ଦୋହା ଡାଇମଣ୍ଡ ଲିଗ୍ ୨୦୨୫ରେ ଜାଭେଲିନ୍ ଥ୍ରୋରେ ୯୦ ମିଟର ଟାର୍ଗେଟ ଅତିକ୍ରମ କରିବା ଏବଂ ବ୍ୟକ୍ତିଗତ ସର୍ବୋତ୍ତମ ଥ୍ରୋ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଏହା ତାଙ୍କର ନିରନ୍ତର ଉଦ୍ୟମ, ଶୃଙ୍ଖଳା ଏବଂ ଆଗ୍ରହର ପରିଣାମ ।”
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଏକ ଚମତ୍କାର ସଫଳତା ! ଦୋହା ଡାଇମଣ୍ଡ ଲିଗ୍ ୨୦୨୫ରେ ୯୦ ମିଟରର ଆକଳନ ଅତିକ୍ରମ କରିବା ଏବଂ ବ୍ୟକ୍ତିଗତ ସେର୍ବାତ୍ତମ ଥ୍ରୋ ହାସଲ କରିବା ପାଇଁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ । ଏହା ତାଙ୍କର ନିରନ୍ତର ସମର୍ପଣ, ଶୃଙ୍ଖଳା ଏବଂ ଆଗ୍ରହର ପରିଣାମ । ଭାରତ ତାଙ୍କର ସଫଳତାକୁ ନେଇ ଆନନ୍ଦିତ ଏବଂ ଗର୍ବିତ ।”
A spectacular feat! Congratulations to Neeraj Chopra for breaching the 90 m mark at Doha Diamond League 2025 and achieving his personal best throw. This is the outcome of his relentless dedication, discipline and passion. India is elated and proud. @Neeraj_chopra1 pic.twitter.com/n33Zw4ZfIt
— Narendra Modi (@narendramodi) May 17, 2025


