‘‘ଚଳିତ ବର୍ଷର ବଜେଟରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ବାସ୍ତବବାଦୀ ଏବଂ ଶିଳ୍ପ ଆଧାରିତ କରାଯାଇ ଏହାର ମୂଳଦୁଆକୁ ସୁଦୃଢ଼ କରାଯାଇଛି’’
‘‘ନୂଆ ଶିକ୍ଷା ନୀତିର ଅଂଶବିଶେଷ ସ୍ୱରୂପ ଶିକ୍ଷା ଓ କୌଶଳ ବିକାଶ ଉଭୟକୁ ସମାନ ଗୁରୁତ୍ୱ ଦିଆଯାଉଛି’’
‘‘ଭର୍ଚୁଆଲ ପ୍ରୟୋଗଶାଳା ଓ ଜାତୀୟ ଡିଜିଟାଲ ପାଠାଗାର ଭଳି ଭବିଷ୍ୟବାଦୀ ପଦକ୍ଷେପ ଆମର ଶିକ୍ଷା, କୌଶଳ ବିକାଶ ଓ ଜ୍ଞାନ-ବିଜ୍ଞାନ ଜଗତରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଯାଉଛି’’
‘‘ଯୁବକଯୁବତୀମାନଙ୍କୁ ‘ଶ୍ରେଣୀଗୃହ ବାହାରେ ପ୍ରଶିକ୍ଷଣ’ ଦେବା ଲାଗି ଇଣ୍ଟର୍ଣ୍ଣସିପ୍‌ ଓ ଆପ୍ରେଣ୍ଟିସଶିପ୍‌ ସୁବିଧା ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ଧ୍ୟାନ ଦେଉଛନ୍ତି’’
‘‘ଜାତୀୟ ଆପ୍ରେଣ୍ଟିସଶିପ ପ୍ରୋତ୍ସାହନ ଯୋଜନା ଅଧୀନରେ ୫୦ ଲକ୍ଷ ଯୁବକଯୁବତୀଙ୍କ ପାଇଁ ଷ୍ଟାଇପେଣ୍ଡ ବ୍ୟବସ୍ଥା ଉପଲବ୍ଧ କରାଯାଇଛି’’
‘‘ଏଆଇ, ରୋବୋଟିକ୍ସ, ଆଇଓଟି ଏବଂ ଡ୍ରୋନ୍‌ ଭଳି ଶିଳ୍ପ 4.0 ପାଇଁ କୁଶଳୀ ଶ୍ରମଶକ୍ତି ସୃଷ୍ଟି କରିବା ଉପରେ ସରକାର ଧ୍ୟାନ କେନ୍ଦ୍ରିତ କରିଛନ୍ତି’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଯୁବଶକ୍ତିର ଉପଯୋଗ - କୌଶଳ ବିକାଶ ଓ ଶିକ୍ଷା’ ଶୀର୍ଷକ ବଜେଟ୍‌ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି । ୨୦୨୩ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ଯୋଜନାଗୁଡ଼ିକର ପ୍ରଭାବୀ କାର୍ଯ୍ୟକାରିତା ପାଇଁ ମତାମତ ଓ ପରାମର୍ଶ ଲୋଡ଼ିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଉଥିବା ୧୨ଟି ବଜେଟ୍‌ ପରବର୍ତ୍ତୀ ୱେବିନାର ମଧ୍ୟରୁ ଏହା ହେଉଛି ତୃତୀୟ । ୱେବିନାରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ଅମୃତ କାଳରେ କୌଶଳ ବିକାଶ ଓ ଶିକ୍ଷା ହେଉଛି ଦୁଇଟି ପ୍ରମୁଖ ଉପାଦାନ ଏବଂ ଏକ ବିକଶିତ ଭାରତର ସଂକଳ୍ପ ନେଇ ଦେଶର ଯୁବବର୍ଗ ହିଁ ଏହାର ଅମୃତ ଯାତ୍ରାରେ ନେତୃତ୍ୱ ନେଉଛନ୍ତି । ଅମୃତ କାଳର ପ୍ରଥମ ବଜେଟ୍‌ରେ ଯୁବବର୍ଗ ଏବଂ ସେମାନଙ୍କ ଭବିଷ୍ୟତ ଦିଗରେ ବିଶେଷ ଗୁରୁତ୍ୱ ଦିଆଯାଇଥିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷର ବଜେଟରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ବାସ୍ତବବାଦୀ ଏବଂ ଶିଳ୍ପ ଆଧାରିତ କରାଯାଇ ଏହାର ମୂଳଦୁଆକୁ ସୁଦୃଢ଼ କରାଯାଇଛି । ଶ୍ରୀ ମୋଦୀ କହିଥିଲେ ଯେ, ଦୁର୍ଭାଗ୍ୟର ବିଷୟ ହେଉଛି ବହୁବର୍ଷ ଧରି ଶିକ୍ଷା ବ୍ୟବସ୍ଥାରେ ନମନୀୟନତାର ଅଭାବ ରହିଥିଲା ଏବଂ ବର୍ତ୍ତମାନର ସରକାର ଏଥିରେ ପରିବର୍ତ୍ତନ ଆଣିବା ଲାଗି ଚେଷ୍ଟା କରୁଛନ୍ତି । ‘‘ଯୁବବର୍ଗଙ୍କ ଯୋଗ୍ୟତା ଓ ଭବିଷ୍ୟତର ଚାହିଦା ଅନୁଯାୟୀ ଶିକ୍ଷା ଓ କୌଶଳ ବିକାଶକୁ ନୂଆ ରୂପ ଦିଆଯାଇଛି’’, ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି କହିଥିଲେ ଯେ, ନୂଆ ଶିକ୍ଷା ନୀତିର ଅଂଶବିଶେଷ ସ୍ୱରୂପ ଶିକ୍ଷା ଓ କୌଶଳ ବିକାଶ ଉଭୟ ଉପରେ ସମାନ ଗୁରୁତ୍ୱ ଦିଆଯାଉଛି। ଏହି ପଦକ୍ଷେପକୁ ଶିକ୍ଷକ ସମାଜର ସମର୍ଥନ ମିଳୁଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ, ଏହି ପଦକ୍ଷେପ ଶିକ୍ଷା ଓ କୌଶଳ ବିକାଶ କ୍ଷେତ୍ରରେ ଅଧିକ ସଂସ୍କାର କାର୍ଯ୍ୟକାରୀ କରିବା ସହିତ ଆମର ଛାତ୍ରଛାତ୍ରୀଙ୍କ ଉପରେ ଅତୀତର ନିୟାମକ ବୋଝ ହ୍ରାସ କରିବାକୁ ସରକାରଙ୍କୁ ଅନୁପ୍ରାଣିତ କରୁଛି ।

କୋଭିଡ ମହାମାରୀ ସମୟର ଅଭିଜ୍ଞତା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂଆ ପ୍ରଯୁକ୍ତି ନୂତନ ପ୍ରକାରର ଶ୍ରେଣୀଗୃହ ସୃଷ୍ଟି କରିବାରେ ସହାୟକ ହେଉଛି। ସେ ଆହୁରି କହିଥିଲେ ଯେ, ସରକାର ‘ଯେକୌଣସି ସ୍ଥାନରେ ଜ୍ଞାନର ଉପଲବ୍ଧତା’ ଉପରେ ଧ୍ୟାନ ଦେଉଛନ୍ତି । ଏହି ଅବସରରେ ସେ ୩ କୋଟି ସଦସ୍ୟ ଥିବା ଇ-ଅଧ୍ୟୟନ ପ୍ଲାଟଫର୍ମ ସ୍ୱୟମର ଉଦାହରଣ ଦେଇଥିଲେ। ଭର୍ଚୁଆଲ ପ୍ରୟୋଗଶାଳା ଓ ଜାତୀୟ ଡିଜିଟାଲ ପାଠାଗାରର ସମ୍ଭାବନା ଜ୍ଞାନ ଆହରଣର ଏକ ବ୍ୟାପକ ମାଧ୍ୟମ ଭାବେ ପରିଣତ ହେଉଛି। ସେ ଆହୁରି କହିଥିଲେ ଯେ ଡିଟିଏଚ ଚାନେଲ ଜରିଆରେ ସ୍ଥାନୀୟ ଭାଷାରେ ପାଠପଢ଼ିବାର ସୁଯୋଗ ମିଳିପାରୁଛି। ନେସନାଲ ଡିଜିଟାଲ ବିଶ୍ୱବିଦ୍ୟାଳୟରୁ ଦେଶକୁ ଆହୁରି ଅଧିକ ସାମର୍ଥ୍ୟ ମିଳିବ। ‘‘ଏଭଳି ଭବିଷ୍ୟବାଦୀ ପଦକ୍ଷେପ ଆମର ଶିକ୍ଷା, ଦକ୍ଷତା ବିକାଶ ଏବଂ ଜ୍ଞାନ-ବିଜ୍ଞାନ ଜଗତରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଯାଉଛି’’, ପ୍ରଧାନମନ୍ତ୍ରୀ କହିଥିଲେ। ‘‘ଏବେ ଆମ ଶିକ୍ଷକମାନଙ୍କର ଭୂମିକା କେବଳ ଶ୍ରେଣୀଗୃହରେ ସୀମିତ ହୋଇ ରହିବ ନାହିଁ।’’ ସେ କହିଥିଲେ ଯେ, ସାରା ଦେଶରେ ଥିବା ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଅଧିକ ଭିନ୍ନ ଭିନ୍ନ ପ୍ରକାରର ଶିକ୍ଷଣ ସାମଗ୍ରୀ ଉପଲବ୍ଧ ହେବ ଯାହାକି ଶିକ୍ଷକମାନଙ୍କ ପାଇଁ ସୁଯୋଗର ନୂଆ ଦ୍ୱାର ଖୋଲିବ ଏବଂ ଗ୍ରାମ ଓ ସହରାଞ୍ଚଳ ବିଦ୍ୟାଳୟ ମଧ୍ୟରେ ରହିଥିବା ବ୍ୟବଧାନକୁ ଦୂର କରିବ ।

‘ଚାକିରି ସମୟରେ ଅଧ୍ୟୟନ’ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବହୁ ଦେଶ ଏହା ଉପରେ ବିଶେଷ ଜୋର ଦେଉଛନ୍ତି। ଦେଶର ଯୁବକଯୁବତୀମାନଙ୍କୁ ଯୁବକଯୁବତୀମାନଙ୍କୁ ଶ୍ରେଣୀଗୃହ ବାହାରେ ପ୍ରଶିକ୍ଷଣ’ ଦେବା ଲାଗି ଇଣ୍ଟର୍ଣ୍ଣସିପ୍‌ ଓ ଆପ୍ରେଣ୍ଟିସଶିପ୍‌ ସୁବିଧା ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ଧ୍ୟାନ ଦେଉଛନ୍ତି।

‘‘ନେସନାଲ ଇଣ୍ଟର୍ଣ୍ଣସିପ ପୋର୍ଟାଲରେ ୭୫ ହଜାର ନିଯୁକ୍ତିଦାତା ପଞ୍ଜିକୃତ ହୋଇଛନ୍ତି ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷ ଇଣ୍ଟର୍ଣ୍ଣଶିପ ଆବଶ୍ୟକତା ପୋଷ୍ଟ କରାଯାଇଛି,’’ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ଏହି ପୋର୍ଟାଲର ସର୍ବାଧିକ ଉପଯୋଗ କରିବା ଏବଂ ଦେଶରେ ଇଣ୍ଟର୍ଣ୍ଣଶିପ ସଂସ୍କୃତିକୁ ଅଧିକ ସମ୍ପ୍ରସାରିତ କରିବା ପାଇଁ ସେ ଶିଳ୍ପ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରି କହିଥିଲେ ଯେ ଆପ୍ରେଣ୍ଟିସଶିପ ଆମର ଯୁବପିଢ଼ିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବ । ଭାରତରେ ଆପ୍ରେଣ୍ଟିସଶିପକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଏହା ଉପଯୁକ୍ତ କୌଶଳ ଥିବା ଶ୍ରମଶକ୍ତିକୁ ଚିହ୍ନଟ କରିବା କ୍ଷେତ୍ରରେ ଶିଳ୍ପଜଗତକୁ ସହାୟକ ହେବ। ପ୍ରଧାନମନ୍ତ୍ରୀ ଆହୁରି ସୂଚନା ଦେଇଥିଲେ ଯେ, ଚଳିତ ବର୍ଷର ବଜେଟରେ ଏକ ଷ୍ଟାଇପେଣ୍ଡ ବ୍ୟବସ୍ଥା କରାଯାଇଛି ଏବଂ ଜାତୀୟ ଆପ୍ରେଣ୍ଟିସଶିପ ପ୍ରୋତ୍ସାହନ ଯୋଜନା ଅଧୀନରେ ପ୍ରାୟ ୫୦ ଲକ୍ଷ ଯୁବକଯୁବତୀଙ୍କ ପାଇଁ ଷ୍ଟାଇପେଣ୍ଡ ଉପଲବ୍ଧ କରାଯାଇଛି। ସେ କହିଥିଲେ ଯେ, ଏହା ଆପ୍ରେଣ୍ଟିସଶିପ ପାଇଁ ଏକ ପରିବେଶ ସୃଷ୍ଟି କରିବା ସହିତ ଅର୍ଥପଇଠ କ୍ଷେତ୍ରରେ ଉଦ୍ୟୋଗ ଜଗତକୁ ସହାୟକ ହେଉଛି ।

କୁଶଳୀ ଶ୍ରମ ଶକ୍ତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ସାରା ବିଶ୍ୱ ଭାରତକୁ ଏକ ଉତ୍ପାଦନ କେନ୍ଦ୍ରସ୍ଥଳୀ ଭାବେ ଦେଖୁଛି ଏବଂ ଦେଶରେ ନିବେଶ ପାଇଁ ସେମାନଙ୍କ ମଧ୍ୟରେ ଏକ ଆଗ୍ରହ ବୃଦ୍ଧି ପାଉଛି । ଚଳିତ ବର୍ଷର ବଜେଟରେ ଦକ୍ଷତା ବିକାଶ ଉପରେ ଧ୍ୟାନ ଦିଆଯାଇଥିବା ନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା 4.0 ଆସନ୍ତା କିଛି ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷତା ବିକାଶ, ପୁନଃଦକ୍ଷତା ବିକାଶ ଏବଂ ଉନ୍ନତ ଦକ୍ଷତା ବିକାଶ ବା ସ୍କିଲ, ରିସ୍କିଲ ଓ ଅପସ୍କିଲ କରିବ । ସେ ସୂଚନା ଦେଇ କହିଥିଲେ ଯେ, ଜନଜାତି, ଦିବ୍ୟାଙ୍ଗ ଓ ମହିଳାମାନଙ୍କ ପାଇଁ ଏହି ଯୋଜନା ଜରିଆରେ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏଆଇ, ରୋବୋଟିକ୍ସ, ଆଇଓଟି ଏବଂ ଡ୍ରୋନ୍‌ ଭଳି ଶିଳ୍ପ 4.0 ପାଇଁ କୁଶଳୀ ଶ୍ରମଶକ୍ତି ସୃଷ୍ଟି କରିବା ଉପରେ ସରକାର ଧ୍ୟାନ କେନ୍ଦ୍ରିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହାଦ୍ୱାରା ରି-ସ୍କିଲିଂରେ ଅଧିକ ଶକ୍ତି ଓ ସମ୍ବଳ ଖର୍ଚ୍ଚ ନକରି ଅନ୍ତର୍ଜାତୀୟ ନିବେଶକମାନେ ଉପଯୁକ୍ତ ପ୍ରତିଭାମାନଙ୍କୁ ଚୟନ କରିବା ସହଜ ହୋଇଛି । ଶ୍ରୀ ମୋଦୀ ପିଏମ ବିଶ୍ୱକର୍ମା କୌଶଳ ସମ୍ମାନ ଯୋଜନାର ଉଦାହରଣ ଦେଇଥିଲେ, ଯେଉଁଥିରେ ପାରମ୍ପରିକ ଶିଳ୍ପକାର, ହସ୍ତଶିଳ୍ପୀ ଓ କଳାକାରମାନଙ୍କର କୌଶଳ ବିକାଶ ଉପରେ ଜୋର ଦିଆଯାଉଛି ଯଦ୍ଦ୍ୱାରା ସେମାନଙ୍କୁ ନୂଆ ବଜାର ପାଇଁ ପ୍ରସ୍ତୁତ କରାଯାଇପାରିବ ଏବଂ ସେମାନେ ନିଜର ଉତ୍ପାଦ ପାଇଁ ଭଲ ଦର ପାଇପାରିବେ ।

ଭାରତର ଶିକ୍ଷା କ୍ଷେତ୍ରରେ ବ୍ୟାପକ କରିବର୍ତ୍ତନ ଆଣିବା ଲାଗି ଶିକ୍ଷା ଓ ଶିଳ୍ପ ଜଗତର ଭୂମିକା ଓ ସହଭାଗିତାର ଗୁରୁତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଗବେଷଣା ଉଦ୍ୟୋଗ ଠାରୁ ଯଥେଷ୍ଟ ପାଣ୍ଠି ଯୋଗାଡ଼ ନିମନ୍ତେ ସୁଯୋଗ ସୃଷ୍ଟି କରାଯାଇ ବଜାରର ଆବଶ୍ୟକତା ଅନୁଯାୟୀ ଗବେଷଣାକୁ ସମ୍ଭବ କରାଯିବ । ଚଳିତ ବର୍ଷର ବଜେଟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତିନୋଟି ଏଆଇ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ ଏହା ଶିଳ୍ପ-ଶିକ୍ଷା ଜଗତ ମଧ୍ୟରେ ସହଭାଗିତାକୁ ସୁଦୃଢ଼ କରିବ। ସେ ଆହୁରି ମଧ୍ୟ କହିଥିଲେ ଯେ, ଆଇସିଏମଆର ପ୍ରୟୋଗଶାଳାଗୁଡ଼ିକ ଏବେ ମେଡ଼ିକାଲ କଲେଜ ଏବଂ ଘରୋଇ କ୍ଷେତ୍ରର ଗବେଷଣା ଓ ବିକାଶ ଦଳ ପାଇଁ ଉପଲବ୍ଧ ରହିବ । ଦେଶରେ ଗବେଷଣା ଓ ବିକାଶ ଇକୋସିଷ୍ଟମକୁ ସୁଦୃଢ଼ କରିବା ଲାଗି ଏଭଳି ପ୍ରତ୍ୟେକ ପଦକ୍ଷେପର ସର୍ବାଧିକ ସୁବିଧା ନେବା ଲାଗି ପ୍ରଧାନମନ୍ତ୍ରୀ ଘରୋଇ କ୍ଷେତ୍ରକୁ ଆହ୍ୱାନ କରିଥିଲେ । ସରକାରଙ୍କ ‘ସାମଗ୍ରିକ ସରକାର’ ଆଭିମୁଖ୍ୟ ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶିକ୍ଷା ଓ କୌଶଳ ବିକାଶ କେବଳ ସମ୍ପୃକ୍ତ ମନ୍ତ୍ରଣାଳୟ କିମ୍ବା ବିଭାଗ ମଧ୍ୟରେ ସୀମିତ ନୁହେଁ ବରଂ ପ୍ରତ୍ୟେକ କ୍ଷେତ୍ରରେ ଏହାର ସମ୍ଭାବନା ରହିଛି। ବିଭିନ୍ନ କ୍ଷେତ୍ରରେ ଆଗକୁ ଆସୁଥିବା ଏଭଳି ସୁଯୋଗକୁ ଅନୁଧ୍ୟାନ କରିବା ଏବଂ ଆବଶ୍ୟକ ଶ୍ରମ ଶକ୍ତି ସୃଷ୍ଟି କରିବାରେ ସହାୟତା କରିବା ଲାଗି କୌଶଳ ବିକାଶ ଓ ଶିକ୍ଷା କ୍ଷେତ୍ର ସହ ଜଡ଼ିତ ଅଂଶୀଦାରମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଭାରତର ପ୍ରଗତିଶୀଳ ଭ୍ରମଣ ଓ ପର୍ଯ୍ୟଟନ ଉଦ୍ୟୋଗର ସମ୍ଭାବନାକୁ ପ୍ରଦର୍ଶନ କରିବା ସହିତ ରୋଜଗାରର ଏକ ବ୍ୟାପକ ଉତ୍ସ ପାଇଁ ମାର୍ଗପ୍ରଶସ୍ତ କରୁଛି । ‘ସ୍କିଲ ଇଣ୍ଡିଆ ମିଶନ’ ଅଧୀନରେ ପ୍ରଶିକ୍ଷିତ ହୋଇଥିବା ଯୁବପିଢ଼ିଙ୍କର ଏକ ସଂଶୋଧିତ ଡେଟାବେସ ପ୍ରସ୍ତୁତ କରିବା ଲାଗି ପ୍ରଧାନମନ୍ତ୍ରୀ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ। ନିଜ ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଭାରତର ପ୍ରଶିକ୍ଷିତ ଶ୍ରମଶକ୍ତି ଡିଜିଟାଲ ପ୍ରଯୁକ୍ତି ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉଦ୍ଭବ ପରେ ପଛରେ ପଡ଼ିଯିବା ଉଚିତ୍‌ ନୁହେଁ । ଏ ଦିଗରେ କାର୍ଯ୍ୟ କରିବା ଲାଗି ସେ ଉଦ୍ୟୋଗ ଜଗତର ବିଶେଷଜ୍ଞମାନଙ୍କୁ ନିବେଦନ କରିଥିଲେ। 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony

Media Coverage

Inspiring India: Gujarat Woman's Solar Mission Earns PM Modi’s Praise, Invitation to I-Day Ceremony
NM on the go

Nm on the go

Always be the first to hear from the PM. Get the App Now!
...
PM Modi calls upon people to celebrate National Handloom Day by showcasing India's rich handloom heritage
August 06, 2026

The Prime Minister, Shri Narendra Modi, has called upon citizens to celebrate National Handloom Day on 7th August by promoting India's rich and diverse handloom traditions.

“Share your videos with your favourite handloom products, including GRWM videos on social media”, Shri Modi said.

Shri Modi posted on X;

Tomorrow, 7th August is National Handloom Day. Let’s make India’s handloom diversity popular.

Share your videos with your favourite handloom products, including GRWM videos on social media.

Don’t forget to use #NationalHandloomDay.