Prime Minister holds roundtable meeting with leading American CEOs

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୱାଂଶିଟନ ଡିସିଠାରେ ଏକ ଗୋଲଟେବୁଲ ବୈଠକରେ ଆମେରିକାର 20 ଜଣ ପ୍ରମୁଖ ସିଇଓଙ୍କୁ ଭେଟିବା ସହ ସେମାନଙ୍କ ସହ ଭାବ ବିନିମୟ କରିଛନ୍ତି ।

ଏହି ଅବସରରେ ସେ ମାର୍କିନ ସିଇଓମାନଙ୍କୁ ସ୍ୱାଗତ ଜଣାଇ କହିଥିଲେ ଯେ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଏବେ ବିଶ୍ୱର ଦୃଷ୍ଟି ନିବଦ୍ଧ । ଭାରତୀୟ ଅର୍ଥବ୍ୟବସ୍ଥା ପ୍ରତି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷିତ ହେବାର ମୁଖ୍ୟ କାରଣ ହେଲା ଏହାର ବିଶାଳ ଯୁବଶକ୍ତି ଓ ମଧ୍ୟମ ବର୍ଗ । ତେଣୁ ବିଶେଷ କରି ଉତ୍ପାଦନ, ବାଣିଜ୍ୟ ଓ ବ୍ୟବସାୟ ଓ ଲୋକ-ଲୋକ ସମ୍ପର୍କ ଉପରେ ସମସ୍ତେ ଆଗ୍ରହୀ । ଗତ ତିନି ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଲୋକମାନଙ୍କ ଜୀବନଧାରଣ ମାନର ଉନ୍ନତିସାଧନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଥିପାଇଁ ବୈଶ୍ୱିକ ସହଭାଗୀତା ଆବଶ୍ୟକ । ତେଣୁ କେନ୍ଦ୍ର ସରକାର ସର୍ବନିମ୍ନ ସରକାର ଓ ସର୍ବାଧିକ ଶାସନ ନୀତି ଉପରେ ଗୁରୁତ୍ୱାରୋପ କରୁଛନ୍ତି ।

ନିକଟରେ ଦେଶରେ ଘଟାଯାଇଥିବା ସଂସ୍କାର ଗୁଡିକ ସମ୍ପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଲେ ଯେ କେବଳ କେନ୍ଦ୍ର ସରକାର 7000 ସଂସ୍କାର କାର୍ଯ୍ୟକାରୀ କରିଛନ୍ତି । ବିଶ୍ୱସ୍ତରୀୟ ସଫଳତା ହାସଲ ଦିଗରେ ଭାରତର ପ୍ରୟାସର ଏହା ସୂଚନା । ସରକାର ସକ୍ରିୟତା, ସ୍ୱଚ୍ଛତା, ବିକାଶ ଓ ସମସ୍ତଙ୍କୁ ସଂସ୍କାରର ସୁଫଳ ମିଳିବା ଉପରେ ଗୁରୁତ୍ୱାରୋପ କରନ୍ତି । ଜିଏସଟି ସମ୍ପର୍କରେ ସୂଚନା ଦେଇ ସେ କହିଲେ ଯେ ଦୀର୍ଘ ବର୍ଷର ପ୍ରୟାସ ପରେ ତାହା ସାକାର ହେବାକୁ ଯାଉଛି । ଏହାର ପ୍ରବର୍ତ୍ତନ ଏକ ଜଟିଳ କାର୍ଯ୍ୟ ଯାହାକୁ ଭବିଷ୍ୟତର ଅଧ୍ୟୟନ ପ୍ରସଙ୍ଗ ଭାବେ ଗ୍ରହଣ କରାଯିବ । ଏହା ସ୍ପଷ୍ଟ କରେ ଯେ ଭାରତ ଯଥାଶୀଘ୍ର ବ୍ୟାପକ ସଂସ୍କାର ଘଟାଇ ତାହାକୁ କାର୍ଯ୍ୟକାରୀ କରିବା ଲାଗି ସମ୍ପୂର୍ଣ୍ଣ ସକ୍ଷମ । ଭାରତରେ ବ୍ୟବସାୟ କାରବାର ସହଜ ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ମାର୍କିନ ସିଇଓମାନେ ପ୍ରଶଂସା କରିଥିଲେ ।

 ଡିଜିଟାଲ ଇଣ୍ଡିଆ, ମେକ ଇନ ଇଣ୍ଡିଆ, କୌଶଳ ବିକାଶ, ବିମୁଦ୍ରୀକରଣ ଏବଂ ଅକ୍ଷୟଶକ୍ତି ବିକାଶ ଉପରେ ଗୁରୁତ୍ୱାରୋପକୁ ଅନେକ ସିଇଓ ପ୍ରଶଂସା କରିଛନ୍ତି । କୌଶଳ ବିକାଶ ଓ ଶିକ୍ଷା ପ୍ରୟାସ କ୍ଷେତ୍ରରେ ଭାରତ ସହ ସହଯୋଗ ହେବାକୁ ଅନେକ ସିଇଓ ସେମାନଙ୍କ ଇଚ୍ଛା ପ୍ରକଟ କରିଛନ୍ତି । ସେମାନଙ୍କ କମ୍ପାନୀମାନେ ଭାରତରେ ସାମିଲ ହୋଇଥିବା ସାମାଜିକ କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସିଇଓମାନେ ସୂଚନା ଦେଇଥିଲେ । ବିଶେଷ କରି ମହିଳା ସଶକ୍ତିକରଣ, ଡିଜିଟାଲ ପ୍ରଯୁକ୍ତି, ଶିକ୍ଷା ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଏ ଦିଗରେ ଅଗ୍ରଣୀ । ସେହିଭଳି ପ୍ରଯୁକ୍ତି, ପ୍ରତିରକ୍ଷା, ଉତ୍ପାଦନ ଏବଂ ଶକ୍ତି ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ।

ପରିଶେଷରେ ପ୍ରଧାନମନ୍ତ୍ରୀ ସିଇଓମାନଙ୍କୁ ସେମାନଙ୍କ ସୁଚିନ୍ତିତ ମତ ନିମନ୍ତେ ଧନ୍ୟବାଦ ଜଣାଇଥିଲେ । ଆସନ୍ତାକାଲି ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତାଙ୍କର ସାକ୍ଷତ ପାଇଁ ସେ ଉତ୍କଣ୍ଠିତ ବୋଲି ଦର୍ଶାଇ ଶ୍ରୀ ମୋଦୀ କହିଲେ ଯେ ଭାରତ ଓ ଆମେରିକା ସମାନ ମୂଲ୍ୟବୋଧରେ ବିଶ୍ୱାସୀ । ଯଦି ଆମେରିକା ସୁଦୃଢ଼ ହୁଏ, ତେବେ ସ୍ୱାଭାବିକ ଭାବେ ଭାରତ ଏଥିରୁ ଉପକୃତ ହେବ । ସେ କହିଲେ ଯେ ଭାରତର ବିଶ୍ୱାସ ଯେ ସୁଦୃଢ଼ ଆମେରିକା ସମଗ୍ର ବିଶ୍ୱପାଇଁ ଶୁଭଙ୍କର । ତେଣୁ ସିଇଓମାନେ ମହିଳା ସଶକ୍ତିକରଣ, ଅକ୍ଷୟଶକ୍ତି ଷ୍ଟାର୍ଟ-ଅପ ଓ ଅଭିନବତ୍ୱ ଉପରେ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଜଣାଇଥିଲେ । ପରିମଳ ଅଭ୍ୟାସ ସହ ଉତ୍ପାଦ ଓ ପ୍ରଯୁକ୍ତିକୁ ସଂଯୋଗ କରାଗଲେ ସ୍କୁଲରେ ପଢ଼ୁଥିବା ଛାତ୍ରୀମାନେ ଉପକୃତ ହୋଇପାରିବେ । ଭାରତରେ ସାଧାରଣ ଜନତାଙ୍କ ଜୀବନଧାରଣ ମାନରେ ଉନ୍ନତି ଘଟାଇବା ତାଙ୍କର ପ୍ରାଥମିକ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modi Govt’s 12 years are transformational for industry’

Media Coverage

‘Modi Govt’s 12 years are transformational for industry’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 12, 2026
June 12, 2026

Breaking Barriers, Building Bharat: PM Modi’s Historic Push for Gender Equality and Inclusive Growth