କୁଶୀନଗରଠାରେ ବିଭିନ୍ନ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ
“ଯେତେବେଳେ ମୌଳିକ ସୁବିଧା ସୁଯୋଗ ଉପଲବ୍ଧ ସେତେବେଳେ ସ୍ୱପ୍ନ ପାଇଁ ସାହସ ଆସିବା ସହ ତାକୁ ସାକାର କରିବାକୁ ସ୍ୱପ୍ନ ମଧ୍ୟ ଜନ୍ମନିଏ”
“ଉତ୍ତରପ୍ରଦେଶ ଛଅ-ସାତ ଦଶନ୍ଧି ଧରି ସୀମାବଦ୍ଧ ରହିପାରିବ ନାହିଁ । ଏ ମାଟିର ଇତିହାସ ସମୟ ବିହୀନ ଓ ଅବଦାନ ମଧ୍ୟ ସମୟହୀନ”
“ଡବଲ ଇଞ୍ଜିନ ସରକାର ପରିସ୍ଥିତିରେ ଦ୍ୱିଗୁଣ ଶକ୍ତି ସହ ଉନ୍ନତି ଆଣିଛି”
“ଉତ୍ତରପ୍ରଦେଶର ଗ୍ରାମଞ୍ଚଳରେ ସ୍ୱାମିତ୍ୱ ଯୋଜନା ସମୃଦ୍ଧିର ନୂତନ ଦ୍ୱାର ଉନ୍ମକ୍ତ କରିବାକୁ ଯାଉଛି”
“ପିଏମ୍ କିଶାନ ସମ୍ମାନନିଧିରୁ ୩୭ହଜାର କୋଟି ଟଙ୍କା ଉତ୍ତରପ୍ରଦେଶର କୃଷକମାନଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୁଶୀନଗର ରାଜକୀୟ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେ ମଧ୍ୟ କୁଶୀନଗରର ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୁଶୀନଗରରେ ମେଡିକାଲ କଲେଜ ହେବା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ଡାକ୍ତର ହେବାର ଆକାଂକ୍ଷା ଓ ଉନ୍ନତ ଚିକିତ୍ସା ଭିତ୍ତିଭୂମି ସୁବିଧା ପାଇବାର ସ୍ୱପ୍ନ ସାକାର ହୋଇପାରିବ । ନୂତନ ଜାତୀୟ ଶିକ୍ଷାନୀତିରେ ବୈଷୟିକ ଶିକ୍ଷା ମାତୃଭାଷାରେ ପାଇବା ସମ୍ଭାବନା ଏକ ବାସ୍ତବତାରେ ପରିଣତ ହେବାକୁ ଯାଉଛି । ଏହା କୁଶୀନଗର ସ୍ଥାନୀୟ ଯୁବକ ଯୁବତୀଙ୍କ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ ମୌଳିକ ସୁବିଧା ସୁଯୋଗ ହାତ ପାଆନ୍ତାରେ ଥାଏ, ସେତେବେଳେ ସ୍ୱପ୍ନ ଦେଖିବାକୁ ସାହସ ଆସିବା ସହ ତାକୁ ବାସ୍ତବରେ ପରିଣତ କରିବାକୁ ମଧ୍ୟ ସ୍ୱପ୍ନ ଜନ୍ମନିଏ । ଜଣେ ବାସହୀନ ବ୍ୟକ୍ତି ସହର ତଳି ଅଞ୍ଚଳରେ ବାସ କରେ। ମାତ୍ର ଯେତେବେଳେ ତାକୁ ପକ୍କା ଘର ସହ ଶୌଚାଳୟ, ବିଦ୍ୟୁତ ଓ ଗ୍ୟାସ ସଂଯୋଗ, ଟ୍ୟାପ ପାଣି ଉପଲବ୍ଦ ହୁଏ, ସେତେବେଳେ ଗରିବର ଆତ୍ମବିଶ୍ୱାସ ମଧ୍ୟ ଆହୁରି ବୃଦ୍ଧି ପାଇଥାଏ । ଦୁଇ ଇଞ୍ଜିନ ରାଜ୍ୟ ସରକାର ଦ୍ୱିଗୁଣିତ ଶକ୍ତି ସହ ରାଜ୍ୟର ପରିସ୍ଥିତିରେ ଉନ୍ନତି ଆଣିବାରେ ଲାଗିପଡିଛି ।

ପୂର୍ବ ସରକାରମାନେ ଜନସାଧାରଣଙ୍କ ମର୍ଯ୍ୟାଦା ଓ ଗରିବଙ୍କ ପ୍ରଗତି ଉପରେ ଧ୍ୟାନ ନ ଦେବା ତଥା ବଂଶାନୁକ୍ରମିକ ରାଜନୀତି ଯୋଗୁଁ ଅନେକ ଉତ୍ତମ ପଦକ୍ଷେପର ସୁଫଳ ଗରିବରୁ ଗରିବ ଲୋକଙ୍କ ପାଖରେ ନ ପହଁଚିଥିବା ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ ରାମ ମନୋହର ଲୋହିଆଙ୍କ ସ୍ମୃତିଚାରଣ କରି କହିଥିଲେ ଯେ ଲୋହିଆ କହୁଥିଲେ କର୍ମକୁ ଅନୁକମ୍ପା ସହ ମିଶ୍ରଣ କର, ଏହାକୁ ସମ୍ପୂର୍ଣ୍ଣ ଅନୁକମ୍ପା ସହ ମିଶାଇ ଦିଅ । ପୂର୍ବରୁ ସରକାର ଚଳାଉଥିବା ବ୍ୟକ୍ତିମାନେ ଗରିବଙ୍କ ଯନ୍ତ୍ରଣା ପ୍ରତି ଉଦାସୀନ ରହିବା ପର୍ଯ୍ୟନ୍ତ ସେମାନେ ତାଙ୍କ କର୍ମକୁ ହେରଫେର ଓ ଅପରାଧ ସହ ମିଶାଇ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ସାମ୍ବିତ୍ୱ ଯୋଜନା ଆରମ୍ଭ କରିଛନ୍ତି ଓ ଏହା ଭବିଷ୍ୟତରେ ଉତ୍ତରପ୍ରଦେଶର ଗ୍ରାମାଞ୍ଚଳରେ ସମୃଦ୍ଧିର ଦ୍ୱାରା ଉନ୍ମୁକ୍ତ କରିବ । ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ଘର ସତ୍ୱାଧିକାର ନଥିପତ୍ର ଘରମାଲିକଙ୍କୁ ଦେବା ଆରମ୍ଭ ହୋଇଛି । ଶୌଚାଳୟ ଓ ଉଜ୍ଜଳା ଯୋଜନା ଯୋଗୁଁ ଝିଅ ଓ ଭଉଣୀମାନେ ନିଜକୁ ନିରାପଦ ଓ ମର୍ଯ୍ୟାଦା ସମ୍ପନ୍ନ ମନେ କରୁଛନ୍ତି । ପିଏମ୍ ଆବାସ ଯୋଜନା ଅଧୀନରେ ଅଧିକାଂଶ ଘର ମାଲିକାନା ଘରର ମହିଳାଙ୍କ ହାତରେ ରହିଛି ।

 ଉତ୍ତରପ୍ରଦେଶରେ ୨୦୧୭ମସିହା ପୂର୍ବ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମନ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେତେବେଳେ ସରକାରଙ୍କ ନୀତିରେ ମାଫିଆମାନଙ୍କୁ ଅବାଧ ଲୁଟତରାଜ ପାଇଁ ଅନୁମତି ଦିଆଯାଇଥିଲା । ଆଜି ଯୋଗୀଜୀଙ୍କ ନେତୃତ୍ୱାଧୀନ ସରକାରରେ ମାଫିଆମାନେ ବୁଲି ବୁଲି କ୍ଷମା ମାଗୁଛନ୍ତି ଓ ସେମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତରପ୍ରଦେଶ ରାଜ୍ୟରୁ ସବୁଠାରୁ ଅଧିକ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଏହା ହିଁ ଉତ୍ତରପ୍ରଦେଶର ସ୍ୱାତନ୍ତ୍ର‌୍ୟ । ମାତ୍ର ଉତ୍ତରପ୍ରଦେଶର ପରିଚୟ କେବଳ ସେତିକିରେ ସୀମାବଦ୍ଧ ନୁହେଁ । ଉତ୍ତରପ୍ରଦେଶ କେବଳ ୬-୭ ଯୁଗକୁ ନେଇ ଗଠିତ ନୁହଁ । ଏହା ରାଜ୍ୟର ଇତିହାସ ସମୟ ହି ଯାହାର ଅବଦାନ ମଧ୍ୟ ସମୟର ସୀମାରେଖା ମଧ୍ୟରେ ବନ୍ଧା ହୋଇନାହିଁ । ଏଇମାଟିରେ ପ୍ରଭୁ ଶ୍ରୀ ରାମ ଓ ଶ୍ରୀ କୃଷ୍ଣଙ୍କ ଆବିର୍ଭାବ ହୋଇଛି । ୨୪ଜଣଙ୍କ ମଧ୍ୟରୁ ୧୮ଜଣ ତୀର୍ଥଙ୍କରଙ୍କ ଆବିର୍ଭାବ ଉତ୍ତରପ୍ରଦେଶରେ ହୋଇଛି ।

ମଧ୍ୟ ଯୁଗରେ ବହୁ ପ୍ରସିଦ୍ଧ ବ୍ୟକ୍ତିତ୍ୱ ତୁଳସୀ ଦାସ ଓ କବୀର ଦାସ ମଧ୍ୟ ଏହି ମାଟିରେ ଜନ୍ମ ନେଇଛନ୍ତି । ଏହି ରାଜ୍ୟ ମଧ୍ୟ ମହାନ୍ ସମାଜ ସଂସ୍କାରକ ସନ୍ଥ ରବି ଦାସଙ୍କୁ ଜନ୍ମ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତରପ୍ରଦେଶ ଏଭଳି ଏକ ଅଞ୍ଚଳ ଯାହାର କୋଣ ଅନୁକୋଣେ ତର୍ଥସ୍ଥାନ ରହିଛି ଓ ଏହା ପ୍ରତି ଧୂଳିକଣାରେ ରହିଛି ଅମାପ ଶକ୍ତି । ଏହାର ନୈନ୍ୟନିତ୍ୟ ଅରଣ୍ୟ ପୁରାଣ ଓ ବେଦ ଲେଖାଯାଇଛି । ଅବାଧ ଅଞ୍ଚଳରେ ଅଯୋଧ୍ୟାରେ ଭିଳ ତୀର୍ଥସ୍ଥାନ ରହିଛି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ  କହିଥିଲେ  ଯେ ଆମର ଗୌରବମୟ ଶିଖ ଗୁରୁ ପରମ୍ପରା ସହ ଉତ୍ତରପ୍ରଦେଶର ନିବିଡ ସମ୍ପର୍କ ରହିଛି । ‘ଗୁରୁକା ତାଲ’ ଆଗ୍ରାର ଗୁରୁଦ୍ୱାର ଗୁରୁ ତେଗ୍ ବାହାଦୁରଙ୍କ ଗୌରବର ମୁକସାକ୍ଷୀ ଯେ କି ନିଜର ସାହସ ଯୋଗୁଁ ଆଉରେଙ୍ଗଜେବଙ୍କୁ ମଧ୍ୟ ଆହ୍ୱାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ  ଦୁଇ ଇଞ୍ଜିନି ବିଶିଷ୍ଟ ସରକାର ଚାଷୀଙ୍କଠାରୁ ଶସ୍ୟ ସଂଗ୍ରହରେ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ଉତ୍ତରପ୍ରଦେଶରେ ଚାଷୀଙ୍କ ନିକଟରେ ଶସ୍ୟ କିଣାବାବଦ ପ୍ରାୟ ୮୦ହଜାର କୋଟି ଟଙ୍କା ପହଞ୍ଚିଛି । ପ୍ରଧାନମନ୍ତ୍ରୀ କିଶାନ ସମ୍ମାନନିଧି ଯୋଜନାରେ ୩୭ହଜାର କୋଟିରୁ ଅଧିକ ଟଙ୍କା ଉତ୍ତରପ୍ରଦେଶ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From conflict to progress: Remote Irpanar village in Chhattisgarh gets electricity

Media Coverage

From conflict to progress: Remote Irpanar village in Chhattisgarh gets electricity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 27, 2026
April 27, 2026

Sabka Saath, Sabka Vikas 2.0: PM Modi Delivers Self-Reliance, Global Trade & National Pride