ପ୍ରଧାନମନ୍ତ୍ରୀ ତାଙ୍କ ସରକାର କିପରି ଏକ ସମ୍ପୂର୍ଣ୍ଣ ସରକାର ଦୃଷ୍ଟିକୋଣ ସହିତ ଏକ ଗୋଷ୍ଠୀ ଭାବେ କାର୍ଯ୍ୟ କରୁଛି ସେ ସମ୍ପର୍କରେ ଆଲୋଚନା କରିଥିଲେ
ପ୍ରଧାନମନ୍ତ୍ରୀ ସୀମିତ ଚିନ୍ତାଧାରାରୁ ବାହାରି ଆସି, ସାମଗ୍ରିକ ଦୃଷ୍ଟିକୋଣ ଏବଂ ଜନଭାଗୀଦାରୀ ଭାବନାର ମହତ୍ୱ ଉପରେ ଗୁରୁତ୍ୱ ଆରୋପ କରିବା ଉପରେ ଆଲୋକପାତ କରିଥିଲେ
ଅମୃତ କାଳରେ ବିକଶିତ ଭାରତର ଲକ୍ଷ୍ୟ ପ୍ରାପ୍ତିକୁ ସୁନିଶ୍ଚିତ କରିବା କ୍ଷେତ୍ରରେ ଅଧିକାରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଅଧିକାରୀ ମାନଙ୍କୁ ୱାନ୍ ଡିଷ୍ଟିକ୍ଟ, ୱାନ୍ ପ୍ରଡକ୍ଟ (ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ) ଏବଂ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଉପରେ ଧ୍ୟାନ ଦେବା ପାଇଁ କହିଥିଲେ
ପ୍ରଥମେ ଜନ ଧନ ଯୋଜନାର ସଫଳତା ଉପରେ ଆଲୋକପାତ କରି ସାରିବା ପରେ, ଗ୍ରାମର ଲୋକମାନେ ଡିଜିଟାଲ ଅର୍ଥ ବ୍ୟବସ୍ଥା ଏବଂ ୟୁପିଆଇ ମାଧ୍ୟମରେ ଯେପରି ଯୋଡି ହୋଇ ରହିବେ ତାହାକୁ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଅଧିକାରୀ ମାନଙ୍କୁ ଆହ୍ୱାନ ଦେଇଥିଲେ
‘ରାଜପଥ’ ର ମାନସିକତା ଏବେ ‘କର୍ତ୍ତବ୍ୟ ପଥ‘ର ଭାବନାରେ ପରିବର୍ତ୍ତିତ ହୋଇ ଯାଇଛି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ଠାରେ ସୁଷମା ସ୍ୱରାଜ ଭବନରେ ସହକାରୀ ସଚିବ କାର୍ଯ୍ୟକ୍ରମ, ୨୦୨୨ର ସମାପନ ଅଧିବେଶନରେ ୨୦୨୦ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ମାନଙ୍କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅଧିକାରୀ ମାନଙ୍କୁ ଅମୃତ କାଳ ସମୟରେ ଦେଶର ସେବା କରିବା ନିମନ୍ତେ ଏବଂ ପଂଚ ପ୍ରାଣକୁ ସାକାର କରିବା ପାଇଁ ସହାୟତା କରିବା ପାଇଁ ସୁଯୋଗ ମିଳିଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ଅମୃତ କାଳରେ ବିକଶିତ ଭାରତର ଲକ୍ଷ୍ୟ ପ୍ରାପ୍ତିକୁ ସୁନିଶ୍ଚିତ କରିବା କ୍ଷେତ୍ରରେ ଅଧିକାରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ସେ ସୀମିତ ଚିନ୍ତାଧାରାରୁ ବାହାରି ଯାଇ ଏବଂ ନିଜର ପ୍ରୟାସ ମାଧ୍ୟମରେ ସାମଗ୍ରିକ ଦୃଷ୍ଟିକୋଣକୁ ଗ୍ରହଣ କରିବାର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଏହି ଭଳି ସାମଗ୍ରିକ ଦୃଷ୍ଟିକୋଣର ମହତ୍ୱକୁ ପ୍ରଦର୍ଶିତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଷ୍ଟର ପ୍ଲାନ୍‌ର ଉଦାହରଣ ମଧ୍ୟ ଦେଇଥିଲେ । 

ପ୍ରଧାନମନ୍ତ୍ରୀ ନବୋନ୍ମେଷର ମହତ୍ୱ ଉପରେ ଆଲୋଚନା କରିଥିଲେ ଏବଂ ଏହା କିଭଳି ସାମୂହିକ ପ୍ରୟାସ ଏବଂ ଦେଶର କାର୍ଯ୍ୟ ସଂସ୍କୃତିର ଅଂଶ ବିଶେଷ ହୋଇ ଯାଇଛି ତାହା ଉଲ୍ଲେଖ କରିଥିଲେ । ସେ ଷ୍ଟାର୍ଟ - ଅପ୍ ଇଣ୍ଡିଆ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ସୂଚନା ଦେଇଥିଲେ ଯେ କିଭଳି ଗତ କିଛି ବର୍ଷ ଗୁଡିକ ମଧ୍ୟରେ ଦେଶରେ ଷ୍ଟାର୍ଟ - ଅପ୍ ସଂଖ୍ୟାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଆସିଛି । ସେ କହିଥିଲେ ଯେ ଏହା ଅନେକ ମନ୍ତ୍ରଣାଳୟ ଏକାଠି ହେବା ଏବଂ ‘ସମ୍ପୂର୍ଣ୍ଣ ସରକାର’ ଦୃଷ୍ଟିକୋଣ ମାଧ୍ୟମରେ ଏକ ଗୋଷ୍ଠୀ ରୂପରେ କାର୍ଯ୍ୟ କରିବା ଯୋଗୁଁ ସମ୍ଭବ ହୋଇ ପାରିଛି ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, କିଭଳି ଶାସନର ଧ୍ୟାନ ଏବେ ଦିଲ୍ଲୀରୁ ଅନ୍ୟ ଅଂଚଳକୁ ଅର୍ଥାତ୍ ଦେଶର ସମସ୍ତ କ୍ଷେତ୍ର ଗୁଡିକୁ ସ୍ଥାନାନ୍ତରିତ ହୋଇ ଯାଇଛି । ସେ ଏହା ଉଦାହରଣ ଦେଇ କହିଥିଲେ ଯେ, କିଭଳି ମହତ୍ୱପୂର୍ଣ୍ଣ ଯୋଜନା ଗୁଡିକ ଏବେ ଦିଲ୍ଲୀ ସମେତ ଅନ୍ୟ ସ୍ଥାନ ଗୁଡିକରେ ମଧ୍ୟ ଆରମ୍ଭ କରା ଯାଉଛି । ପ୍ରଧାନମନ୍ତ୍ରୀ ଏହି ପରାମର୍ଶ ଦେଇଥିଲେ ଯେ, ଅଧିକାରୀ ମାନେ କାର୍ଯ୍ୟ କ୍ଷେତ୍ରର ସ୍ଥାନୀୟ ସଂସ୍କୃତିକୁ ବୁଝିବାକୁ ଜାଣିବାକୁ ଯଥାସମ୍ଭବ ପ୍ରୟାସ କରନ୍ତୁ ଏବଂ ତୃଣମୂଳ ସ୍ତରରେ ସ୍ଥାନୀୟ ଲୋକ ମାନଙ୍କ ସହିତ ନିଜର ସମ୍ପର୍କକୁ ସୁଦୃଢ଼ କରନ୍ତୁ । ସେ ସେମାନଙ୍କୁ ୱାନ୍ ଡିଷ୍ଟିକ୍ଟ, ୱାନ୍ ପ୍ରଡକ୍ଟ (ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ) ଉପରେ ଧ୍ୟାନ କେନ୍ଦ୍ରିତ କରିବା ଏବଂ ନିଜ ଜିଲ୍ଲାର ଉତ୍ପାଦ ଗୁଡିକର ରପ୍ତାନି ସୁଯୋଗ ଗୁଡିକ ସମ୍ପର୍କରେ ଜାଣିବା ପାଇଁ କହିଥିଲେ । ସେ ଅଧିକାରୀ ମାନଙ୍କୁ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ନିମନ୍ତେ ନିଜର କାର୍ଯ୍ୟ ଯୋଜନାକୁ ପ୍ରସ୍ତୁତ କରିବା ନିମନ୍ତେ କହିଥିଲେ । ମନରେଗା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନାକୁ ଅଧିକ ପ୍ରଭାବୀ ଉପାୟରେ ଲାଗୁ କରାଯିବା ଆବଶ୍ୟକ । ସେ ଜନଭାଗୀଦାରୀ ଭାବନାର ମହତ୍ୱକୁ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ଏହି ଦୃଷ୍ଟିକୋଣ ଅପପୁଷ୍ଟି ସହିତ ମୁକାବିଲା କରିବା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ପାରିବ । 

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ସଫଳତା ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଡିଜିଟାଲ୍ ଅର୍ଥ ବ୍ୟବସ୍ଥାର ମହତ୍ୱ ସମ୍ପର୍କରେ କହିଥିଲେ ଏବଂ ଅଧିକାରୀ ମାନଙ୍କୁ ଗ୍ରାମ ଗୁଡିକରେ ଲୋକମାନଙ୍କୁ ଡିଜିଟାଲ୍ ଅର୍ଥ ବ୍ୟବସ୍ଥା ଏବଂ ୟୁପିଆଇ ସହିତ ଯୋଡିବା ନିମନ୍ତେ ଚେଷ୍ଟା କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହା ସହିତ, ଦେଶର ସେବାର ମହତ୍ୱକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନିଜର କର୍ତ୍ତବ୍ୟ ଗୁଡିକୁ ନିର୍ବାହ କରିବାର ମହତ୍ୱ ଉପରେ କହିଥିଲେ ଯେ, ‘ରାଜପଥ’ ର ମାନସିକତା ଏବେ ‘କର୍ତ୍ତବ୍ୟ ପଥ’ ର ଭାବନାରେ ପରିବର୍ତ୍ତିତ ହୋଇ ଯାଇଛି ।

ଏହି କାର୍ଯ୍ୟକ୍ରମ ସମୟରେ ସହକାରୀ ସଚିବ ମାନଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ଆଠଟି ପ୍ରସ୍ତୁତି (ଉପସ୍ଥାପନ) ପ୍ରଦାନ କରା ଯାଇଥିଲା । ଏଥିରେ ରହିଥିବା ବିଷୟ ମଧ୍ୟରେ ପୋଷଣ ଟ୍ରାକର : ପୁଷ୍ଟି ଅଭିଯାନର ଉନ୍ନତ ତଦାରଖ ନିମନ୍ତେ ଉପକରଣ ; ଭାଷିଣୀ ମାଧ୍ୟମରେ ବହୁଭାଷୀ ସ୍ୱର ଆଧାରିତ ଡିଜିଟାଲ ବ୍ୟାପକତାକୁ ସକ୍ଷମ କରିବା ; କର୍ପୋରେଟ୍ ତଥ୍ୟ ପରିଚାଳନା ; ମାତୃଭୂମି ଜିଓପୋର୍ଟାଲ୍ – ଶାସନ ନିମନ୍ତେ ଭାରତର ସମନ୍ୱିତ ଜାତୀୟ ଜିଓ ପୋର୍ଟାଲ୍ ; ସୀମା ସଡକ ସଙ୍ଗଠନ (ବିଆର୍‌ଓ) ର ପର୍ଯ୍ୟଟନ କ୍ଷମତା, ଇଣ୍ଡିଆ ପୋଷ୍ଟ ପେମେଂଟ୍ସ ବ୍ୟାଙ୍କ (ଆଇପିପିବି) ମାଧ୍ୟମରେ ଡାକ ଘର ଗୁଡିକର ଅବସ୍ଥାକୁ ପରିବର୍ତ୍ତିତ କରିବା, ସାମୁଦ୍ରିକ ଚଟାଣ (ରିଫ୍‌) ଭଳି କୃତ୍ରିମ ସଂରଚନା ଗୁଡିକ ମାଧ୍ୟମରେ ଉପକୂଳ ମତ୍ସ୍ୟ ପାଳନର ବିକାଶ ; ଏବଂ କମ୍ପ୍ରେସ୍‌ଡ (ସଙ୍କୁଚିତ) ବାୟୋ ଗ୍ୟାସ୍ – ଭବିଷ୍ୟତ ନିମନ୍ତେ ଇନ୍ଧନ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହି ବର୍ଷ , ୨୦୨୦ ବ୍ୟାଚ୍‌ର ସମୁଦାୟ ୧୭୫ ଆଇଏଏସ୍ ଅଧିକାରୀ ମାନଙ୍କୁ ଭାରତ ସରକାରଙ୍କର ୬୩ ମନ୍ତ୍ରଣାଳୟ ଗୁଡିକରେ / ବିଭାଗ ଗୁଡିକରେ ୧୧/୦୭/ ୨୦୨୨ ରୁ ୦୭/ ୧୦/ ୨୦୨୨ ମଧ୍ୟରେ ସହକାରୀ ସଚିବ ଭାବେ ନିଯୁକ୍ତି ପ୍ରଦାନ କରା ଯାଇଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi