିଦ୍ୟାଳୟ ରହିଥିଲା କିନ୍ତୁ ଆଜି ବିଶ୍ୱବିଦ୍ୟାଳୟ ଅଧୀନରେ ୯୦ରୁ ଅଧିକ ମହାବିଦ୍ୟାଳୟ ରହିଛି । ଏହି ଅବସରରେ ସେ କହିଥିଲେ, ଭାରତକୁ ଏକଦା ଦୁର୍ବଳ ଅର୍ଥବ୍ୟବସ୍ଥା ଭାବେ ଗ୍ରହଣ କରାଯାଉଥିଲା, ଏବେ ଏହା ବିଶ୍ୱର ଶୀର୍ଷ ପାଞ୍ଚଟି ଅର୍ଥବ୍ୟବସ୍ଥା ମଧ୍ୟରେ ସାମିଲ ହୋଇପାରିଛି । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଙ୍କ ସଂଖ୍ୟା ଛାତ୍ରମାନଙ୍କ ତୁଳନାରେ ଅଧିକ। ଅନୁରୂପ ଭାବେ ଦେଶରେ ଲିଙ୍ଗ ଅନୁପାତରେ ମଧ୍ୟ ସୁଧାର ଆସିଛି । ସେ ଏକ ବିଶ୍ୱବିଦ୍ୟାଳୟ ଏବଂ ଏକ ରାଷ୍ଟ୍ରର ସଂକଳ୍ପ ମଧ୍ୟରେ ଆନ୍ତଃସମ୍ପର୍କର ମହତ୍ୱ ଉପରେ ବଳ ଦେଇଥିଲେ । ସେ କହିଥିଲେ ଯେ ଶିକ୍ଷାନୁଷ୍ଠାନଗୁଡ଼ିକର ମୂଳଦୁଆ ଯେତେ ଗଭୀର ହେବ, ଦେଶର ପ୍ରଗତି ସେତେ ଅଧିକ ହୋଇପାରିବ । ଶ୍ରୀ ମୋଦୀ କହିଥିଲେ ଯେ, ଆରମ୍ଭ ହେବା ସମୟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଥମ ଲକ୍ଷ୍ୟ ମଧ୍ୟରୁ ଗୋଟିଏ ଥିଲା ଭାରତର ସ୍ୱାଧୀନତା। ଏବେ ଏହି ଶିକ୍ଷାନୁଷ୍ଠାନ ୧୨୫ ବର୍ଷ ପୂରଣ କରିବା ସହିତ ଦେଶ ସ୍ୱାଧୀନତାର ୧୦୦ ବର୍ଷ ମଧ୍ୟ ପୂରଣ ହେବ । ତେଣୁ ଏବେ ‘ବିକଶିତ ଭାରତ’ ନିର୍ମାଣ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ ହେବା ଉଚିତ୍‌ । ପ୍ରଧାନମନ୍ତ୍ରୀ କହିଥିଲେ, ‘‘ବିଗତ ଶତାବ୍ଦୀର ତୃତୀୟ ଦଶନ୍ଧି ଭାରତର ସ୍ୱାଧୀନତା ସଂଗ୍ରାମକୁ ଏକ ନୂଆ ଗତି ଦେଇଥିଲା, ଏବେ ନୂଆ ଶତାବ୍ଦୀର ତୃତୀୟ ଦଶକ ଭାରତର ବିକାଶ ଯାତ୍ରାକୁ ଗତିଶୀଳ କରିବ ।’’ ଦେଶରେ ବହୁସଂଖ୍ୟାରେ ପ୍ରତିଷ୍ଠା ହେଉଥିବା ବିଶ୍ୱବିଦ୍ୟାଳୟ, କଲେଜ, ଆଇଆଇଟି, ଆଇଆଇଏମ ଏବଂ ଏମ୍ସ ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ସେ କହିଥିଲେ, ‘‘ଏସବୁ ଶିକ୍ଷାନୁଷ୍ଠାନ ନୂଆ ଭାରତର ନିର୍ମାଣ ବ୍ଲକ୍‌ ପାଲଟୁଛନ୍ତି ।’’ 

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ, ଶିକ୍ଷା କେବଳ ଏକ ଜ୍ଞାନ ଅର୍ଜନ ପ୍ରକ୍ରିୟା ନୁହେଁ, ବରଂ ଅଧ୍ୟୟନର ଏକ ପଦ୍ଧତି । ସେ କହିଥିଲେ, ଦୀର୍ଘ ସମୟ ପରେ ଛାତ୍ରଛାତ୍ରୀ କ’ଣ ଶିଖିବାକୁ ଚାହୁଁଛନ୍ତି ସେଥିପ୍ରତି ଧ୍ୟାନ ଦିଆଯାଉଛି । ବିଷୟ ଚୟନ ଲାଗି ନୂଆ ଶିକ୍ଷା ନୀତିର ନମନୀୟତା ଉପରେ ସେ ଆଲୋକପାତ କରିଥିଲେ। ଶିକ୍ଷାନୁଷ୍ଠାନଗୁଡ଼ିକର ଗୁଣବତ୍ତାରେ ସୁଧାର ଓ ପ୍ରତିଯୋଗିତା ଭାବନା ଉପରେ ଆଲୋଚନା କରି ଜାତୀୟ ସଂସ୍ଥାଗତ ମାନ୍ୟତା ଫ୍ରେମୱର୍କ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯାହା ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରୋତ୍ସାହିତ କରୁଛି । ସେ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ୱାୟତ୍ତତାକୁ ଶିକ୍ଷାର ଗୁଣବତ୍ତା ସହ ଯୋଡ଼ିବା ଲାଗି ପ୍ରୟାସ ବିଷୟରେ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭବିଷ୍ୟ ଉନ୍ମୁଖୀ ଶିକ୍ଷା ନୀତି ଓ ନିର୍ଣ୍ଣୟ କାରଣରୁ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ମାନ୍ୟତା ବଢ଼ୁଛି । ସେ କହିଥିଲେ ଯେ, ୨୦୧୪ରେ କ୍ୟୁଏସ୍‌ ୱାର୍ଲ୍ଡ ରେଙ୍କିଙ୍ଗରେ ମାତ୍ର ୧୨ଟି ବିଶ୍ୱବିଦ୍ୟାଳୟ ସାମିଲ ଥିବା ବେଳେ ଆଜି ଏହି ସଂଖ୍ୟା ୪୫ରେ ପହଞ୍ଚିଛି । ସେ ଏହି ପରିବର୍ତ୍ତନ ପାଇଁ ଭାରତର ଯୁବ ଶକ୍ତିକୁ ମାର୍ଗଦର୍ଶକ ଶକ୍ତି ଭାବେ ଶ୍ରେୟ ଦେଇଥିଲେ । ପ୍ରଧାନମନ୍ତ୍ରୀ ଆଜିର ଯୁବପିଢ଼ିଙ୍କୁ ପ୍ରଶଂସା କରି କହିଥିଲେ ଯେ ସେମାନେ ଶିକ୍ଷାର ଅବଧାରଣାକୁ ନିଯୁକ୍ତି ଓ ଡିଗ୍ରୀ ମଧ୍ୟରେ ସୀମିତ ନରଖି ଏହାକୁ ଆଗକୁ ବଢ଼ାଇଛନ୍ତି। ଯୁବବର୍ଗ ନିଜେ ନିଜର ମାର୍ଗ ପ୍ରସ୍ତୁତ କରିବା ଲାଗି ଚାହୁଁଛନ୍ତି ଏବଂ ଏକ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍‌, ୨୦୧୪-୧୫ ତୁଳନାରେ ୪୦ ପ୍ରତିଶତ ଅଧିକ ପେଟେଣ୍ଟ ଦାଖଲ ତଥା ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସରେ ବୃଦ୍ଧିକୁ ଏହି ଚିନ୍ତାଧାରାର ପ୍ରମାଣ ରୂପରେ ଉପସ୍ଥାପନ କରିଛନ୍ତି ।  

ନିକଟରେ ନିଜର ଆମେରିକା ଗସ୍ତ ସମୟରେ ଗୁରୁତ୍ୱପୂର୍ଣ୍ଣ ଓ ଅତ୍ୟାଧୁନିକ ପ୍ରଯୁକ୍ତି ବା ଆଇସିଇଟି ପ୍ରୟାସ ଉପରେ ଆମେରିକା ସହ ହୋଇଥିବା ରାଜିନାମା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଏହା ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଭାରତୀୟ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହାଦ୍ୱାରା ଆମର ଯୁବପିଢ଼ିଙ୍କ ପାଇଁ ଏକଦା ଅପହଞ୍ଚ ଥିବା ପ୍ରଯୁକ୍ତି ସେମାନଙ୍କୁ ବାଧାମୁକ୍ତ ଭାବେ ମିଳିପାରିବ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ବୃଦ୍ଧି ଘଟିବ । ଶ୍ରୀ ମୋଦୀ କହିଥିଲେ ଯେ ମାଇକ୍ରନ, ଗୁଗଲ, ଆପ୍ଲଏଡ୍‌ ମ୍ୟାଟେରିଆଲ୍ସ ଆଦି କମ୍ପାନୀ ଭାରତରେ ନିବେଶ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଏହା ଯୁବକଯୁବତୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରିବ ।

‘‘ଉଦ୍ୟୋଗ ୪.୦ ଭାରତର ଦ୍ୱାରଦେଶରେ ପହଞ୍ଚିଛି’’, ପ୍ରଧାନମନ୍ତ୍ରୀ ଟିପ୍ପଣୀ ଦେଇ କହିଥିଲେ ଏଆଇ, ଏଆର ଓ ଭିଆର ଭଳି ପ୍ରଯୁକ୍ତି, ଯାହା କେବଳ ଚଳଚ୍ଚିତ୍ରରେ ଦେଖିବାକୁ ମିଳୁଥିଲା ସେସବୁ ଏବେ ବାସ୍ତବ ଜୀବନର ଅଂଶବିଶେଷ ପାଲଟି ଯାଇଛି । ସେ କହିଥିଲେ ଯେ, ଡ୍ରାଇଭିଂ ଠାରୁ ଆରମ୍ଭ କରି ଅସ୍ତ୍ରୋପଚାର ପର୍ଯ୍ୟନ୍ତ ରୋବୋଟିକ୍ସ ଏବେ ଏକ ନୂତନ ସ୍ୱାଭାବିକତା ପାଲଟିଛି । ଏସବୁ କ୍ଷେତ୍ର ଭାରତର ଯୁବପିଢ଼ିଙ୍କ ପାଇଁ ନୂଆ ନୂଆ ସୁଯୋଗ ସୃଷ୍ଟି କରୁଛି । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ବିଗତ କିଛି ବର୍ଷ ମଧ୍ୟରେ, ଭାରତ ନିଜର ମହାକାଶ ଓ ପ୍ରତିରକ୍ଷା କ୍ଷେତ୍ରକୁ ଉନ୍ମୁକ୍ତ କରିଛି ଏବଂ ଡ୍ରୋନ ସହ ଜଡ଼ିତ ନୀତିରେ ବ୍ୟାପକ ପରିବର୍ତ୍ତନ ଆସିଛି, ଯାହାଫଳରେ ଯୁବକମାନଙ୍କୁ ଆଗକୁ ବଢ଼ିବାର ସୁଯୋଗ ମିଳିଛି ।

ଛାତ୍ରଛାତ୍ରୀଙ୍କ ଉପରେ ଭାରତର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧିର ପ୍ରଭାବ ବିଷୟରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ, ଏବେ ଦୁନିଆର ଲୋକମାନେ ଭାରତ ବିଷୟରେ ଜାଣିବାକୁ ଚାହୁଁଛନ୍ତି। କରୋନା କାଳରେ ବିଶ୍ୱକୁ ଭାରତର ସହାୟତା ବିଷୟରେ ସେ ଉଲ୍ଲେଖ କରିଥିଲେ। ଏହା ଭାରତ ବିଷୟରେ ଅଧିକ ଜାଣିବା ଲାଗି ବିଶ୍ୱରେ ଜିଜ୍ଞାସା ସୃଷ୍ଟି କରିଛି ଯାହା ସଙ୍କଟ ସମୟରେ ବିଶେଷ ଉପଯୋଗୀ ହୋଇଛି । ସେ କହିଥିଲେ ଯେ ଜି-୨୦ର ଅଧ୍ୟକ୍ଷତା ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ମାନ ବୃଦ୍ଧି ପାଇବା ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ଯୋଗ, ବିଜ୍ଞାନ, ସଂସ୍କୃତି, ପର୍ବପର୍ବାଣୀ, ସାହିତ୍ୟ, ଇତିହାସ, ଐତିହ୍ୟ ବ୍ୟଞ୍ଜନ ଭଳି କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରୁଛି । ସେ କହିଥିଲେ, ‘‘ଭାରତୀୟ ଯୁବକଯୁବତୀମାନଙ୍କର ଚାହିଦା ବଢ଼ୁଛି। ଏହି ପିଢ଼ି ବିଶ୍ୱକୁ ଭାରତ ସମ୍ପର୍କରେ କହିପାରିବେ ଏବଂ ଆମର ସାମଗ୍ରୀକୁ ବିଶ୍ୱ ଦରବାରରେ ପହଞ୍ଚାଇ ପାରିବେ। 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ଭାରତର ଗଣତନ୍ତ୍ର, ସମାନତା ଓ ଆପୋସ ସମ୍ମାନ ଭଳି ମୂଲ୍ୟବୋଧ ଏବେ ମାନବୀୟ ମୂଲ୍ୟବୋଧରେ ପରିଣତ ହେଉଛି ଏବଂ ଏହା ସରକାର ଓ କୂଟନୀତିରେ ଭାରତୀୟ ଯୁବବର୍ଗଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି।’’ ସେ ଏଥିପ୍ରତି ମଧ୍ୟ ଜୋର ଦେଇ କହିଥିଲେ ଯେ, ଇତିହାସ, ସଂସ୍କୃତି ଓ ଐତିହ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବା ଫଳରେ ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେଉଛି । ସେ ଦେଶର ବିଭିନ୍ନ ରାଜ୍ୟରେ ପ୍ରତିଷ୍ଠା କରାଯାଉଥିବା ଜନଜାତି ସଂଗ୍ରହାଳୟ ତଥା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ମାଧ୍ୟମରେ ସ୍ୱାଧୀନ ଭାରତର ବିକାଶ ଯାତ୍ରାକୁ ପ୍ରଦର୍ଶିତ କରାଯିବା ସମ୍ପର୍କରେ ଉଦାହରଣ ଦେଇଥିଲେ। ଦିଲ୍ଲୀରେ ବିଶ୍ୱର ସବୁଠୁ ବଡ଼ ଐତିହ୍ୟ ସଂଗ୍ରହାଳୟ ‘ୟୁଗେ ୟୁଗୀନ ଭାରତ’’ ନିର୍ମାଣ ହେଉଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ଭାରତୀୟ ଶିକ୍ଷକମାନଙ୍କର ସମ୍ମାନ ବୃଦ୍ଧି ପାଉଥିବା ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଶ୍ୱ ନେତାମାନେ ଅଧିକାଂଶ ସମୟରେ ତାଙ୍କୁ ଭାରତୀୟ ଶିକ୍ଷକମାନଙ୍କ ବିଷୟରେ କହିଛନ୍ତି । ସେ କହିଥିଲେ, ‘‘ଭାରତର ଏହି ସଫ୍ଟ ପାୱାର ଭାରତୀୟ ଯୁବବର୍ଗଙ୍କ ସଫଳତାର କାହାଣୀ ପାଲଟିଛି।’’ ସେ ବିଶ୍ୱବିଦ୍ୟାଳୟ ଠାରୁ ଏହି ବିକାଶ ଲାଗି ମାନସିକତା ପ୍ରସ୍ତୁତ କରିବା ଲାଗି ପରାମର୍ଶ ଦେଇଥିଲେ । ଏଥପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିବା ଲାଗି ସେ କହିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଯେତେବେଳେ ୧୨୫ତମ ବର୍ଷ ପୂର୍ତ୍ତି ପାଳନ କରିବ, ସେତେବେଳେ ଏହି ଶିକ୍ଷାନୁଷ୍ଠାନ ବିଶ୍ୱର ଶୀର୍ଷ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ମଧ୍ୟରେ ଯେପରି ଭାବେ ସାମିଲ ହୋଇପାରିବ ସେଥିପ୍ରତି ପ୍ରୟାସ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଭବିଷ୍ୟତ ନିର୍ମାଣ କରୁଥିବା ଉଦ୍ଭାବନ ଏଠାରେ କରାଯିବା ଉଚିତ୍‌ । ବିଶ୍ୱର ସର୍ବଶ୍ରେଷ୍ଠ ବିଚାର ଏବଂ ନେତା ଏଠାରୁ ବାହାରିବା ଆବଶ୍ୟକ। ଏଥିପାଇଁ ଆପଣମାନଙ୍କୁ ଲଗାତର କଠିନ ପରିଶ୍ରମ କରିବାକୁ ହେବ।’’

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଆମ ଜୀବନରେ ଆମେ ନିର୍ଦ୍ଧାରଣ କରୁଥିବା ଲକ୍ଷ୍ୟ ପୂରଣ କରିବା ଲାଗି ନିଜର ମନ ଓ ହୃଦୟକୁ ସମର୍ପି ଦେବା ଉଚିତ୍‌ । କୌଣସି ରାଷ୍ଟ୍ରର ମନ ଓ ହୃଦୟକୁ ପ୍ରସ୍ତୁତ କରିବାର ଦାୟିତ୍ୱ ସେହି ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ପୂରଣ କରାଯିବା ଉଚିତ୍‌ । ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରି କହିଥିଲେ ଯେ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏହି ଯାତ୍ରାକୁ ଆଗକୁ ବଢ଼ାଇ ଏହି ସଂକଳ୍ପକୁ ପୂରଣ କରିବ । ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଆମର ନୂଆ ପିଢ଼ିକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ସେମାନଙ୍କ ଠାରେ କୌଣସି ଆହ୍ୱାନକୁ ସ୍ୱୀକାର କରିବା ଏବଂ ତା’ର ସାମ୍ନା କରିବାର ସ୍ୱଭାବ ରହିବା ଉଚିତ୍‌ । ଏହା କେବଳ ଶିକ୍ଷାନୁଷ୍ଠାନର ଲକ୍ଷ୍ୟ ଓ ଅଭିଯାନ ମାଧ୍ୟମରେ ସମ୍ଭବ ହୋଇପାରିବ ।’’

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ ଯୋଗେଶ ସିଂହ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

୧ ମେ ୧୯୨୨ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବିଶ୍ୱବିଦ୍ୟାଳୟ ବିଗତ ଶହେ ବର୍ଷ ମଧ୍ୟରେ ଯଥେଷ୍ଟ ବିକାଶ ଓ ବିସ୍ତାର ଲାଭ କରିଛି ଏବଂ ଏଥିରେ ୮୬ଟି ବିଭାଗ, ୯୦ କଲେଜ ଏବଂ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି ଏବଂ ଏହା ରାଷ୍ଟ୍ର ନିର୍ମାଣରେ ଉଲ୍ଲେଖନୀୟ ଯୋଗଦାନ ଦେଇଛି । 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights the qualities of an ideal and truly excellent individual
July 22, 2026

Prime Minister Shri Narendra Modi shared a Sanskrit Subhashitam today, highlighting the qualities of an ideal and truly excellent individual in fulfilling personal, social, and national duties.

The Prime Minister wrote on X;


"परकार्येषु युक्तात्मा स्वकार्ये क्षिप्रसाधनम्।

सुहृत्कार्येषु निर्वृत्ती राजकार्येषु विक्रमः ।। "

The person who devotes themselves wholeheartedly to the tasks of others, completes their own personal duties with speed and efficiency, carries out tasks for friends selflessly, and demonstrates their full valor and courage in fulfilling national duties, only such a person is truly excellent.