ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡଃ କେ ଭି ସୁବ୍ରମଣ୍ୟମଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ତିନି ବର୍ଷ କାର୍ଯ୍ୟକାଳ ପୂରଣ କରିବା ପରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ପଦରୁ ଓହରି ଯିବାକୁ ଡଃ ସୁବ୍ରମଣ୍ୟମ ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“@ସୁବ୍ରମଣ୍ୟମକ୍ରିଙ୍କ ସହ କାମ କରିବା ବେଶ ସନ୍ତୋଷଜନକ ଥିଲା । ତାଙ୍କ ଶିକ୍ଷାଗତ ପ୍ରତିଭା, ପ୍ରମୁଖ ଆର୍ଥିକ ତଥା ନୀତିଗତ ବିଷୟରେ ଅନନ୍ୟ ଦୃଷ୍ଟିଭଙ୍ଗୀ ଓ ସଂସ୍କାରମୂଳକ ପଦକ୍ଷେପରେ ଉତ୍ସାହ ଗୁରୁତ୍ୱପୂର୍ଣ୍ଣ ଥିଲା । ଆଗାମୀ ଦିନରେ ତାଙ୍କ ସଫଳତା କାମନା କରୁଛି ।”
Its been a delight to work with @SubramanianKri. His academic brilliance, unique perspectives on key economic as well as policy matters and reformist zeal are noteworthy. Wishing him the very best for his coming endeavours. https://t.co/jZjrqWaJU7
— Narendra Modi (@narendramodi) October 8, 2021


