ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଗୁରୁବାର) ଲୋକକଲ୍ୟାଣ ମାର୍ଗ ସ୍ଥିତ ନିଜ ନିବାସରେ ପ୍ରଜ୍ଞାପନ ମେଢ କଳାକାର, ଆଦିବାସୀ ଅତିଥି, ଏନସିସି କ୍ୟାଡେଟ ଏବଂ ଏନଏସଏସର ସ୍ୱୟଂସେବକମାନଙ୍କୁ ସ୍ୱାଗତ କରିଥିଲେ ।

ଗଣତନ୍ତ୍ର ଦିବସ ପରେଡ ଏବଂ ସେ ସମ୍ବନ୍ଧୀତ କାର୍ଯ୍ୟକ୍ରମଗୁଡିକରେ ସେମାନଙ୍କ ଅଂଶଗ୍ରହଣ ପାଇଁ କଳାକାର ଏବଂ ପ୍ରତିଭାଗୀମାନଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ସେମାନଙ୍କ ପାଇଁ ଏକ ମହାନ ସୁଯୋଗ । ସେ କହିଥିଲେ ସେମାନେ ହେଉଛନ୍ତି ସମଗ୍ର ଦେଶ ପାଇଁ ଉଦାହରଣ ।

 

ପ୍ରଧାନମନ୍ତ୍ରୀ ଏହି ଅବସରରେ ଦୈନନ୍ଦିନ ଜୀବନରେ ଶୃଙ୍ଖଳିତ ଜୀବନ ଶୈଳୀ ବିଷୟରେ ସମସ୍ତେ ଅବଗତ ରହିବା ଆବଶ୍ୟକ ଯାହା ଏନସିସି କ୍ଷେତ୍ରରେ ଏକ ଅଭିନ୍ନ ଅଙ୍ଗ । ସେ କହିଥିଲେ ଯେ ପ୍ରତ୍ୟେକ ନାଗରିକ ନିଜର ଉତ୍ତମ ନାଗରିକ ଦାୟିତ୍ଵ ବିଷୟରେ ଜାଣିବାର ଆବଶ୍ୟକତା ରହିଛି । ସେ କହିଥିଲେ ଯେ ଲୋକମାନଙ୍କ ଆକାଂକ୍ଷା ସହିତ ଶୃଙ୍ଖଳିତ ଜୀବନ ଭାରତକୁ ଏକ ନୂତନ ଶିଖରରେ ପହଂଚାଇପାରିବ ।

 

ପ୍ରଧାନମନ୍ତ୍ରୀ ଏହି ଅବସରରେ କିଛି ଆମନ୍ତ୍ରିତ କଳାକାରଙ୍କ ଦ୍ୱାରା ପରିବେଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Led by iPhones, India sees highest Q1 smartphone exports by value

Media Coverage

Led by iPhones, India sees highest Q1 smartphone exports by value
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 29, 2026
July 29, 2026

Aatmanirbhar & Eco-Conscious: PM Modi’s Record of Results in Conservation, Banking, Exports & Beyond