ଏହି ବିଜୟ ଗଣତନ୍ତ୍ରର ବିଜୟ ଏବଂ ଗଣତାନ୍ତ୍ରିକ ବିଶ୍ୱର ବିଜୟ ବୋଲି ଅଭିହିତ କଲେ ପ୍ରଧାନମନ୍ତ୍ରୀ
ବିଶ୍ୱର ହିତ ସାଧନ ନିମନ୍ତେ ଭାରତ- ଆମେରିକା ସହଭାଗିତାକୁ ଅଧିକ ସୁଦୃଢ଼ କରିବା ସକାଶେ ଉଭୟ ନେତା ପ୍ରକଟ କଲେ ପ୍ରତିବଦ୍ଧତା
ପରସ୍ପର ସହ ସମ୍ପର୍କରେ ରହିବାକୁ ହେଲେ ସହମତ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକା ରାଷ୍ଟ୍ରପତି ମହାମହୀମ ଶ୍ରୀ ଯୋଶେଫ୍ ଆର. ବାଇଡେନଙ୍କ ଠାରୁ ଟେଲିଫୋନ୍ ଯୋଗେ ଅଭିନନ୍ଦନ ବାର୍ତ୍ତା ପାଇଛନ୍ତି ।
ଐତିହାସିକ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ପୁନଃ ନିର୍ବାଚିତ ହୋଇଥିବାରୁ ଶ୍ରୀ ବାଇଡେନ୍ ଶ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
ରାଷ୍ଟ୍ରପତି ଶ୍ରୀ ବାଇଡେନଙ୍କୁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କର ଏହି ବିଜୟ ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ବିଶ୍ୱର ବିଜୟ ।
ଉଭୟ ନେତା ଭାରତ- ଆମେରିକା ବ୍ୟାପକ ବୈଶ୍ୱିକ ରଣନୀତିକ ସହଭାଗିତାକୁ ବିଶ୍ୱର ହିତ ସାଧନ ନିମନ୍ତେ ଆହୁରି ସୁଦୃଢ଼ କରିବା ଦିଗରେ ସେମାନଙ୍କ କାର୍ଯ୍ୟ ଜାରି ରଖିବେ ବୋଲି ସହମତ ପ୍ରକଟ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ଆଇସିସି ଟି୨୦ କ୍ରିକେଟ୍ ବିଶ୍ୱ କପ୍‌କୁ ମିଳିତ ଭାବେ ସଫଳ ଆୟୋଜନ କରିଥିବାରୁ ତାଙ୍କର ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
ଉଭୟ ନେତା ପରସ୍ପର ସହିତ ସମ୍ପର୍କରେ ରହିବାକୁ ସହମତ ହୋଇଛନ୍ତି ।
 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How Bigger, Quieter & Deadlier INS Aridhaman Is A Game-Changer For India's Nuclear Deterrence

Media Coverage

How Bigger, Quieter & Deadlier INS Aridhaman Is A Game-Changer For India's Nuclear Deterrence
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
April 05, 2026

Prime Minister Narendra Modi will share 'Mann Ki Baat' on Sunday, April 26th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.