PMO officials take initiative to train staff for mobile banking and cashless transactions
PMO officials demonstrate process of cashless transactions, help staff download the relevant mobile apps on mobile phones

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶବାସୀଙ୍କୁ ଆହ୍ୱାନ ପରେ, ପିଏମଓର ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀମାନଙ୍କୁ ନଗଦମୁକ୍ତ ମୋବାଇଲ ବ୍ୟାଙ୍କିଙ୍ଗ ସେବା ସମ୍ପର୍କରେ ଅଭିନବ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ପ୍ରଧାନସଚିବ ଶ୍ରୀ ନୃପେନ୍ଦ୍ର ମିଶ୍ର, ଅତିରିକ୍ତ ପ୍ରମୁଖ ସଚିବ ଶ୍ରୀ ପିକେ ମିଶ୍ର ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଆଜି ପିଏମଓର କର୍ମଚାରୀମାନଙ୍କ ପାଇଁ ଏକ କର୍ମଶାଳା ୭- ଲୋକ କଲ୍ୟାଣ ମାର୍ଗରେ ଆୟୋଜନ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ମୋବାଇଲ ବ୍ୟାଙ୍କିଙ୍ଗ, ଇ-ୱାଲେଟ୍ (ଇ-ପର୍ସ), ୟୁପିଆଇ, ମୋବାଇଲ ଆପର ଡାଉନଲୋଡ ପଦ୍ଧତି ଏବଂ ଏହାର ବ୍ୟବହାର ତଥା ନଗଦମୁକ୍ତ ଦୈନିକ କାରବାର କିଭଳି କରାଯାଇପାରିବ ସେଥିନେଇ ତାଲିମ ଦିଆଯାଇଥିଲା ।

ବରିଷ୍ଠ ଅଧିକାରୀମାନେ ପରସ୍ପରର ମୋବାଇଲରୁ ଇ-ବ୍ୟାଙ୍କିଙ୍ଗ ପାଇଁ କିଭଳି ଆପ୍ ମାଧ୍ୟମରେ ପଇସା/ଅର୍ଥ ଦେଣନେଣ ହୋଇପାରିବ ସେ ସମ୍ପର୍କରେ ପ୍ରତ୍ୟେକ୍ଷ ପ୍ରଦର୍ଶନ ମାଧ୍ୟମରେ କର୍ମଚାରୀଙ୍କୁ ବୁଝାଇଥିଲେ । ଏପରିକି କର୍ମଚାରୀମାନେ ପ୍ରଶିକ୍ଷଣ ପରେ ନିଜ ନିଜ ମୋବାଇଲରେ ବିଭିନ୍ନ ଆପ୍ ଡାଉନଲୋଡ କରି ଇ-ୱାଲେଟର ବ୍ୟବହାର କରିଥିଲେ ।

ଏ ପ୍ରକାର ସରଳ ମୋବାଇଲ ବ୍ୟାଙ୍କିଙ୍ଗ କାରବାର ନେଇ କର୍ମଚାରୀଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା ଏବଂ ସ୍ମାର୍ଟ ବ୍ୟାଙ୍କିଙ୍ଗ ପାଇଁ ସେମାନେ ପଦକ୍ଷେପ ନେଇଥିଲେ । ଏହି ପ୍ରଶିକ୍ଷଣ କର୍ମଶାଳାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ମାଇଗଭ(MyGov)ର ଅଧିକାରୀମାନେ ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s march towards self-reliance in med-tech

Media Coverage

India’s march towards self-reliance in med-tech
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Chamba, Himachal Pradesh
August 08, 2026

The Prime Minister, Shri Narendra Modi, condoled loss of lives due to a mishap in Chamba, Himachal Pradesh. "My thoughts are with the families who have lost their loved ones. May those injured recover at the earliest", Shri Modi stated.

The Prime Minister posted on X:

The loss of lives due to a mishap in Chamba, Himachal Pradesh, is deeply saddening. My thoughts are with the families who have lost their loved ones. May those injured recover at the earliest: PM @narendramodi