ବୈଶ୍ୱିକ ମୋଟର ବାହନ ଉଦ୍ୟୋଗର ବିଶିଷ୍ଟ ବ୍ୟକ୍ତିତ୍ୱ ଶ୍ରୀ ଓସାମୁ ସୁଜୁକୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।  ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି କି, ଶ୍ରୀ ଓସାମୁ ସୁଜୁକୀଙ୍କ ଦୂରଦର୍ଶୀ କାର୍ଯ୍ୟ ବୈଶ୍ୱିକ ଗତିଶୀଳତାକୁ ନୂତନ ସ୍ୱରୂପ ପ୍ରଦାନ କରିଛି । ତାଙ୍କ ନେତୃତ୍ୱରେ ସୁଜୁକୀ ମୋଟର କର୍ପୋରେସନ ଆହ୍ୱାନର ସଫଳତାପୂର୍ବକ ସମ୍ମୁଖୀନ ହେବା ସହ ନବାଚାର ଏବଂ ବିସ୍ତାରକୁ ଆଗକୁ ବଢ଼ାଇବା ସହ ଏକ ବୈଶ୍ୱିକ କମ୍ପାନୀରେ ପରିଣତ ହୋଇପାରିଛି ।

ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ବାର୍ତ୍ତାରେ କହିଛନ୍ତି:

“ବୈଶ୍ୱିକ ମୋଟର ପରିବହନ ଉଦ୍ୟୋଗର ବିଶିଷ୍ଟ ବ୍ୟକ୍ତି ଶ୍ରୀ ଓସାମୁ ସୁଜୁକୀଙ୍କ ପରଲୋକରେ ଗଭୀର ଦୁଃଖିତ । ତାଙ୍କ ଦୂରଦର୍ଶୀ କାର୍ଯ୍ୟ ବୈଶ୍ୱିକ ଗତିଶୀଳତାକୁ ନୂତନ ରୂପ ପ୍ରଦାନ କରିଛି । ତାଙ୍କ ନେତୃତ୍ୱରେ ସୁଜୁକୀ ମୋଟର କର୍ପୋରେସନ ଏକ ଏକ ବୈଶ୍ୱିକ ମୋଟର ପରିବହନ କମ୍ପାନିରେ ପରିଣତ ହୋଇପାରିଛି ଏବଂ ବିଭିନ୍ନ ଆହ୍ୱାନର ସଫଳତାର ସହ ସମ୍ମୁଖୀନ ହୋଇ ନବାଚାର ଓ ବିସ୍ତାରକୁ ଆଗକୁ ବଢ଼ାଇପାରିଛି । ତାଙ୍କର ଭାରତ ସହ ଗଭୀର ସମ୍ପର୍କ ଥିଲା ଏବଂ ମାରୁତି ସହ ତାଙ୍କର ସହଯୋଗ ଭାରତର ବାହନ ଉଦ୍ୟୋଗ ବଜାରରେ କ୍ରାନ୍ତି ଆଣିପାରିଥିଲା ।”

 

“ଶ୍ରୀ ସୁଜୁକୀଙ୍କ ସହ ହୋଇଥିବା ଅନେକ ସାକ୍ଷାତ ଅନୁଭୂତି ମୋର ସ୍ମରଣରେ ଅଛି । ତାଙ୍କର ବ୍ୟାବହାରିକ ଏବଂ ବିନମ୍ର ଦୃଷ୍ଟିକୋଣକୁ ହୃଦୟରୁ ପ୍ରଶଂସା କରୁଛି । ସେ କଠୋର ପରିଶ୍ରମ, ସମ୍ପୂର୍ଣ୍ଣତା ପ୍ରତି ସାବଧାନତାର ନଜର ଏବଂ ଗୁଣବତ୍ତା ପ୍ରତି ପ୍ରତିବଦ୍ଧତାର ଅପୂର୍ବ ଉଦାହରଣ ସୃଷ୍ଟି କରିଛନ୍ତି । ତାଙ୍କ ପରିବାର, ସହକର୍ମୀ ଏବଂ ଅଗଣିତ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From school to PG, girls now outnumber boys

Media Coverage

From school to PG, girls now outnumber boys
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 1, 2026
May 01, 2026

From Stolen Treasures to Smart Trains: PM Modi’s Blueprint for a Proud, Connected, Self-Reliant India