ଭକ୍ତମାନେ ଆଧ୍ୟାତ୍ମିକ ଉଦ୍ଦେଶ୍ୟ ତଥା ସାମାଜିକ ସେବାର ଉଦ୍ଦେଶ୍ୟ ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଉଚିତ୍‍
ଲୋକଙ୍କୁ ଜୈବିକ ଚାଷ, ନୂତନ ଫସଲ ପ୍ରଣାଳୀ ଗ୍ରହଣ କରିବାକୁ ଉତ୍ସାହିତ କରିଛନ୍ତି

ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଗୁଜୁରାଟର ଉମିଆ ମାତା ଧାମ ମନ୍ଦିର ଏବଂ ମନ୍ଦିର ପରିସରରେ ଜଡିତ ଥିବା ମାଉମିଆ ଧାମ ବିକାଶ ପ୍ରକଳ୍ପର ମୂଳଦୁଆ ପକାଇବା ଅବସରରେ ସମ୍ବୋଧିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକଳ୍ପ \'ସବକାପ୍ରୟାସ\' ଧାରଣାର ଏକ ପ୍ରକୃଷ୍ଟ ଉଦାହରଣ କାରଣ ଏହି ଶୁଭ ପ୍ରକଳ୍ପ ସମସ୍ତଙ୍କ ଉଦ୍ୟମରେ ପୂରଣ ହେବ । ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଭକ୍ତମାନେ ଆଧ୍ୟାତ୍ମିକ ଉଦ୍ଦେଶ୍ୟର ଭାବନା ସହିତ ସାମାଜିକ ସେବାର ଉଦ୍ଦେଶ୍ୟ ପାଇଁ ଏହି ପବିତ୍ର କାର୍ଯ୍ୟରେ ଅଂଶଗ୍ରହଣ କରିବା ଉଚିତ୍‍ କାରଣ ଲୋକଙ୍କ ସେବା ହେଉଛି ସବୁଠାରୁ ବଡ ପୂଜା ।

ସଂଗଠନର ସମସ୍ତ ଦିଗରେ ଦକ୍ଷତା ବିକାଶର ଉପାଦାନ ଅନ୍ତର୍ଭୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ଉପସ୍ଥିତ ସମାବେଶକୁ କହିଥିଲେ । ଆମର ପୁରାତନ କାଳରେ, ପରିବାର ସ୍ଥାପନା ପାଇଁ ଏଭଳି ବ୍ୟବସ୍ଥା ହେଉଥିଲା ଯାହା ପରବର୍ତ୍ତୀ ପୀଢି ପାଇଁ ଏହି କୌଶଳ ଉତ୍ତରାଧିକାରୀ ସୂତ୍ରରେ ମିଳୁଥିଲା । ବର୍ତ୍ତମାନ ସାମାଜିକ ବ୍ୟବସ୍ଥା ବହୁତ ବଦଳିଛି, ତେଣୁ ଏଥି ପାଇଁ ଆମକୁ ନୂଆ କୌଶଳ ସ୍ଥାପନ ଆବଶ୍ୟକ ପଡିବ ବୋଲି ସେ କହିଛନ୍ତି ।

ବେଟିବଚାଓ ବେଟିପଢାଓ ଅଭିଯାନ ସମୟରେ ଶ୍ରୀ ମୋଦୀ ଉନ୍‍ଝା ଗସ୍ତକୁ ମନେ ପକାଇଥିଲେ । ସେହି ଗସ୍ତ ସମୟରେ ସେ ଜୋର ଦେଇଥିଲେ ଯେ କନ୍ୟା ଜନ୍ମ ହାରରେ ହ୍ରାସ ପରିଲକ୍ଷିତ ହେଉଛି ଯାହା ଏକ କଳଙ୍କ । ଆହ୍ୱାନକୁ ଗ୍ରହଣ କରିଥିବାରୁ ସେ ଲୋକମାନଙ୍କୁ ଧନ୍ୟବାଦ ଜଣାଇଲେ ଏବଂ ଧିରେ ଧିରେ ଏକ ପରିସ୍ଥିତି ଉପୁଜିଲା ଯେଉଁଠାରେ ଝିଅମାନଙ୍କ ସଂଖ୍ୟା ପୁଅମାନଙ୍କ ସହିତ ସମାନ ହୋଇଗଲା । ସେହିଭଳି,  ସେ  ମାଉମିଆଙ୍କ  ଆଶୀର୍ବାଦ ଏବଂ ଏହି ଅଞ୍ଚଳର ଜଳ ପରିସ୍ଥିତିର ମୁକାବିଲା କରିବାରେ ଭକ୍ତଙ୍କ ଅଂଶଗ୍ରହଣକୁ ମନେ ପକାଇଥିଲେ ।  ବୁନ୍ଦା ଜଳସେଚନ ପ୍ରଣାଳୀକୁ ବହୁଳ ଭାବରେ ଗ୍ରହଣ କରିଥିବାରୁ ସେ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯଦି ମାଉମିଆ ହେଉଛନ୍ତି ଆଧ୍ୟାତ୍ମିକ ମାର୍ଗଦର୍ଶକ, ତେବେ ଆମର ଭୂମି ହେଉଛି ଆମର ଜୀବନ । ଏହି ଅଞ୍ଚଳରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଗ୍ରହଣକୁ ନେଇ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ଉତ୍ତର ଗୁଜୁରାଟ ଅଞ୍ଚଳରେ ଜୈବିକ ଚାଷକୁ ଆପଣେଇବାକୁ ଲୋକଙ୍କୁ କହିଥିଲେ । ଜୈବିକ ଚାଷକୁ ଜିରୋ ବଜେଟ୍ ଫାର୍ମିଙ୍ଗ୍ ମଧ୍ୟ କୁହାଯାଇପାରେ । ଠିକ ଅଛି, ଯଦି ତୁମେ ମୋର ଅନୁରୋଧକୁ ଉପଯୁକ୍ତ ମନେ କରୁନାହଁ, ମୁଁ ଏକ ବିକଳ୍ପ ପରାମର୍ଶ ଦେବି । ଯଦି ତୁମର ଦୁଇ ଏକର ଚାଷ ଜମି ଅଛି, ତେବେ ଅତି କମରେ ଏକ ଏକର ଜମିରେ ଜୈବିକ ଚାଷ କରିବାକୁ ଚେଷ୍ଟା କର ଏବଂ ବାକି ଏକ ଏକର ଜମିରେ ପୂର୍ବପରି ଚାଷ କର । ଦ୍ୱିତୀୟ ବର୍ଷ ପାଇଁ ସମାନ ଚେଷ୍ଟା କରନ୍ତୁ । ଯଦି ଆପଣ ଏହାକୁ ଲାଭଦାୟକ ମନେ କରନ୍ତି, ତେବେ ଆପଣ ପୁରା ୨ ଏକର ଜମିରେ ଜୈବିକ ଚାଷକୁ ଯାଇପାରିବେ । ଏହା ଖର୍ଚ୍ଚ କମ୍‍ କରିବ ଏବଂ ଏହାଦ୍ୱାରା ଆମ ଜମିର ନବୀକରଣ ହେବ ବୋଲି ସେ ଅନୁରୋଧ କରିଛନ୍ତି । ୧୬ ଡିସେମ୍ବରରେ ଜୈବିକ କୃଷି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ସେ ସେମାନଙ୍କୁ ନିମନ୍ତ୍ରଣ କରିଥିଲେ । ନୂତନ ଫସଲ ପ୍ରଣାଳୀ ଏବଂ ଫସଲ ଗ୍ରହଣ କରିବାକୁ ସେ ସେମାନଙ୍କୁ ଅନୁରୋଧ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EU Firms Generate 186 Billion Euros In India, Support 6 Million Jobs: Report

Media Coverage

EU Firms Generate 186 Billion Euros In India, Support 6 Million Jobs: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 8, 2026
May 08, 2026

Nari Shakti to National Security: One Vision, a Thousand Victories Under PM Modi