୧୩୦୦୦ -୧୫୦୦୦ କୋଟି ଟଙ୍କାର ପ୍ରାରମ୍ଭିକ ଆବଣ୍ଟନ ସହିତ ଯୋଜନା ଆରମ୍ଭ ହେବ
୧୩.୫ କୋଟି ଗରିବ ଦେଶବାସୀ ଓ ମହିଳା ଦାରିଦ୍ର‌୍ୟର ଶୃଙ୍ଖଳରୁ ମୁକ୍ତ ହୋଇ ନୂତନ ମଧ୍ୟବିତ୍ତ ଶ୍ରେଣୀରେ ପ୍ରବେଶ କରିଛନ୍ତି : ଶ୍ରୀ ନରେନ୍ଦ୍ର ମୋଦୀ

୭୭ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଦିନରେ 'ବିଶ୍ୱକର୍ମା ଯୋଜନା' ର ଶୁଭାରମ୍ଭ କରିବା ସମ୍ପର୍କରେ ଘୋଷଣା କରିଛନ୍ତି । ପାରମ୍ପରିକ କାରିଗରୀ କ୍ଷେତ୍ରରେ ଦକ୍ଷ ବ୍ୟକ୍ତି ବିଶେଷଙ୍କୁ ଉପକୃତ କରିବା ପାଇଁ ଏହି ଯୋଜନା କରାଯାଇଛି ।

ଆଗାମୀ ଦିନରେ ବିଶ୍ୱକର୍ମା ଜୟନ୍ତୀ ଅବସରରେ ଆମେ ଏକ ଯୋଜନା ଆରମ୍ଭ କରିବୁ, ଯେଉଁଥିରେ ପାରମ୍ପରିକ କାରିଗରୀ କ୍ଷେତ୍ରରେ ଦକ୍ଷ ବ୍ୟକ୍ତି, ବିଶେଷ କରି ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସମ୍ପ୍ରଦାୟର ଲୋକମାନେ ଉପକୃତ ହେବେ । ବୁଣାକାର, ବଣିଆ, କମାର, ଲଣ୍ଡ୍ରି ଶ୍ରମିକ, ବାରିକ ଏବଂ ଏଭଳି ପରିବାର ମାନଙ୍କୁ 'ବିଶ୍ୱକର୍ମା ଯୋଜନା' ମାଧ୍ୟମରେ ସଶକ୍ତ କରାଯିବ, ଯାହା ପ୍ରାୟ ୧୩ -୧୫ ହଜାର କୋଟି ଟଙ୍କା ବ୍ୟୟବରାଦ ସହିତ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏହା ପୂର୍ବରୁ ଶ୍ରୀ ମୋଦୀ ତାଙ୍କ ଭାଷଣରେ ସରକାରଙ୍କ ଦାରିଦ୍ର‌୍ୟ ଦୂରୀକରଣ ପ୍ରୟାସ ବିଷୟରେ ମଧ୍ୟ ଉଲ୍ଲେଖ କରିିଥିଲେ । ପ୍ରଥମ ପାଞ୍ଚ ବର୍ଷର କାର୍ଯ୍ୟକାଳ ସମୟରେ ଏହି ପ୍ରୟାସର ପରିଣାମ ସ୍ୱରୂପ ୧୩.୫ କୋଟି ଗରିବ ଦେଶବାସୀ ଓ ମହିଳା ଦାରିଦ୍ର‌୍ୟ ଶୃଙ୍ଖଳରୁ ମୁକ୍ତ ହୋଇ ନୂତନ ମଧ୍ୟବିତ୍ତ ଶ୍ରେଣୀରେ ପ୍ରବେଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ୧୩.୫ କୋଟି ଲୋକ ମାନଙ୍କୁ ଦାରିଦ୍ର‌୍ୟର ଯନ୍ତ୍ରଣା ଭିତରୁ ବାହାରକୁ ବାହାର କରିବା ପାଇଁ  ସାହାଯ୍ୟ କରିଥିବା ବିଭିନ୍ନ ଯୋଜନା ବିଷୟରେ କହିଥିଲେ । ସେଗୁଡିକ ମଧ୍ୟରୁ ପିଏମ୍ ସ୍ୱନିଧି ଯୋଜନା ମାଧ୍ୟମରେ ରାସ୍ତାକଡ଼ ଦୋକାନୀ ମାନଙ୍କୁ ୫୦,୦୦୦ କୋଟି ଟଙ୍କା ପ୍ରଦାନ କରିବା ଏବଂ ପିଏମ୍ କିଷାନ ସମ୍ମାନ ନିଧି ମାଧ୍ୟମରେ ସିଧାସଳଖ ୨.୫ ଲକ୍ଷ କୋଟି ଟଙ୍କା କୃଷକ ମାନଙ୍କର ଆକାଉଣ୍ଟରେ ଜମା କରିବା ପ୍ରମୁଖ ଥିଲା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
A Milestone in Financial Inclusion: The Success Story of PMSBY

Media Coverage

A Milestone in Financial Inclusion: The Success Story of PMSBY
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 9, 2026
May 09, 2026

Citizens Celebrate India’s Civilisational & Economic Awakening Under PM Narendra Modi