କେନ୍ଦ୍ର କ୍ୟାବିନେଟ୍‌ ସଚିବ ଏବଂ ଅନ୍ୟ ବିଭାଗୀୟ ସଚିବମାନେ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଗତି ବ୍ୟବସ୍ଥା (ପ୍ରୋ ଆକ୍ଟିଭ୍‌ ଗଭର୍ଣ୍ଣାନ୍ସ ଏଣ୍ଡ ଟାଇମ୍ଲି ଇମ୍ପ୍ଲିମେଣ୍ଟେସନ୍‌ ବା ସକ୍ରିୟ ପ୍ରଶାସନ ଏବଂ ସମୟୋଚିତ କାର୍ଯ୍ୟକାରିତା)ର ଫଳାଫଳ ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
କ୍ୟାବିନେଟ୍‌ ସଚିବ କହିଥିଲେ, ପ୍ରଗତି ଇକୋସିଷ୍ଟମ ଅଧୀନରେ ପ୍ରକଳ୍ପଗୁଡ଼ିକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରାଯାଉଛି। ଏହା ବିଭିନ୍ନ ପ୍ରସଙ୍ଗର ତ୍ୱରିତ ସମାଧାନ କରୁଥିବା ସେ କହିଥିଲେ। ପ୍ରଗତି ବ୍ୟବସ୍ଥା ବିଭିନ୍ନ ସ୍ତର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ପ୍ରସଙ୍ଗଗୁଡ଼ିକର ବ୍ୟବସ୍ଥିତ ତଦାରଖ ଏବଂ ସେଗୁଡ଼ିକର ସମାଧାନକୁ ସକ୍ଷମ କରିଥାଏ ବୋଲି ସେ କହିଥିଲେ।
କ୍ୟାବିନେଟ ସଚିବ କହିଥିଲେ, ପ୍ରାରମ୍ଭରେ ମନ୍ତ୍ରଣାଳୟ ସ୍ତରରେ ସମସ୍ୟାଗୁଡ଼ିକର ସମାଧାନ ହେଉଥିଲେ ମଧ୍ୟ ଉଚ୍ଚସ୍ତରୀୟ ସମୀକ୍ଷା ପାଇଁ ପ୍ରତିଷ୍ଠିତ ସଂସ୍ଥାଗତ ବ୍ୟବସ୍ଥା ମାଧ୍ୟମରେ ଜଟିଳ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ଆଗକୁ ବଢ଼ାଯାଏ। ସେଗୁଡ଼ିକ ଶେଷରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଗତି ବୈଠକରେ ସମାଧାନ କରାଯାଏ।
ଏହି ପର୍ଯ୍ୟାୟକ୍ରମିକ ଅଗ୍ରଗତି ବ୍ୟବସ୍ଥା ଆନ୍ତଃମନ୍ତ୍ରଣାଳୟ ସମନ୍ୱୟ, ସମୟବଦ୍ଧ ନିଷ୍ପତ୍ତି ଗ୍ରହଣ ଏବଂ ଜାତୀୟ ଗୁରୁତ୍ୱ ବହନ କରୁଥିବା ପ୍ରକଳ୍ପର କାର୍ଯ୍ୟକାରିତା ସହ ଜଡ଼ିତ ବାଧାଗୁଡ଼ିକର ସମାଧାନ ସୁନିଶ୍ଚିତ କରିଥାଏ। ‘ପ୍ରଗତି’ ଉଚ୍ଚତମ ସ୍ତରରେ ନିରନ୍ତର ତଦାରଖ ଏବଂ ସମୀକ୍ଷା ମାଧ୍ୟମରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିଥାଏ ଏବଂ ପ୍ରକଳ୍ପ କାର୍ଯ୍ୟକାରିତାର ଗତି ବଢ଼ାଇବା ଲାଗି ଏକ ପ୍ରଭାବୀ ମଞ୍ଚ ରୂପରେ କାର୍ଯ୍ୟ କରିଥାଏ ବୋଲି କ୍ୟାବିନେଟ୍‌ ସଚିବ ଗୁରୁତ୍ୱାରୋପ କରି କହିଥିଲେ।
ପେଜେଣ୍ଟେସନ୍‌ ଲିଙ୍କ୍‌: https://pmiic-local-files.s3.ap-south-1.amazonaws.com/1767360837863-Press_Conference_02.01.2026__v5_PDF.pdf
ଅକ୍ସଫୋର୍ଡ ସେଡ୍‌ ବିଜନେସ ସ୍କୁଲ୍‌ ଅଧ୍ୟୟନର ଲିଙ୍କ : https://ora.ox.ac.uk/objects/uuid:34268453-91fb-4dd3-b052-90fbb52fe247/files/s1j92g9820

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi offers prayers at Seychelles' Arulmigu Navasakthi Vinayagar temple

Media Coverage

PM Modi offers prayers at Seychelles' Arulmigu Navasakthi Vinayagar temple
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 29, 2026
June 29, 2026

PM Modi Advancing National Strength Through Unity, Innovation and Janbhagidari