“ଆପଣମାନଙ୍କ ଅଧ୍ୟବସାୟ, ଉତ୍ସର୍ଗ ମନୋଭାବ, ସାହସ ଓ କର୍ତ୍ତବ୍ୟନିଷ୍ଠା ନିମନ୍ତେ ଆପଣମାନଙ୍କୁ ଅଭିବାଦନ ଜଣାଇବା ପାଇଁ ତଥା ଇସ୍ରୋ ପରିଦର୍ଶନ ପାଇଁ ମୁଁ ବ୍ୟଗ୍ର ଓ ଅଧୈର୍ଯ୍ୟ ହୋଇ ଉଠିଥିଲି”
“ଭାରତ ଚନ୍ଦ୍ରରେ ପହଂଚିଛି, ଆମେ ଚନ୍ଦ୍ରରେ ଆମ ଜାତୀୟ ଗୌରବକୁ ସ୍ଥାପନ କରିଛୁ”
“ଏକବିଂଶ ଶତାବ୍ଦୀରେ ନବ ଭାରତ ବିଶ୍ୱର ବଡ଼ ବଡ଼ ସମସ୍ୟାର ସମାଧାନ କରିବ”
“ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ ହେଉଛି ଚଳିତ ଶତାବ୍ଦୀର ସବୁଠାରୁ ପ୍ରେରଣାଦାୟକ କ୍ଷଣ”
“ଆଜି ସମଗ୍ର ବିଶ୍ୱ ଭାରତର ବୈଜ୍ଞାନିକଙ୍କ ଉତ୍ସାହ, ଆମର ପ୍ରଯୁକ୍ତିବିଦ୍ୟା ଓ ବୈଜ୍ଞାନିକ ମନୋଭାବକୁ ଦେଖୁଛି ଓ ଗ୍ରହଣ କରୁଛି”
“ଆମର ‘ମୁନ୍ ଲ୍ୟାଣ୍ଡର’ ଅଙ୍ଗଦ ଭଳି ତା’ର ପାଦ ଚନ୍ଦ୍ର ପୃଷ୍ଠରେ ଜମାଇ ରଖିଛି”
“ଚନ୍ଦ୍ରଯାନ-୩ର ମୁନ୍ ଲ୍ୟାଣ୍ଡର ଯେଉଁଠି ଓହ୍ଲାଇଲା ସେ ସ୍ଥାନ ଏବେ ‘ଶିବଶକ୍ତି’ ନାମରେ ପରିଚିତ ହେବ”
“ଚନ୍ଦ୍ରଯାନ-୨ ଯେଉଁଠି ଏହାର ପାଦଚିହ୍ନ ଛାଡ଼ିଛି ତାହାକୁ ଏବେ ‘ତ୍ରିରଙ୍ଗା’ କୁହାଯିବ”
“ଚନ୍ଦ୍ରଯାନ-୩ର ଚନ୍ଦ୍ର ଅଭିଯାନ ସଫଳତାରେ ଆମ ମହିଳା ବୈଜ୍ଞାନିକ, ତଥା ଦେଶର ନାରୀଶକ୍ତି ଏକ ପ୍ରମୁଖ ଭୂମିକା ନେଇଛି”
“‘ଥାର୍ଡ ରୋ’ରୁ ‘ଫାଷ୍ଟ ରୋ’ ଯାତ୍ରାରେ ଇସ୍ରୋ ଭଳି ଆମର ପ୍ରତିଷ୍ଠାନର ଏକ ବିରାଟ ଭୂମିକା ରହିଛି”
“ଭାରତର ଦକ୍ଷିଣ ଭାଗରୁ ଚନ୍ଦ୍ରର ଦକ୍ଷିଣ ମେରୁ ପର୍ଯ୍ୟନ୍ତ ଏହା କୌଣସି ସାଧାରଣ ଯାତ୍ରା ନ ଥିଲା”
“ଏବେଠାରୁ ପ୍ରତିବର୍
ଚନ୍ଦ୍ରଯାନ-୩ ଅଭିଯାନରେ ସଂଶ୍ଳିଷ୍ଟ ଇସ୍ରୋର ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀ ଭେଟି ସେମାନଙ୍କ ସହ ବାର୍ତ୍ତା ବିନିମୟ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଚନ୍ଦ୍ରଯାନ-୩ ଅଭିଯାନର ଖୋଜ୍ ଓ ଅଗ୍ରଗତି ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା ।
ଏହା ଏହିପରି ଭାରତ, ଯାହା ନୂତନ ଓ ଅଭିନବ ଢାଞ୍ଚାରେ ଚିନ୍ତାକରେ, ଯାହା ତିମିରାଛନ୍ନ ଅଞ୍ଚଳକୁ ଯାଇ ବିଶ୍ୱକୁ ଆଲୋକରେ ଉଦ୍ଭାସିତ କରେ । ଏକବିଂଶ ଶତାବ୍ଦୀରେ ଭାରତ ବିଶ୍ୱକୁ ସମାଧାନର ସୂତ୍ର ଦେବ ।”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୬-୦୮-୨୦୨୩) ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱର୍କ (ଆଇଏସଟିଆରଏସି) ବେଙ୍ଗାଲୁରୁ ଗସ୍ତ କରିଛନ୍ତି । ଗ୍ରୀସରୁ ଭାରତ ଫେରିବା ପରେ ସେ ସେଠାରେ ପହଞ୍ଚି ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ଟିମ୍ ଇସ୍ରୋକୁ ସମ୍ବୋଧନ କରିଛନ୍ତି । ଚନ୍ଦ୍ରଯାନ-୩ ଅଭିଯାନରେ ସଂଶ୍ଳିଷ୍ଟ ଇସ୍ରୋର ବୈଜ୍ଞାନିକମାନଙ୍କୁ ପ୍ରଧାନମନ୍ତ୍ରୀ ଭେଟି ସେମାନଙ୍କ ସହ ବାର୍ତ୍ତା ବିନିମୟ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଚନ୍ଦ୍ରଯାନ-୩ ଅଭିଯାନର ଖୋଜ୍ ଓ ଅଗ୍ରଗତି ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା ।

 

ବୈଜ୍ଞାନିକମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ଇସ୍ରୋ (ଆଇଏସଟିଆରଏସି)ରେ ଉପସ୍ଥିତ ରହିଥିବାରୁ ଅତ୍ୟନ୍ତ ଖୁସୀ ପ୍ରକଟ କରିଥିଲେ । ଏଭଳି ଏକ ଅବସର କ୍ୱଚିତ ମିଳିଥାଏ ଓ ଏଥିରେ ପୂରା ଶରୀର ଓ ମନ ଖୁସୀରେ ଉଲ୍ଲସିତ ହୋଇ ଉଠିଛି ବୋଲି କହିଥିଲେ । ପ୍ରତ୍ୟେକଙ୍କ ଜୀବନରେ ଏପରି କ୍ଷଣ ଆସେ, ଯେତେବେଳେ ମନ ଅଧିକରୁ ଅଧିକ ଅଧୈର୍ଯ୍ୟ ହୋଇ ଉଠେ । ଏ ପ୍ରକାର ଭାବାବେଗ ତାଙ୍କ ଦକ୍ଷିଣ ଆଫ୍ରିକା ଓ ଗ୍ରୀସ ଗସ୍ତ କାଳରେ ମଧ୍ୟ ଥିଲା । ତାଙ୍କ ମନ ସଦାବେଳେ ଚନ୍ଦ୍ରଯାନ-୩କୁ ନେଇ ବ୍ୟସ୍ତ ରହୁଥିଲା । ଅଚାନକ ଆଇଏସଟିଆରଏସି ଗସ୍ତ କାର୍ଯ୍ୟକ୍ରମ ଯୋଗୁ ଇସ୍ରୋର ବୈଜ୍ଞାନିକମାନଙ୍କୁ ହୋଇଥିବା ଅସୁବିଧାକୁ ଲକ୍ଷ୍ୟ କରି ଭାବପ୍ରବଣ ଦିଶୁଥିବା ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଧ୍ୟବସାୟ, ଉତ୍ସର୍ଗୀକୃତ ଭାବ, ସାହସ ଓ କର୍ତ୍ତବ୍ୟ ପରାୟଣତା ଓ ଅନୁରାଗ ଯୋଗୁ ସଫଳତା ପାଇଥିବା ବୈଜ୍ଞାନିକମାନଙ୍କୁ ଭେଟି ସେମାନଙ୍କୁ ଅଭିବାଦନ ଜଣାଇବା ପାଇଁ ତାଙ୍କ ମନ ବ୍ୟଗ୍ର ଓ ଅଧୈର୍ଯ୍ୟ ହୋଇ ଉଠିଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଏହି ସଫଳତା ସହଜରେ ମିଳିନାହିଁ । ଏହି ସଫଳତା ଅନନ୍ତ ମହାକାଶରେ ଭାରତର ବୈଜ୍ଞାନିକ ଶକ୍ତିର ବାର୍ତ୍ତାବହ ସ୍ୱରୂପ ଅଟେ । ଖୁସୀରେ ଅଧୀର ପ୍ରଧାନମନ୍ତ୍ରୀ କହି ଉଠିଥିଲେ ଯେ “ଭାରତ ଚନ୍ଦ୍ର ସ୍ପର୍ଶ କରିଛି, ଆମେ ଆମର ଜାତୀୟ ଗୌରବର ସ୍ୱାକ୍ଷର ଚନ୍ଦ୍ରପୃଷ୍ଠରେ ଛାଡ଼ିଛୁ”। ଏହି ଅଭୂତପୂର୍ବ ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଏହା ହେଉଛି ଆଜିର ଭାରତ, ଯାହା ନିର୍ଭୀକ ଓ ଦୃଢ଼ । ଏହା ଏହିପରି ଭାରତ, ଯାହା ନୂତନ ଓ ଅଭିନବ ଢାଞ୍ଚାରେ ଚିନ୍ତାକରେ, ଯାହା ତିମିରାଛନ୍ନ ଅଞ୍ଚଳକୁ ଯାଇ ବିଶ୍ୱକୁ ଆଲୋକରେ ଉଦ୍ଭାସିତ କରେ । ଏକବିଂଶ ଶତାବ୍ଦୀରେ ଭାରତ ବିଶ୍ୱକୁ ସମାଧାନର ସୂତ୍ର ଦେବ ।”

ଦେଶର ଚେତନାରେ ଚନ୍ଦ୍ରପୃଷ୍ଠକୁ ଛୁଇଁବାର କ୍ଷଣ ଅମର ହୋଇ ରହିବ । “ଚନ୍ଦ୍ରକୁ ସ୍ପର୍ଶ କରିବାର ଏହି ମୁହୂର୍ତ୍ତ ହେଉଛି ଚଳିତ ଶତାବ୍ଦୀର ଏକ ପ୍ରେରଣାଦାୟୀ କ୍ଷଣ । ପ୍ରତ୍ୟେକ ଭାରତୀୟ ଆଜି ଏହାକୁ ତା’ର ନିଜସ୍ୱ ବିଜୟ ଭାବେ ବିବେଚନା କରୁଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏପରି ଭବ୍ୟ ସଫଳତାର ଶ୍ରେୟ ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ଦେଇଥିଲେ ।

ମୁନ୍ ଲ୍ୟାଣ୍ଡର ପଠାଇଥିବା ଫଟୋଚିତ୍ରଗୁଡ଼ିକୁ ଅସାଧାରଣ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆମର ମୁନ୍ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅଙ୍ଗଦ ଭଳି ପାଦ ଥାପିଛି... ଗୋଟେ ପଟରେ ବିକ୍ରମର ବୀରତା ଓ ଅନ୍ୟପଟରେ ପ୍ରଜ୍ଞାନର ସାହସ” । ଏହି ଚନ୍ଦ୍ରପୃଷ୍ଠରେ ଚିତ୍ରଗୁଡ଼ିକ କେବେ ମିଳି ନ ଥିଲା ଓ ଭାରତ ଏହା କରି ଦେଖାଇଛି । “ସମଗ୍ର ପୃଥିବୀ ଭାରତର ବୈଜ୍ଞାନିକଙ୍କ ଉତ୍ସାହ, ପ୍ରଯୁକ୍ତିବିଦ୍ୟା ଓ ସ୍ୱଭାବକୁ ସ୍ୱୀକୃତି ଦେଇଛି” ବୋଲି ଶ୍ରୀ ମୋଦୀ କହିଥିଲେ।

“ଚନ୍ଦ୍ରଯାନ-୩ର ସଫଳତା କେବଳ ଭାରତର ନୁହଁ, ଏହା ସମଗ୍ର ମାନବ ଜାତିର” ବୋଲି କହି ପ୍ରଧାନମନ୍ତ୍ରୀ ଏହି ଅଭିଯାନର ଖୋଜଖବର ଯୋଗୁ ପ୍ରତ୍ୟେକ ଦେଶର ଚନ୍ଦ୍ର ଅଭିଯାନ ପାଇଁ ସମ୍ଭାବନା ଦ୍ୱାର ଉନ୍ମୁକ୍ତ କରିବ । ଏହି ଅଭିଯାନ ଦ୍ୱାରା କେବଳ ଚନ୍ଦ୍ରର ରହସ୍ୟ ଉନ୍ମୋଚିତ ହେବ ନାହିଁ ବରଂ ପୃଥିବୀରେ ଏଥିପାଇଁ ଥିବା ଆହ୍ୱାନର ମୁକାବିଲା ନିମନ୍ତେ ପଥ ପରିଷ୍କାର ହୋଇଯିବ । ପ୍ରଧାନମନ୍ତ୍ରୀ ପୁଣିଥରେ ଚନ୍ଦ୍ରଯାନ-୩ ଅଭିଯାନ ସହ ଯୋଡ଼ି ହୋଇଥିବା ପ୍ରତ୍ୟେକ ବୈଜ୍ଞାନିକ, ଟେକ୍ନିସିଆନ, ଯନ୍ତ୍ରୀ ଓ ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ ।

 

ପ୍ରଧାନମନ୍ତ୍ରୀ ପୁଣିଥରେ କହିଥିଲେ ଯେ “ଚନ୍ଦ୍ରଯାନ-୩ର ମୁନ୍ ଲ୍ୟାଣ୍ଡର ଯେଉଁଠି ଚନ୍ଦ୍ରପୃଷ୍ଠ ସ୍ପଷ୍ଟ କରିଥିଲା ତାହା ଏଣିକି ‘ଶିବଶକ୍ତି’ ଭାବେ ପରିଚିତ ହେବ । ଶିବଙ୍କ ଠାରେ ମାନବତାର କଲ୍ୟାଣ ପାଇଁ ସଂକଳ୍ପ ଥାଏ ଓ ଶକ୍ତି ସେହି ସବୁ ସଂକଳ୍ପକୁ ସାକାର କରିବା ପାଇଁ ଆମକୁ ଶକ୍ତି ଯୋଗାଇ ଥାଏ । ଚନ୍ଦ୍ରର ଏହି ଶିବଶକ୍ତି ପଏଣ୍ଟ ହିମାଳୟରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏକ ସଂଯୋଗର ସଜ୍ଞାନ ଦେଇଥାଏ ବୋଲି ସେ କହିଥିଲେ । ବିଜ୍ଞାନର ଅନୁଧାବନର ମୂଳ କଲ୍ୟାଣକର ବିଷୟ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଏହି ପବିତ୍ର ସଂକଳ୍ପ ଶକ୍ତିର ଆଶୀର୍ବାଦ ଉପରେ ନିର୍ଭରଶୀଳ ଓ ତାହା ହେଉଛି ଆମର ନାରୀଶକ୍ତି । ଚନ୍ଦ୍ରଯାନ-୩ ଅଭିଯାନର ସଫଳତା ପଛରେ ରହିଛନ୍ତି ଆମର ମହିଳା ବୈଜ୍ଞାନିକ, ଦେଶର ନାରୀଶକ୍ତି ଏକ ବିରାଟ ଭୂମିକା ତୁଲାଇଛନ୍ତି ବୋଲି କହିଥିଲେ ।” ଚନ୍ଦ୍ରର ଶିବଶକ୍ତି ପଏଣ୍ଟ ଭାରତର ବୈଜ୍ଞାନିକ ଓ ଦାର୍ଶନିକ ଭାବନାର ମୂକସାକ୍ଷୀ ହୋଇ ରହିବ ବୋଲି ସେ କହିଥିଲେ ।

ଯେଉଁ ସ୍ଥାନରେ ଚନ୍ଦ୍ରଯାନ-୨ ତା’ର ପଦଚିହ୍ନ ଛାଡ଼ିଥିଲା ସେହି ସ୍ଥାନଗୁଡ଼ିକୁ ଏବେ ତ୍ରିରଙ୍ଗା କୁହାଯିବ ବୋଲି ସେ କହିଥିଲେ । ଏହି ସ୍ଥାନ ସବୁବେଳେ ପ୍ରତ୍ୟେକ ଉଦ୍ୟମର ପ୍ରେରଣାର ସ୍ଥାନ ହୋଇ ରହିବ ଓ ଆମକୁ ମନେ ପକାଇ ଦେବ ଯେ କେବଳ ବିଫଳତା ସବୁ କାର୍ଯ୍ୟର ପରିସମାପ୍ତି ନୁହଁ, “ଯେଉଁଠି ମଜଭୁତ ଇଚ୍ଛା ଶକ୍ତି ରହିଛି, ସଫଳତାର ସେଠାରେ ଗ୍ୟାରେଣ୍ଟି ରହିଛି” ବୋଲି ସେ କହିଥିଲେ ।

ଚନ୍ଦ୍ରକୁ ସଫଳତାର ସହ ସ୍ପର୍ଶ କରିଥିବା ଭାରତ ବିଶ୍ୱର ଚତୁର୍ଥ ଦେଶ ବୋଲି କହିବା ସହ ଏହା ଭାରତର ଅତି ସାଧାରଣ ମହାକାଶ କାର୍ଯ୍ୟକ୍ରମ ଦୃଷ୍ଟିରୁ ବିଚାର କଲେ, ଏହା ଆହୁରି ବ୍ୟାପକ ମନେହୁଏ ବୋଲି ସେ କହିଥିଲେ । ଭାରତକୁ ତୃତୀୟ ବିଶ୍ୱ ଦେଶ ଓ ଏହାର ଯେପରି ପ୍ରଯୁକ୍ତିଗତ ଦକ୍ଷତା ନାହିଁ ଯେତେବେଳେ କୁହାଯାଉଥିଲା ତା’ର ସେ ସ୍ମୃତିଚାରଣ କରିଥିଲେ । ଆଜି ଭାରତର ବିଶ୍ୱର ପଞ୍ଚମ ବୃହତ୍ ଆର୍ଥିକ ବ୍ୟବସ୍ଥା ରହିଛି ଓ ଗଛ ଓ ପ୍ରଯୁକ୍ତି ନିର୍ବିଶେଷରେ ଏହା ପ୍ରଥମ ବିଶ୍ୱର ଦେଶ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ‘ତୃତୀୟ ଧାଡ଼ି’ରୁ ‘ପ୍ରଥମ ଧାଡ଼ି’କୁ ଯାତ୍ରା ନିମନ୍ତେ ଇସ୍ରୋ ଭଳି ପ୍ରତିଷ୍ଠାନର ବିରାଟ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହି ସେମାନେ ଆଜି ଚନ୍ଦ୍ରରେ ମଧ୍ୟ ମେକ୍ ଇନ୍ ଇଣ୍ଡିଆକୁ ନେଇ ଯାଇଛନ୍ତି ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଇସ୍ରୋର କଠିନ ପରିଶ୍ରମ ସମ୍ପର୍କରେ ଦେଶବାସୀଙ୍କୁ ଜଣାଇଥିଲେ । “ଭାରତର ଦକ୍ଷିଣାଞ୍ଚଳରୁ ଚନ୍ଦ୍ରର ଦକ୍ଷିଣ ମେରୁ ପର୍ଯ୍ୟନ୍ତ ଯାତ୍ରା ଏତେ ସହଜ ନ ଥିଲା ବୋଲି କହି ଇସ୍ରୋ ଏହାର ଗବେଷଣାଗାରରେ ମଧ୍ୟ ଏକ କୃତ୍ରିମ ଚନ୍ଦ୍ର ସୃଷ୍ଟି କରିଥିବା ଜଣାଇଥିଲେ । ଏଭଳି ମହାକାଶ ଅଭିଯାନର ସଫଳତାର ଶ୍ରେୟ ଆମ ଦେଶର ଯୁବପିଢ଼ି ବୈଜ୍ଞାନିକ ଓ ନବୋନ୍ମେଷକୁ ଦେଇଥିଲେ । “ଦେଶର ଯୁବପିଢ଼ିକୁ ମଙ୍ଗଳଯାନ ଓ ଚନ୍ଦ୍ରଯାନର ସଫଳତା ସହ ଗଗନଯାନର ପ୍ରସ୍ତୁତି ଏକ ନୂତନ ଭାବନା ଦେଇଛି । ଆପଣଙ୍କ ବିରାଟ ସଫଳତା ଭାରତୀୟ ପିଢ଼ିକୁ ସଚେତନ ଓ ସଶକ୍ତ କରିଛି” ବୋଲି ଶ୍ରୀ ମୋଦୀ କହିଥିଲେ । ଆଜି ଚନ୍ଦ୍ରଯାନର ନାମ ଭାରତର ପିଲାମାନଙ୍କ ମଧ୍ୟରେ ଅନୁରଣିତ ହେଉଛି । ପ୍ରତ୍ୟେକ ପିଲା ନିଜର ଭବିଷ୍ୟତ ଏକ ବୈଜ୍ଞାନିକ ରୂପରେ ଦେଖୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଚନ୍ଦ୍ରଯାନ-୩ ଦିନ ଅଗଷ୍ଟ ୨୩କୁ ‘ଜାତୀୟ ମହାକାଶ ଦିବସ’ଭାବେ ପାଳନ କରାଯିବ । ଜାତୀୟ ମହକାଶ ଦିବସ ବିଜ୍ଞାନର ଉତ୍ସାହ ସହ ପ୍ରଯୁକ୍ତି ଓ ନବୋନ୍ମେଷ ସହ କାଳ କାଳ ଧରି ସମସ୍ତଙ୍କୁ ପ୍ରେରଣା ଦେଉଥିବ ।

 

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ମହାକାଶ କ୍ଷେତ୍ରର ସାମର୍ଥ୍ୟ କେବଳ ଉପଗ୍ରହ ପ୍ରେରଣା ଓ ମହାକାଶ ଅନୁସନ୍ଧାନ ମଧ୍ୟରେ ସୀମିତ ନୁହେଁ, ଏହାର ଶକ୍ତି ବଂଚିବା ଓ ପ୍ରଶାସନିକ ସୁଗମତାରେ ମଧ୍ୟ ଦେଖାଯାଇ ପାରିବ । ତାଙ୍କର ପ୍ରଧାନମନ୍ତ୍ରୀ ପଦଭାର ସମ୍ଭାଳିବାର ଅଳ୍ପଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀମାନଙ୍କ ସହ ଇସ୍ରୋ କର୍ମଶାଳାର ସେ ସ୍ମୃତିଚାରଣ କରିଥିଲେ । ମହାକାଶ କାର୍ଯ୍ୟକ୍ରମ ସହ ପ୍ରଶାସନକୁ ଯୋଡ଼ିବା ସହ ଏକ ଅଭୂତପୂର୍ବ ଅଗ୍ରଗତି ହୋଇଛି । ସ୍ୱଚ୍ଛ ଭାରତ ଅଭିଯାନ, ଶିକ୍ଷା, ଯୋଗାଯୋଗ ଓ ଦୂର ଦୂରାନ୍ତରେ ସ୍ୱାସ୍ଥ୍ୟ ସେବା, ଟେଲି ମେଡିସିନ ଓ ଟେଲି ଶିକ୍ଷା କ୍ଷେତ୍ରରେ ମହାକାଶ ପ୍ରଯୁକ୍ତିବିଦ୍ୟାର ଭୂମିକା ଉପରେ ସେ ଅବତାରଣା କରିଥିଲେ । ସେ ମଧ୍ୟ ଏନଏଭିଆଇସି ପଦ୍ଧତିର ଭୂମିକା ଓ ପ୍ରାକୃତିକ ବିପର୍ଯ୍ୟୟ କାଳରେ ଏହାର ସହଯୋଗ ଉପରେ କହିଥିଲେ । “ମହାକାଶ ପ୍ରଯୁକ୍ତିବିଦ୍ୟା ମଧ୍ୟ ଆମ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନର ମୂଳ ଭିତ୍ତି । ଏହା ଆମକୁ ଯୋଜନା, କାର୍ଯ୍ୟାନ୍ୱୟନ ଓ ପ୍ରକଳ୍ପର ନିରୀକ୍ଷଣ ଦିଗରେ ମୁଖ୍ୟତଃ ସାହାଯ୍ୟ କରୁଛି । ସମୟ ସହ ମହାକାଶ ପ୍ରଯୁକ୍ତି ସମୟ ସହ ବୃଦ୍ଧି ପାଉଛି ଓ ଆମ ଯୁବପିଢ଼ି ନିମନ୍ତେ ସୁଯୋଗ ବୃଦ୍ଧି କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ମିଶି ପ୍ରଶାସନରେ ମହାକାଶ ପ୍ରଯୁକ୍ତି ନେଇ ଜାତୀୟ ହାକାଥନ ମାନ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ଇସ୍ରୋକୁ ଅନୁରୋଧ କରିଥିଲେ । “ମୁଁ ନିଶ୍ଚିତ ଯେ ଏହି ଜାତୀୟ ହାକାଥନ ଆମର ପ୍ରଶାସନକୁ ଅଧିକ ସକ୍ରିୟ କରିବା ସହ ଦେଶବାସୀଙ୍କୁ ଆଧୁନିକ ସମାଧାନର ପନ୍ଥା ଦର୍ଶାଇବ” ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଦେଶର ଯୁବପିଢ଼ିକୁ ଏକ କାମ ଦେଇଥିଲେ । ସେ କହିଥିଲେ “ମୁଁ ଚାହେଁ ଯେ ନୂତନ ପିଢ଼ି ଆଗେଇ ଆସି ବୈଜ୍ଞାନିକ ଉପାୟରେ ଗଣିତ ଜ୍ୟୋତିଷ ସୂତ୍ରକୁ ଭାରତୀୟ ପ୍ରାଚୀନ ତତ୍ତ୍ୱକୁ ପୁଣି ପିଢ଼ିବାକୁ ଆହ୍ୱାନ କରୁଛି । ଏହା ଐତିହ୍ୟ ଓ ବିଜ୍ଞାନ ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଏହା ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ନିମନ୍ତେ ଦ୍ୱିଗୁଣ ଦାୟିତ୍ୱ । ଭାରତର ଥିବା ବିଜ୍ଞାନ ଜ୍ଞାନ ସମ୍ପଦ ଦୀର୍ଘ ବର୍ଷର ଦାସତ୍ୱ ଯୋଗୁ ଧ୍ୱଂସ ପାଇଯାଇଛି । ସ୍ୱାଧୀନତାର ଅମୃତ କାଳରେ ଆମକୁ ଏହି ସମ୍ପଦରାଜିର ଖୋଜ କରି ଏହା ଉପରେ ଗବେଷଣା କରି ବିଶ୍ୱକୁ ଏହାର ସତ୍ୟ ଜଣାଇବାକୁ ପଡ଼ିବ ।” ଭାରତର ମହାକାଶ ଶିଳ୍ପ ଆଗାମୀ କିଛି ବର୍ଷ ମଧ୍ୟରେ ୮ ବିଲିୟନରୁ ୧୬ ବିଲିୟନ ଡଲାରରେ ପହଂଚିବ ବୋଲି ଏକ ଆକଳନର ନଜିର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ସରକର ଦୃଢ଼ ଭାବେ ମହାକାଶ କ୍ଷେତ୍ର ସଂସ୍କାର ଦିଗରେ କାର୍ଯ୍ୟ କରୁଥିବା ବେଳେ, ଦେଶର ଯୁବଗୋଷ୍ଠୀ ମଧ୍ୟ ଏ ଦିଗରେ କାର୍ଯ୍ୟ କରୁଛନ୍ତି । ଗତ ଚାରିବର୍ଷ ମଧ୍ୟରେ ମହାକାଶ ସମ୍ପର୍କିତ ଷ୍ଟାର୍ଟଅପ ଚାରିରୁ ୧୫୦ରେ ପହଂଚିଛି । ସେପ୍ଟେମ୍ବର ପହିଲାରୁ ମାଇଁ ଗଭ୍ ପକ୍ଷରୁ ଆୟୋଜିତ ହେବାକୁ ଥିବା ଚନ୍ଦ୍ରଯାନ କୁଇଜ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ବିପୁଳ ସଂଖ୍ୟାରେ ଭାଗ ନେବାକୁ ନିବେଦନ କରିଥିଲେ ।

 

ଏକବିଂଶ ଶତାବ୍ଦୀରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଅଗ୍ରଗାମୀ ହେବାର ମହତ୍ତ୍ୱ ଉପରେ ଗୁୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଏକ ସର୍ବକନିଷ୍ଠ ମେଧା କାରଖାନା ଭାବେ ବିଶ୍ୱରେ ମୁଣ୍ଡଟେକି ଉଠିଛି । “ମହାକାଶର ଗଭୀରତା ଠାରୁ ଆକାଶ ଓ ମହାକାଶର ଉଚ୍ଚତା ପର୍ଯ୍ୟନ୍ତ ଯୁବପିଢ଼ି ପାଇଁ ଅନେକ କାର୍ଯ୍ୟ କରିବାକୁ ବାକି ଅଛି” କହି ନୂତନ ସୁଯୋଗ ନିରବଚ୍ଛିନ୍ନ ଭାବେ ଆସୁଛି ବୋଲି ସେ କହିଥିଲେ ।

ଭବିଷ୍ୟତ ବଂଶଧରଙ୍କ ନିମନ୍ତେ ମାର୍ଗଦର୍ଶନ ଖୁବ ଜରୁରୀ ଓ ସେମାନେ ହିଁ ଆଜିର ଗୁରୁତ୍ୱପୂର୍ଣ୍ଣ ଅଭିଯାନଗୁଡ଼ିକୁ ଆଗେଇ ନେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବୈଜ୍ଞାନିକମାନେ ସେମାନଙ୍କ ରୋଲ୍ ମଡେଲ ଓ ସେମାନଙ୍କ ଗବେଷଣା ଓ ବର୍ଷ ବର୍ଷ ବ୍ୟାପୀ କଠିନ ପରିଶ୍ରମ ପ୍ରମାଣ କରି ଦେଖାଇଛି ଯେ ମନେଥିଲେ ଯେକୌଣସି ଲକ୍ଷ୍ୟ ଅକ୍ଳେଶରେ ସାଧନ କରିହେବ । ସମ୍ବୋଧନ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଜନସାଧାରଣଙ୍କ ବୈଜ୍ଞାନିକଙ୍କ ଉପରେ ବିଶ୍ୱାସ ରହିଛି ଓ ଯେତେବେଳେ ଜନସାଧାରଣଙ୍କ ଆଶୀର୍ବାଦ ରହିବ ଭାରତ ବିଜ୍ଞାନ ଓ ବୈଷୟିକ ଜ୍ଞାନରେ ବିଶ୍ୱ ଗୁରୁ ହୋଇପାରିବ । “ଆମର ଏହି ନବୋନ୍ମେଷର ଉତ୍ସାହ ଭାରତକୁ ୨୦୪୭ରେ ଏକ ବିକଶିତ ଭାରତର ସ୍ୱପ୍ନ ସାକାର ହେବାରେ ସହାୟକ ହେବ” ବୋଲି ଶ୍ରୀ ମୋଦୀ କହିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s 5G traffic surges 70% Y-o-Y: Nokia report

Media Coverage

India’s 5G traffic surges 70% Y-o-Y: Nokia report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister completes his self enumeration, appeals to citizens to self-enumerate their household details and participate in the Census process
April 01, 2026

Prime Minister, Shri Narendra Modi completed his self enumeration today, marking the beginning of the first phase of Census 2027, relating to house listing and housing operations. Shri Modi said that this census is the first time data collection is being done through digital means. It also empowers the people of India to self-enumerate their household details.

Shri Modi appealed to the people of India to self-enumerate their household details themselves and participate in the Census process.

The Prime Minister posted on X;

“Completed my self enumeration.

Today marks the beginning of the first phase of Census 2027, relating to house listing and housing operations. This census is the first time data collection is being done through digital means. It also empowers the people of India to self-enumerate their household details.

I appeal to the people of India to self-enumerate their household details themselves and participate in the Census process.”