ମହାମହିମ ରାଷ୍ଟ୍ର ପରାମର୍ଶଦାତା

ଗଣମାନ୍ୟ ପ୍ରତିନଧିଗଣ

ଗଣମାଧ୍ୟମର ବନ୍ଧୁମାନେ,

ମିଙ୍ଗଲାବା

2014ରେ ଆସିଆନ ସମ୍ମିଳନୀ ଅବସରରେ ମୁଁ ଏଠିକି ଆସିଥିଲା । କିନ୍ତୁ ସ୍ୱର୍ଣ୍ଣ ଭୂମି ମିଆଁମାରକୁ ଏହା ମୋର ପ୍ରଥମ ଦ୍ୱିପାକ୍ଷିକ ଯାତ୍ରା । ଯେଭଳି ଉତ୍ସାହ ଉଦ୍ଦୀପନାରେ ମୋର ସ୍ୱାଗତ କରାଗଲା, ମୋତେ ଲାଗିଲା ସତେ ଯେମିତି ମୁଁ ନିଜ ଘରେ ଅଛି । ଏଥିପାଇଁ ମିଆଁମାର ସରକାରଙ୍କୁ କୃତଜ୍ଞତା ଜଣାଉଛି ।

ମହାମହିମ

ମିଆଁମାର ଶାନ୍ତି ପ୍ରକ୍ରିୟାରେ ଆପଣଙ୍କ ସାହାସିକ ନେତୃତ୍ୱ ପ୍ରଶଂସନୀୟ । ଯେଉଁ ଚାଲେଞ୍ଜର ଆପଣ ମୁକାବିଲା କରୁଛନ୍ତି, ତାହା ଆମେ ଭଲଭାବେ ବୁଝିପାରୁଛୁ । ରଖିନ୍ ପ୍ରଦେଶରେ ଚରମପନ୍ଥୀ ହିଂସା ଯୋଗୁ ବିଶେଷକରି ସୁରକ୍ଷା ବଳ ଓ ନିରୀହ ଲୋକଙ୍କ ଜୀବନ ହାନିକୁ ନେଇ ଆପଣଙ୍କ ଚିନ୍ତାରେ ଆମେ ଭାଗିଦାର । ଏହା ବଡ଼ ଶାନ୍ତି ପ୍ରକିୟା ହେଉ ଅବା କୌଣସି ସ୍ୱତନ୍ତ୍ର ପ୍ରସଙ୍ଗକୁ ସମାଧାନ କରିବାର କଥା ହେଉ, ଆମେ ଆଶା କରୁଛୁ କି ସମସ୍ତ ସହଭାଗୀ ମିଳିତ ଭାବେ ଏଭଳି ସମାଧାନ ବାହାର କରିବା ଦିଗରେ କାମ କରିବେ, ଯାହା ମିଆଁମାରର ଏକତା ଓ ଭୌଗଳିକ ଅଖଣ୍ଡତାକୁ ସମ୍ମାନ ଜଣାଇ ସମସ୍ତଙ୍କ ପାଇଁ ଶାନ୍ତି, ନ୍ୟାୟ ଓ ସମ୍ମାନ ସୁନିଶ୍ଚିତ କରାଇବ ।

ବନ୍ଧୁଗଣ,

ମୋ ମତରେ, ଭାରତର ଗଣତାନ୍ତ୍ରିକ ଅଭିଜ୍ଞତା ମିଆଁମାର ପାଇଁ ମଧ୍ୟ ପ୍ରାସଙ୍ଗିକ ଅଟେ । ତେଣୁ ଏଇଥିପାଇଁ ମିଆଁମାରର କାର୍ଯ୍ୟପାଳିକା ଓ ବ୍ୟବସ୍ଥାପିକା ତଥା ନିର୍ବାଚନ କମିଶନ ଓ ପ୍ରେସ୍ କାଉନ୍ସିଲ ଭଳି ସଂସ୍ଥାର ସାମର୍ଥ୍ୟ ଗଠନରେ ଆମର ବ୍ୟାପକ ସହଯୋଗ ଲାଗି ଆମେ ଗର୍ବିତ । ପଡ଼ୋଶୀ ହୋଇଥିବା ଦୃଷ୍ଟିରୁ ସୁରକ୍ଷା କ୍ଷେତ୍ରରେ ଆମର ସ୍ୱାର୍ଥ ଏକାଭଳି । ଏହା ଜରୁରୀ ଯେ ଆମେ ନିଜର ସୁଦୀର୍ଘ ଭୂଭାଗ ଓ ସମୁଦ୍ର ସୀମାର ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ପାଇଁ ମିଳିମିଶି କାମ କରିବା । ସଡ଼କ ଓ ପୋଲ ନିର୍ମାଣ, ଶକ୍ତି ସଂଯୋଗ, ଓ ଯୋଗାଯୋଗ ବୃଦ୍ଧି ଦିଗରେ ଆମର ପ୍ରୟାସ ଏକ ସୁନ୍ଦର ଭବିଷ୍ୟ ଆଡ଼କୁ ଇସାରା କରୁଛି । କାଲାଦାନ ପ୍ରକଳ୍ପରେ ଆମେ ସିତ୍ତ୍ୱେ ବନ୍ଦରପାଲେତ୍ୱା ଆଭ୍ୟନ୍ତରୀଣ ଜଳପଥ ଟର୍ମିନାଲ କାମ ପୂରଣ କରିଛୁ । ଆଉ ସଡ଼କ ନିର୍ମାଣ କ୍ଷେତ୍ରରେ କାମ ଆରମ୍ଭ ହୋଇଯାଇଛି । ଉପର ମିଆଁମାରର ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତରୁ ହାଇସ୍ପିଡ୍ ଡିଜେଲ୍ ଟ୍ରକ ଆସିବା ଆରମ୍ଭ ହୋଇସାରିଛି । ଆମର ବିକାଶ ଭାଗିଦାରୀ ଆଧାରରେ ମିଆଁମାରରେ ଉଚ୍ଚକୋଟିର ସ୍ୱାସ୍ଥ୍ୟ, ଶିକ୍ଷା ଓ ଗବେଷଣା ସୁବିଧାର ବିକାଶ ହେବା ଖୁସିର କଥା । ଏ ସମ୍ବନ୍ଧରେ ମିଆଁମାର ଇନଷ୍ଟିଟ୍ୟୁଟ୍ ଅଫ୍ ଇନ୍ଫରମେସନ୍ ଟେକ୍ନୋଲଜି ଏବଂ ଏଡଭାନ୍ସ ସେଂଟର ଫର ଏଗ୍ରିକଲ୍ଚରାଲ ରିସର୍ଚ୍ଚ ଏଣ୍ଡ ଏଜୁକେସନ୍ ବିଶେଷ ଭାବେ ଉଲ୍ଲେଖନୀୟ । ଏହି ଦୁଇ ସଂସ୍ଥା ଶିକ୍ଷାର ମୁଖ୍ୟ କେନ୍ଦ୍ର ଭାବେ ଦ୍ରୁତ ଗତିରେ ଉଭା ହୋଇଛି । ଭବିଷ୍ୟତରେ ମଧ୍ୟ ଆମର ବିଭିନ୍ନ ପରିଯୋଜନା ମିଆଁମାରର ଆବଶ୍ୟକତା ଓ ପ୍ରାଥମିକତା ଅନୁରୂପ ହେବ । ଆମ ଦୁଇ ଦେଶ ମଧ୍ୟରେ ଆଜି ହୋଇଥିବା ବୁଝାମଣା ଦ୍ୱାରା ଆମର ବହୁମୁଖୀ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ପ୍ରୋତ୍ସାହନ ମିଳିବ ।

ବନ୍ଧୁଗଣ,

ମୋତେ ଏହି ଘୋଷଣା କରି ଖୁସି ଲାଗୁଛି କି ଭାରତ ଆସିବାକୁ ଇଚ୍ଛୁକ ଥିବା ମିଆଁମାରର ସମସ୍ତ ନାଗରିକଙ୍କୁ ଗ୍ରାଟିସ୍ ଭିସା ଦେବାକୁ ଆମେ ନିଷ୍ପତ୍ତି ନେଇଛୁ । ଆପଣମାନଙ୍କୁ ସୂଚିତ କରି ମୋତେ ଖୁସି ଲାଗୁଛି କି ଆମେ ମିଆଁମାରର 40 ଜଣ ନାଗରିକଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛୁ, ଯେଉଁମାନେ କି ଏବେ ଭାରତୀୟ ଜେଲ୍ ରେ ବନ୍ଦୀ ଅଛନ୍ତି । ମୁଁ ଆଶା କରୁଛି ସେମାନେ ଖୁବଶୀଘ୍ର ମିଆଁମାରରେ ନିଜର ପରିବାରକୁ ପୁଣିଥରେ ଭେଟିପାରିବେ ।

ମହାମହିମ

ନା-ପି-ତ’ରେ ମୋର ସମୟ ଅତ୍ୟନ୍ତ ସାର୍ଥକ ରହିଛି । ମିଆଁମାରରେ ନିଜର ଶେଷ ପ୍ରବାସକୁ ନେଇ ମଧ୍ୟ ମୋ ମନରେ ଉତ୍ସାହ ଅଛି । ଆଜି ମୁଁ ବାଗାନରେ ଆନନ୍ଦ ମନ୍ଦିର ଯିବି । ଆନନ୍ଦ ମନ୍ଦିର ଓ ଅନ୍ୟାନ୍ୟ ଐତିହାସିକ ଏବଂ ସାଂସ୍କୃତିକ କୀର୍ତ୍ତିରାଜି ଗତବର୍ଷର ଭୂମିକମ୍ପରେ କ୍ଷତିଗ୍ରସ୍ତ ହେବାପରେ ଭାରତ ସହଯୋଗରେ ଏସବୁର ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ୟାଙ୍ଗୁନ୍ ରେ ଭାରତୀୟ ବଂଶୋଦ୍ଭବ ସମୁଦାୟଙ୍କୁ ଭେଟିବା ବ୍ୟତୀତ ଧାର୍ମିକ ଓ ଐତିହାସିକ ମହତ୍ୱ ଥିବା ସ୍ମାରକୀରେ ନିଜର ଶ୍ରଦ୍ଧାସୁମନ ଅର୍ପଣ କରିବି । ମୋର ବିଶ୍ୱାସ ଯେ ଆଗାମୀ ଦିନରେ ଆମେ ପାରସ୍ପରିକ ଲାଭ ପାଇଁ ସଶକ୍ତ ଓ ଘନିଷ୍ଠ ଭାଗିଦାରୀ ନିମନ୍ତେ ମିଳିତ ଭାବେ କାମ କରିବୁ ।

 

ଧନ୍ୟବାଦ

ଚେଜୁ ତିନ୍ ବା ଦେ!

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Why Abrogation Of Article 370 Was A Strategic Necessity For India

Media Coverage

Why Abrogation Of Article 370 Was A Strategic Necessity For India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 05, 2026
August 05, 2026

Viksit Bharat in Action: Inclusive, Green, and Globally Competitive Under PM Modi