ଅଗ୍ରଣୀ ଅଗ୍ନିପଥ ଯୋଜନାର ପଥ ପ୍ରଦର୍ଶକ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ଅଗ୍ନିବୀରମାନଙ୍କୁ ଅଭିନନ୍ଦନ
ନୀତିର ଏହି ପରିବର୍ତ୍ତନ ଯୋଗୁଁ ଏହା ଆମ ସଶସ୍ତ ସେନାକୁ ମଜବୁତ କରିବା ସହ ଭବିଷ୍ୟତ ପାଇଁ ପ୍ରସ୍ତୁତ ରଖିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ବ ପ୍ରଦାନ କରି କହିଛନ୍ତି
ଆମର ସଶସ୍ତ୍ର ସେନାକୁ ଆଧୁନିକ କରିବା ସହିତ ଆତ୍ମନିର୍ଭର କରିବା ପାଇଁ ପ୍ରଚେଷ୍ଟା କରାଯାଉଛି : ପ୍ରଧାନମନ୍ତ୍ରୀ
ସମ୍ପର୍କବିହୀନ ଯୁଦ୍ଧ ଆହ୍ୱାନର ମୁକାବିଲା ନିମନ୍ତେ ପ୍ରଯୁକ୍ତି ବିଦ୍ୟାରେ ଦକ୍ଷ ଆମର ସେନା ସଶସ୍ତ୍ର ସେନାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ
ପ୍ରଧାନମନ୍ତ୍ରୀ ମଧ୍ୟ କିପରି ଅଗ୍ନିପଥ ଯୋଜନା ମହିଳାଙ୍କୁ ସଶକ୍ତ କରିବ ତା ଉପରେ ଆଲୋଚନା କରି ସେ ତିନିବାହିନୀରେ ମହିଳା ଅଗ୍ନିବୀରଙ୍କୁ ସାମିଲ କରିବା ଚିନ୍ତା କରୁଥିବା ପ୍ରକାଶ କରିଛନ୍ତି
ପ୍ରଧାନମନ୍ତ୍ରୀ ଅଗ୍ନିବୀରମାନଙ୍କୁ ଏହି ସୁଯୋଗକୁ ଉପଯୋଗ କରି ବିବିଧ ଭାଷା ଓ ସଂସ୍କୃତି ଉପରେ ଅଧିକ ଜାଣିବାକୁ ପରାମର୍ଶ ଦେଇଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୬.୦୧.୨୦୨୩) ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ତିନିଟି ବାହିନୀର ଅଗ୍ନିବୀରମାନଙ୍କର ପ୍ରଥମ ବ୍ୟାଚକୁ ସମ୍ବୋଧିତ କରିଛନ୍ତି ଯେଉଁମାନେ ସେମାନଙ୍କର ମୌଳିକ ତାଲିମ ଆରମ୍ଭ କରିସାରିଛନ୍ତି।

ଅଗ୍ରଣୀ ଅଗ୍ନିପଥ ଯୋଜନାର ପଥପ୍ରଦର୍ଶକ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଅଗ୍ନିବୀରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ନୀତିଗତ ପରିବର୍ତ୍ତନ ଯୋଗୁଁ  ଏହି ଯୋଜନା ଆମ ସଶସ୍ତ୍ର ସେନାକୁ ମଜବୁତ କରିବା ସହ ଭବିଷ୍ୟତ ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ ରଖିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଯୁବ ଅଗ୍ନିବୀରମାନେ ସଶସ୍ତ୍ର ସେନାକୁ ଅଧିକ ଯୁବସୁଲଭ ଓ ପ୍ରଯୁକ୍ତି ବିଦ୍ୟା ସମ୍ପନ୍ନ କରିବେ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଅଗ୍ନିବୀରମାନଙ୍କ ସାମର୍ଥ୍ୟର ପ୍ରଶଂସା କରି ସେ କହିଥିଲେ ଯେ ସେମାନଙ୍କ ଉତ୍ସାହ ସଶସ୍ତ୍ର ସେନାର ଶୌର୍ଯ୍ୟ ଉପରେ ପ୍ରତିଫଳିତ ଓ ସେମାନେ ସବୁବେଳେ ଜାତୀୟ ପତାକାକୁ ଊର୍ଦ୍ଧ୍ୱରେ ରଖିଛନ୍ତି। ଏହି ସୁଯୋଗ ଯୋଗୁଁ ସେମାନେ ଯେଉଁ ଅଭିଜ୍ଞତା ଅର୍ଜନ କରିବେ ତାହା ସେମାନଙ୍କ ଜୀବନ ର ଗର୍ବ ହୋଇ ରହିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନବ ଭାରତରେ ନବୀନ ଉତ୍ସାହ ରହିଛି ଓ ଏହା ଆମ ସଶସ୍ତ୍ର ସେନାକୁ ଆଧୁନିକ କରିବା ସହ ଆତ୍ମନିର୍ଭର ମଧ୍ୟ କରିବ । ସେ କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ଯୁଦ୍ଧର ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ ଘଟୁଛି । ସଂପର୍କ ବିହୀନ ଯୁଦ୍ଧ ଓ ସାଇବର ଯୁଦ୍ଧର ଆହ୍ୱାନ ଉପରେ ଆଲୋକପାତ କରି ଆମ ସଶସ୍ତ୍ର ସେନାରେ ପ୍ରଯୁକ୍ତିବିଦ୍ୟାରେ ଅଗ୍ରଗାମୀ ସୈନିକମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସେ କହିଥିଲେ । ବର୍ତ୍ତମାନ ଯୁବପିଢୀଙ୍କ ଏହି ସାମର୍ଥ୍ୟ ରହିଛି । ତେଣୁ ଭବିଷ୍ୟତରେ ଅଗ୍ନିବୀରମାନେ ସଶସ୍ତ୍ର ସେନାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବେ ।

ଏହି ଯୋଜନା କିପରି ମହିଳାଙ୍କୁ ଆହୁରି ସଶକ୍ତ କରିବ ପ୍ରଧାନମନ୍ତ୍ରୀ ତା’ର ଅବତାରଣା କରିଥିଲେ । କିପରି ମହିଳା ଅଗ୍ନିବୀରମାନେ ନୌସେନାକୁ ଗର୍ବିତ କରିଛନ୍ତି ତାହାର ଉଦାହରଣ ଦେଇ ଭବିଷ୍ୟତରେ ସେନାର ତିନିବାହିନୀର ମହିଳା ଅଗ୍ନିବୀରମାନେ କିପରି ସାମିଲ ହେବେ ତାହା ସେ ଦେଖୁଛନ୍ତି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରି ମହିଳାମାନେ କିପରି ବିଭିନ୍ନ ସମ୍ମୁଖ ଯୁଦ୍ଧରେ ସଶକ୍ତ ସେନାର ନେତୃତ୍ୱ ନେଉଛନ୍ତି ଓ ସୀଆଚେନରେ ମଧ୍ୟ ନିଯୁକ୍ତ  ଅଛନ୍ତି ଓ ଆଧୁନିକ ଲଢୁଆ ବିମାନ ଚାଳନା କରୁଛନ୍ତି ତାହା ବର୍ଣ୍ଣନା କରିଥିଲେ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଭିନ୍ନ ଭିନ୍ନ ଅଞ୍ଚଳରେ ନିଯୁକ୍ତି ପାଇବା ଯୋଗୁଁ ସେମାନେ ବିବିଧ ଅଭିଜ୍ଞତା ଆହରଣ ସହ ଭିନ୍ନ ଭିନ୍ନ ଭାଷା ଓ ସଂସ୍କୃତି  ଏବଂ ଜୀବନଶୈଳୀ ନେଇ ଅବଗତ ହେବାର ସୁଯୋଗ ପାଇବେ । ଦଳଗତ କାର୍ଯ୍ୟ ଓ ନେତୃତ୍ୱର ବିକାଶ ସେମାନଙ୍କ ବ୍ୟକ୍ତିତ୍ୱକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିବ । ନିଜର କ୍ଷେତ୍ର ଦକ୍ଷତା ଅନୁସାରେ ଅଗ୍ନିବୀରମାନେ ଅଧିକ ଶିକ୍ଷା ଲାଭ କରିବାକୁ ଉତ୍ସାହୀ ହେବାକୁ ପ୍ରଧାନମନ୍ତ୍ରୀ କହିଥିଲେ ।

ଯୁବକ-ଯୁବତୀ ଏବଂ ଅଗ୍ନିବୀରମାନଙ୍କ ସାମର୍ଥ୍ୟର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ସେମାନେ ଏକବିଂଶ ଶତାବ୍ଦୀରେ ଦେଶକୁ ନେତୃତ୍ୱ ଦେଇପାରିବେ ବୋଲି କହି ତାଙ୍କ ବକ୍ତବ୍ୟ ସମାପନ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour