Prime Minister meets Dr. Abdullah Abdullah, Chief Executive of Afghanistan
India committed a peaceful, united, prosperous, inclusive and democratic Afghanistan: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣରେ ନୂଆଦିଲ୍ଲୀଠାରେ ଆଫଗାନିସ୍ତାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ଅବଦୁଲ୍ଲା ଅବୁଦୁଲ୍ଲାଙ୍କୁ ସାକ୍ଷାତ କରିଛନ୍ତି ।

ଦୁଇ ଦିନିଆ ଗସ୍ତରେ ଆସିଥିବା ଡ. ଅବଦୁଲ୍ଲାଙ୍କୁ ପ୍ରଧାନମନ୍ତ୍ରୀ ସାଦର ସ୍ୱାଗତ କରିଥିଲେ ।

 

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ରହିଥିବା ବହୁମୁଖୀ ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରିବା ଏବଂ ଆହୁରି ନିବିଡ଼ି କରିବା ଲାଗି ପ୍ରତିବଦ୍ଧତାକୁ ଦୋହରାଇଥିଲେ । ନୂଆଦିଲ୍ଲୀଠାରେ ଆୟୋଜିତ ରଣନୀତିକ ଭାଗିଦାରୀ ପରିଷଦ ବୈଠକ ସମୟରେ ନୂଆ ବିକାଶ ଭାଗିଦାରୀ ଘୋଷଣା ସମେତ ପାରସ୍ପରିକ ସହଯୋଗ ତ୍ୱରାନ୍ୱିତ କରାଯିବାକୁ ଉଭୟ ନେତା ସ୍ୱାଗତ କରିଥିଲେ । ସେମାନେ ପରିବର୍ଦ୍ଧିତ ଅର୍ଥନୈତିକ, ବିକାଶ ସହଯୋଗ ଏବଂ ଏ କ୍ଷେତ୍ରରେ ରହିଥିବା ଅପାର ସମ୍ଭାବନା ନେଇ ଆଲୋଚନା କରିଥିଲେ ।

ଆଫଗାନିସ୍ତାନର କ୍ଷମତା ଓ ସାମର୍ଥ୍ୟ ନିର୍ମାଣ ଏବଂ ଭିତ୍ତିଭୂମି ବିକାଶ ଲାଗି ଭାରତର ନିରନ୍ତର ସହଯୋଗ ପାଇଁ ଡ. ଅବଦୁଲ୍ଲା ଆଫଗାନିସ୍ତାନ ପକ୍ଷରୁ ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଯେ ଏକ ଶାନ୍ତିପୂର୍ଣ୍ଣ, ସଂଗଠିତ, ସମୃଦ୍ଧ, ସାମଗ୍ରୀକ ଭାବେ ଉନ୍ନତ ତଥା ଗଣତାନ୍ତ୍ରିକ ଆଫଗାନିସ୍ତାନ ନିର୍ମାଣ ପାଇଁ ଆଫଗାନ ସରକାରଙ୍କ ଉଦ୍ୟମକୁ ଭାରତ ପୂର୍ଣ୍ଣ ସହଯୋଗ ଦେବ ।



ଆଫଗାନିସ୍ତାନ ଏବଂ ବିସ୍ତୃତ ଅଂଚଳରେ ସୁରକ୍ଷା ପରିବେଶ ନେଇ ଉଭୟ ନେତା ଆଲୋଚନା କରିଥିଲେ । ଏହି କ୍ଷେତ୍ରରେ ପାରସ୍ପରିକ ସହଯୋଗ ଏବଂ ସମନ୍ୱୟ ଜାରି ରଖିବା ଲାଗି ସହମତ ହୋଇଥିଲେ ।

ବୈଠକ ଶେଷରେ ଦୁଇ ନେତାଙ୍କ ଉପସ୍ଥିତିରେ ପୋଲିସ ତାଲିମ ଏବଂ ବିକାଶ ପାଇଁ ବୈଷୟିକ ସହଯୋଗ ନିମନ୍ତେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।

ଏହି ଅବସରରେ ଡ. ଅବଦୁଲ୍ଲା ଉପହାର ସ୍ୱରୂପ ପ୍ରଧାନମନ୍ତ୍ରୀଙ୍କୁ ଏକ ମୋଜାଇକ ଚିତ୍ର ପ୍ରଦାନ କରିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ସାଦରେ ଗ୍ରହଣ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 13, 2026
August 13, 2026

Aatmanirbhar in Motion: Solar Homes, Made-in-India Containers, Record Exports & a Rising Global Footprint Under the Leadership of PM Modi