ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ସଂଗ୍ରାମୀ ପସୁମ୍ପୋନ ମୁଥୁରାମଲିଙ୍ଗା ଥେଭାରଙ୍କୁ ତାଙ୍କ ଗୁରୁ ପୂଜା ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ମହାନ ପସୁମ୍ପୋନ ମୁଥୁରାମଲିଙ୍ଗା ଥେଭାରଙ୍କୁ ତାଙ୍କ ଗୁରୁ ପୂଜା ଅବସରରେ ନମନ କରୁଛି । ଆମ ଦେଶ ପ୍ରତି ବିଶେଷ କରି ସାମାଜିକ ସଶକ୍ତିକରଣ, କୃଷକ କଲ୍ୟାଣ ଓ ଦାରିଦ୍ର୍ୟ ଦୂରୀକରଣକୁ ଆଗେଇ ନେବାରେ ତାଙ୍କ ଅତୁଳନୀୟ ଅବଦାନକୁ ସ୍ମରଣ କରୁଛି । ତାଙ୍କ ଆଦର୍ଶ ଆମକୁ ସଦା ପ୍ରେରିତ କରିବ ।”  


"பெருமதிப்பிற்குரிய பசும்பொன் முத்துராமலிங்க தேவரை அவரது குருபூஜை நாளில் வணங்குகிறேன். சமூக மேம்பாடு, விவசாயிகள் நலன், வறுமை ஒழிப்பு முதலியவை உட்பட நம் தேசத்திற்காக அவர் ஆற்றிய தலைசிறந்த பங்களிப்பை நினைவு கூர்கிறேன். அவரது கொள்கைகள் நம்மை தொடர்ந்து ஊக்குவிக்கும்."