“ଗତ କିଛି ଦିନ ମଧ୍ୟରେ ଏକ ଲକ୍ଷରୁ ଅଧିକ ଜମାକାରୀ ସେମାନଙ୍କ ବର୍ଷ ବର୍ଷ ଧରି ପଡି ରହିଥିବା ଅର୍ଥକୁ ଫେରି ପାଇଛନ୍ତି । ଏହି ଅର୍ଥରାଶି ପରିମାଣ ୧୩୦୦କୋଟିରୁ ଅଧିକ”
“ଆଜିର ନବଭାରତ ସମସ୍ୟାର ସମାଧାନ ନିମନ୍ତେ ସଂଘର୍ଷ କରୁଛି, ଆଜିର ଭାରତ ସମସ୍ୟାକୁ ଏଡାଇ ଯିବାକୁ ଚାହୁଁନାହିଁ ।”
“ଗରିବ ଓ ମଧ୍ୟବିତ ଶ୍ରେଣୀର ବ୍ୟକ୍ତିଙ୍କ ହିତ ଦୃଷ୍ଟିରୁ ଆମେ ଗ୍ୟାରେଣ୍ଟି ବାବଦ ଅର୍ଥ ପାଂଚଲକ୍ଷକୁ ବୃଦ୍ଧି କରିଛୁ ।”
“ଆଗରୁ ଫେରସ୍ତ ନିମନ୍ତେ କୌଣସି ସମୟ ସୀମା ନ ଥିବାବେଳେ ଆମେ ଏବେ ୯୦ଦିନ ମଧ୍ୟ ଫେରସ୍ତ ବାଧ୍ୟତାମୂଳକ କରିଛୁ”
“ଦେଶର ସମୃଦ୍ଧିରେ ବ୍ୟାଙ୍କ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ବ୍ୟାଙ୍କର ସମୃଦ୍ଧି ନିମନ୍ତେ ଜମାକାରୀଙ୍କ ଅର୍ଥ ନିରାପଦ ରହିବା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ । ଆମେ ଯଦି ବ୍ୟାଙ୍କକୁ ବଞ୍ଚାଇବାକୁ ଚାହୁଁ , ଜମାକାରୀଙ୍କୁ ମଧ୍ୟ ସୁରକ୍ଷିତ ରଖିବାକୁ ହେବ”
“ଏପରିକି ଉନ୍ନତ ରାଷ୍ଟ୍ରମାନେ ଯେତେବେଳେ ସେମାନଙ୍କ ନାଗରିକମାନଙ୍କୁ ସାହାଯ୍ୟ କରିବା ଲାଗି ସଂଘର୍ଷ କରୁଥିଲେ, ଭାରତ ଦେଶର ପ୍ରତ୍ୟେକ ଶ୍ରେଣୀର ବ୍ୟକ୍ତିଙ୍କୁ ପ୍ରତ୍ୟକ୍ଷ ସାହାଯ୍ୟ ଯୋଗାଇଛି”
“ଜନଧନ ଯୋଜନାରେ ଖୋଲାଯାଇଥିବା କୋଟି କୋଟି ବ୍ୟାଙ୍କ ଖାତାରୁ ଅଧାରୁ ଅଧିକ ମହିଳାଙ୍କ ନାମରେ ରହିଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଏକ ସମାରୋହରେ ଜମାକାରୀମାନଙ୍କୁ ସମ୍ବୋଧନ କରିଛନ୍ତି । “ଡିପୋଜିଟର ପ୍ରଥମ: ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମୟାନୁଭିତ୍ତିକ ଗ୍ୟାରେଣ୍ଟେଡ ଜମା ବୀମା”ଯୋଜନା ସମାରୋହରେ କେନ୍ଦ୍ର ଅର୍ଥମନ୍ତ୍ରୀ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ କେତେକ ଜମାକାରୀଙ୍କୁ ଚେକ୍ ପ୍ରଦାନ କରିଥିଲେ ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବ୍ୟାଙ୍କ କ୍ଷେତ୍ର ଓ କୋଟି କୋଟି ବ୍ୟାଙ୍କ ଖାତାଧାରକଙ୍କ ନିମନ୍ତେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ଏହାର କାରଣ ହେଉଛି ଯୁଗ ଯୁଗ ଧରି ଯେଉଁ ବ୍ୟାଙ୍କ ସମସ୍ୟା ଅସମାଧିତ ହୋଇ ରହିଥିଲା ତାହାର ଆଜି ସମାଧାନ ହୋଇଛି । “ଡିପୋଜିଟିର ଫାଷ୍ଟ”ର ଯେଉଁ ଉତ୍ସାହ, ତାହାକୁ ଅର୍ଥପୂର୍ଣ୍ଣ ବୋଲି ଶ୍ରୀ ମୋଦୀ କହିଛନ୍ତି । ଗତ କିଛି ଦିନ ମଧ୍ୟରେ ଏକଲକ୍ଷରୁ ଅଧିକ ଜମାକାରୀ ବହୁଦିନ ଧରି ପଡି ରହିଥିବା ସେମାନଙ୍କର ଫେରି ପାଇଛନ୍ତି । ଏହାର ପରିଣାମ ୧୩ଶହ କୋଟି ଟଙ୍କାରୁ ଅଧିକ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୌଣସି ଦେଶ ସମୟୋଚିତ ସଂକଳ୍ପ ବଳରେ ହିଁ ଦେଶର ସମସ୍ୟା ବେଶୀ ଖରାପ ହେବା ଆଗରୁ ତାକୁ ରୋକିପାରିବ । ମାତ୍ର କେତେବର୍ଷ ଧରି ସମସ୍ୟାକୁ ଅଣଦେଖା କରିବା ଏକ ସ୍ୱଭାବ ବନିଯାଇଥିଲା । ଆଜି ନୂତନଭାରତ ସମସ୍ୟା ସମାଧାନ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି । ଭାରତ ସମସ୍ୟାକୁ ଅଣଦେଖା କରୁନାହିଁ ।                             

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ବ୍ୟାଙ୍କ ଜମାକାରୀଙ୍କ ନିମନ୍ତେ ବୀମା ପଦ୍ଧତି ଷାଠିଏ ଦଶକରେ ଅନୁସୃତ ହୋଇଥିଲା । ପୂର୍ବରୁ ବ୍ୟାଙ୍କରେ ହେଉଥିବା ଜମା ଅର୍ଥର କେବଳ ୫୦ହଜାର ଟଙ୍କା ଗ୍ୟାରେଣ୍ଟି ଥିଲା। ପରେ ଏହା ଏକ ଲକ୍ଷକୁ ବୃଦ୍ଧି ପାଇଲା । ଏହାର ଅର୍ଥ ହେଲା ଯଦି ବ୍ୟାଙ୍କ ଦେବାଳିଆ ହୋଇଯାଏ, ତେବେ ଜମାକାରୀ ମାତ୍ର ଏକଲକ୍ଷ ପର୍ଯ୍ୟନ୍ତ ଟଙ୍କା ପାଉଥିଲା । ସେ ପଇସା କେବେ ପଇଠ ହେବ ତାହାର ମଧ୍ୟ କୌଣସି ସମୟ ସୀମା ନ ଥିଲା । “ଗରିବ ଓ ମଧ୍ୟବିତ ଶ୍ରେଣୀର ଲୋକମାନଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ଆମେ ଏହି ଅର୍ଥରାଶି ପରିମାଣ ପାଞ୍ଚ ଲକ୍ଷକୁ ବୃଦ୍ଧି କରିଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅନ୍ୟ ଗୋଟେ ସମସ୍ୟା ଆଇନରେ ସଂଶୋଧନ କରାଗଲା । ପୂର୍ବରୁ ଫେରସ୍ତର କୌଣସି ସମୟ ସୀମା ନ ଥିବାବେଳେ, ଏବେ ଆମ ସରକାର ଏହି ସମୟ ସୀମା ୯୦ଦିନ ବା ତିନିମାସ ଧାର୍ଯ୍ୟ କରିଛି । ସେ ଦୃଷ୍ଟିରୁ “ଆଜି କୌଣସି ବ୍ୟାଙ୍କ ଡୁବି ଗଲେ ମଧ୍ୟ ଜମାକାରୀ ତା’ର ଅର୍ଥ ୯୦ଦିନ ମଧ୍ୟରେ ଫେରସ୍ତ ପାଇବ” ବୋଲି ସେ କହିଥିଲେ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ କିଛି ବର୍ଷ ମଧ୍ୟରେ ଅନେକ ଛୋଟ ଛୋଟ ସରକାରୀ ବ୍ୟାଙ୍କଗୁଡିକ ବୃହତ ବ୍ୟାଙ୍କରେ ମିଶାଇବା ଦ୍ୱାରା ସେମାନଙ୍କ ସାମର୍ଥ୍ୟ, ଦକ୍ଷତା ଓ ସ୍ୱଚ୍ଛତା ପ୍ରତ୍ୟେକ ଦୃଷ୍ଟିରୁ ମଜବୁତ ହୋଇଛି । ଯେତେବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ସମବାୟ ବ୍ୟାଙ୍କ ଗୁଡିକକୁ ନିରୀକ୍ଷଣ ମଧ୍ୟରେ ରଖେ ସାଧାରଣ ଜମାକାରୀଙ୍କ ଆସ୍ଥା ସମ୍ପୃକ୍ତ ବ୍ୟାଙ୍କ ଉପରେ ବୃଦ୍ଧି ପାଏ ବୋଲି ସେ କହିଥିଲେ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମସ୍ୟା କେବଳ ବ୍ୟାଙ୍କ ଖାତାକୁ ନେଇ ନୁହେଁ ବରଂ ଅଗମ୍ୟ ଗ୍ରାମଗୁଡିକରେ ବ୍ୟାଙ୍କ ସେବାକୁ ନେଇ ଦେଖାଦେଇଥାଏ । ଆଜି ଦେଶର ପ୍ରତ୍ୟେକ ଗ୍ରାମର ପାଞ୍ଚ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ବ୍ୟାଙ୍କ ସେବା ବା ବ୍ୟାଙ୍କ ପ୍ରତିନିଧି ରହିଛନ୍ତି । ଆଜି ଦେଶର ଜଣେ ସାଧାରଣ ନାଗରିକ ଦିନର ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ଡିଜିଟାଲ ପଦ୍ଧତିରେ ଦେଣନେଣ କରିପାରୁଛି ।

ଏହିପରି ଅନେକ ସଂସ୍କାର ଯୋଗୁଁ ଶହେ ବର୍ଷର ସର୍ବବୃହତ ବିପର୍ଯ୍ୟୟ ସତ୍ୱେ ଭାରତୀୟ ବ୍ୟାଙ୍କିଂ ପ୍ରଣାଳୀ ସୁରୁଖୁରୁରେ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । “ ଏପରିକି ଯେତେବେଳେ ଉନ୍ନତ ରାଷ୍ଟ୍ରମାନେ ସେମାନଙ୍କ ନାଗରିକଙ୍କୁ ସାହାଯ୍ୟ କରିବାକୁ ସଂଘର୍ଷ କରୁଥିଲେ, ଭାରତ ଦେଶର ପ୍ରତ୍ୟେକ ଶ୍ରେଣୀର ବ୍ୟକ୍ତିଙ୍କୁ ପ୍ରତ୍ୟକ୍ଷ ସାହାଯ୍ୟ ଯୋଗାଇବାରେ ସକ୍ଷମ ହୋଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ କିଛି ବର୍ଷ ମଧ୍ୟରେ ବୀମା, ବ୍ୟାଙ୍କ ଋଣ ଏବଂ ଆର୍ଥିକ ସଶକ୍ତିକରଣ ଯୋଗୁଁ ଗରିବ, ମହିଳା, ରାସ୍ତାକଡ ବିକ୍ରେତା ଓ କ୍ଷୁଦ୍ରଚାଷୀ ବିଶେଷ ଭାବେ ଉପକୃତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗରୁ ମହିଳାମାନଙ୍କ କ୍ଷେତ୍ରରେ ଦେଶରେ ବ୍ୟାଙ୍କ ସେବା ପହଞ୍ଚି ନ ଥିଲା । ହେଲେ ତାଙ୍କ ସରକାର ଏହାକୁ ପ୍ରାଥମିକତା ଦେଲେ । ଜନଧନ ଯୋଜନା ଅଧୀନରେ ଖୋଲାଯାଇଥିବା କୋଟି କୋଟି ବ୍ୟାଙ୍କ ଖାତା ମଧ୍ୟରୁ ଅଧାରୁ ଅଧିକ ମହିଳାଙ୍କ ନାମରେ ଖୋଲାଯାଇଛି ।” ଏହି ବ୍ୟାଙ୍କ ଖାତାଗୁଡିକର ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଉପରେ ପ୍ରଭାବ ଆମେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରେ ବେଶ ଅନୁଧ୍ୟାନ କରୁଛି” ବୋଲି ସେ କହିଥିଲେ । 

ସମସ୍ତ ଜମା ଯଥା ସଞ୍ଚୟ, ସ୍ଥାୟୀ, ଚଳନ୍ତୀ, ଆବର୍ତ୍ତୀରେ ବୀମା ଦେଶର ସମସ୍ତ ବାଣିଜ୍ୟିକ ବ୍ୟାଙ୍କରେ ଦିଆଯାଉଛି । ରାଜ୍ୟ,କେନ୍ଦ୍ରୀୟ ଓ ପ୍ରାଥମିକ ସମବାୟ ବ୍ୟାଙ୍କରେ ମଧ୍ୟ ଏହା ବଳବତ୍ତର ରହିଛି । ଏକ ଘଟଣାବହୁଳ ସଂସ୍କାର କ୍ରମରେ ବ୍ୟାଙ୍କ ଜମା ବୀମା ଏକ ଲକ୍ଷରୁ ପାଞ୍ଚ ଲକ୍ଷକୁ ବୃଦ୍ଧି କରାଯାଇଛି ।

ବ୍ୟାଙ୍କ ପିଛା ଜଣେ ଜମାକାରୀର ଜମା ଉପରେ ବୀମାରାଶି ପାଞ୍ଚଲକ୍ଷ ହିସାବରେ ଦେଖିଲେ ଗତ ଆର୍ଥିକ ବର୍ଷରେ ସମ୍ପୂର୍ଣ୍ଣ ସୁରକ୍ଷିତ ଖାତା ୯୮.୧% ଥିବାବେଳେ ଆର୍ନ୍ତଜାତିକ କ୍ଷେତ୍ରରେ ଏହା ଶତକଡା ୮୦ଭାଗ ରହିଛି ।

 ନିକଟରେ ଜମା ବୀମା ଓ ଋଣ ଗ୍ୟାରେଣ୍ଟି ନିଗମ ପ୍ରଥମ ମଧ୍ୟବର୍ତୀକାଳୀନ ଦେୟ ଛାଡିଛି । ଏହା ୧୬ଟି ନଗର ସମବାୟ ବ୍ୟାଙ୍କରୁ ଜମାକାରୀଙ୍କ ଦାବି ମୁତାବକ ଛଡାଯାଇଛି । ଏହାଛଡା ଏକ ଲକ୍ଷରୁ ଅଧିକ ଜମାକାରୀଙ୍କୁ ସେମାନଙ୍କ ଦାବି ଅନୁସାରେ ୧୩ଶହ କୋଟି ଟଙ୍କା ପଇଡ କରାଯାଇଛି ।

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India hosts 440 space startups, private investment up six-fold to $618 mn

Media Coverage

India hosts 440 space startups, private investment up six-fold to $618 mn
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting the power of collective resolve, unity, and mutual cooperation for societal progress
August 17, 2026

Prime Minister Shri Narendra Modi shared a Sanskrit Subhashitam today, highlighting the importance of collective resolve and unity of minds in driving national progress and societal well-being.

The Prime Minister wrote on X;

"सामूहिक संकल्प और एकता की शक्ति से ही देश आगे बढ़ता है। यही भावना भारत की प्रगति और समृद्धि की मजबूत नींव है।

समानी व आकूतिः समाना हृदयानि वः।

समानमस्तु वो मनो यथा वः सुसहासति॥"

All our resolves should be identical, our minds should be connected with the feeling of unity, so that we may all continually strive for the progress of society through mutual cooperation and equal treatment.