‘‘ଦେଶର ସମସ୍ତ ମହିଳା ଆୟୋଗଗୁଡ଼ିକ ସେମାନଙ୍କର ପରିସର ବଢ଼ାଇବା ଉଚିତ୍‌ ଏବଂ ରାଜ୍ୟର ମହିଳାମାନଙ୍କୁ ଏକ ନୂତନ ମାର୍ଗ ପ୍ରଦର୍ଶନ କରିବା ଆବଶ୍ୟକ’’
‘‘ଆତ୍ମନିର୍ଭର ଭାରତ ଅଭିଯାନ ଦେଶର ବିକାଶ ସହିତ ମହିଳାମାନଙ୍କର ସାମର୍ଥ୍ୟକୁ ଯୋଡ଼ୁଛି’’
‘‘୨୦୧୬ ପରେ ଗଢ଼ି ଉଠିଥିବା ୬୦ ହଜାରରୁ ଅଧିକ ଷ୍ଟାର୍ଟଅପ୍ସ ମଧ୍ୟରୁ, ୪୫ ପ୍ରତିଶତରେ ଅତି କମରେ ଜଣେ ମହିଳା ନିର୍ଦ୍ଦେଶକ ରହିଛନ୍ତି’’
‘‘୨୦୧୫ ପରଠାରୁ ୧୮୫ ଜଣ ମହିଳାଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି। ଚଳିତ ବର୍ଷ ବିଭିନ୍ନ ବର୍ଗରେ ସମ୍ମାନିତ ବ୍ୟକ୍ତିଙ୍କ ମଧ୍ୟରେ ୩୪ ଜଣ ମହିଳା ରହିଛନ୍ତି, ଏହା ଏକ ରେକର୍ଡ’’
‘‘ସର୍ବାଧିକ ମାତୃତ୍ୱ ଅବକାଶ ବ୍ୟବସ୍ଥା କରିଥିବା ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ଆଜି ସାମିଲ ହୋଇପାରିଛି ଯେଉଁ ସରକାର ମହିଳାମାନଙ୍କ ସୁରକ୍ଷା ପ୍ରାଥମିକତା ଦିଅନ୍ତି ନାହିଁ, ମହିଳାମାନେ ତାଙ୍କୁ କ୍ଷମତାଚ୍ୟୁତ କରିଥାନ୍ତି’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାତୀୟ ମହିଳା ଆୟୋଗର ୩୦ତମ ପ୍ରତିଷ୍ଠା ଦିବସ ସମାରୋହରେ ଉଦବୋଧନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ‘ମହିଳା ପରିବର୍ତ୍ତନର ବାହକ’’ ରଖାଯାଇଥିଲା। ଭିନ୍ନ ଭିନ୍ନ କ୍ଷେତ୍ରରେ ମହିଳାମାନଙ୍କର ଉପଲବ୍ଧିକୁ ପାଳନ କରିବା ଏ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ବିଭିନ୍ନ ରାଜ୍ୟର ମହିଳା ଆୟୋଗ, ରାଜ୍ୟ ସରକାରମାନଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନ, ମହିଳା ଉଦ୍ୟୋଗୀ ଏବଂ ବ୍ୟବସାୟ ସଂଘର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ ଇରାନୀ; ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମୁଞ୍ଜପାରା ମହେନ୍ଦ୍ରଭାଇ କାଲୁଭାଇ, ଏବଂ ଶ୍ରୀମତୀ ଦର୍ଶନା ଜାର୍ଦ୍ଦୋଶ; ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ରେଖା ଶର୍ମା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମାବେଶରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ୩୦ତମ ପ୍ରତିଷ୍ଠା ଦିବସ ଅବସରରେ ଜାତୀୟ ମହିଳା ଆୟୋଗକୁ ଅଭିନନ୍ଦନ ଜଣାଇଥିଲେ। ଜଣେ ବ୍ୟକ୍ତିର ଜୀବନରେ ହେଉ ଅବା ଏକ ସଂଗଠନରେ, ୩୦ ବର୍ଷର ମାଇଲଖୁଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ନୂଆ ଉତ୍ତରଦାୟିତ୍ୱ ଗ୍ରହଣ କରିବା ଏବଂ ନୂଆ ଉତ୍ସାହ ନେଇ ଆଗକୁ ବଢ଼ିବାର ସମୟ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ ଯେ, ଆଜି ଭାରତରେ ପରିବର୍ତ୍ତନ ଦେଖିବାକୁ ମିଳିଛି, ଏହା ସହିତ ତାଳ ଦେଇ ମହିଳାମାନଙ୍କର ଭୂମିକା ମଧ୍ୟ ନିରନ୍ତର ଭାବେ ବିସ୍ତାରିତ ହେଉଛି। ତେଣୁ, ସେ କହିଥିଲେ ଯେ, ଜାତୀୟ ମହିଳା ଆୟୋଗର ଭୂମିକା ମଧ୍ୟ ବ୍ୟାପକ ହେବା ବର୍ତ୍ତମାନ ସମୟର ଆବଶ୍ୟକତା। ଦେଶର ସମସ୍ତ ମହିଳା ଆୟୋଗଗୁଡ଼ିକ ସେମାନଙ୍କର ପରିସର ବଢ଼ାଇବା ଉଚିତ୍‌ ଏବଂ ରାଜ୍ୟର ମହିଳାମାନଙ୍କୁ ଏକ ନୂତନ ମାର୍ଗ ପ୍ରଦର୍ଶନ କରିବା ଆବଶ୍ୟକ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଶହ ଶହ ବର୍ଷ ଧରି କ୍ଷୁଦ୍ର ସ୍ଥାନୀୟ ଉଦ୍ୟୋଗ ଏବଂ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ଗୁଡ଼ିକ ଭାରତର ସାମର୍ଥ୍ୟ ହୋଇ ରହି ଆସିଛନ୍ତି। ଏହି ସବୁ ଉଦ୍ୟୋଗରେ ପୁରୁଷଙ୍କ ଭଳି ମହିଳାମାନଙ୍କର ମଧ୍ୟ ସମାନ ଭୂମିକା ରହିଥାଏ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୁରୁଣା କାଳିଆ ଚିନ୍ତାଧାରା ମହିଳାମାନଙ୍କୁ ଆବଦ୍ଧ କରି ରଖିଥିଲା ଏବଂ ସେମାନଙ୍କର ଦକ୍ଷତା କେବଳ ଘରକରଣା କାମରେ ସୀମିତ ରହିଥିଲା। ଦେଶର ଅର୍ଥବ୍ୟବସ୍ଥାକୁ ଆଗେଇ ନେବାକୁ ହେଲେ ଏହି ପୁରୁଣା କାଳିଆ ଚିନ୍ତାଧାରାକୁ ବଦଳାଇବା ଜରୁରି। ଆଜି ମେକ୍‌ ଇନ୍‌ ଇଣ୍ଡିଆ ଏହି କାମ ହିଁ କରୁଛି। ଆତ୍ମନିର୍ଭର ଭାରତ ଅଭିଯାନ ଦେଶର ବିକାଶ ସହିତ ମହିଳାମାନଙ୍କର ସାମର୍ଥ୍ୟକୁ ଯୋଡ଼ି ପାରିଛି ବୋଲି ସେ କହିଥିଲେ। ଏହାର ସବୁଠୁ ବଡ଼ ପ୍ରମାଣ ହେଉଛି, ମୁଦ୍ରା ଯୋଜନାର ହିତାଧିକାରୀମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ମହିଳା ରହିଛନ୍ତି।  ବିଗତ ୬-୭ ବର୍ଷ ମଧ୍ୟରେ ଦେଶରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ସଂଖ୍ୟା ପ୍ରାୟ ତିନି ଗୁଣା ବୃଦ୍ଧି ପାଇଛି। ଅନୁରୂପ ଭାବେ, ୨୦୧୬ ପରେ ପ୍ରତିଷ୍ଠା ହୋଇଥିବା ୬୦ ହଜାରରୁ ଅଧିକ ଷ୍ଟାର୍ଟଅପ୍ସ ମଧ୍ୟରୁ ୪୫ ପ୍ରତିଶତ ଷ୍ଟାର୍ଟଅପ୍ସରେ ଅତିକମରେ ଜଣେ ମହିଳା ନିର୍ଦ୍ଦେଶକ ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।।

ଶ୍ରୀ ମୋଦୀ କହିଥିଲେ ଯେ, ନୂତନ ଭାରତର ଅଭିବୃଦ୍ଧି ଧାରାରେ ମହିଳାମାନଙ୍କର ଯୋଗଦାନ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ସମାଜର ଉଦ୍ୟମିତାରେ ମହିଳାମାନଙ୍କର ଏହି ଭୂମିକାକୁ ମହିଳା ଆୟୋଗମାନେ ପ୍ରୋତ୍ସାହିତ କରିବା ଏବଂ ସର୍ବାଧିକ ମାନ୍ୟତା ଦେବା ଉଚିତ୍‌। ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ, ୨୦୧୫ ପରଠାରୁ ୧୮୫ ଜଣ ମହିଳାଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି। ଚଳିତ ବର୍ଷ ବିଭିନ୍ନ ବର୍ଗରେ ସମ୍ମାନିତ ବ୍ୟକ୍ତିଙ୍କ ମଧ୍ୟରେ ୩୪ ଜଣ ମହିଳା ରହିଛନ୍ତି, ଏହା ଏକ ରେକର୍ଡ। ମହିଳାମାନଙ୍କୁ ଏତେ ସଂଖ୍ୟକ ପୁରସ୍କାର ଦିଆଯିବା ଅଭୂତପୂର୍ବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଶ୍ରୀ ମୋଦୀ କହିଥିଲେ ଯେ ଗତ ୭ ବର୍ଷ ମଧ୍ୟରେ, ଦେଶରେ ପ୍ରଣିତ ନୀତିଗୁଡ଼ିକ ମହିଳାମାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ରହିଛି। ମହିଳାମାନଙ୍କୁ ସର୍ବାଧିକ ମାତୃତ୍ୱ ଅବକାଶ ବ୍ୟବସ୍ଥା କରିଥିବା ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ଆଜି ସାମିଲ ହୋଇପାରିଛି। ଝିଅମାନଙ୍କର ଶିକ୍ଷା ଓ କ୍ୟାରିଅରରେ ଆଗୁଆ ବିବାହ ବୟସ ଯେପରି ବାଧକ ନସାଜିବ ସେଥିପାଇଁ ଝିଅମାନଙ୍କ ବିବାହର ସର୍ବନିମ୍ନ ବୟସସୀମା ୨୧ ବର୍ଷକୁ ବୃଦ୍ଧି କରିବା ଲାଗି ପ୍ରୟାସ କରାଯାଉଛି।

ପ୍ରଧାନମନ୍ତ୍ରୀ କହିଥିଲେ, ବର୍ଷ ବର୍ଷ ଧରି ଗ୍ରାମୀଣ ମହିଳାମାନେ ସଶକ୍ତିକରଣ ଠାରୁ ଅନେକ ଦୂରରେ ରହିଆସିଥିଲେ। ଏବେ ସେମାନଙ୍କର ଉନ୍ନତିକରଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସେମାନଙ୍କୁ ୯ କୋଟି ଗ୍ୟାସ ସଂଯୋଗ ଦିଆଯାଇଛି  ଓ ଶୌଚାଳୟ ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପରିବାରର ମହିଳା ସଦସ୍ୟଙ୍କ ନାମରେ ପକ୍କା ଘର ଆବଣ୍ଟନ କରାଯାଉଛି। ଗର୍ଭାବସ୍ଥା ସମୟରେ ସହାୟତା, ଜନ ଧନ ଆକାଉଣ୍ଟ ଖୋଲାଯିବା ଆଦି ପଦକ୍ଷେପ ଯୋଗୁ ଏହି ମହିଳାମାନେ ପରିବର୍ତ୍ତିତ ଭାରତ ଏବଂ ନାରୀ ସଶକ୍ତିକରଣର ପରିଚାୟକ ପାଲଟିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହିଳାମାନେ ଯେତେବେଳେ ସଂକଳ୍ପ ନିଅନ୍ତି, ସେମାନେ କେବଳ ସେହି ଦିଗରେ ହିଁ ଅଗ୍ରସର ହୋଇଥାନ୍ତି। ଯେଉଁ ସରକାର ମହିଳାମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତି ନାହିଁ, ମହିଳାମାନେ ତାଙ୍କୁ କ୍ଷମତାରୁ ଗାଦିଚ୍ୟୁତ କରିଥାନ୍ତି। ଶ୍ରୀ ମୋଦୀ ବିଶେଷ ଭାବେ କହିଥିଲେ ଯେ, ସରକାର ମହିଳାମାନଙ୍କର ପ୍ରତି ହେଉଥିବା ଅପରାଧ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ନେଇ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ଅନେକ କଠୋର ଆଇନ ପ୍ରଣୟନ କରାଯାଇଛି। ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ପାଇଁ ମୃତ୍ୟୁଦଣ୍ଡ ବ୍ୟବସ୍ଥା କରାଯାଇଛି। ଫାଷ୍ଟ ଟ୍ରାକ୍‌ ନ୍ୟାୟାଳୟ ପ୍ରତିଷ୍ଠା, ପୁଲିସ ଷ୍ଟେସନଗୁଡ଼ିକରେ ମହିଳା ସହାୟତା ଡେସ୍କ ଖୋଲିବା, ୨୪ ଘଣ୍ଟିଆ ହେଲ୍ପଲାଇନ ବ୍ୟବସ୍ଥା, ସାଇବର ଅପରାଧ ମୁକାବିଲ ପାଇଁ ପୋର୍ଟାଲ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's chip dreams get a Rs 1.25 lakh crore push with Semiconductor Mission 2.0

Media Coverage

India's chip dreams get a Rs 1.25 lakh crore push with Semiconductor Mission 2.0
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the President of Iran
June 30, 2026
President Pezeshkian briefs PM on the recent developments in West Asia.
PM welcomes the understanding reached and reiterates the need for continued efforts for lasting peace and stability.

Prime Minister Shri Narendra Modi had a telephone conversation today with the President of the Islamic Republic of Iran, H.E. Dr. Masoud Pezeshkian.

President Pezeshkian briefed the Prime Minister on the recent developments in West Asia and the way forward.

Prime Minister welcomed the understanding reached, and reiterated India’s consistent position that all issues must be resolved through dialogue and diplomacy.

Prime Minister reiterated the need for continued efforts to ensure lasting peace and stability in the region, and for safeguarding freedom of navigation and commerce.