Our aim is to reduce India's carbon footprint by 30-35% and increase the share of natural gas by 4 times : PM
Urges the youth of the 21st century to move forward with a Clean Slate
The one who accepts challenges, confronts them, defeats them, solves problems, only succeeds: PM Modi
The seed of success lies in a sense of responsibility: PM Modi
There is no such thing as ‘cannot happen’: PM Modi Sustained efforts bring results: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (21.11.2020) ଗୁଜରାଟର ଗାନ୍ଧୀନଗରସ୍ଥିତ ପଣ୍ଡିତ ଦୀନ ଦୟାଲ ପେଟ୍ରୋଲିୟମ ବିଶ୍ଵବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ 45 ମେଗାୱାଟଯୁକ୍ତ ମନୋକ୍ରିଷ୍ଟାଲିନ ସୋଲାର ଫୋଟୋ ଭୋଲ୍ଟାଇକ ପ୍ୟାନେଲ ଯୁକ୍ତ ଜଳ ପ୍ରଯୁକ୍ତି ଉତ୍କର୍ଷ କେନ୍ଦ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହାବ୍ୟତୀତ ଶ୍ରୀ ମୋଦୀ ଉଦ୍ଭାବନ ଓ ଇନକ୍ୟୁବେଶନ ସେଣ୍ଟର, ପ୍ରଯୁକ୍ତି ବ୍ୟାପାର ଇନକ୍ୟୁବେଶନ, ଅନୁବାଦ ଗବେଷଣା କେନ୍ଦ୍ର ଓ କ୍ରିଡାଙ୍ଗନ ଇତ୍ୟାଦି ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଉଦଘାଟନ କରିଛନ୍ତି ।

ବିଦ୍ୟାର୍ଥୀମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଶ୍ଵ ବର୍ତ୍ତମାନ ଯେଭଳି ଏକ ଜଟିଳ ସ୍ଥିତି ଦେଇ ଗତିକରୁଛି ସେତେବେଳେ ଜଣେ ସ୍ନାତକୋତ୍ତର ଉପାଧି ହାସଲ କରିବା ସହଜ ନୁହେଁ । ତୁମମାନଙ୍କର ସାମର୍ଥ୍ୟ ଓ ଶକ୍ତି ଅଧିକ । ସେ କହିଥିଲେ ଯେ, ବୈଶ୍ଵିକ ମହାମାରୀ ଭଳି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ବର୍ତ୍ତମାନ ଏମିତି ଏକ ଶିଳ୍ପ କ୍ଷେତ୍ରରେ ପ୍ରବେଶ କରୁଛନ୍ତି ଯେତେବେଳେ କି ସମଗ୍ର ବିଶ୍ଵରେ ଶକ୍ତି କ୍ଷେତ୍ରରେ ପ୍ରମୁଖ ପରିବର୍ତ୍ତନ ଦେଖାଦେଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ଭାରତରେ ଶକ୍ତି କ୍ଷେତ୍ରରେ ଅଭିବୃଦ୍ଧି, ଉଦ୍ୟୋଗ ଓ ନିଯୁକ୍ତି ପାଇଁ ବିରାଟ ସାମର୍ଥ୍ୟ ରହିଛି । ସେ କହିଥିଲେ ଯେ, ଆଜି ଦେଶ ଶତକଡା 30 ରୁ 35 ଭାଗ ପର୍ଯ୍ୟନ୍ତ ଅଙ୍ଗାରକ ହ୍ରାସ କରିବା ପାଇଁ ଆଗେଇ ଚାଲିଥିବା ବେଳେ ଚଳିତ ଦଶନ୍ଧିରେ ପ୍ରାକୃତିକ ବାଷ୍ପ 4ଗୁଣ ବୃଦ୍ଧି କରିବାକୁ ଚେଷ୍ଟା ଚାଲିଛି । ଆସନ୍ତା 5 ବର୍ଷ ମଧ୍ୟରେ ତୈଳ ବିଶୋଧନ ସାମର୍ଥ୍ୟ ଦ୍ଵିଗୁଣିତ କରିବା ସହ ଶକ୍ତି ସୁରକ୍ଷା ଜନିତ ଷ୍ଟାର୍ଟଅପ ବାତାବରଣକୁ ମଜବୁତ କରାଯାଉଛି । ଛାତ୍ରଛାତ୍ରୀ ଓ ବୃତ୍ତିଧାରୀମାନଙ୍କ ପାଇଁ ପାଣ୍ଠି ମଧ୍ୟ ସୃଷ୍ଟି କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଜୀବନର କୌଣସି ଉଦ୍ଦେଶ୍ୟ ହାସଲ ନିମନ୍ତେ ପ୍ରୟାସ କରିବାକୁ ଉପଦେଶ ଦେଇଛନ୍ତି । ସଫଳ ବ୍ୟକ୍ତିମାନଙ୍କର ଜୀବନରେ ଯେ ସମସ୍ୟା ନାହିଁ, ସେକଥା ନୁହେଁ, ମାତ୍ର ଯିଏ ଆହ୍ଵାନକୁ ଗ୍ରହଣ କରେ, ଘାତପ୍ରତିଘାତକୁ ସାମନା କରି ତାକୁ ପରାସ୍ତ କରେ ଓ ସମସ୍ୟାର ସମାଧାନ କରେ, ସେ ହିଁ ସଫଳତା ପାଇଥାଏ । ଯେଉଁମାନେ ଜୀବନରେ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି, ସେମାନେ ଜୀବନରେ ସଫଳତା ହାସଲ କରିଥାନ୍ତି । ସେ କହିଥିଲେ ଯେ, 1922 ରୁ 1947 ମଧ୍ୟରେ ଦେଶର ଯୁବଗୋଷ୍ଠୀ ସ୍ଵାଧୀନତା ପାଇଁ ସମସ୍ତ ତ୍ୟାଗ ସ୍ଵୀକାର କରିଥିଲେ । ସେ ଛାତ୍ରଛାତ୍ରୀମାନଙ୍କୁ ଦେଶପାଇଁ ଆତ୍ମନିର୍ଭର ଭାରତ ଆନ୍ଦୋଳନରେ ଯୋଗ ଦେଇ ଦାୟିତ୍ଵପୂର୍ଣ୍ଣ ହେବା ପାଇଁ ଆହ୍ଵାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦାୟିତ୍ଵବୋଧ ଥିଲେ ସଫଳତା ଆପେ ଆପେ ଆସିବ ଏବଂ ଦାୟିତ୍ଵବୋଧ ଜୀବନର ଲକ୍ଷ୍ୟ ହାସଲରେ ସହାୟକ ହେବ । ଯେଉଁମାନଙ୍କର ଦାୟିତ୍ଵବୋଧ ରହିଛି, ସେମାନେ ଜୀବନରେ ସଫଳତା ହାସଲ କରିଛନ୍ତି । ମାତ୍ର ଯେଉଁମାନେ ଜୀବନର କଠିନ ମାର୍ଗକୁ ଆହ୍ଵାନଭାବେ ଗ୍ରହଣ କରିନାହାନ୍ତି, ସେମାନେ ଲକ୍ଷ୍ୟ ହାସଲ ଦିଗରେ ଅସଫଳ ହୋଇଛନ୍ତି । ଦାୟିତ୍ଵବୋଧ ଯୋଗୁଁ ଜଣଙ୍କ ଜୀବନରେ ଅନେକ ସୁଯୋଗ ସୃଷ୍ଟି ହୋଇଥାଏ ବୋଲି କହି ଭାରତ ବର୍ଷ ଅନେକ କ୍ଷେତ୍ରରେ ପ୍ରଗତି କରୁଥିବା ବେଳେ ଯୁବ ସ୍ନାତକମାନେ ଅଙ୍ଗୀକାରବଦ୍ଧତା ସହ ତାହା ହାସଲ କରିବା  ଉଚିତ ବୋଲି କହିଛନ୍ତି । ଶ୍ରୀ ମୋଦୀ ପ୍ରକୃତି ସହ ପରିବେଶର ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ଵାରୋପ କରିଛନ୍ତି ।

ଏକ ମୁକ୍ତ ମନ ଓ ହୃଦୟ ନେଇ ବର୍ତ୍ତମାନର ଯୁବପିଢି ଆଗେଇ ଯିବାପାଇଁ ପ୍ରଧାନମନ୍ତ୍ରୀ ଆହ୍ଵାନ ଦେଇଛନ୍ତି । ମୁକ୍ତ ମନ ଓ ହୃଦୟର ଅର୍ଥ ହେଉଛି ମୁକ୍ତ ଓ ଅବାଧ ଉଦ୍ଦେଶ୍ୟ । ଏକବିଂଶ ଶତାବ୍ଦୀରେ ସମଗ୍ର ବିଶ୍ଵ ଭାରତ ଉପରେ ଅନେକ ଆଶା ରଖିଛି ଓ ସମସ୍ତ ଆଶା ଆକାଂକ୍ଷା ଛାତ୍ରଛାତ୍ରୀ ଓ ବୃତ୍ତିଗତ ଦକ୍ଷତା ଉପରେ ନିର୍ଭରଶୀଳ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi becomes first world leader to cross 100 million Instagram followers

Media Coverage

PM Modi becomes first world leader to cross 100 million Instagram followers
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Condoles the Passing of Shri Maroof Raza Ji
February 26, 2026

Prime Minister Narendra Modi has expressed grief over the passing of Shri Maroof Raza Ji, honoring his legacy in the fields of journalism.

The Prime Minister stated that Shri Maroof Raza Ji made a rich contribution to the world of journalism. He noted that Shri Raza enriched public discourse through his nuanced understanding of defence, national security, and strategic affairs.

Expressing his sorrow, the Prime Minister said he is pained by his passing and extended his condolences to his family and friends.
The Prime Minister shared on X:

“Shri Maroof Raza Ji made a rich contribution to the world of journalism. He enriched public discourse with his nuanced understanding of defence, national security as well as strategic affairs. Pained by his passing. Condolences to his family and friends”