ଏକ ଗୌରବଶାଳୀ ଗଣତନ୍ତ୍ର ତଥା ବନ୍ଧୁ ରାଷ୍ଟ୍ରର ନିର୍ବାଚିତ ପ୍ରତିନିଧିମାନଙ୍କ ସମ୍ମୁଖରେ ଛିଡ଼ା ହୋଇ ମୁଁ ନିଜକୁ ସମ୍ମାନିତ ମନେ କରୁଛି: ପ୍ରଧାନମନ୍ତ୍ରୀ
ଭାରତ ପାଇଁ ଗଣତନ୍ତ୍ର ଜୀବନ ଜୀଇଁବାର ଏକ ରାସ୍ତା: ପ୍ରଧାନମନ୍ତ୍ରୀ
ଭାରତ ଏବଂ ତ୍ରିନିଦାଦ ଓ ଟୋବାଗୋ ଶତାବ୍ଦୀ ପୁରୁଣା ବନ୍ଧନ ଆଧାରିତ ସମ୍ପର୍କର ସହଭାଗୀ: ପ୍ରଧାନମନ୍ତ୍ରୀ
ଆଧୁନିକ ଭାରତ ଗଠନ ପାଇଁ ଆମେ ମହିଳାମାନଙ୍କ ହାତକୁ ସୁଦୃଢ଼ କରୁଛୁ: ପ୍ରଧାନମନ୍ତ୍ରୀ
ଗ୍ଲୋବାଲ ସାଉଥ ଆଗକୁ ବଢ଼ୁଛି; ସେମାନେ ନୂତନ ଏବଂ ନ୍ୟାୟପୂର୍ଣ୍ଣ ବିଶ୍ୱ ବ୍ୟବସ୍ଥା ଦେଖିବାକୁ ଚାହାନ୍ତି: ପ୍ରଧାନମନ୍ତ୍ରୀ
ଏହି ଅବସର ଭାରତ-ତ୍ରିନିଦାଦ ଓ ଟୋବାଗୋ ଦ୍ୱିପାକ୍ଷିକ ସମ୍ପର୍କର ମାଇଲଖୁଣ୍ଟ ହୋଇ ରହିବ
ଏହା ସମସ୍ତ ଚିନ୍ତାଧାରାର ଅସ୍ତିତ୍ୱ ବଞ୍ଚାଇ ରଖିଛି ଏବଂ ସଂସଦୀୟ ଆଲୋଚନା ଏବଂ ସାର୍ବଜନୀନ ତର୍କକୁ ସମୃଦ୍ଧ କରିଛି

ସିନେଟ ପ୍ରେସିଡେଣ୍ଟ ମହାମହିମ ୱାଡେ ମାର୍କ ଏବଂ ଗୃହର ବାଚସ୍ୱତି ମହାମହିମ ଜଗଦେଓ ସିଂହଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତ୍ରିନିଦାଦ ଓ ଟୋବାଗୋ (ଟି ଆଣ୍ଡ ଟି) ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ତ୍ରିନିଦାଦ ଓ ଟୋବାଗୋର ସଂସଦକୁ ସମ୍ବୋଧିତ କରିବାରେ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ । ଏହି ଅବସର ଭାରତ-ତ୍ରିନିଦାଦ ଓ ଟୋବାଗୋ ଦ୍ୱିପାକ୍ଷିକ ସମ୍ପର୍କର ମାଇଲଖୁଣ୍ଟ ହୋଇ ରହିବ ।

 

ମାନନୀୟ ସଦନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ପକ୍ଷରୁ ସଦସ୍ୟମାନଙ୍କୁ ସ୍ୱତନ୍ତ୍ର ସଦିଚ୍ଛା ଜଣାଇଥିଲେ । ତାଙ୍କୁ ସର୍ବୋଚ୍ଚ ଜାତୀୟ ସମ୍ମାନ ପ୍ରଦାନ କରାଯାଇଥିବାରୁ ସେ ତ୍ରିନିଦାଦ ଓ ଟୋବାଗୋର ଜନସାଧାରଣଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଥିଲେ । ଭାରତୀୟ ଗଣତନ୍ତ୍ରର ଜୀବନ୍ତତାକୁ ବର୍ଣ୍ଣନା କରି ସେ ଉଲ୍ଲେଖ କରିଥିଲେ, ଗଣତନ୍ତ୍ରର ସ୍ରଷ୍ଟା ଭାବେ ଭାରତ ଏହି ଅଭ୍ୟାସକୁ ଏହାର ସଂସ୍କୃତି ଓ ଜୀବନର ଅଭିନ୍ନ ଅଂଶରେ ପରିଣତ କରିଛି । ସେ ଉଲ୍ଲେଖ କରିଥିଲେ, ଏହି ପନ୍ଥା ଭାରତୀୟ ବିବିଧତାକୁ ସଫଳ ଓ ସମୃଦ୍ଧ କରିଛି । ଏହା ସମସ୍ତ ଚିନ୍ତାଧାରାର ଅସ୍ତିତ୍ୱ ବଞ୍ଚାଇ ରଖିଛି ଏବଂ ସଂସଦୀୟ ଆଲୋଚନା ଏବଂ ସାର୍ବଜନୀନ ତର୍କକୁ ସମୃଦ୍ଧ କରିଛି ।

 

ତ୍ରିନିଦାଦ ଓ ଟୋବାଗୋକୁ ସଫଳ ଗଣତାନ୍ତ୍ରିକ ଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ, ତ୍ରିନିଦାଦ ଓ ଟୋବାଗୋର ଜନସାଧାରଣ ସ୍ୱାଧୀନତାର ରାସ୍ତାରେ ଏକଜୁଟ ହୋଇ ଛିଡ଼ା ହୋଇଥିବାରୁ ଭାରତ ନିଜକୁ ସମ୍ମାନିତ ମନେ କରୁଛି । ସେ ଗୁରୁତ୍ୱାରୋପ କରି କହିଥିଲେ, ଦୁଇ ଦେଶ ମଧ୍ୟରେ ଗଭୀର ବନ୍ଧନ ରହିଛି । ଦୁଇ ଗଣତନ୍ତ୍ର ମଧ୍ୟରେ ଥିବା ଘନିଷ୍ଠ ସମ୍ବନ୍ଧକୁ ଉଲ୍ଲେଖ କରି ସେ କହିଥିଲେ, ଏହା ଭାରତ ଦ୍ୱାରା ଉପହାର ଦିଆଯାଇଥିବା ବାଚସ୍ପତିଙ୍କ ଚେୟାରରେ ପ୍ରତିବିମ୍ବିତ ହେଉଛି । ଦ୍ୱିପାକ୍ଷିକ ସଂସଦୀୟ ଆଦାନପ୍ରଦାନକୁ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥିଲେ । ଗୃହରେ ମହିଳା ସାଂସଦମାନଙ୍କ ଉଲ୍ଲେଖନୀୟ ଉପସ୍ଥିତିରେ ସନ୍ତୋଷ ପ୍ରକାଶ କରିଥିଲେ । ସଂସଦ ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ପାଇଁ ଭାରତ ନେଇଥିବା ଐତିହାସିକ ପଦକ୍ଷେପ ସମ୍ପର୍କରେ ସେ ଗୁରୁତ୍ୱାରୋପ କରିଥିଲେ । ଭାରତର ତଳସ୍ତରରେ କିପରି ମହିଳା ମାନେ ନେତୃତ୍ୱ ନେଉଛନ୍ତି ତାହା ସେ ବର୍ଣ୍ଣନା କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ଦେଶର ସ୍ୱାୟତ୍ତ ସଂସ୍ଥା ଗୁଡ଼ିକରେ ୧୫ ଲକ୍ଷ ନିର୍ବାଚିିତ ମହିଳା କିପରି କ୍ଷମତା ପାଇପାରିଛନ୍ତି ସେ ନେଇ ଗୁରୁତ୍ୱାରୋପ କରିଥିଲେ ।

 

ମାନବତା ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । ଶାନ୍ତିପ୍ରିୟ ସମାଜ ପ୍ରତି ବଡ଼ ବିପଦ ହୋଇଥିବା ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ବିଶ୍ୱ ସମୁଦାୟ ଏକାଠି ହେବାକୁ ସେ ଆହ୍ୱାନ ଦେଇଥିଲେ । ବୈଶ୍ୱିକ ପ୍ରଶାସନର ସଂସ୍କାର ଏବଂ ଗ୍ଲୋବାଲ ସାଉଥକୁ ତାର ହକ୍ ଦେବାନେଇ ସେ ଆଗ୍ରହ ପ୍ରକାଶ କରିଥିଲେ । ଭାରତ-କାରିକମ୍ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ସେ ପ୍ରତିବଦ୍ଧତା ଜଣାଇଥିଲେ ।

 

ତ୍ରିନିଦାଦକୁ ଭାରତୀୟଙ୍କ ଆଗମନର ୧୮୦ ବର୍ଷ ପୂର୍ତ୍ତି ଏବେ ପାଳନ ହେଉଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ, ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଶତାବ୍ଦୀ ପୁରୁଣା ବନ୍ଧନର ଭିତ୍ତି ଉପରେ ଆଧାରିତ ଏବଂ ଏହା ଅଧିକ ଗଭୀର ଓ ସମୃଦ୍ଧ ହୋଇଚାଲିବ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
 PLI schemes attract over Rs 2.16 lakh crore investment, generate 14.39 lakh jobs

Media Coverage

PLI schemes attract over Rs 2.16 lakh crore investment, generate 14.39 lakh jobs
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 28, 2026
March 28, 2026

From Policy to Prosperity: How Visionary Governance is Empowering the Common Man Under the Leadership of PM Modi