“ଚତୁର୍ଥ ଶିଳ୍ପ ବିପ୍ଳବ ଯୁଗରେ ପ୍ରଯୁକ୍ତି ବିଦ୍ୟା ନିଯୁକ୍ତି ପାଇଁ ମୁଖ୍ୟ ସଂଚାଳକ ହୋଇଛି ଓ ରହିବ”
“ସ୍କିଲିଂ, ଅପ ସ୍କିଲିଂ ଓ ରି ସ୍କିଲିଂ ହେଉଛି ଭବିଷ୍ୟତ କାର୍ଯ୍ୟବଳର ମନ୍ତ୍ର”
“ବିଶ୍ୱରେ ବୃହତ୍ତମ କୁଶଳୀ କାର୍ଯ୍ୟବଳ ନିମନ୍ତେ ଭାରତର ସାମର୍ଥ୍ୟ ରହିଛି”
“ଆମକୁ ନିଶ୍ଚିତ ଭାବେ ପ୍ରତ୍ୟେକ ଦେଶର ଆର୍ଥିକ ସାମର୍ଥ୍ୟ ଓ ଆହ୍ୱାନ ଗୁଡିକୁ ବିଚାରକୁ ନେବାକୁ ପଡିବ, ଗୋଟିଏ ଧରଣର ପଦକ୍ଷେପ ସାମାଜିକ ନିରାପତ୍ତା ପାଇଁ ସ୍ଥାୟୀ ଓ ନିରନ୍ତର ବ୍ୟବସ୍ଥା ନୁହଁ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୧.୭.୨୦୨୩)  ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଆଭାସୀ ମାଧ୍ୟମରେ  ଜି-୨୦ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସମୂହ ବୈଠକରେ ଉଦ୍‌ବୋଧନ ଦେଇଛନ୍ତି ।

ଗଣ୍ୟମାନ୍ୟ ଅତିଥିଙ୍କୁ ଇନ୍ଦୋରକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଐତିହାସିକ ଓ ଚଳଚଞ୍ଚଳ ନଗରୀ  ଏହାର ସମୃଦ୍ଧ ପାକ ପ୍ରସ୍ତୁତି ପରମ୍ପରା ପାଇଁ ଗର୍ବିତ । ଅତିଥିଗଣ ନଗରୀକୁ ଉପଭୋଗ କରିବା ସହ ଏହାର ଭବ୍ୟ ରଙ୍ଗ ଓ ବାସ୍ନାକୁ  ଭଲ ପାଇବେ ବୋଲି ସେ ଆଶା କରିଥିଲେ ।

ନିଯୁକ୍ତିକୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଓ ସାମାଜିକ ବିଷୟ ଭାବେ ବିବେଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ବର୍ତ୍ତମାନ ନିଯୁକ୍ତି କ୍ଷେତ୍ରରେ ସବୁଠାରୁ ବଡ ଆହ୍ୱାନର ସାମ୍ନା କରୁଛି । ଏ ପ୍ରକାର ଦ୍ରୁତ ଅବସ୍ଥାନ୍ତରର ମୁକାବିଲା କରିବା ନିମନ୍ତେ ଦକ୍ଷତାପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରିବାକୁ ପଡିବ । ଚତୁର୍ଥ ଶିଳ୍ପ ବିପ୍ଳବ ଯୁଗରେ ନିଯୁକ୍ତି ପାଇଁ ପ୍ରଯୁକ୍ତିର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହି ଆସିଛି ଓ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଭାରତର ଅସଂଖ୍ୟ ବୈଷୟିକ ନିଯୁକ୍ତି ସାମର୍ଥ୍ୟ ରହିଛି ବୋଲି କହି ପ୍ରଧାନମନ୍ତ୍ରୀ ଗତ ପ୍ରଯୁକ୍ତିଗତ, ଅବସ୍ଥାନ୍ତର କାଳରେ ଏହା ହୋଇଛି ବୋଲି କହିଥିଲେ । ଆୟୋଜକ ଇନ୍ଦୋର ନଗରୀରେ ଅନେକ ଷ୍ଟାର୍ଟଅପ୍ ବିକଶିତ ହୋଇଛି ।

ଅତ୍ୟାଧୁନିକ ପ୍ରଯୁକ୍ତି ଓ ପଦ୍ଧତି ଦ୍ୱାରା କାର୍ଯ୍ୟ ବଳକୁ କୁଶଳୀ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି ଭବିଷ୍ୟତରେ କାର୍ଯ୍ୟବଳ ନିମନ୍ତେ ସ୍କିଲିଂ, ରିସ୍କିଲିଂ ଓ ଅପ ସ୍କିଲିଂ ମନ୍ତ୍ର ବୋଲି କହିଥିଲେ ।  ସେ ସ୍କିଲ ଇଣ୍ଡିଆ ମିଶନ” କିପରି ବାସ୍ତବତାରେ ପରିଣତ ହୋଇଛି ତା’ର ଉଦାହରଣ  ଦେବା ସହ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଭାରତରେ ୧୨.୫ ନିୟୁତରୁ ଅଧିକ ଯୁବାଗୋଷ୍ଠୀଙ୍କୁ ତାଲିମ ପ୍ରଦାନ କରିଛି ବୋଲି କହିଥିଲେ । ଶିଳ୍ପର ‘ଚାରିଟି ଓ’ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ଏହି କ୍ଷେତ୍ରଗୁଡିକ ହେଲ କୃତ୍ରିମ ବୃଦ୍ଧିମତା, ରୋବୋଟିକ୍ସ, ଇଣ୍ଟରନେଟ ଅଫ ଥିଙ୍ଗସ ଓ ଡ୍ରୋନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

କୋଭିଡ ବେଳେ ଭାରତରେ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ସମ୍ମୁଖ ଯୋଦ୍ଧାମାନଙ୍କ କୌଶଳ ଓ ଉତ୍ସର୍ଗ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ ଏହା ଭାରତୀୟ ସଂସ୍କୃତି ସେବା ମନୋଭାବ ଓ ଦୟାର ପ୍ରତିଫଳନ ବୋଲି କହିଥିଲେ । ଭାରତରେ ବିଶ୍ୱର ସବୁଠାରୁ ବୃହତ୍ତମ କୁଶଳୀ କାର୍ଯ୍ୟବଳ ଦେବାର ସାମର୍ଥ୍ୟ ରହିଛି ଓ ଭବିଷ୍ୟତରେ ଏକ ଭ୍ରାମ୍ୟମାଣ ବୈଶ୍ୱିକ କାର୍ଯ୍ୟବଳ ଏକ ବାସ୍ତବତାରେ ପରିଣତ ହେବାକୁ ଯାଉଛି । ଜି-୨୦ର ଭୂମିକା ବୈଶ୍ୱିକ ବିକାଶ ଓ କୌଶଳ ଭାଗିଦାରିତା ହେବା ଉପରେ ସେ ଗୁରୁତ୍ୱ  ଦେଇଥିଲେ । ସଦସ୍ୟ ରାଷ୍ଟ୍ରଗୁଡିକ କୌଶଳ ଓ ଯୋଗ୍ୟତା ଆବଶ୍ୟକତା ଅନୁସାରେ ଆନ୍ତର୍ଜାତିକ ସ୍ତରରେ ବିଚାର ପାଇଁ ପଠାଇବା କାର୍ଯ୍ୟକୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ । ଏଥିରେ ଆନ୍ତର୍ଜାତିକ ସହଯୋଗ, ସମନ୍ୱୟ ପ୍ରବାସ ଓ ଭ୍ରାମ୍ୟମାଣ ଅବସ୍ଥା ପାଇଁ ନୂତନ ମଡେଲ ଆବଶ୍ୟକ । ପରିସଂଖ୍ୟନ ଭାଗିଦାରୀ, ନିଯୁକ୍ତିଦାତା ଓ ଶ୍ରମିକ ମଧ୍ୟରେ ତଥ୍ୟ ଆଦାନ ପ୍ରଦାନ ଦ୍ୱାରା ବିଶ୍ୱବ୍ୟାପୀ ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣ ଆବଶ୍ୟକ । ଏହା ଦ୍ୱାରା ଉନ୍ନତ କୌଶଳ ବିକାଶ, କାର୍ଯ୍ୟବଳ ଯୋଜନା ଓ ଲାଭଜନକ ନିଯୁକ୍ତି ମିଳିପାରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅବସ୍ଥାନ୍ତର ପରିବର୍ତ୍ତନ ହେଉଛି ଏକ ନୂତନ ଶ୍ରେଣୀର କର୍ମଜୀବୀଙ୍କ ଉତ୍ପତ୍ତି ଯାହା ବୈଶ୍ୱିକ ମହାମାରୀ କାଳରେ ଗିଗ୍ ଓ ପ୍ଲାଟଫର୍ମ ଅର୍ଥ ବ୍ୟବସ୍ଥାକୁ ଜନ୍ମ ଦେଇଥିଲା । ଏହା ନମନୀୟ କାର୍ଯ୍ୟ ବ୍ୟବସ୍ଥା ଓ ଆୟର ବାଟ ଦେଖାଏ । ଏହାର ଲାଭଜନକ ନିଯୁକ୍ତି ବିଶେଷକରି ଯୁବାଗୋଷ୍ଠୀ ଓ ମହିଳାଙ୍କ ସଶକ୍ତିକରଣ ନିମନ୍ତେ ଏକ ପରିବର୍ତ୍ତନଶୀଳ ଉପକରଣ ଭାବେ କାର୍ଯ୍ୟ କରିଥାଏ । ଏହି ନୂତନ ଯୁଗର କର୍ମଜୀବୀମାନଙ୍କ  ନିମନ୍ତେ ନୂତନ ଯୁଗର ନୀତି ମଧ୍ୟ ନିର୍ଦ୍ଧାରଣ କରିବା ଦରକାର । ନିୟମିତ କାର୍ଯ୍ୟ ନିମନ୍ତେ ସ୍ଥାୟୀ ଓ ନିରନ୍ତର ସମାଧାନ ପନ୍ଥା ନିର୍ଦ୍ଧାରଣ ସହ ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ଓ ନିରାପତ୍ତା ନିମନ୍ତେ ନୂତନ ମଡେଲ ବିକଶିତ ପାଇଁ ଶ୍ରୀ ମୋଦୀ ପ୍ରସ୍ତାବ ଦେଇଥିଲେ । ପ୍ରଧାନମନ୍ତ୍ରୀ ଭାରତର ‘ଇ -ଶ୍ରମ’ ପୋର୍ଟାଲ ଉପରେ ଆଲୋକପାତ କରିଥିଲେ । ଏହି ପୋର୍ଟାଲ ଜରିଆରେ ୨୮୦ ନିୟୁତ  ପଞ୍ଜୀକରଣ ଶ୍ରମିକମାନଙ୍କ ନିମନ୍ତେ ହୋଇଛି ।  କାର୍ଯ୍ୟଗୁଡିକ ଦେଶ ବାହାରେ ରହୁଥିବାରୁ ଅନ୍ୟାନ୍ୟ ଦେଶ ମଧ୍ୟ ସେଭଳି ସମାଧାନ ପନ୍ଥା ବାହାର କରିବାର  ଦରକାର ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦିଓ ସାମାଜିକ ସୁରକ୍ଷା ଜନସାଧାରଣଙ୍କୁ ଦେବା ୨୦୩୦ର ଏକ ପ୍ରମୁଖ ବିଷୟ ବର୍ତ୍ତମାନର କାର୍ଯ୍ୟଶୈଳୀ ଆପଣାଇଥିବା ଆନ୍ତର୍ଜାତିକ ସଂଗଠନ କେବଳ ସୁବିଧା ଦେଖୁଛନ୍ତି । ଅବଶ୍ୟ ସେଥିରେ ଅନେକ ବିଷୟ ଏଥିରେ ଅନ୍ତର୍ଭୁକ୍ତ ହୋଇନାହିଁ । ଭାରତରେ ସାମାଜିକ ସୁରକ୍ଷା ପରିଧି ମଧ୍ୟରେ ଥିବା ସାର୍ବଜନୀନ  ଜନସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା, ବୀମା ଓ ପେନ୍‌ସନ୍ କାର୍ଯ୍ୟକ୍ରମକୁ ନିଶ୍ଚିତଭାବେ ଗ୍ରହଣ କରିବା ଉଚିତ।

ଉଦ୍‌ବୋଧନ ଶେଷରେ ପ୍ରଧାନମନ୍ତ୍ରୀ ଏହି ବୈଠକ ବିଶ୍ୱବ୍ୟାପୀ କର୍ମଜୀବୀଙ୍କ କଲ୍ୟାଣ ପାଇଁ ଏକ ଶକ୍ତିଶାଳୀ ସନ୍ଦେଶ ଦେବ ବୋଲି ଆସ୍ଥା ପ୍ରକଟ କରିଥିଲେ । ଏ କ୍ଷେତ୍ରରେ ଅଧିକାଂଶ ପ୍ରତିନିଧି ଅନେକ ଜରୁରୀ ବିଷୟ ଉପରେ ଧ୍ୟାନ ଦେଉଥିବାରୁ ସେ ତାହାର ପ୍ରଶଂସା କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India’s Economy Offers Big Opportunities In Times Of Global Slowdown: BlackBerry CEO

Media Coverage

India’s Economy Offers Big Opportunities In Times Of Global Slowdown: BlackBerry CEO
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives due to the collapse of a wall in Visakhapatnam, Andhra Pradesh
April 30, 2025
PM announces ex-gratia from PMNRF

Prime Minister Shri Narendra Modi today condoled the loss of lives due to the collapse of a wall in Visakhapatnam, Andhra Pradesh. He announced an ex-gratia of Rs. 2 lakh from PMNRF for the next of kin of each deceased and Rs. 50,000 to the injured.

The PMO India handle in post on X said:

“Deeply saddened by the loss of lives due to the collapse of a wall in Visakhapatnam, Andhra Pradesh. Condolences to those who have lost their loved ones. May the injured recover soon.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”