Today, be it major nations or global platforms, the confidence in India is stronger than ever: PM
The speed of development of a Viksit Bharat is remarkable: PM
Many aspirational districts have now transformed into inspirational districts of the nation: PM
Banking the unbanked, Securing the unsecured and Funding the unfunded has been our strategy: PM
We have transformed the fear of business into the ease of doing business: PM
India missed the first three industrial revolutions but is ready to move forward with the world in the fourth: PM
In India's journey towards becoming a Viksit Bharat, our government sees the private sector as a key partner: PM
25 crore Indians have risen out of poverty in just 10 years: PM

ଶନିବାର ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଇଟି ନାଓଗ୍ଲୋବାଲ ବିଜିନେସ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଅଂଶଗ୍ରହଣ କରିଥିଲେ । ତୃତୀୟ ପାଳିରେ ଭାରତବର୍ଷଏକ ବିକାଶମ୍ନୁଖୀ ଦିଗରେ ଗତି କରୁଥିବ ବୋଲି ପୂର୍ବ ଇଟିସିମିଟରେ ସେ କହିଥିବା ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ।ବିକଶିତ ଭାରତ ହେବା ଲକ୍ଷ୍ୟରେ ଅନନ୍ୟ ଯୋଗଦାନଦେଇଥିବା ଓଡିଶା, ମହାରାଷ୍ଟ୍ର, ହରିୟାଣା ଓ ନୂଆଦିଲ୍ଲୀଅଧିବାସୀଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ । ଏକବିକଶିତ ଭାରତ ଲକ୍ଷ୍ୟରେ ଏହି ଦେଶର ନାଗରିକମାନେକାନ୍ଧକୁ କାନ୍ଧ ମିଳାଇ କାମ କରୁଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖକରିଥିଲେ ।

ଫ୍ରାନ୍ସ ଓ ଆମେରିକା ଗସ୍ତ ସାରି ସଦ୍ୟ ଫେରିଥିବା ପ୍ରଧାନମନ୍ତ୍ରୀମୋଦୀ କହିଥିଲେ ଯେ, ସବୁ ସ୍ଥାନରେ ଏବେ ଭାରତୀୟଙ୍କମନୋବଳ ବୃଦ୍ଧି ପାଇଛି । ପ୍ୟାରିସରେ ହୋଇଥିବା ଏଆଇଆକ୍ସନ ସମିଟରେ ଏହି କଥା ସେ ଅନୁଭବ କରିଥିବାପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଗ୍ଲୋବାଲ ଫ୍ୟୁଚରଡିସକସନ୍ସର ଆକର୍ଷଣର କେନ୍ଦ୍ରୁ ବିନ୍ଦୁ ଭାରତ ଏବେ ପାଲଟିଛିବୋଲି ସେ କହିଥିଲେ । ୨୦୧୪ ପରେ ଭାରତବର୍ଷରେହୋଇଥିବା ନୂଆ ବୈପ୍ଲବିକ ପରିବର୍ତନ ପାଇଁ ଏହା ସମ୍ଭବପରହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଗତଦଶନ୍ଧି ଭିତରେ ସମଗ୍ର ବିଶ୍ୱରେ ପଂଚମ ବୃହତ ଅର୍ଥନୀତି ଭିତିକରାଷ୍ଟ୍ରଭିତରେ ଭାରତ ସ୍ଥାନିତ ହୋଇପାରିଛି । ଆସନ୍ତା କିଛି ବର୍ଷଭିତରେ ତୃତୀୟ ବୃହତ ଅର୍ଥନୀତି ଭିତିକ ରାଷ୍ଟ୍ର ଭାବରେଭାରତ ପରିଗଣିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱସନାଦେଇଥିଲେ ।

କଠିନ ପରିଶ୍ରମ ନକରିବା ଆଳରେ ଅତୀତର ବିଭିନ୍ନକାର୍ଯ୍ୟକ୍ରମ ସଂସ୍କାରଧର୍ମୀ ନଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କିନ୍ତୁ ଏବେ ନିଆଯାଉଥିବା ବିଭିନ୍ନ ପଦକ୍ଷେପରେ ପ୍ରଚୁର ଆତ୍ମବିଶ୍ୱାସ ଭରି ରହିଛି । ଭାରତବର୍ଷରେ ବ୍ୟାପକ ପରିବର୍ତନଆଣିବା ପାଇଁ ଏବେ ଅଧିକରୁ ଅଧିକ ଆଲୋଚନା କରାଯାଉଛି ।ଭାରତବର୍ଷରେ ତଥାକଥିତ ଉପନିବେଶବାଦୀ ଚିନ୍ତାଧାରା ଏକଅଭ୍ୟାସରେ ପରିଣତ ହୋଇଛି । ଏପରିକି ସ୍ୱାଧୀନତା ପରେ ବିଏବେ ବି ଏପ୍ରକାର ଚିନ୍ତାଧାରାରେ ଆମ ଦେଶର କିଛି ଲୋକେରହିଛନ୍ତି । କୁହାଯାଏ ଯେ, ବିଳମ୍ବିତ ନ୍ୟାୟ ନୁହେଁ । ତେଣୁ ଏଦିଗରେ ପରିବର୍ତନ ଆଣିବା ପାଇଁ ଏପରି କିଛି ଠୋସପଦକ୍ଷେପ ଏଯାଏ ନିଆଯାଇ ନାହିଁ । ସମୟର ପ୍ରବାହରେ ଏଦିଗରେ ଆଉ କିଛି ପରିବର୍ତନର ଆଭାସ ମିଳିନଥିବା ବିଦେଖିବାକୁ ମିଳିଛି । ତେବେ ଏପରି ଭଲ କାମ ହେବା ପାଇଁକିଛି ପାରିପାଶ୍ୱର୍ିକ ପରିସ୍ଥିତି ଦାୟୀ ବୋଲି ପ୍ରଧାନମନ୍ତ୍ରୀଉଲ୍ଲେଖ କରିଥିଲେ । ଆମ ଗଣତନ୍ତ୍ରରେ କିଛି ଭଲ କାମକରିବାକୁ ସକରାତ୍ମକ ଚିନ୍ତା କରି ଆଲୋଚନା ପ୍ରତ୍ୟାଲୋଚନାକରିବା କାଠିକର । ତେବେ ଏପରି ଏକ ବିଶ୍ୱାସ ଭରି ଯାଇଛିଯେ, କିଛି ନକରାତ୍ମକ ଭାବିବା କିମ୍ବା କରିବା ହେଉଛିଗଣତାନ୍ତ୍ରିକ ପରିଚାୟକ । ଭଲ କଲେ କିମ୍ବା ଭାବିଲେ ଗଣତନ୍ତ୍ରଦୁର୍ବଳ ବୋଲି ବିବେଚିତ ହୁଏ । ତେବେ ଏପ୍ରକାର ଚିନ୍ତାଧାରାରୁମୁକୁଳି ଆସିବା ଗ୍ରହଣୀୟ ବୋଲି ସେ ଉଲ୍ଲେଖ କରିଥିଲେ ।

 

୧୮୬୦ ମସିହାରୁ ଆମ ଦେଶ୍େର ରହିଥିବା ଆସିଥିବାଉପନିବେଶବାଦୀ ପେନାଲ କୋଡ ଦ୍ୱାରା ନାଗିରକମାନଙ୍କୁ ଦଣ୍ଡବିଧାନ କରାଯାଉଥିଲା । ତେବେ ରହିଆସିଥିବା ସିଷ୍ଟମ  ପାଇଁଠିକଣା ସମୟରେ ନ୍ୟାୟ ମିଳି ପାରୁନାହିଁ । ସାତ-ଆଠ ମାସପୂର୍ବରୁ ଲାଗୁ କରାଯାଇଥିବା ଭାରତୀୟ ନ୍ୟାୟ ସଂହିତା ଏଦିଗରେ ଏବେ କିଚିଟା ଭଲ ପରିବର୍ତନ ଆଣିପାରିବାରେସହାୟକ ହୋଇପାରିଛି । ଉଦାହରଣ ଦେଇ ସେ କହିଥିଲେଯେ ଏକ ଟ୍ରିପଲ ମର୍ଡର ମାମଲାରେ ମାତ୍ର ୧୪ ଦିନ ଭିତରେନ୍ୟାୟ ପ୍ରଦାନ କରାଯାଇ ଆଜୀବନ କାରାବାସ ରାୟ ଦିଆଗଲା। ସେହିପରି ଏକ ନାବଳକ ହତ୍ୟା ମାମଲାରେ ମାତ୍ର ୨୦ଦିନରେ ଭିତରେ ସମାଧାନ କରାଗଲା । ସେହିପରିଗୁଜରାଟରେ ୯ ଅକ୍ଟୋବର ୨୦୨୪ରେ ହୋଇଥିବା ଏକଗଣଦୁଷ୍କର୍ମ ମାମଲାରେ ୨୬ ଅକ୍ଟୋବର ସୁଦ୍ଧା ଚାର୍ଜସିଟ ଦାଖଲହୋଇ ଅଭିଯୁକ୍ତକୁ କୋର୍ଟ ଦଣ୍ଡବିଧାନ କରିଛନ୍ତି । ସେହପରିଆନ୍ଧ୍ର ପ୍ରଦେଶରେ ୫ ମାସର ଶିଶୁକୁ ନେଇ ହୋଇଥିବା କ୍ରାଇମକୋର୍ଟ ୨୫ ବର୍ଷ ସଶ୍ରମ କାରାବାସରେ ଦଣ୍ଡିତ କରିଛନ୍ତି ।ତେବେ ଏ କ୍ଷେତ୍ରରେ ଜିଜିଟାଲ ପ୍ରମାଣ ବିଶେଷ ସହାୟକହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ହତ୍ୟାଓ ଅପରାଧ ମାମଲାର ଜଣେ ସନ୍ଦିଗ୍ଧ ଯିଏ ଆଉ ଏକ ରାଜ୍ୟରେଅପରାଧ ସଙ୍ଗଠିତ କରିଥିଲା ତାକୁ ଠାବ କରିବା ପାଇଁଇ-ପ୍ରିଜିନ ମୋଡ୍ୟୁଲ ମାଧ୍ୟମରେ ଠାବ କରାଯାଇଥିଲା ବୋଲିସେ ଉଲ୍ଲେଖ କରିଥିଲେ । ତେବେ ଏପରି ବହୁ ଉଦାହରଣରହିଛି ଯାହା ତ୍ୱରିତ ନ୍ୟାୟ ଦେବାରେ ଉଲ୍ଲିଖିତ ହୋଇପାରିବବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ।

ଦେଶରେ ଏବେ ବି ସମ୍ପତି ଅଧିକାର ଆଇନ ନଥିବା କହିପ୍ରଧାନମନ୍ତ୍ରୀ ଭବିଷ୍ୟତରେ ଏନେଇ କିଛି ପଦକ୍ଷେପ ନେବାକୁଯାଉଥିବା ଉଲ୍ଲେଖ କରିଛନ୍ତି । ସାରା ବିଶ୍ୱର ଅନେକ ଜାଗାରେଉପଯୁକ୍ତ ପ୍ରମାଣପତ୍ର ଅଭାବରୁ ଲୋକେ ନିଜ ସମ୍ପତି ଅଧିକାରରୁବଂଚିତ ହେଉଛନ୍ତି । ତେବେ ଦାରିଦ୍ର‌୍ୟର ମୁକାବିଲା କରିବାପାଇଁ ଏନେଇ ସମ୍ପତି ଅଧିକାର ଆଇନ ଆଗତ କରାଯିବ ।ତେବେ ନିକଟରେ କରାଯାଇଥିବା ସ୍ୱାମିତ୍ୱ ଯୋଜନା ଅଧୀନରେଦେଶର ତିନି ଲକ୍ଷ ଗାଁରେ ଡ୍ରୋନ ସର୍ଭେ କରାଯାଇ ପ୍ରାୟ ୨.୨୫କୋଟି ଲୋକେ ପ୍ରପର୍ଟି କାର୍ଡ ପାଇ ଉପକୃତ ହୋଇପାରିଛନ୍ତି ।ଏହି ଯୋଜନା ଫଳରେ ଗ୍ରାମାଚଂଳରୁ ପ୍ରାୟ ଶହେ କୋଟିଟଙ୍କାର ରାଜସ୍ୱ ଆଦାୟ ହୋଇପାରିଛି । ଆଗରୁ ରହିଆସିଥିବାସମ୍ପତିର କୌଣସି ଅର୍ଥନୈତିକ ମୂଲ୍ୟ ନଥିଲା । ସମ୍ପତିଅଧିକାର ଆଇନ ନଥିବାରୁ ଏହି ଦେଶର ଗ୍ରାମୀଣ ଲୋକେବ୍ୟାଙ୍କରୁ ଋଣ ନେଇ ପାରୁ ନଥିଲେ । ତେବେ ଏପ୍ରକାରସମସ୍ୟାର ମୁକାବିଲା କରାଯାଇ ଏହି ଯୋଜନା ଅଧୀନରେ ବହୁଲୋକେ ଉପକାର ପାଇଥିବା ସୂଚନା ମିଳିଛି ।

 

ରାଜସ୍ଥାନର ଏକ ଛୋଟିଆ ଘରେ ଦୀର୍ଘ ୨୦ ବର୍ଷ ହେଲାରହିଆସୁଥିବା ଜଣେ ମହିଳା ଏହି ପ୍ରପର୍ଟି କାର୍ଡ ମାଧ୍ୟମରେବ୍ୟାଙ୍କରୁ ୮ ଲକ୍ଷ ଟଙ୍କାର ଋଣ ନେବାକୁ ସମର୍ଥ ହୋଇପାରିଥିବାପ୍ରଧାନମନ୍ତ୍ରୀ କହିଥିଲେ । ଏହି ଟଙ୍କା ଖର୍ଚ୍ଚ କରି ସେ ଏବେଛୋଟିଆ ଦୋକାନଟିଏ ଆରମ୍ଭ କରି ନିଜ ପିଲାମାନଙ୍କପରିବାର ପ୍ରତିପୋଷଣ କରୁଥିବା ସେ କହିଥିଲେ । ଆଉ ଏକଉଦାହରଣ ଦେଇ ଆଉ ଏକ ରାଜ୍ୟର ଜଣେ ହିତାଧିକାରୀବ୍ୟାଙ୍କରୁ ୪.୫ ଲକ୍ଷ ଟଙ୍କାର ଋଣ ନେଇ ଏକ ପରିବହନବ୍ୟବସାୟ ଆରମ୍ଭ କରିଥିବା ସେ ଉଲ୍ଲେଖ କରିଥିଲେ । ଏହିପ୍ରପର୍ଟି କାର୍ଡ ମାଧ୍ୟମରେ ଜଣେ କୃଷକ ନିଜ ଜମି ସେଚନ ପାଇଁଋଣ ସହାତା ନେଇପାରିଥିବା ସେ ଉଦାହରଣ ଦେଇଥିଲେ ।ଏପରି ଅନେକ ଉଦାହରଣ ଦେଇ ଏପରି ସଂସ୍କାରଧର୍ମୀକାର୍ଯ୍ୟକ୍ରମ ଦ୍ୱାରା ବହୁ ଗ୍ରାମ ଓ ଗରିବ ଲୋକେ ଉପକୃତହୋଇପାରିଥିବା ସେ ଉଲ୍ଲେଖ କରିଥିଲେ । ତେବେ ଏଗୁଡିକପ୍ରକୃତ ଖବର ଯାହା ସଂସ୍କାର, କାର୍ଯ୍ୟାନ୍ୱୟ ଓରୂପାନ୍ତରୀକରଣର ଦ୍ୟୋତକ । କିନ୍ତୁ ଏଗୁଡିକ ଖବରକାଗଜକିମ୍ବା କୌଣସି ଟିଭି ମିଡିଆର ଶିରୋନାମାରେ ସ୍ଥାନ୍ଖଚ୍ଛହେଉନାହିଁ ।

ସ୍ୱାଧୀନତା ପରେ ଦେଶର ବହୁ ଜିଲ୍ଲା ପ୍ରତି ଦୁର୍ବଳ ଶାସନ ପାଇଁବିଶେଷ ଫୋକସ ଦିଆଯାଇନଥିଲା । ଏହାର ଅର୍ଥନୈତିକବିକାଶ ପ୍ରତି ଧ୍ୟାନ ଦିଆନଯାଇ ଏଗୁଡିକୁ ପଛୁଆ ଅଂଚଳ ଭାବେବିବେଚିତ କରାଗଲା । ସେହି ଅଂଚଳର ବିକାଶ କଥା ଚିନ୍ତାକରାନଯାଇ ଦୃଷ୍ଟାନ୍ତମୂଳକ ଭାବେ ସେହିସ୍ଥାନକୁ କିଛିପଦାଧିକାରୀଙ୍କୁ ବଦଳି କରାଯାଉଥିଲା । ଆମ ସରକାରଏପ୍ରକାର ଚିନ୍ତାରୁ ଓହରି ଦେଶର ପ୍ର‌୍ୟା ଶହେଟି ଜିଲ୍ଲାକୁଆସପିରେସନାଲ ଡିଷ୍ଟ୍ରିକ୍ଟ ଭାବେ ଆମେ ଘୋଷଣା କରିଛୁ ।ତୃଣମୂଳ ସ୍ତରରେ କାମ କରିବାକୁ ସେହି ସ୍ଥାନକୁ ଦକ୍ଷ ଯୁବପଦାଧିକାରୀମାନଙ୍କୁ ପ୍ରେରଣ କରାଯାଉଛି । ବିଭିନ୍ନ ସରକାରୀଯୋଜନାର ରୂପାନ୍ୱୟ କରି ଜନତା ଜନାର୍ଦ୍ଦନଙ୍କୁ ସୁଫଳ ଦେବାଲାଗି ପ୍ରୟାସ କରାଯାଉଛି । ତେବେ ଆଜିକାଲି ଏପରି କିଛିଆସ୍ପିରେସନାଲ ଡିଷ୍ଟ୍ରିକ୍ଟ ଏବେ ଇନସ୍ପିରେସନାଲ ଡିଷ୍ଟ୍ରିକ୍ଟରେପରିଣତ ହେଲାଣି । ୨୦୧୮ ମସିହାରେ ଆସାମରବାରପେଟାର ନିମ୍ନମାଧ୍ୟମିକ ସ୍କୁଲରେ ୨୬ ପ୍ରତିଶତ ଛାତ୍ର-ଗୁରୁଅନୁପାତ ରହିଥିଲା । ତାହା ଏବେ ଶତପ୍ରତିଶତ ଅନୁପାତରେପହଂଚିଛି । ବିହାରର ବେଗୁସରାଇରେ ଗର୍ଭବତୀମହିଳାମାନଙ୍କୁ ୨୧ ପ୍ରତିଶତ ପୋଷକ ଖାଦ୍ୟ ପହଂଚା ଯାଉଥିଲା। ସେହିପରି ଉତରପ୍ରଦେଶର ଚନ୍ଦୌଲିରେ ଏହା ୧୪ ପ୍ରତିଶତଥିଲା । କିନ୍ତୁ ଆଜିକାଲି ଉଭୟ ଏହି ଜିଲ୍ଲାରେ ଶତପ୍ରତିଶତପୋଷକ ଖାଦ୍ୟ ପହଂଚା ଯାଇପାରୁଛି । ଶିଶିୁ ଟୀକାକରଣକ୍ଷେତ୍ରରେ ବି ଉଲ୍ଲେଖନୀୟ ସଫଳତା ମିଳିଥିବା ପ୍ରଧାନମନ୍ତ୍ରୀଉଲ୍ଲେଖ କରିଥିଲେ । ଉତରପ୍ରଦେଶର ଶ୍ରବସ୍ତି ଅଂଚଳରେ ଏହିମାତ୍ରା ୪୯ରୁ ୮୬ ପ୍ରତିଶତକୁ ବୃଦ୍ଧି ପାଇଛି । ତାମିଲନାଡୁରରାମନାଥପୁରମରେ ୬୭ରୁ ୯୩ ପ୍ରତିଶତକୁ ବୃଦ୍ଧି ପାଇଛି ।ସାରା ଦେଶର ପ୍ରାୟ ୫୦୦ ବ୍ଲକ ଏବେ ଆସ୍ପିରେସନାଲ ବ୍ଲକଭାବେ ଘୋଷିତ ହୋଇଛି ।

ଗତ ଦଶନ୍ଧିରେ ବ୍ୟବସାୟ କ୍ଷେତ୍ରରେ ହୋଇଥିବା ଉନ୍ନତି କଥାବି ଏହି ବ୍ୟବସାୟୀ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଉତଥାପନକରିଥିଲେ । ଦଶ ବର୍ଷ ତଳେ ଭାରତର ବ୍ୟାଙ୍କିଙ୍ଗ ସିଷ୍ଟମ ଅତିଦୁର୍ବଳ ରହିଥିଲା । ତେବେ ଏ ଦିଗରେ ଉପଯୁକ୍ତ ସଂସ୍କାର ଅଣାଯାଇଥିବା ସେ କହିଥିଲେ । ନଗଦ ଋଣ କାରବାର କ୍ଷେତ୍ରରେଆମ ଦେଶ ଏବେ ଖୁବ ଆଗରେ ରହିଛି ବୋଲି ପ୍ରଧାନମନ୍ତ୍ରୀକହିଥିଲେ । ବ୍ୟାଙ୍କ ପ୍ରତିଷ୍ଠା, ଅସୁରକ୍ଷିତକୁ ସୁରକ୍ଷା, ନିର୍ଦ୍ଧନରୁସହାୟତା ପରି ବିଭିନ୍ନ ଦିଗରେ ଆଜିକାଲି ବହୁ ପରିବର୍ତନଘଟିଛି । ଦେଶର ପ୍ରତି ଗାଁରେ ଏବେ ବ୍ୟାଙ୍କ ରହିଛି ଓ ପାଂଚକିଲୋମିଟର ବ୍ୟାସାର୍ଦ୍ଧାରେ କୌଣସି ନା କୌଣସି ବ୍ୟାଙ୍କମିତ୍ରରହୁଛନ୍ତି । ପୁରୁଣା ବ୍ୟାଙ୍କିଙ୍କ ନିୟମ ପାଇଁ ଆଗରୁ ଋଣସହାୟତା ନେଇପାରୁନଥିବା ଲୋକେଙ୍କ ପାଇଁ ସେ ମୁଦ୍ରାଯୋଜନାର ଉଦାହରଣ ଦେଇଥିଲେ । ଏହି ଯୋଜନାଅଧୀନରେ ଦେଶର ପ୍ରାୟ ୩୨ ଲକ୍ଷ କୋଟି ଟଙ୍କାର ଋଣଦିଆଯାଇଥିବା ସେ ଉଲ୍ଲେଖ କରିଥିଲେ । ଏମଏସଏମଇକ୍ଷେତ୍ରରେ ବି ଋଣ ସହାୟତା ନେବା ପ୍ରକ୍ରିୟା ଏବେ ସରଳୀକୃତହୋଇଯାଇଛି । ରାସ୍ତାକଡ ଦୋକାନୀ ବି ଆଜିକାଲି ସହଜରେଋଣ ନେଇପାରୁଛନ୍ତି । ଚାଷୀମାନଙ୍କୁ ଆଗ ଅପେକ୍ଷା ଦୁଇଗୁଣାଋଣ ସହାୟତା ମିଳିପାରୁଛି । ଲୋକଙ୍କୁ ଆଗ ଅପେକ୍ଷା ଅଧିକଟଙ୍କାର ଋଣ ସହାୟତା ମିଳୁଥିବାରୁ ବିଭିନ୍ନ ବ୍ୟାଙ୍କ ବି ବହୁତଲାଭବାନ ହୋଇପାରୁଛନ୍ତି । ଦଶବର୍ଷ ତଳେ ଖବରକାଗଜରେଏନପିଏ ସମ୍ବନ୍ଧିତ ଖବର ସହ ରେକର୍ଡ ସଂଖ୍ୟକ ବ୍ୟାଙ୍କକ୍ରାଇସିସ ଖବର ଦେଖିବାକୁ ମିଳୁଥିଲା । ଏବେ ଏହାର ପଟ୍ଟପରିବର୍ତନ ଘଟିଛି । ଆଜି ଏପ୍ରିଲରୁ ଡିସେମ୍ବର ଭିତରେଘରୋଇ ବ୍ୟାଙ୍କଗୁଡିକ ୧.୨୫ ଲକ୍ଷ କୋଟି ଟଙ୍କାର ଲାଭକରିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ବ୍ୟାଙ୍କିଙ୍କକ୍ଷେତ୍ରରେ ଆଖିଦୃଶିଆ ପରିବର୍ତନ ଘଟି ଦେଶର ଅର୍ଥନୀତିରଖୁମ୍ବକୁ ସୁଦୃଢ କରାଯାଇପାରିଛି ବୋଲି ସେ କହିଥିଲେ ।

 

ଗତ ଦଶନ୍ଧିରେ ଚଳି ଆସିଥିବା ବ୍ୟବସାୟ କରିବାର ଭୟ ଏବେଖୁବ ସରଳ ହୋଇ ଯାଇଛି । ଜିଏସଟି ମାଧ୍ୟମରେ ଏକକ ବୃହତମାର୍କେଟ ସୃଷ୍ଟି କରିବାରେ ଏବେ ବ୍ୟବସାୟୀମାନେ ସଫଳହୋଇପାରିଛନ୍ତି ବୋଲି ସେ କହିଥିଲେ । ଗତ ଦଶନ୍ଧିରେଭିତିଭୂମି ସୁଦୃଢୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତନଘଟିଛି । ଏଥି ପାଇଁ ଦକ୍ଷତା ବୃଦ୍ଧି ଘଟି ଲଜିଷ୍ଟିକ ଖର୍ଚ୍ଚକମିପାରିଛି । ଜନ ବିଶ୍ୱାସ ୨.୦ ମାଧ୍ୟମରେ ଏପରି ଶହେରୁଊର୍ଦ୍ଧ୍ୱ ମାମଲା ଫଇସଲା କରାଯାଇଛି । ସାମାଜିକ କ୍ଷେତ୍ରରେସରକାରୀ ହସ୍ତକ୍ଷେପ କମାଇବା ପାଇଁ ଡିରେଗୁଲେସନ କମିଶନଗଠନ କରାଯାଉଥିବା ସେ କହିଥିଲେ ।

ଶିଳ୍ପ କ୍ଷେତ୍ରରେ ବି ତଦନୂରପ ସାରା ଦେଶରେ ପରିବର୍ତନ ଲକ୍ଷ୍ୟକରାଯାଇଛି । ପ୍ରଥମ ଶିଳ୍ପ ବିପ୍ଲବ ସମୟରେ ସାରା ଦେଶରେବ୍ରିଟିଶ ଶାସନ ରହିଥିଲା । ଦ୍ୱିତୀୟ ଶିଳ୍ପ ବିପ୍ଲବ ବେଳେ ଏହିଦେଶର କଂଚାମାଲ ବାହାରୁ ରପ୍ତାନୀ କରାଯାଇ ସ୍ଥାନୀୟ ଶିଳ୍ପକୁବିଧ୍ୱଂସ କରାଗଲା । ସେତେବେଳେ ସାରା ବିଶ୍ୱରେ ନୂଆ ନୂଆଉଦଭାବନ ସହ ଫ୍ୟାକ୍ଟ୍ରିଗୁଡିକ ଗଢି ଉଠିଲା । ଏପରିକିସ୍ୱାଧୀନତା ପରି ବେ ଏନେଇ ବିଶେଷ କିଛି ପରିବର୍ତନଘଟିନଥିଲା । ଯେତେବେଳେ ସାରା ବିଶ୍ୱ କମ୍ପ୍ୟୁଟର ବିପ୍ଲବମୁହାଁହୋଇଥିଲା ଆମ ଦେଶର କମ୍ପ୍ୟୁଟରଟିଏ କିଣିବା ପାଇଁଲାଇସେନ୍ସର ଆବଶ୍ୟକତା ପଡୁଥିଲା । ପ୍ରଥମ ତିନି ଶିଳ୍ପବିପ୍ଲବରୁ ଭାରତ ବିଶେଷ କିଛି ଲାଭାନ୍ୱିତ ହୋଇନଥିବା ବେଳେଚତୁର୍ଥ ବିଶ୍ୱ ବିପ୍ଲବ ସମୟରେ ଦେଶ ଅଗ୍ରଗତି କରିବ ବୋଲିପ୍ରଧାନମନ୍ତ୍ରୀ ଆଶ୍ୱସନା ଦେଇଥିଲେ ।

 

ବିକଶିତ ଭାରତ ଗଠନ ଦିଗରେ ଘରୋଇ କ୍ଷେତ୍ର ଉପରେ ତାଙ୍କସରକାର ବିଶେଷ ଧ୍ୟାନ ଦେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ ।ଘରୋଇ ପୁଞ୍ଜି ନିବେଶ ପାଇଁ ବିଭିନ୍ନ ସେକ୍ଟର ଖୋଲି ଯାଇଥିବାସେ ଉଲ୍ଲେଖ କରିଥିଲେ । ମହାକାଶ କ୍ଷେତ୍ରର ଉଦାହରଣ ଦେଇସେ କହିଥିଲେ ଯେ ଜଣେ କେହି ଏହି ଏଥିରେ ପୁଞ୍ଜି ନିବେଶକରିପାରିବ । ଡ୍ରୋନ ସେକ୍ଟରରେ ଏବେ ବହୁ ବେକାରୀ ଯୁବକଆତ୍ମ ନିଯୁକ୍ତି ନେଇ ଭଲ ରୋଜଗାରକ୍ଷମ ହୋଇପାରିଛନ୍ତି ।ଘରୋଇ ଫାର୍ମ ପାଇଁ ବାଣିଜ୍ୟିକ ଖଣି ଖନନ ସେକ୍ଟରରେ କାମକରିବା ଲାଗି ଘରୋଇ କମ୍ପାନୀ ପାଇଁ ନିଲାମ ପ୍ରକ୍ରିୟାରେସରଳୀକରଣ କରାଯାଇଛି । ଦେଶରେ ପରିବର୍ତନଶୀଳ ଊର୍ଜାକ୍ଷେତ୍ରରେ ଦେଶ ଉଲ୍ଲେଖନୀୟ ଅଗ୍ରଗତି କରିପାରିଛି । ଦକ୍ଷତାବୃଦ୍ଧି ପାଇଁ ଶକ୍ତି ବିତରଣ କ୍ଷେତ୍ରରେ ଘରୋଇ କମ୍ପାନୀକୁସରକାର ଏବେ ବିଶେଷ ପୃଷ୍ଠ ପୋଷକତା ଦେଉଥିବା ସେଉଲ୍ଲେଖ କରିଥିଲେ । ସେହପରି ଆଣବିକ ଶକ୍ତି କ୍ଷେତ୍ରରେ ବିଘରୋଇ ପୁଞ୍ଜି ନିବେଶ ପାଇଁ ଚଳିତ ବଜେଟରେ ବ୍ୟବସ୍ଥାକରାଯାଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ଆଜିକାଲିକା ରାଜନୀତି କାର୍ଯ୍ୟ ଆଧାରିତ । ତେଣୁ ବ୍ୟବସ୍ଥା ସହଜଡିତ ରହି ତୃଣମୂଳସ୍ତରରେ କାମ କରୁଥିବା ଲୋକେ ତିଷ୍ଠିପାରିବେ ବୋଲି ସେ କହିଥିଲେ । ପୂର୍ବ ସରକାର ବେଳେ ଏସବୁଦିଗ ପ୍ରତି ସମ୍ବେନଶୀଳତା ଅଭାବ କାରଣରୁ ଅଗ୍ରଗତିହୋଇପାରିନଥିଲା । ତେବେ ଚଳିତ ସରକାର ଆଗ୍ରହ ପ୍ରକାଶକରି ନିଜ ଆଡୁ ଏନେଇ ସମ୍ବେଦନଶୀଳ ରହିଥିବା ସେକହିଥିଲେ । ସାଧାରଣ ସୁବିଧା ସୁଯୋଗ ପ୍ରଦାନ ସହସଶକ୍ତିକରଣ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ପାଇଁ ଦେଶରେଦାରିଦ୍ର‌୍ୟ ଭିତରେ ପ୍ରାୟ ୨୫ କୋଟି ଜନତା ଉଦ୍ଧାର ପାଇଥିବାସେ କହିଥିଲେ । ତେବେ ଏହି ନୂଆ ଗୋଷ୍ଠୀ ଏବେ ନୂଆମଧ୍ୟବିତ ଗୋଷ୍ଠୀ ଭାବେ ପରିଗଣିତ । ଫଳରେ ନିଜ ପ୍ରଥମବାଇକ, ପ୍ରଥମ କାର, ପ୍ରଥମ ଘର କରିବାକୁ ସେହି ମଧ୍ୟବିତସ୍ୱପ୍ନ ଦେଖିବାକୁ ସମର୍ଥ ହୁଏ । ତେବେ ଏପରି ମଧ୍ୟବିତଙ୍କୁସୁହାଇଲା ଭଳି ଚଳିତ ବଜେଟରେ ଆୟକର ଛାଡ ସୀମା ୭ଲକ୍ଷରୁ ୧୨ ଲକ୍ଷକୁ ବୃଦ୍ଧି କରାଯାଇଛି । ସରକାରଙ୍କ ସୁଶାସନଓ ସକ୍ରିୟତା କାରଣରୁ ଏହା ସଫଳ ହୋଇପାରିଥିବାପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

 

ଏକ ବିକଶିତ ଭାରତର ମୂଳଦୁଆ ବିଶ୍ୱାସ ଉପରେ ତିଷ୍ଠିଛି ।ଏହା ସବୁ ସରକାର, ନାଗରିକ ଓ ବ୍ୟବସାୟୀଙ୍କ ଲାଗି ଉଦ୍ଦିଷ୍ଟ ।ତେବେ ଏ ଦିଗରେ ନାଗରିକମାନଙ୍କ ମନରେ ଅପୂର୍ବ ଉତ୍ସାହଭରିବାକୁ ସରକାର ଅହରହ ଉଦ୍ୟମ କରୁଥିବା ସେ ଉଲ୍ଲେଖକରିଥିଲେ । ନିଜ ସ୍ୱପ୍ନକୁ ଚରିତାର୍ଥ କରିବା ପାଇଁ ଲୋକଙ୍କୁସରକାର ସୁଯୋଗ ଦେଉଥିବା ବେଳେ ସ୍ଥିର ଯୋଜନା ପ୍ରଣୟନକରାଯାଇ ବିଭିନ୍ନ ବ୍ୟବସାୟକୁ ମଜଭୂତ କରାଯାଉଛି । ତେବେଏପ୍ରକାର ବିଶ୍ୱାସ ଓ ଚିନ୍ତାଧାରାକୁ ଇଟି ସମିଟ ଦୃଢୀଭୂତ କରିବବୋଲି ପ୍ରଧାନମନ୍ତ୍ରୀ ଆଶା ପୋଷଣ କରିଥିଲେ ।  

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's banking sector resilient; 11-13% credit growth for January-June likely: Survey

Media Coverage

India's banking sector resilient; 11-13% credit growth for January-June likely: Survey
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 20, 2026
April 20, 2026

Honouring Saints, Powering Futures: PM Modi’s Leadership That Blends Heritage, Highways and High Growth