“ଯୁବକମାନଙ୍କୁ ରୋଜଗାର ଯୋଗାଇବା ଦିଗରେ ମହାରାଷ୍ଟ୍ର ସରକାର ଦୃଢ ସଂକଳ୍ପ ନେଇ କାର୍ଯ୍ୟ କରୁଛନ୍ତି”
“ଚାକିରିର ପ୍ରକାର ଦ୍ରୁତ ଗତିରେ ବଦଳୁଛି ଏବଂ ସରକାର ମଧ୍ୟ ବିଭିନ୍ନ ପ୍ରକାରର ଚାକିରି ପାଇଁ ନିରନ୍ତର ସୁଯୋଗ ସୃଷ୍ଟି କରୁଛନ୍ତି”
“ରୋଜଗାର ଏବଂ ଆତ୍ମନିଯୁକ୍ତିର ସୁଯୋଗ ଦଳିତ-ପଛୁଆ, ଆଦିବାସୀ, ସାଧାରଣ ଶ୍ରେଣୀ ଏବଂ ମହିଳାଙ୍କ ପାଇଁ ସମାନ ଭାବରେ ଉପଲବ୍ଧ ହେଉଛି”
“ମହାରାଷ୍ଟ୍ର ପାଇଁ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୨୨୫ ଟି ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ର ସରକାରଙ୍କ ରୋଜଗାର ମେଳାକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଧନତେରାସରେ ଜାତୀୟ ସ୍ତରରେ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ । କେନ୍ଦ୍ର ସରକାରଙ୍କ ସ୍ତରରେ ୧୦ ଲକ୍ଷ ଚାକିରି ଯୋଗାଇବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଥିଲା । ସେବେଠାରୁ ପ୍ରଧାନମନ୍ତ୍ରୀ ଗୁଜୁରାଟ ଏବଂ ଜାମ୍ମୁ ଓ କାଶ୍ମୀର ସରକାରଙ୍କ ରୋଜଗାର ମେଳାକୁ ସମ୍ବୋଧିତ କରିଛନ୍ତି । ରୋଜଗାର ମେଳାର ଆୟୋଜନ ଏତେ କମ୍ ସମୟ ମଧ୍ୟରେ ହୋଇଥିବାରୁ ଏହା ସ୍ପଷ୍ଟ ଯେ ମହାରାଷ୍ଟ୍ର ସରକାର ଯୁବକମାନଙ୍କୁ ରୋଜଗାର ଯୋଗାଇବା ଦିଗରେ ଦୃଢ ସଂକଳ୍ପ ନେଇ କାର୍ଯ୍ୟ କରୁଛନ୍ତି । ମୁଁ ମଧ୍ୟ ଖୁସି ଯେ ଆଗାମୀ ସମୟରେ ମହାରାଷ୍ଟ୍ରରେ ଏଭଳି ନିଯୁକ୍ତି ମେଳା ଆହୁରି ବ୍ୟାପକ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି । ମହାରାଷ୍ଟ୍ରର ଗୃହ ବିଭାଗ ଏବଂ ରାଜ୍ୟର ଗ୍ରାମୀଣ ବିକାଶ ବିଭାଗରେ ହଜାର ହଜାର ନିଯୁକ୍ତି ହେବ ।

ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ ଅମୃତ କାଳରେ ବିକଶିତ ଭାରତର ଲକ୍ଷ୍ୟ ଉପରେ ଦେଶ କାର୍ଯ୍ୟ କରୁଛି ଯେଉଁଠାରେ ଯୁବକମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ସେ କହିଛନ୍ତି ପରିବର୍ତ୍ତିତ ସମୟରେ ନିଯୁକ୍ତିର ପ୍ରକାର ଦ୍ରୁତ ଗତିରେ ବଦଳୁଛି, ସରକାର ମଧ୍ୟ ବିଭିନ୍ନ ପ୍ରକାରର ଚାକିରି ପାଇଁ ସୁଯୋଗ ସୃଷ୍ଟି କରୁଛନ୍ତି । ସେ କହିଛନ୍ତି ଯେ ମୁଦ୍ରା ଯୋଜନା ଯୁବକମାନଙ୍କୁ ବନ୍ଧକ ମୁକ୍ତ ଋଣ ଦେଉଛି ଏବଂ ୨୦ ଲକ୍ଷ କୋଟି ଟଙ୍କା ମୂଲ୍ୟର ଋଣ ପ୍ରଦାନ କରାଯାଇ ସାରିଛି । ସେହିଭଳି ଷ୍ଟାର୍ଟ ଅପ୍ ଏବଂ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଏକ ବଡ଼ ଉପାୟରେ ସମର୍ଥନ କରାଯାଉଛି । ମହାରାଷ୍ଟ୍ରର ଯୁବକମାନେ ଏଥିରୁ ଉପକୃତ ହୋଇଛନ୍ତି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ସରକାରଙ୍କ ଉଦ୍ୟମ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦଳିତ-ପଛୁଆ, ଆଦିବାସୀ, ସାଧାରଣ ବର୍ଗ ଏବଂ ମହିଳାଙ୍କ ପାଇଁ ରୋଜଗାର ଏବଂ ଆତ୍ମନିଯୁକ୍ତି ଲାଗି ଏହି ସୁଯୋଗଗୁଡ଼ିକ ସମାନ ଭାବରେ ଉପଲବ୍ଧ ହେଉଛି । ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡିତ ୮ କୋଟି ମହିଳାଙ୍କୁ ୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ସହାୟତା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଦେଶର ଭିତ୍ତିଭୂମି, ସୂଚନା ପ୍ରଯୁକ୍ତିବିଦ୍ୟା ତଥା ଅନ୍ୟାନ୍ୟ କ୍ଷେତ୍ରରେ ସରକାର ଯେଉଁ ରେକର୍ଡ ପରିମାଣର ପୁଞ୍ଜି ବିନିଯୋଗ କରୁଛନ୍ତି ତାହା ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି । ମହାରାଷ୍ଟ୍ର ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ରାଜ୍ୟ ପାଇଁ ୨ ଲକ୍ଷ କୋଟିରୁ ଅଧିକ ମୂଲ୍ୟର ୨୨୫ ଟି ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ୭୫ ହଜାର କୋଟି ମୂଲ୍ୟର ରେଳ ପ୍ରକଳ୍ପ ଏବଂ ଆଧୁନିକ ସଡ଼କ ପାଇଁ ୫୦ କୋଟି ମୂଲ୍ୟର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ସେ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଉପରେ କାମ ଚାଲିଛି କିମ୍ବା ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ବକ୍ତବ୍ୟ ଶେଷ କରି କହିଛନ୍ତି ଯେ ଯେତେବେଳେ ସରକାର ଭିତ୍ତିଭୂମି ପାଇଁ ଏତେ ପରିମାଣର ଅର୍ଥ ଖର୍ଚ୍ଚ କରନ୍ତି, ସେହି କାରଣରୁ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୁଏ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi