“ଦେଶର ସୁରକ୍ଷା ପ୍ରଶ୍ନ ଆସିଲେ ରାଜସ୍ଥାନରୁ ଯୁବବର୍ଗ ଅନ୍ୟମାନଙ୍କ ତୁଳନାରେ ସବୁବେଳେ ଆଗରେ ଥାଆନ୍ତି”
“ଜୟପୁର ମହାଖେଳର ସଫଳ ସଂଗଠନ ଭାରତର ଉଦ୍ୟମର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ”
“ଅମୃତ କାଳରେ ଦେଶ ଏକ ନୂତନ ସଂଜ୍ଞା ବାହାର କରିବାକୁ ଉଦ୍ୟମ କରିବା ସହ ନୂତନ ବ୍ୟବସ୍ଥା ମଧ୍ୟ ସୃଷ୍ଟି କରୁଛି”
“୨୦୧୪ ପରଠାରୁ ଦେଶର କ୍ରୀଡା ବଜେଟ୍ ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି”
“କ୍ରୀଡା ବିଶ୍ୱ ବିଦ୍ୟାଳୟମାନ ଦେଶରେ ସ୍ଥାପିତ ହୋଇଛି ଓ ଖେଳ ମହାକୁମ୍ଭ ଭଳି ବଡ ବଡ କାର୍ଯ୍ୟକ୍ରମ ବୃତ୍ତିଗତ ଢଙ୍ଗରେ ଆୟୋଜିତ ହେଉଛି”
“ଅର୍ଥାଭାବ ଯୋଗୁଁ କୌଣସି ଯୁବକ-ଯୁବତୀ ଯେପରି ପଛରେ ନ ପଡନ୍ତି ତାହା ଉପରେ ଆମ ସରକାରର ଧ୍ୟାନ କେନ୍ଦ୍ରୀତ ହୋଇଛି”
“ତୁମେ ସୁପରହିଟ୍ ହେଲେ ଯାଇ ଫିଟ୍ ହେବ”
“ରାଜସ୍ଥାନର ଶ୍ରୀଅନ୍ନ-ବାଜରା ଓ ଶ୍ରୀ ଅନ୍ନ ଯଅ ମଧ୍ୟ ହିଁ ଏହି ସ୍ଥାନର ପରିଚୟ”
“ବହୁମୁଖୀ ମେଧା ଓ ବିବିଧ ଗତିଯୁକ୍ତ ସାମର୍ଥ୍ୟ ଯୋଗୁଁ ଆଜିର ଯୁବଗୋଷ୍ଠୀ କେବଳ ଗୋଟିଏ କ୍ଷେତ୍ରରେ ନିଜକୁ ଆବଦ୍ଧ କରି ରଖୁନାହିଁ”
“କ୍ରୀଡା କେବଳ ଏକ କଳା ବା ସାହିତ୍ୟ ନୁହେଁ ଏହା ଏକ ଶିଳ୍ପ”
“ପୂର୍ଣ୍ଣ ପ୍ରାଣ ଉଦ୍ୟମ ଦ୍ୱାରା ସଫଳତା ସୁନିଶ୍ଚିତ ହୋଇଥାଏ”
“ଆପଣମାନଙ୍କ ମଧ୍ୟରୁ ହିଁ ଦେଶର ସ୍ୱର୍ଣ୍ଣ ଓ ରୌପ୍ୟପଦକ ବିଜେତା ବାହାରିବେ”
ଜୟପୁର ଗ୍ରାମୀଣ ଲୋକସଭା ସଦସ୍ୟ ଶ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ଏହି ମହାଖେଳ ୨୦୧୭ ମସିହାରୁ ଆୟୋଜନ କରି ଆସୁଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି(୦୫.୦୨. ୨୦୨୩) ଆଭାସୀ ମାଧ୍ୟମରେ ଜୟପୁର ମହାଖେଳକୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ ଏକ କବାଡି ପ୍ରତିଯୋଗିତା ମଧ୍ୟ ଦେଖିଥିଲେ । ଜୟପୁର ଗ୍ରାମୀଣ ଲୋକସଭା ସଦସ୍ୟ ଶ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ଏହି ମହାଖେଳ ୨୦୧୭ ମସିହାରୁ ଆୟୋଜନ କରି ଆସୁଛନ୍ତି ।

 ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଖେଳାଳୀ, ପ୍ରଶିକ୍ଷକ ଓ ଏହି ବୃହତ୍ ପ୍ରତିଯୋଗିତାରେ ଯେଉଁମାନେ ପଦକ ଜିତିଛନ୍ତି ସେମାନଙ୍କ ପରିବାରବର୍ଗଙ୍କୁ ଅଭିନନ୍ଦନ ଜଣାଇଥିଲେ । ଖେଳାଳୀମାନେ କ୍ରୀଡାଙ୍ଗନକୁ କେବଳ ଅଂଶଗ୍ରହଣ କରିବାକୁ ଆସିନାହାନ୍ତି, ବରଂ ସେମାନେ ବିଜୟୀ ହୋଇ ଓ ଶିଖିବାକୁ ଆସିଛନ୍ତି ବୋଲି ସେ କହିଥିଲେ । “ଶିକ୍ଷାଲାଭ କରିଥିଲେ ହେଁ ବିଜୟ ସୁନିଶ୍ଚିତ କରି ହେବ” ବୋଲି ପ୍ରଧାନମନ୍ତ୍ରୀ କହିବା ସହ କୌଣସି ଖେଳାଳୀ ଶୂନ୍ୟ ହସ୍ତରେ କ୍ରୀଡାଙ୍ଗନ ତ୍ୟାଗ କରି ନ ଥାଏ ବୋଲି କହିଥିଲେ।

ପ୍ରତିଯୋଗିତାରେ ଅନେକ ସ୍ୱନାମଧନ୍ୟ କ୍ରୀଡାବିତ୍ ଯେଉଁମାନେ କ୍ରୀଡା କ୍ଷେତ୍ରରେ ଦେଶକୁ ନୂତନ ଶିଖରରେ ପହଞ୍ଚାଇଛନ୍ତି ସେମାନଙ୍କୁ ଦେଖି ପ୍ରଧାନମନ୍ତ୍ରୀ ଏସୀୟ କ୍ରୀଡା ପଦକ ବିଜେତା ରାମ ସିଂ, ଦିବ୍ୟାଙ୍ଗ କ୍ରୀଡାବିତ୍‌ଦେବେନ୍ଦ୍ର ଝାଝାରିଆ, ଧ୍ୟାନଚାନ୍ଦ ଖେଳରତ୍ନ ବିଜୟିନୀ ସାକ୍ଷୀ କୁମାରୀ ଓ ଅନ୍ୟାନ୍ୟ ଅର୍ଜୁନ ପୁରସ୍କାର ବିଜେତା ଓ ବରିଷ୍ଠ ଖେଳାଳୀଙ୍କ ନାମ ନେଇଥିଲେ । ଜୟପୁର ମହାଖେଳରେ ଯୁବା କୀଡାବିତ୍‌ମାନଙ୍କୁ ସମର୍ଥନ ଜଣାଇ ଆଗେଇ ଆସିଥିବାରୁ ଏହି ସ୍ୱନାମଧନ୍ୟ ଖେଳାଳୀଙ୍କ ପାଇଁ ଖୁସି ପ୍ରକଟ କରିଥିଲେ । 

 ଦେଶବ୍ୟାପୀ ଆୟୋଜିତ ହେଉଥିବା କ୍ରୀଡା ପ୍ରତିଯୋଗିତା ଓ ଖେଳ ମହାକୁମ୍ଭ କ୍ରୀଡା କ୍ଷେତ୍ରରେ ଚିର ସ୍ମରଣୀୟ ପରିବର୍ତ୍ତନର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ରାଜସ୍ଥାନ ଯୁବାଗୋଷ୍ଠୀଙ୍କ ନିମନ୍ତେ ଶୌର୍ଯ୍ୟ ଓ ଅନୁରାଗର ମାଟି ବୋଲି ପରିଚିତ ଥିବା ଉଲ୍ଲେଖ କରି ଏହି ମାଟିର ପିଲାମାନେ ନିଜର ଶୌର୍ଯ୍ୟ ବଳରେ ରଣକ୍ଷେତ୍ରକୁ କ୍ରୀଡାକ୍ଷେତ୍ରରେ ପରିଣତ କରିପାରିଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ । “ଯେତେବେଳେ ଦେଶ ସୁରକ୍ଷାର ପ୍ରଶ୍ନ ଆସେ, ରାଜସ୍ଥାନର ଯୁବାଗୋଷ୍ଠୀ ସମସ୍ତଙ୍କ ତୁଳନାରେ ଆଗକୁ ଆସିଥାଆନ୍ତି” ବୋଲି କହି ସେ ଅଞ୍ଚଳର ଯୁବାଗୋଷ୍ଠୀର ଶାରୀରିକ ଓ ମାନସିକ ସାମର୍ଥ୍ୟ ବୃଦ୍ଧିର ଶ୍ରେୟ ରାଜସ୍ଥାନର ଏହି କ୍ରୀଡା ପରମ୍ପରାକୁ ଯାଏ ବୋଲି କହିଥିଲେ । ସେ ଡାଡା, ସିତୋଲିଆ ଓ ରୂମାଲ ଝାପଟା ଭଳି ପାରମ୍ପରିକ ଖେଳଗୁଡିକ ମକର ସଂକ୍ରାନ୍ତି ବେଳେ ଆୟୋଜିତ ହେଉଥିବାବେଳେ ଏହା ରାଜସ୍ଥାନର ପରମ୍ପରାରେ ଶହ ଶହ ବର୍ଷ ଧରି ରହି ଆସିଛି ବୋଲି କହିଥିଲେ । 

ରାଜସ୍ଥାନର ଅଗଣିତ କ୍ରୀଡାବିତ ତ୍ରିରଙ୍ଗା ପତାକାକୁ ନୂତନ ଶିଖରରେ ନିଜର କ୍ରୀଡା ନୈପୁଣ୍ୟ ବଳରେ ପହଂଚାଇଥିବା ବିଷୟ ଉତ୍‌ଥାପନ କରି ଜୟପୁର ବାସୀ ଜଣେ ଅଲିମ୍ପିକ ପଦକ ବିଜେତାଙ୍କୁ ନିଜର ସଂସଦ ସଦସ୍ୟଭାବେ ବାଛିଛନ୍ତି ବୋଲି କହିଥିଲେ । ସେ ସଂସଦ ସଦସ୍ୟ ଶ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ଅବଦାନର ଅବତାରଣା କରି ସାଂସଦ କ୍ରୀଡା ପ୍ରତିଯୋଗିତା ଜରିଆରେ ସେ ଯୁବାପିଢିକୁ ଅନୁପ୍ରାଣିତ କରୁଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ । ଅଧିକ ବିସ୍ତୃତ ଫଳାଫଳ ନିମନ୍ତେ ଏଭଳି ଉଦ୍ୟମର ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ ଜୟପୁର ମହାଖେଳର ସଫଳ ଆୟୋଜନ ଆଉ ଏକ ସଂଯୋଗ ବୋଲି କହିଥିଲେ । ଜୟପୁର ମହାଖେଳର ସଫଳତା ଉପରେ ଆଲୋକପାତ କରି ପ୍ରତିଯୋଗିତାର ଚଳିତ ସଂସ୍କରଣରେ ୬୦୦ଟି ଦଳ ଓ ୬,୫୦୦ଯୁବକ-ଯୁବତୀ ଏଥିରେ ଅଂଶଗ୍ରହଣ କରୁଥିବା ପ୍ରକାଶ କରିଥିଲେ । ଏଥିରେ ୧୨୫ରୁ ଅଧିକ ବାଳିକା ଅଂଶଗ୍ରହଣ କରିଥିବାର ମଧ୍ୟ ସୂଚନା ଦେଇଥିଲେ । 

“ସ୍ୱାଧୀନତାର ଅମୃତକାଳରେ ଦେଶ ନୂତନ ସଂଜ୍ଞା ନିରୂପଣ କରିବା ସହ ନୂତନ ବ୍ୟବସ୍ଥା ମଧ୍ୟ ସୃଷ୍ଟି କରୁଛି” ବୋଲି ସେ କହିଥିଲେ । ଶେଷରେ କ୍ରୀଡା ରାଜନୀତି ପରିବର୍ତ୍ତେ କ୍ରୀଡାବିତ୍‌ର ଦୃଷ୍ଟିକୋଣରୁ ଅନୁଧ୍ୟାନ କରାଯାଇଛି ବୋଲି କହିଥିଲେ । ଯୁବାଗୋଷ୍ଠୀ ନିମନ୍ତେ କିଛି ମଧ୍ୟ ଅସମ୍ଭବ ନୁହେଁ ସେମାନଙ୍କ ସାମର୍ଥ୍ୟର ମଜବୁତ, ଆତ୍ମସମ୍ମାନ, ଆତ୍ମନିର୍ଭରଶୀଳତା, ସୁବିଧା ଓ ସମ୍ବଳ ଠିକ୍ ଉପଲବ୍ଧ ହେଲେ ସେମାନେ ସମସ୍ତ ଲକ୍ଷ୍ୟ ହାସଲ କରିପାରିବେ । 

ଚଳିତବର୍ଷର ବଜେଟ୍‌ରେ ଏଭଳି ପଦକ୍ଷେପର ଝଲକ ମଧ୍ୟ ଦେଖାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ୨୦୧୪ ମସିହା ଆଗରୁ କ୍ରୀଡାମନ୍ତ୍ରଣାଳୟର ବଜେଟ୍ ବ୍ୟୟବରାଦ ୮୦୦ରୁ ୮୫୦ କୋଟି ମଧ୍ୟରେ ରହୁଥିବାବେଳେ ଏଥର ବଜେଟ୍‌ରେ ୨୫୦୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛିା । “୨୦୧୪ ମସିହା ପରଠାରୁ ଦେଶର କ୍ରୀଡା ବଜେଟ୍ ପାଖାପାଖି ତିନିଗୁଣ ବୃଦ୍ଧି ପାଇଛି” ବୋଲି ସେ କହିଛନ୍ତି । କେବଳ “ଖେଲୋ ଇଣ୍ଡିଆ” ଅଭିଯାନ ବାବଦ ଏକହଜାର କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ ହୋଇଥିବାବେଳେ ଏହା କ୍ରୀଡା ସୁବିଧା ସୁଯୋଗ ଓ ସମ୍ବଳ ବୃଦ୍ଧି ଦିଗରେ ବିନିଯୋଗ ହେବ ।

ଭାରତର ଯୁବାଗୋଷ୍ଠୀଙ୍କ ମଧ୍ୟରେ କ୍ରୀଡାପ୍ରତି ଅନୁରାଗ ଓ ମେଧା ନେଇ କୌଣସି ଅନାଗ୍ରହ ନାହିଁ ବରଂ ସରକାରଙ୍କ ପକ୍ଷରୁ ସମ୍ବଳ ଓ ସମର୍ଥନ ଯୋଗାଇବା ନେଇ ବାଧାବିଘ୍ନ ଥିବା ସେ ଲକ୍ଷ୍ୟ କରିଥିବା ପ୍ରକାଶ କରିଥିଲେ । ଆଜି ସେସବୁ ସମସ୍ୟା ପ୍ରତି ଧ୍ୟାନ ଦିଆଯାଉଛି । ଗତ ପାଂଚ-ଛଅ ବର୍ଷ ହେବ ଆୟୋଜିତ ହେଉଥିବା ଜୟପୁର ମହାଖେଳର ଉଦାହରଣ ଦେଇ ଦେଶବ୍ୟାପୀ ସଂସଦ ସଦସ୍ୟମାନଙ୍କ ପକ୍ଷରୁ ଖେଳ ମହାକୁମ୍ଭ ମାନ ଆୟୋଜିତ ହୋଇ ହଜାର ହଜାର ଯୁବକ ଓ ଯୁବତୀଙ୍କ କ୍ରୀଡା ପ୍ରତିଭା ସାମ୍ନାକୁ ଆସୁଛି ବୋଲି ସେ କହିଥିଲେ ।

ଜିଲ୍ଲା ଓ ସ୍ଥାନୀୟ ସ୍ତରରେ କ୍ରୀଡାର ସୁବିଧା ସୁଯୋଗ ବିକଶିତ ହେଉଥିବାର ଶ୍ରେୟ ସେ କେନ୍ଦ୍ର ସରକାରଙ୍କୁ ଦେଇଥିଲେ । ଦେଶର ଶହ ଶହ ଜିଲ୍ଲାରେ ଯୁବଗୋଷ୍ଠୀ ପାଇଁ କ୍ରୀଡାର ଭିତ୍ତିଭୂମିର ବିକାଶ କରାଯାଉଛି ବୋଲି କହି ପ୍ରଧାନମନ୍ତ୍ରୀ ରାଜସ୍ଥାନର ଅନେକ ସହରରେ କ୍ରୀଡା ଭିତ୍ତିଭୂମି ବିକାଶ ଉପରେ ଆଲୋକପାତ କରିଥିଲେ । “ଆଜି ଦେଶରେ କ୍ରୀଡା ବିଶ୍ୱବିଦ୍ୟାଳୟମାନ ସ୍ଥାପିତ ହେଉଛି ଓ ଖେଳ ମହାକୁମ୍ଭ ମାନ ବୃତ୍ତିଗତ ଢାଂଚାରେ ଆୟୋଜିତ ହେଉଛି ବୋଲି କହି ଜାତୀୟ କ୍ରୀଡା ବିଶ୍ୱବିଦ୍ୟାଳୟ ନିମନ୍ତେ ଚଳିତବର୍ଷ ସର୍ବାଧିକ ବ୍ୟୟବରାଦ ବଜେଟ୍‌ରେ କରାଯାଇଥିବା ସମ୍ପର୍କରେ ସେ ଦୃଷ୍ଟି ଆକର୍ଷଣ କରିଥିଲେ । ଖେଳକୁ ବୃତ୍ତିଗତ ସ୍ତରରେ ବିକଶିତ କରିବା ନିମନ୍ତେ ଏକ ବାତାବରଣ ସୃଷ୍ଟି କରିବା ସହ ଏହାର ପରିଚାଳନା, ପ୍ରଯୁକ୍ତି ଏ କ୍ଷେତ୍ରରେ ଯୁବାଗୋଷ୍ଠୀଙ୍କୁ ସଶକ୍ତ କରିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ । 

“ଆମ ସରକାର ଯେପରି ଅର୍ଥାଭାବ ଯୋଗୁଁ କୌଣସି ଯୁବକଯୁବତୀ ଖେଳରୁ ବଂଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେଇଛି ବୋଲି କହି କେନ୍ଦ୍ରସରକାର ଉତ୍ତମ ପ୍ରଦର୍ଶନକାରୀ ଖେଳାଳୀଙ୍କୁ ପାଂଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ସହାୟତା ଦେଉଛନ୍ତି ବୋଲି କହିଥିଲେ । ପ୍ରମୁଖ ଖେଳର ପୁରସ୍କାର ରାଶି ତିନିଗୁଣ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଖେଳାଳୀମାନଙ୍କୁ ଅଲିମ୍ପିକ୍ସ ନିମନ୍ତେ ପ୍ରସ୍ତୁତ କରିବା ପାଇଁ ଟପ୍‌ସ ଭଳି ଯୋଜନାର ଉଦାହରଣ ଦେଇ ଅଲିମ୍ପିକ୍ସ ଭଳି ବୈଶ୍ୱିକ ପ୍ରତିଯୋଗିତା ପାଇଁ ସରକାର ସମସ୍ତ ଶକ୍ତି ଖଟାଇ ଖେଳାଳୀମାନଙ୍କ ସହ ଅଛନ୍ତି ବୋଲି ସେ କହିଥିଲେ । 

କେବଳ ଖେଳ ନୁହେଁ ଦୈନନ୍ଦିନ ଜୀବନରେ ମଧ୍ୟ ସୁସ୍ଥ ରହିବା ଉପରେ ଗୁରୁତ୍ୱଆରୋପ କରି ଏହା କୌଣସି ଖେଳାଳୀ ନିମନ୍ତେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ଆପଣମାନେ ଫିଟ୍ ରହିଲେ ହିଁ ସୁପରହିଟ୍ ହୋଇପାରିବେ” ବୋଲି କହି ସେ ଖେଲୋଇଣ୍ଡିଆ ଓ ଫିଟ୍ ଇଣ୍ଡିଆ ଭଳି ଅଭିଯାନ ଓ ଖାଦ୍ୟ ଓ ପୌଷ୍ଟିକତାର ଭୂମିକା ଉପରେ ଆଲୋକପାତ କରିଥିଲେ । ଜାତିସଂଘ ୨୦୨୩କୁ ଆନ୍ତର୍ଜାତିକ ବଗଡା ଶସ୍ୟ ବର୍ଷ ଭାବେ ପାଳନ କରୁଥିବା ବେଳେ ରାଜସ୍ଥାନରେ ବଗଡା ଶସ୍ୟ, ଶ୍ରୀ ଅନ୍ନ ଉତ୍ପାଦନର ସମୃଦ୍ଧ ପରମ୍ପରା ରହିଛି ବୋଲି କହିଥିଲେ । “ରାଜସ୍ଥାନର ଶ୍ରୀ ଅନ୍ନ ବାଜରା ଏବଂ ଶ୍ରୀ ଅନ୍ନ ଯଅ ଏହି ମାଟିର ପରିଚୟ ବୋଲି କହି ବାଜରା ଜାଉ ଓ ଚୁରମା ଏଠାରେ ପ୍ରସ୍ତୁତ ହୋଇଥାଏ ବୋଲି ସ୍ମୃତିଚାରଣ କରିଥିଲେ । କେବଳ ଶ୍ରୀ ଅନ୍ନକୁ ନିଜ ଖାଦ୍ୟ ତାଲିକାରେ ନ ରଖି ଏହାର ରାଷ୍ଟ୍ରଦୂତ ହେବାକୁ ସେ ଖେଳାଳୀମାନଙ୍କୁ ନିବେଦନ କରିଥିଲେ । 

ଦେଶ ଯୁବ ସମାଜର ସର୍ବାଙ୍ଗୀନ ବିକାଶ ଦିଗରେ କାର୍ଯ୍ୟ କରୁଥିବା ବେଳେ, ଆଜିର ଯୁବାଗୋଷ୍ଠୀ କେବଳ ଗୋଟିଏ କ୍ଷେତ୍ରରେ ନିଜକୁ ସୀମାବଦ୍ଧ ନ ରଖି ସେମାନଙ୍କ ବହୁମୁଖୀ ପ୍ରତିଭା ଓ ସାମର୍ଥ୍ୟ ରହିଛି ବୋଲି କହିଥିଲେ । 

ଗୋଟେ ପକ୍ଷରେ ଆଧୁନିକ କ୍ରୀଡା ଭିତ୍ତିଭୂମି ବିକଶିତ ହେଉଥିବାବେଳେ ଶିଶୁ ଓ ଯୁବକ ଯୁବତୀମାନଙ୍କ ନିମନ୍ତେ ଜାତୀୟ ଡିଜିଟାଲ ଗ୍ରନ୍ଥାଗାର ପାଇର୍ ଚଳିତ ବଜେଟ୍‌ରେ ପ୍ରସ୍ତାବ ରହିଛି । ଏଥିରେ ବିଜ୍ଞାନ, ସଂସ୍କୃତ ଓ ଇତିହାସ ଇତ୍ୟାଦି ବିଷୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ନିର୍ବିଶେଷରେ ଉପଲବ୍ଧ ହେବ । 

“ଖେଳ କେବଳ ଏକ କଳା ବା ସାହିତ୍ୟ ନୁହେଁ ଏହା ଏକ ଶିଳ୍ପ ।” କ୍ରୀଡା ସମ୍ପର୍କୀତ ଏମ୍‌ଏସ୍‌ଏମଇ ଜରିଆରେ ଅନେକ ବ୍ୟକ୍ତି କର୍ମନିଯୁକ୍ତି ପାଇପାରୁଛନ୍ତି । କ୍ରୀଡା କ୍ଷେତ୍ର ସମ୍ପର୍କୀତ ଅନେକ ଏମ୍‌ଏସ୍‌ଏମ୍‌ଇକୁ ଚଳିତ ବଜେଟ୍‌ରେ ସଶକ୍ତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇଥିବା ସେ ପ୍ରକାଶ କରିଥିଲେ । ସେ ପିଏମ୍ ବିଶ୍ୱକର୍ମା କୌଶଲ ସମ୍ମାନ ଉଦାହରଣ ସ୍ୱରୂପ ପିଏମ୍ ବିକାଶଯୋଜନା ହସ୍ତକଳା ଓ ହାତ୍ ତିଆରି ଉପକରଣକୁ ପ୍ରୋତ୍ସାହନ ଦେବ ବୋଲି କହିଥିଲେ । ପିଏମ୍ ବିଶ୍ୱକର୍ମା ଯୋଜନାରେ ଯୁବାଗୋଷ୍ଠୀ ନିମନ୍ତେ ଆର୍ଥିକ ସହାୟତା ଦ୍ୱାରା ସେମାନଙ୍କ ନିମନ୍ତେ ବଜାର ସୃଷ୍ଟି ହୋଇପାରିବ ବୋଲି ସେ କହିଥିଲେ । 

ବକ୍ତବ୍ୟ ସମାପନ କରି ପ୍ରଧାନମନ୍ତ୍ରୀ “ପୂର୍ଣ୍ଣପ୍ରାଣରେ ଉଦ୍ୟମ କଲେ ସଫଳତା ସୁନିଶ୍ଚିତ” ବୋଲି କହିଥିଲେ । ଟୋକିଓ ଅଲିମ୍ପିକ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡାର ସଫଳତା ସମସ୍ତ ଆଗଙ୍କରେ ରହିଛି ବୋଲି ସେ କହିଥିଲେ । ଜୟପୁର ମହାଖେଳ ଉଦ୍ୟମ ଭବଷ୍ୟତରେ ଆଶ୍ଚର୍ଯ୍ୟଜନକ ଫଳାଫଳ ଆଣିଦେବ” ଆଗାମୀ ସ୍ୱର୍ଣ୍ଣ ଓ ରୌପ୍ୟପଦକ ବିଜେତା ଆପଣମାନଙ୍କ ମଧ୍ୟରୁ ବାହାରିବେ । ଆପଣମାନେ ଦୃଢ ପ୍ରତିଜ୍ଞ ହେଲେ ଆପଣ ଅଲିମ୍ପିକ୍ସରେ ମଧ୍ୟ ତ୍ରିରଙ୍ଗାର ଗୌରବ ବୃଦ୍ଧି କରିବେ । ଆପଣ ଯେଉଁ ଆଡେ ଗଲେ ମଧ୍ୟ ଦେଶ ପାଇଁ ଗୌରବ ଆଣିବେ । ମୁଁ ନିଶ୍ଚିତ ଯେ ଆମର ଯୁବାଗୋଷ୍ଠୀ ଦେଶର ସଫଳତାକୁ ବହୁ ଆଗରୁ ବଢାଇବେ” ବୋଲି କହି ସେ ବକ୍ତବ୍ୟ ସମାପନ କରିଥିଲେ ।

ଜୟପୁର ଗ୍ରାମୀଣ ଲୋକସଭା ସଦସ୍ୟ ଶ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି: କବାଡି ପ୍ରତିଯୋଗିତା ଉପରେ ଏଥର ଧ୍ୟାନ କେନ୍ଦ୍ରିତ କରୁଥିବା ମହାଖେଳ, ଜାତୀୟ ଯୁବ ଦିବସ ଅବସରରେ ଜାନୁୟାରୀ ୧୨, ୨୦୨୩ ଦିନ ଆରମ୍ଭ ହୋଇଥିଲା । ୪୫୦ରୁ ଅଧିକ ଗ୍ରାମଞ୍ଚାୟତ ପୌରସଂସ୍ଥା ଓ ଜୟପୁର ଗ୍ରାମୀଣ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଠଟି ବିଧାନସଭା କ୍ଷେତ୍ରରୁ ୬୪୦୦ରୁ ଅଧିକ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ମହାଖେଳ ସଂଗଠନ ଜୟପୁରର ଯୁବଗୋଷ୍ଠୀଙ୍କୁ ସେମାନଙ୍କ କ୍ରୀଡା ପ୍ରତିଭା ପ୍ରଦର୍ଶନ ପାଇଁ ଏକ ସୁଯୋଗ ପ୍ରଦାନ କରିବା ସହ ଖେଳକୁ ଏକ ବୃତ୍ତିଭାବେ ଗ୍ରହଣ କରିବାକୁ ମଧ୍ୟ ପ୍ରୋତ୍ସାହିତ କରିବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EU Firms Generate 186 Billion Euros In India, Support 6 Million Jobs: Report

Media Coverage

EU Firms Generate 186 Billion Euros In India, Support 6 Million Jobs: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the valour and duty of the Indian Armed Forces
May 08, 2026

The Prime Minister, Shri Narendra Modi, said that the courage and valour of the Indian Armed Forces in protecting the honour and dignity of the nation make every citizen proud. He noted that their spirit of sacrificing everything for Mother India is a source of inspiration for all.

The Prime Minister shared a Sanskrit verse-

“स्वधर्ममपि चावेक्ष्य न विकम्पितुमर्हसि |
धर्म्याद्धि युद्धाच्छ्रेयोऽन्यत्क्षत्रियस्य न विद्यते ||”

The verse conveys that When one becomes aware of one’s duty, there should be no hesitation or fear of any kind in the mind, because the struggle undertaken to protect religion and honour on the altar of justice is the most excellent and most glorious path to self-welfare for a warrior.