ଉଭୟ ନେତା ବ୍ୟାପକ ସହଭାଗୀତା ଚୁକ୍ତିନାମା ଉପରେ ଆଲୋଚନା କରିବାକୁ ସହମତ ହେଲେ
ଭାରତ ଏବଂ ଚିଲି ଖଣିଜ, ଶକ୍ତି, ମହାକାଶ, ପ୍ରତିରକ୍ଷା, କୃଷି କ୍ଷେତ୍ରରେ ସମ୍ପର୍କ ମଜବୁତ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ଚିଲିର ରାଷ୍ଟ୍ରପତି ଶ୍ରୀ ଗାବ୍ରିଏଲ୍ ବୋରିକ୍ ଫଣ୍ଟଙ୍କୁ ଆତିଥ୍ୟ ପ୍ରଦାନ କରିଛନ୍ତି, ଯାହା ଭାରତ-ଚିଲି ସହଭାଗୀତାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଲାଟିନ ଆମେରିକାରେ ଏକ ପ୍ରମୁଖ ସହଯୋଗୀ ଭାବରେ ଚିଲିର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ ଶ୍ରୀ ମୋଦୀ ରାଷ୍ଟ୍ରପତି ବୋରିକ୍‌ଙ୍କୁ ସ୍ୱାଗତ କରି ଆନନ୍ଦ ପ୍ରକାଶ କରିଛନ୍ତି ।

ସେମାନଙ୍କର ଆଲୋଚନା ସମୟରେ, ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ଅଧିକ ସମ୍ପ୍ରସାରଣ କରିବା ଲକ୍ଷ୍ୟ ନେଇ ଉଭୟ ନେତା ଏକ ବ୍ୟାପକ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ପାଇଁ ଆଲୋଚନା ଆରମ୍ଭ କରିବାକୁ ସହମତ ହୋଇଥିଲେ । ସେମାନେ ସହଯୋଗ ପାଇଁ ବ୍ୟାପକ ସୁଯୋଗ ଥିବା କ୍ଷେତ୍ର ଭାବରେ ଖଣିଜ, ଶକ୍ତି, ପ୍ରତିରକ୍ଷା, ମହାକାଶ ଏବଂ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକୁ ଚିହ୍ନଟ କରିଥିଲେ ଏବଂ ସେଗୁଡିକ ଉପରେ ଆଲୋଚନା କରିଥିଲେ ।

ଚିଲିରେ ଯୋଗ ଏବଂ ଆୟୁର୍ବେଦର ବୃଦ୍ଧି ପାଉଥିବା ଲୋକପ୍ରିୟତା ସହିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘନିଷ୍ଠ ସମ୍ପର୍କ ପାଇଁ ଏକ ଆଶାଜନକ ମାର୍ଗ ଭାବରେ ଉଭା ହୋଇଛି, ଯାହା ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନର ପ୍ରମାଣ ସ୍ୱରୂପ କାର୍ଯ୍ୟ କରୁଛି । ଦୁଇ ନେତା ଛାତ୍ର ଆଦାନପ୍ରଦାନ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ପଦକ୍ଷେପ ମାଧ୍ୟମରେ ସାଂସ୍କୃତିକ ଏବଂ ଶିକ୍ଷାଗତ ସମ୍ବନ୍ଧକୁ ଅଧିକ ଗଭୀର କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ।

ଏକ୍ସରେ ଏକ ଥ୍ରେଡ୍ ପୋଷ୍ଟରେ ସେ ଲେଖିଛନ୍ତି:

“ଭାରତ ଜଣେ ବିଶେଷ ବନ୍ଧୁଙ୍କୁ ସ୍ୱାଗତ କରୁଛି !

ଦିଲ୍ଲୀରେ ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍ ଫଣ୍ଟଙ୍କୁ ଆତିଥ୍ୟ ଦେବା ଏକ ଆନନ୍ଦର କଥା । ଲାଟିନ୍ ଆମେରିକାରେ ଚିଲି ଆମର ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଧୁ । ଆଜି ଆମର ଆଲୋଚନା ଭାରତ-ଚିଲି ଦ୍ୱିପାକ୍ଷିକ ବନ୍ଧୁତାକୁ ଆହୁରି ମଜବୁତ କରିବ ।

@GabrielBoric”

“ଆମେ ଚିଲି ସହିତ ଆର୍ଥିକ ସମ୍ପର୍କକୁ ବିସ୍ତାର କରିବାକୁ ଆଗ୍ରହୀ । ଏହି ପରିପ୍ରେକ୍ଷୀରେ, ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍ ଫଣ୍ଟ ଏବଂ ମୁଁ ଏକ ବ୍ୟାପକ ଆର୍ଥିକ ସହଭାଗୀତା ଚୁକ୍ତିନାମା ପାଇଁ ଆଲୋଚନା ଆରମ୍ଭ ହେବା ଉଚିତ ବୋଲି ସହମତ ହୋଇଥିଲୁ । ଆମେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଶକ୍ତି, ପ୍ରତିରକ୍ଷା, ମହାକାଶ ଏବଂ କୃଷି ଭଳି କ୍ଷେତ୍ରଗୁଡିକ ଉପରେ ମଧ୍ୟ ଆଲୋଚନା କରିଥିଲୁ, ଯେଉଁଠାରେ ଘନିଷ୍ଠ ସମ୍ପର୍କ ସ୍ଥାପନ କରାଯାଇପାରିବ ।”

“ବିଶେଷକରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଭାରତ ଏବଂ ଚିଲିକୁ ଆହୁରି ନିକଟତର କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଚିଲିରେ ଯୋଗ ଏବଂ ଆୟୁର୍ବେଦର ବୃଦ୍ଧି ପାଉଥିବା ଲୋକପ୍ରିୟତା ଖୁସିର ବିଷୟ । ସାଂସ୍କୃତିକ ଏବଂ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଜରିଆରେ ଆମ ଦେଶଗୁଡିକ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ଆହୁରି ଗଭୀର କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ।”

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's food services market to reach USD 150 billion by FY31, online share to rise to 18%: Report

Media Coverage

India's food services market to reach USD 150 billion by FY31, online share to rise to 18%: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 10, 2026
July 10, 2026

Building Viksit Bharat: PM Modi Accelerating India's Growth at Home and Across the World